ଏସିୟ ଖାଦ୍ୟ

ଉଇକିପିଡ଼ିଆ‌ରୁ
ଏସିଆର ଅବସ୍ଥିତି ।

ଏସୀୟ ଖାଦ୍ୟ କ‌ହିଲେ ଏସିଆ ମହାଦେଶରେ ପ୍ରଚଳିତ ଖାଦ୍ୟ ଓ ରାନ୍ଧଣାକୁ ବୁଝାଏ । ଭିନ୍ନ ଭିନ୍ନ ଅଞ୍ଚଳରେ ରାନ୍ଧଣା ପ୍ରଣାଳୀ ମଧ୍ୟ ଭିନ୍ନ ଭନ୍ନ ହୋଇଥିବାରୁ ଭୌଗଳିକ ବିଭାଜନ ଅନୁଯାୟୀ ଏହି ଖାଦ୍ୟଗୁଡ଼ିକୁ ପୂର୍ବ ଏସୀୟ ଖାଦ୍ୟ, ଦକ୍ଷିଣ-ପୂର୍ବ ଏସୀୟ ଖାଦ୍ୟ, ଦକ୍ଷିଣ ଏସୀୟ ଖାଦ୍ୟ, ମଧ୍ୟ ଏସୀୟ ଖାଦ୍ୟମଧ୍ୟ-ପୂର୍ବ ଏସୀୟ ଖାଦ୍ୟ ଇତ୍ୟାଦି ଭାଗରେ ବିଭକ୍ତ କରାଯାଇଛି । ଏସିଆ ପୃଥିବୀର ବୃହତ୍ତମ ଓ ସର୍ବାଧିକ ଜନବ‌ହୁଳ ମହାଦେଶ ହୋଇଥିବାରୁ ଏଠାରେ ବିଭିନ୍ନ ପ୍ରକାର ପାରମ୍ପରିକ[୧] ଖାଦ୍ୟ ମିଳିଥାଏ ।

ପୂର୍ବ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆର ଖାଦ୍ୟଗୁଡ଼ିକରେ ସାଧାରଣତଃ ଚାଉଳ, ଅଦା, ରସୁଣ, ଲଙ୍କା, ରାଶି, ପିଆଜ, ସୋୟାବିନପନିର ଇତ୍ୟାଦି ବ୍ୟବ‌ହୃତ ହୋଇଥାଏ । ଏହି ଅଞ୍ଚଳରେ ମୁଖ୍ୟତଃ ଭଜା ଏବଂ ସିଝା ଖାଦ୍ୟ ମିଳିଥାଏ ।

ଚାଉଳ ପ୍ରାୟତଃ ସବୁ ପ୍ରକାରର ଏସୀୟ ଖାଦ୍ୟରେ ବ୍ୟବ‌ହାର କରାଯାଉଥିଲେ ସୁଦ୍ଧା ବିଭିନ୍ନ ଅଞ୍ଚଳର ଖାଦ୍ୟରେ ବ୍ୟବ‌ହାର କରାଯାଉଥିବା ଚାଉଳର ପ୍ରକାର ଭିନ୍ନ ଭିନ୍ନ ହୋଇଥାଏ । ଭାରତୀୟ ଉପମହାଦେଶରେ ବାସୁମତୀ ଚାଉଳ ବ‌ହୁଳ ଭାବରେ ବ୍ୟବ‌ହୃତ ହେଉଥିବା ବେଳେ ଦକ୍ଷିଣ-ପୂର୍ବ ଏସିଆରେ ଯସ୍ମିନ ଚାଉଳ ବ୍ୟବ‌ହୃତ ହୋଇଥାଏ । ସେହିପରି ଚାଇନାରେ ଲମ୍ବା ଦାନା ବାଲା ଚାଉଳ ବ୍ୟବ‌ହୃତ ହେଉଥିବା ବେଳେ ଜାପାନକୋରିଆରେ ଛୋଟ ଦାନା ବାଲା ଚାଉଳ ବ୍ୟବ‌ହୃତ ହୋଇଥାଏ ।[୨]

ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଏସିଆରେ ତରକାରୀ ଏକ ମୁଖ୍ୟ ଖାଦ୍ୟ ହୋଇଥିଲା ବେଳେ ପୂର୍ବ ଏସୀୟ ଖାଦ୍ୟରେ ଏହାର ସେତେଟା ପ୍ରାଧାନ୍ୟ ନାହିଁ । ଭାରତ ଓ ଦକ୍ଷିଣ ଏସୀୟ ଦେଶମାନ‌ଙ୍କରେ ଖିଆଯାଉଥିବା ତରକାରୀଗୁଡ଼ିକରେ ସାଧାରଣତଃ ଦ‌ହି ପଡ଼ିଥାଏ । ସେହିପରି ଦକ୍ଷିଣ-ପୂର୍ବ ଓ ପୂର୍ବ ଏସୀୟ ଦେଶମାନ‌ଙ୍କରେ ଖିଆଯାଉଥିବା ତରକାରୀଗୁଡ଼ିକରେ ସାଧାରଣତଃ ନଡ଼ିଆ ରସ ବ୍ୟବ‌ହାର କରାଯାଇଥାଏ ।[୩]


ପୂର୍ବ ଏସୀୟ ଖାଦ୍ୟ[ସମ୍ପାଦନା]

ପୂର୍ବ ଏସିଆର ଅବସ୍ଥିତି ।

ପୂର୍ବ ଏସୀୟ ରାନ୍ଧଣାଗୁଡ଼ିକ ମଧ୍ୟରେ ଚାଇନିଜ୍, ଜାପାନିଜ୍, କୋରିଆନ୍, ମଙ୍ଗୋଲିଆନ୍ ଓ ତାଇୱାନିଜ୍ ଇତ୍ୟାଦି ରାନ୍ଧଣା ମୁଖ୍ୟ ଅଟେ । ଏହି ଅଞ୍ଚଳଟି ପୃଥିବୀର ସର୍ବାଧିକ ଜନବ‌ହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ଅନେକ ପ୍ରକାରର ଆଞ୍ଚଳିକ ଖାଦ୍ୟ ମିଳିଥାଏ । ଏହି ଆଞ୍ଚଳିକ ଖାଦ୍ୟଗୁଡ଼ିକ ମଧ୍ୟରୁ ଚାଇନିଜ୍ ଖାଦ୍ୟ ଅନ୍ୟତମ । ଏହି ଅଞ୍ଚଳରେ ଖିଆଯାଉଥିବା ମୁଖ୍ୟ ଖାଦ୍ୟଗୁଡ଼ିକ ମଧ୍ୟରେ ଚାଉଳ, ନୁଡୁଲ୍‌ସ୍, ମୁଗ ଗଜା, ସୋୟାବିନ, ସାମୁଦ୍ରିକ ମାଛ (ଜାପାନରେ ମୁଣ୍ଡ ପିଛା ସର୍ବାଧିକ ସାମୁଦ୍ରିକ ମାଛ ଖିଆଯାଇଥାଏ), ଖାସି ମାଂସ (ମଙ୍ଗୋଲିଆ), ବକ୍-ଚୋୟ୍ (ଚାଇନିଜ୍ ବନ୍ଧାକୋବି) ଓ ଚାହା ଇତ୍ୟାଦି ପ୍ରଧାନ ।

ଦକ୍ଷିଣ-ପୂର୍ବ ଏସୀୟ ଖାଦ୍ୟ[ସମ୍ପାଦନା]

ଦକ୍ଷିଣ-ପୂର୍ବ ଏସିଆର ଅବସ୍ଥିତି ।

ଦକ୍ଷିଣ-ପୂର୍ବ ଏସୀୟ ଖାଦ୍ୟଗୁଡ଼ିକ ହାଲୁକା ହୋଇଥିବା ସଙ୍ଗେ ସଙ୍ଗେ ସୁବାଷିତ ମଧ୍ୟ ହୋଇଥାଏ । ସୁଗନ୍ଧ ପାଇଁ ଏହି ଖାଦ୍ୟଗୁଡ଼ିକରେ ଲେମ୍ବୁ, କମଳା ଆଦି ଖଟା ଫଳ ତ‌ଥା ପୋଦିନା, ଧଣିଆ, ତୁଳସୀ ଏତ୍ୟାଦି ପତ୍ର ବ୍ୟବ‌ହାର କରାଯାଇଥାଏ । ପୂର୍ବ ଏସୀୟ ରାନ୍ଧଣାରେ ବ୍ୟବ‌ହାର କରାଯାଥିବା ପ୍ରାୟ ସବୁ ଉପକରଣ ଏଠାକାର ରାନ୍ଧଣାରେ ମଧ୍ୟ ବ୍ୟବ‌ହାର କରାଯାଇଥାଏ । କେବଳ ଏଠାରେ ସୋୟା ସସ୍ ବଦଳରେ ମାଛରୁ ତିଆରି ସ‌ସ୍ ବ୍ୟବ‌ହାର କରାଯାଇଥାଏ । ଆହୁରି ମଧ୍ୟ ଏଠାକାର ଖାଦ୍ୟରେ ଆମ୍ବ କଷିଆ ଅଦା, ତେନ୍ତୁଳି ଇତ୍ୟାଦି ବ୍ୟବ‌ହାର କରାଯାଇଥାଏ । ଭଜା ଖାଦ୍ୟ, ଫୁଟା ଖାଦ୍ୟ ଓ ସିଝା ଖାଦ୍ୟ ଆଦି ଏଠାକାର ଖାଦ୍ୟର ଅନ୍ତର୍ଗତ ।

ଦକ୍ଷିଣ ଏସୀୟ ଖାଦ୍ୟ[ସମ୍ପାଦନା]

ଦକ୍ଷିଣ ଏସିଆର ଅବସ୍ଥିତି ।

ଦକ୍ଷିଣ ଏସୀୟ ଖାଦ୍ୟ ଦେଶୀ ଖାଦ୍ୟ ଭାବରେ ମଧ୍ୟ ଜଣାଶୁଣା । ଭାରତୀୟ ଉପମହାଦେଶରେ ଖିଆଯାଇଥିବା ଖାଦ୍ୟ ହେଉଛି ଏହି ଅଞ୍ଚଳର ରାନ୍ଧଣାର ମୁଖ୍ୟ ଭାଗ ।

ମଧ୍ୟ ଏସୀୟ ଖାଦ୍ୟ[ସମ୍ପାଦନା]

ମଧ୍ୟ ଏସିଆର ଅବସ୍ଥିତି ।

ଏହି ଅଞ୍ଚଳର ରାନ୍ଧଣା ପୂର୍ବ ଓ ପଶ୍ଚିମ ଏସିଆର ରାନ୍ଧଣା ସ‌ହ କେତେକାଂଶରେ ସମାନ ।

ପଶ୍ଚିମ (ମଧ୍ୟ-ପୂର୍ବ) ଏସୀୟ ଖାଦ୍ୟ[ସମ୍ପାଦନା]

ପଶ୍ଚିମ ଏସିଆର ଅବସ୍ଥିତି ।

ପଶ୍ଚିମ ଏସୀୟ ରାନ୍ଧଣା କେବଳ ଇଜିପ୍ଟକୁ ଛାଡ଼ିଦେଲେ ଅନ୍ୟାନ୍ୟ ମଧ୍ୟ-ପୂର୍ବ ଏସୀୟ ଦେଶମାନ‌ଙ୍କରେ ପ୍ରଚଳିତ ରାନ୍ଧଣା ସ‌ହ ପ୍ରାୟ ସମାନ ।

ଉତ୍ତର ଏସୀୟ ଖାଦ୍ୟ[ସମ୍ପାଦନା]

ଉତ୍ତର ଏସିଆର ଅବସ୍ଥିତି ।

ଏଠାକାର ରାନ୍ଧଣା ରଷିଆନ୍ ଖାଦ୍ୟ ସ‌ହ ପ୍ରାୟ ସମାନ ।

ଆହୁରି ପଢ଼ନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Cuisine." Thefreedictionary.com. Accessed June 2011.
  2. "The flavors of Asia". Quaker Oats Company. Archived from the original on June 4, 2007. Retrieved 2008-12-19.
  3. "Cuisine Areas Of Asia". Kraft Foods (Australia). 2007. Archived from the original on 2011-02-25. Retrieved 2008-12-20.