ଉଇକିପିଡ଼ିଆ:ମେଳଣ/ଅନଲାଇନ/୨୦୨୩/ଅଗଷ୍ଟ

ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ୱାରା ଅଗଷ୍ଟ ୨୭ ତାରିଖ ଦିନ ସନ୍ଧ୍ୟା ୮ଟାରୁ ୯ଟା ୩୦ ଯାଏଁ ମାସିକିଆ ଅନ୍‌ଲାଇନ୍ ମେଳଣର ଆୟୋଜନ କରାଯାଇଥିଲା । ଏହାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

ଅଂଶଗ୍ରହଣ କରିଥିବା ଉଇକିଆଳି[ସମ୍ପାଦନା]

  • ସଂଗ୍ରାମ କେଶରୀ ସେନାପତି
  • ଜ୍ଞାନରଞ୍ଜନ ସାହୁ
  • ଚିନ୍ମୟୀ ମିଶ୍ର
  • ସୌମେନ୍ଦ୍ର କୁମାର ସାହୁ
  • ଶୈଳେଶ ପଟ୍ଟନାୟକ
  • ଅଲିଭା ସାହୁ

ଆଲୋଚନା ବିଷୟ[ସମ୍ପାଦନା]

  • ଉଇକିମାନିଆରେ ଯୋଗ ଦେଇଥିବା ଉଇକିଆଳିଙ୍କ ଅଭିଜ୍ଞତା
  • ସ୍ୱାଧୀନତା ଦିବସ ଗଣ-ସମ୍ପାଦନା ୨୦୨୩ ଉପରେ ଆଲୋଚନା
  • ଆଗାମୀ ମାସ ପାଇଁ କାର୍ଯ୍ୟକ୍ରମ
  • ଉଇକିମିଡ଼ିଆ ସମିଟ୍ ପାଇଁ ଆଲୋଚନା
  • ଉଇକିପିଡ଼ିଆ ଶିକ୍ଷଣ ଭିଡ଼ିଓ ଯୋଜନା
  • ଉଇକିପିଡ଼ିଆ ସୋସିଆଲ ହାଣ୍ଡେଲ ସବୁ ରିଭାଇଭ (ଆକ୍ସେସ ଆଣିବା)

ପୂର୍ବମାସର ବଳକା କାମ[ସମ୍ପାଦନା]

  • ଆମେ ଡବ୍ଲୁସିଆଇରେ କ'ଣ କରିଥିଲୁ (ଶିକ୍ଷଣ ଓ ପଦ୍ଧତି) ବିଷୟରେ ଏକ ପୃଷ୍ଠ କରି ଲେଖିବା: ସୌମେନ୍ଦ୍ର ଓ ଜ୍ଞାନ
  • ଅଗଷ୍ଟ ଶେଷବେଳକୁ ୨ୟ ପର୍ଯ୍ୟାୟ ମତାମତ ପାଇଁ ମୁଭମେଣ୍ଟ ଷ୍ଟ୍ରାଟେଜି ଦଳକୁ ଇମେଲ୍ କରିବା: ଚିନ୍ମୟୀ
  • ଗୁଗୁଲ ଡକ୍‌ରେ ବାର୍ଷିକ ଯୋଜନା ଲେଖିବା: ଗପୁ ଲିଙ୍କ୍

ଆଲୋଚିତ ପ୍ରସଙ୍ଗ[ସମ୍ପାଦନା]

ପୂର୍ବ ମାସର ବଳକା କାମ ଉପରେ ପ୍ରଥମେ ଆଲୋଚନା ହୋଇଥିଲା ଏବଂ ସମସ୍ତ କାମର ବିବରଣୀ ପ୍ରଦାନ କରାଯିବା ପରେ ଏହି ମାସ ପାଇଁ ପୂର୍ବ ନିର୍ଦ୍ଧାରିତ ବିଷୟଗୁଡ଼ିକ ଆଲୋଚନା ହୋଇଥିଲା ।

ଉଇକିମାନିଆରେ ଯୋଗ ଦେଇଥିବା ଉଇକିଆଳିଙ୍କ ଅଭିଜ୍ଞତା[ସମ୍ପାଦନା]

୧୬ରୁ ୧୯ ଅଗଷ୍ଟ ଯାଏଁ ସିଙ୍ଗାପୁରରେ ଆୟୋଜିତ ହୋଇଥିବା ଉଇକିମାନିଆ ୨୦୨୩ରେ ଜ୍ଞାନ ରଞ୍ଜନ ସାହୁ ଓ ଚିନ୍ମୟୀ ମିଶ୍ର ଯୋଗ ଦେଇଥିଲେ । ସେମାନେ ତାଙ୍କର ସଂକ୍ଷିପ୍ତ ଅଭିଜ୍ଞତା ବିଷୟରେ ବଖାଣିଥିଲେ ।
ଜ୍ଞାନଙ୍କ ମତାମତ:
- ଗୁଜୁରାଟି (କସ୍‌ମେଟିକେ ବଦଳ), ତାମିଲ (ସିଏସ୍ଏସ୍) ଓ ବଙ୍ଗାଳୀ (ଟୁଲ୍: *ସୋସିଆଲ୍ ଉଇକିଡାଟା*) ସମୁଦାୟର କିଛି ଟେକ୍‌ନିକାଲ୍ କାମ କରିଛି ।
- ଗ୍ଲୋବାଲ୍ କମ୍ୟୁନିଟିର "ଉଇସ୍ ଲିଷ୍ଟ" ଏବେ ଆଞ୍ଚଳିକ କମ୍ୟୁନିଟିକୁ ଆସିଯାକୁ ଯାଉଛି; ଏଥିରେ ଯୋଗ ଦେଇଛି ।
- ମୁଁ ତିଆରି କରିଥିବା Twitter2Commons ଟୁଲ୍ ବିଷୟରେ ହ୍ୟାକ୍-ଏ-ଥନ୍‌ରେ ପ୍ରଦର୍ଶନ କରିଥିଲି ।
- ନୂଆ ପ୍ରକଳ୍ପ ଉଇକି ଲଭ୍‌ସ୍ ଫୋକ୍‌ଲର୍ ବିଷୟରେ ଜାଣିଲି ।
- ଲିଙ୍ଗୁଆ ଲିବ୍ରେ କ୍ରିଏଟର୍‌ଙ୍କ ସହିତ ଆଲୋଚନା କଲି ଏବଂ ଆମ କମ୍ୟୁନିଟିର କାମ ବିଷୟରେ ମଧ୍ୟ ଜଣେଇଲି ।
- ଇଉଜର୍ ରିଟେନ୍‌ସନ୍
- ଆଇପି ଆଡ୍ରେସ୍ ଦ୍ୱାରା କରାଯାଉଥିବା ସମ୍ପାଦନା ସମୟରେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବା ।
- ଉଇକି ଫଙ୍କସନ୍
- ମେସିନ୍ ଟ୍ରେନ୍ସଲେସନ୍ ଉପରେ ସନ୍ତୋଷଙ୍କର ଉପସ୍ଥାପନା ବିଷୟରେ ଜାଣିଲି ।
- ଏସିଆ ଓ ଇଣ୍ଡିକ୍ ମିଟ୍ଅପ୍‌ରେ ଯୋଗ ଦେଇଥିଲି ।
ଚିନ୍ମୟୀଙ୍କ ମତାମତ:
- ୩ଟି ପ୍ରକଳ୍ପର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲି ।
- ମାଇକ୍ ଡିକେନ୍‌ସନ୍‌ଙ୍କ ଦ୍ୱାରା ପ୍ରଦର୍ଶିତ 'କମନ୍ସ ଇମେଜ୍ ରିଫାଇନିଂ' ଓ ଷ୍ଟ୍ରକ୍ଚର ଡାଟା ଟୁଲ୍ ଉପରେ ଆଲୋଚନାରେ ଯୋଗ ଦେଲି ଏବଂ ଏହାକୁ ଓଡ଼ିଆ ଉଇକିପିଡ଼ିଆରେ ସଚଳ କରିବା ପାଇଁ ତାଙ୍କ ସହ ଯୋଗାଯୋଗ କରିବାକୁ କହିକି ଆସିଛି ।
- ଜେନ୍ଏଆଇ: ଉଇକିପିଡ଼ିଆରେ ସ୍କ୍ରିପ୍ଟିଂ ଲାଙ୍ଗୁଏଜ୍ ଲେଖିବା ଉପର ଜାଣିଲି ।
- ବିଶ୍ଳେଷଣ:
- ଅକ୍ଷର ସଂଖ୍ୟା
- ପ୍ରସଙ୍ଗର ପୃଷ୍ଠଭୂମି
- କଥାଚିତ୍ର ହେଲେ, କେଉଁ ପ୍ରକାରର କଥାଚିତ୍ର
- ପ୍ରସଙ୍ଗ ପ୍ରକାର ଅନୁସାରେ ଗଣନା
- ଓଡ଼ିଆ ଭାଷାରେ ମଧ୍ୟ ଏହା କାମ କରୁଛି ।
- ଦକ୍ଷିଣ-ଏସିଆ ସଂଘଗୁଡ଼ିକରେ ନେତୃତ୍ୱର ବିକାଶ ଦିଗରେ କାମ କରିବା ପାଇଁ କର୍ମଶାଳାରେ ଯୋଗଦେଇଥିଲି ।
- 101 ways contributing to Wikimedia projects ଉପରେ କାର୍ଯ୍ୟକ୍ରମରେ ଯୋଗ ଦେଲି ।
- ଏହା ଆଉଟ୍‌ରିପ୍ ପ୍ରୋଗ୍ରାମ ପାଇଁ ଲାଭଦାୟକ ।
- ଉଇକି ଓମେନ୍ କ୍ୟାମ୍ପ୍ ଓ ଲିଙ୍ଗ ସମ୍ବନ୍ଧୀୟ ଅନୁସନ୍ଧାନ ଉପରେ ଆଲୋଚନା
- ଲୈଲା ସିଆ-> WMF ଟେକ୍ ରିସର୍ଚ୍ଚରେ ଯୋଗ ଦେଇଥିଲି ।
- ଗଣ-ସମ୍ପାଦନା ପାଇଁ ଡ୍ୟାସ୍‌ବୋର୍ଡ଼ ମନିଟରର ବ୍ୟବହାର ଓ ଡାଟା ଆନାଲିସିସ୍ ପାଇଁ ଉପଯୋଗ ଉପରେ ଜାଣିଲି ।

ସ୍ୱାଧୀନତା ଦିବସ ଗଣ-ସମ୍ପାଦନା ୨୦୨୩ ଉପରେ ଆଲୋଚନା[ସମ୍ପାଦନା]

ସ୍ୱାଧୀନତା ଦିବସ ପାଇଁ ଅଗଷ୍ଟ ୧୪ରୁ ୧୬ ଯାଏଁ ଆୟୋଜିତ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୨୩ ଉପରେ ବିବରଣୀ ପାଠ କରାଗଲା ଏବଂ ଗଣ-ସମ୍ପାଦନା ପରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରାଗଲା ।

- ଗଣ-ସମ୍ପାଦନା ପରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ଇ-ପୋଷ୍ଟକାର୍ଡ଼ ପଠାଯାଇଛି ।
- ଗଣ-ସମ୍ପାଦନା ଉପରେ ଏକ ଡିଫ୍ ବ୍ଲଗ୍ ଲେଖା ହୋଇକି ରିଭ୍ୟୁ ପାଇଁ ସମିଟ୍ ହୋଇଛି, ଶିଘ୍ର ପ୍ରକାଶିତ ହୋଇଯିବ ବୋଲି ଆଶା ।

ଆଗାମୀ ମାସ ପାଇଁ କାର୍ଯ୍ୟକ୍ରମ[ସମ୍ପାଦନା]

ଆଗାମୀ ମାସ ପାଇଁ ନୁହେଁ, ବରଂ ହାଇଦ୍ରାବାଦରେ ଉଇକି କନ୍‌ଫରେନ୍ସରେ ଆଲୋଚନା ହୋଇଥିବା "୨୦୨୫ ମସିହା ଯାଏଁ ୨୫,୦୦୦ ପ୍ରସଙ୍ଗ" ଉପରେ ଆଲୋଚନା ହେଲା । ସର୍ବସମ୍ମତ କ୍ରମେ ଏହାକୁ ଏକ ପ୍ରକଳ୍ପ ଭାବରେ ଆରମ୍ଭ କରିବାକୁ ସ୍ଥିର କରାଗଲା । ଏହି ପ୍ରକଳ୍ପ ଅଧିନରେ ନିୟମିତ ଗଣ-ସମ୍ପାଦନା, ନୂଆ ଉଇକିଆଳିଙ୍କୁ ଯୋଡ଼ିବା ପାଇଁ କର୍ମଶାଳା, ଇଉଜର୍ ଗ୍ରୁପ୍ ମଧ୍ୟରେ ସମନ୍ୱୟ ରକ୍ଷା ଆଦି ଦିଗରେ କାମ କରାଯିବ ଏବଂ ଜୁନ ୨୦୨୫ ସୁଦ୍ଧା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅପ୍ରାଣ ଉଦ୍ୟମ କରାଯିବ ।

ଏହି ପ୍ରକଳ୍ପ ଉପରେ ଦିଆଯାଇଥିବା ମତାମତ
ଜ୍ଞାନ ରଞ୍ଜନ
- ନୂଆ ଓ ସକ୍ରିୟ ଉଇକିଆଳିଙ୍କ ବିନା ଏହା ଆଦୌ ସମ୍ଭବ ନୁହେଁ ।
ଶୈଳେଶ
- କ'ଣ ସବୁ ଜିନିଷ ଦରକାର ତାହା ତାଲିକାଭୁକ୍ତ କରିବା ଦରକାର ।
- କର୍ମଶାଳାର ଆୟୋଜନ ।
- ନୂଆ ଉଇକିଆଳିଙ୍କୁ ପାଇବା ପାଇଁ ଇ-ମେଲ୍ ଆଦି କରିବାକୁ ପଡ଼ିବ ।
- ଏହିସବୁ କାମ ସମ୍ଭାଳିବା ପାଇଁ ଆବଶ୍ୟକ ପଡ଼ିଲେ ଜଣକୁ ନିଯୁକ୍ତ କରିବାକୁ ପଡ଼ିବ ।
ସରକାରଙ୍କ ସହିତ ମିଳିତ ଉଦ୍ୟମ
- ପାଠାଗାର ଓ ସଂଗ୍ରାହଳୟ ସହିତ ସଂଯୋଗୀକରଣ କରିପାରିବା ଏବଂ ଆବଶ୍ୟକ ପଡ଼ିଲେ ସରକାରୀ ସ୍ତରର ଅନୁଦାନ ମଧ୍ୟ ପ୍ରାପ୍ତ ହୋଇପାରିବ ।
- କ'ଣ କ'ଣ ଆବଶ୍ୟକ, ତା' ଉପରେ ଏକ ଦସ୍ତାବିଜ କରିବାକୁ ପଡ଼ିବ ।
- ସରକାରଙ୍କ ସହିତ ମିଶି ଆଦର୍ଶ ବିଦ୍ୟାଳୟ ତଥା ଅନ୍ୟାନ୍ୟ ସରକାରୀ ସ୍କୁଲରେ ଉଇକିପିଡ଼ିଆକୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରିପାରିବା ।
- ଉଇକିପିଡ଼ିଆ ପିଲାମାନଙ୍କ କ୍ଷେତ୍ରରେ ଓଡ଼ିଆର ଲିଖିନ ଓ ପଠନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ।
ଗପୁ
- ସବୁ ଜିନିଷକୁ ନେଇକି ଆମେ "୨୦୨୫ ସୁଦ୍ଧା ୨୫,୦୦୦ ପ୍ରସଙ୍ଗ" ନାମକ ପ୍ରକଳ୍ପ ଆରମ୍ଭ କରିପାରିବା ଓ ସବୁକିଛି ଏହା ଅଧିନରେ କରିଲେ ଭଲ ହେବ ।
ଅଲିଭା
- ଏତେ ବଡ଼ ଲକ୍ଷ୍ୟ, ୨୫ ହଜାର କାହିଁକି? ୨୦ ହଜାର କାହିଁକି ନୁହେଁ?
- ଲକ୍ଷ୍ୟ କମ୍ ରହିଲେ, ଏହାକୁ ହାସଲ କରିବା ସୁବିଧା ହେବ ।
- ଉଭୟ ଜ୍ଞାନ ଓ ଶୈଳଶଙ୍କ ମତ: ଆଶା ଉଚ୍ଚ ହେଲେ, ପରିଶ୍ରମ ଅଧିକ ହେବ ।
ପରମ ବୀର ଚକ୍ର ସମ୍ମାନିତ ସୈନିକମାନଙ୍କ ଉପରେ ଗଣ-ସମ୍ପାଦନା
ସୌମେନ୍ଦ୍ର ସାହୁଙ୍କ ପ୍ରସ୍ତାବ କ୍ରମେ ସେପ୍ଟେମ୍ବର ମାସରେ ପରମ ବୀର ଚକ୍ର ସମ୍ମାନିତ ସୈନିକମାନଙ୍କ ଉପରେ ଏକ ଗଣ-ସମ୍ପାଦନା ଆୟୋଜନ କରାଯିବ । ଏହାର କୌଣସି ନିର୍ଦ୍ଧିଷ୍ଟ ସମୟ ଧ୍ୟାର୍ଯ୍ୟ ହୋଇନାହିଁ, ଯାହାକି ପରବର୍ତ୍ତୀ ସମୟରେ ଆଲୋଚନା ସଭା ମାଧ୍ୟମରେ ଆଲୋଚନା କରାଯାଇ ନିର୍ଦ୍ଧାରଣ କରାଯିବ ।

ଉଇକିମିଡ଼ିଆ ସମିଟ୍ ପାଇଁ ଆଲୋଚନା[ସମ୍ପାଦନା]

୨୦୨୪ ମସିହାରେ ହେବାକୁ ଥିବା ଉଇକିମିଡ଼ିଆ ସମିଟ୍ ପାଇଁ ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍‌ରୁ ଦୁଇଜଣଙ୍କ ନାମ, ସଂଗ୍ରାମ ଓ ଚିନ୍ମୟୀଙ୍କ ନାମ ଅନୁମୋଦନ କରାଯାଇଛି । ସେମାନେ ପ୍ରାରମ୍ଭିକ ଫର୍ମ ପୂରଣ କରିସାରିଛନ୍ତି । ଆଗାମୀ ଦିନରେ ହେବାକୁ ଥିବା ଅନ୍‌ଲାଇନ୍ କଲ୍‌ରେ ଯୋଗ ଦେବେ ଏବଂ ଆଗାମୀ ଦିନରେ ଏହା ଉପରେ ଚାଲିଥିବା ଆଲୋଚନା ସମ୍ବନ୍ଧରେ ଜଣେଇବେ ।

ମତାମତ: ଉଇକିମିଡ଼ିଆ ସମିଟ୍ ହେଉ ବା କୌଣସି କାର୍ଯ୍ୟକ୍ରମ, ସବୁବେଳେ ଚେଷ୍ଟା କରିବେ ଓଡ଼ିଆ ଉଇକିମିଡ଼ିଆ କମ୍ୟୁନିଟି ଓ ଆମ ଇଉଜର୍ ଗ୍ରୁପ୍‌କୁ ହିଁ ଅଧିକ ଧ୍ୟାନ ଦେବେ ।

ଉଇକିପିଡ଼ିଆ ଶିକ୍ଷଣ ଭିଡ଼ିଓ ଯୋଜନା[ସମ୍ପାଦନା]

ଜ୍ଞାନ ରଞ୍ଜନଙ୍କ ପ୍ରସ୍ତାବ ଅନୁସାରେ ଉଇକିପିଡ଼ିଆର ଶିକ୍ଷଣ ଉପରେ ଛୋଟ ଛୋଟ ଭିଡିଓ କରି ୟୁ-ଟ୍ୟୁବ୍ ସର୍ଟସ୍ ଓ ଇନ୍‌ଷ୍ଟାଗ୍ରାମ୍ ତଥା ଫେସବୁକ୍ ରିଲ୍ ଜରିଆରେ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବା ଓ ସହଜରେ ନୂଆ ବ୍ୟବହାରକାରୀ ଶିଖେଇ ପାରିବା । ଏହ ଉପରେ ଏକ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି ।

ଉଇକିପିଡ଼ିଆ ସୋସିଆଲ ହାଣ୍ଡେଲ ସବୁ ପୁନଃସଚଳ[ସମ୍ପାଦନା]

ପୁଣିଥରେ ଓଡ଼ିଆ ଉଇକିପିଡ଼ିଆର ସବୁଯାକ ସୋସିଆଲ୍ ମିଡ଼ିଆକୁ ପୁଣିଥରେ ସଚଳ କରିବାକୁ ପଡ଼ିବ । ଅତିକମରେ ଦୁଇଜଣଙ୍କ ପାଖରେ ସୋସିଆଲ୍ ମିଡ଼ିଆର ଆକ୍ସେସ୍ ରହିବା ଦରକାର ଓ ନିୟମିତ ଭାବରେ ଏହା ଉପରେ କାମ କରିବାକୁ ହେବ ।

ଅନ୍ୟାନ୍ୟ ଆଲୋଚନା[ସମ୍ପାଦନା]

ପୂର୍ବ ନିର୍ଦ୍ଧାରିତ ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା ହେବା ପରେ ଆଉ ଦୁଇଟି ପ୍ରସଙ୍ଗ ଉପରେ ଅଳ୍ପ ଆଲୋଚନା କରାଯାଇଥିଲା ।

ନୂଆ ଲୋକଙ୍କୁ ଏହି ମାସିକିଆ କଲ୍‌କୁ ଆମନ୍ତ୍ରଣ
- ଯଦି ଉଇକିପିଡ଼ିଆ ସହିତ ଜଡ଼ିତ ଥିବେ, ତେବେ ଯୋଗ ଦେଇପାରିବେ ।
- ନୂଆ କିମ୍ବା ଇଚ୍ଛୁକ ବ୍ୟବହାରକାରୀମାନଙ୍କ ପାଇଁ ଅନ୍‌ଲାଇନ୍‌ରେ କର୍ମଶାଳା ଆୟୋଜନ କରିପାରିବା ।
ଉଇକିଆଳିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା
- ଉଇକିଆଳିଙ୍କ ମଧ୍ୟରେ ଭରସା ରକ୍ଷା କରିବା ।
- Code of Conductକୁ ପାଳନ ଓ ଉପଜୁଥିବା ସମସ୍ୟାର ସମାଧାନ ଦିଗରେ ଚେଷ୍ଟା ।

ପ୍ରମୁଖ କାର୍ଯ୍ୟ[ସମ୍ପାଦନା]

  • ମାଇକ୍ ଡିକେନ୍‌ସନ୍‌ଙ୍କ ଦ୍ୱାରା 'ଷ୍ଟ୍ରକ୍ଚର ଡାଟା ଟୁଲ୍' ଓଡ଼ିଆ ଉଇକିପିଡ଼ିଆରେ ସଚଳ କରେଇବା: ଚିନ୍ମୟୀ
  • ଜେନ୍ଏଆଇ ଟୁଲ୍ ଲିଙ୍କ୍ ଲିଷ୍ଟ: ଚିନ୍ମୟୀ
  • ସେପ୍ଟମ୍ବର ୧ମ ସପ୍ତାହରେ ପ୍ରକାଶିତ ହେବାକୁ ଥିବା ମୁଭ୍‌ମେଣ୍ଟ ଚାର୍ଟର୍‌ର ୪ଟି ବିଷୟର ଅନୁବାଦ (ପାଖାପାଖି ୧୫୦ ପୃଷ୍ଠା ହେବ): ଚିନ୍ମୟୀ ଓ ଅନ୍ୟମାନେ
  • କମନ୍ସରେ ଉଇକି କନ୍‌ଫରେନ୍ସ ଇଣ୍ଡିଆରେ ଯୋଗ ଦେଇଥିବା ଓଡ଼ିଆମାନଙ୍କ ଶ୍ରେଣୀରେ ସବୁ ଫଟୋ ଅପଲୋଡ଼ କରାଯିବ: ଜ୍ଞାନ ଲିଙ୍କ  Done
  • 101 ways to contribute to Wikimedia ଉପରେ ଉଇକିମାନିଆରେ ଦିଆଯାଇଥିବା ସେସନ୍‌ର ଲିଙ୍କ୍: ଚିନ୍ମୟୀ
  • ଉଇକି ଫଙ୍କସନ୍ ଲିଙ୍କ୍: ଜ୍ଞାନ (ଲିଙ୍କ)  Done
  • ସରକାରୀଙ୍କ ସହିତ ମିଳିତ ଉଦ୍ୟମ ପାଇଁ କଲ୍ ଓ ଅନ୍‌ଲାଇନ୍ ମିଟିଂ ଆଦିର ଆୟୋଜନ: ଶୈଳେଶ ଓ ଅନ୍ୟମାନେ
  • ଡିଟୋର୍ ଓଡ଼ିଶା ସହିତ କଥାବାର୍ତ୍ତା: ଶୈଳେଶ
  • ସୋସିଆଲ୍ ମିଡ଼ିଆକୁ ସଚଳ (ଆଲୋଚନା)
  • ଜି*ମେଲ୍: ଚିନ୍ମୟୀ
  • ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ: ଜ୍ଞାନ କାମ ଚାଲିଛି...
  • ଟୁଇଟର: ଗପୁ (ପ୍ରଥମ ପାସ୍‌ୱାର୍ଡ଼ ରିକୋଭରି ଉପରେ ଧ୍ୟାନ)