ଆଲୋକ

ଉଇକିପିଡ଼ିଆ ରୁ

ଆଲୋକ ଏକ ପ୍ରକାରର ଶକ୍ତି ଅଟେ ୤ ଏହା ଆମ ଆଖି ବାରି ପାରୁଥିବା ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗ ଅଟେ ୤ ପଦାର୍ଥ ବିଜ୍ଞାନରେ ଅନେକ ସମୟରେ ଏହା ଉଭୟ ଦୃଶ୍ୟ ଓ ଅଦୃଶ୍ୟ ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗକୁ ବୁଝାଇଥାଏ ୤ ଆଲୋକ କ୍ଷୁଦ୍ର ଗୁଚ୍ଛ ଆକାରରେ ବିଦ୍ୟମାନ ଥାଏ ୤ ଏହା ଉଭୟ ତରଙ୍ଗ ଓ ପଦାର୍ଥର ଗୁଣ ପ୍ରଦର୍ଶନ କରିଥାଏ ୤ ଆଲୋକବିଜ୍ଞାନ ଅଧୁନା ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ ଗବେଷଣା ଅଟେ ୤

ତୀବ୍ରତା, ବାରମ୍ବାରତା, ତରଙ୍ଗଦୈର୍ଘ୍ୟ ଇତ୍ୟାଦି ଆଲୋକର ମୁଖ୍ୟ ଗୁଣ ଅଟନ୍ତି ୤

[ଏହାକୁ ବଦଳାନ୍ତୁ] ଆଲୋକ ବିଷୟରେ

ଶୂନ୍ୟରେ, ଯଦି କୌଣସି କଣିକା ବାଧା ନ ଦିଅନ୍ତି, ଆଲୋକ ୨୯୯,୭୯୨,୪୫୮ ମିଟର୍, ବା ହାରାହାରି ୧୮୬,୨୮୨ ମାଇଲ୍ ପ୍ରତି ସେକେଣ୍ଡରେ ଗତି କରେ ୤ ଅତଏବ ଆଲୋକ ସୂର୍ଯ୍ୟ ନିକଟରୁ ପୃଥିବୀକୁ ଆସିବାକୁ ୮ ମିନିଟ୍ ସମୟ ନିଏ ୤ କାଚରେ ଗତି ଦୁଇ ତୃତୀୟାଂଶ ହୋଇଯାଏ ୤

ଆଲୋକ ସରଳରେଖାରେ ଗତି କରେ, ବାଧାପ୍ରାପ୍ତ ହେଲେ ଛାୟା ସୃଷ୍ଟି କରେ ୤ କଠିନ ବସ୍ତୁ ଗାଢ‍ ଛାୟା ତିଆରି କରେ ଏବଂ ସ୍ୱଚ୍ଛ ବସ୍ତୁ କ୍ଷୀଣ କିମ୍ବା ଆଦୌ ଛାୟା ସୃଷ୍ଟି କରି ନଥାଏ ୤ ସ୍ୱଚ୍ଛ ବସ୍ତୁ ମଧ୍ୟ ଦେଇ ଆଲୋକ ଅକ୍ଳେଶରେ ଗତି କରିଥାଏ ୤ ଆମେ ଯେତେବେଳେ କୌଣସି ବସ୍ତୁକୁ ଦେଖିଥାଉ, ଆମେ ସେ ବସ୍ତୁ ତ୍ୟାଗ କରୁଥିବା କିମ୍ବା ପ୍ରତିଫଳିତ କରୁଥିବା ଆଲୋକକୁ ଦେଖିଥାଉ ୤ ଦୃଷ୍ଟାନ୍ତ ସ୍ୱରୂପ, ବତୀ ଆଲୋକ ପ୍ରଦାନ କରେ ଓ କୋଠରୀର ଅନ୍ୟ ସମସ୍ତ ବସ୍ତୁ ଏହି ଆଲୋକ ପ୍ରତିଫଳନ କରେ ୤

ଆଲୋକର ପ୍ରତ୍ୟେକ ରଙ୍ଗର ପୃଥକ ତରଙ୍ଗଦୈର୍ଘ୍ୟ ଥାଏ ୤ ତରଙ୍ଗଦୈର୍ଘ୍ୟ ଯେତେ କମ୍ ହୁଏ, ଆଲୋକର ଶକ୍ତି ସେତେ ଅଧିକ ହୁଏ ୤ ଆଲୋକର ଗତି ଓ ଶକ୍ତି ମଧ୍ୟରେ କୌଣସି ସମ୍ପର୍କ ନାହିଁ ୤ ଅର୍ଦ୍ଧସ୍ୱଚ୍ଛ ବସ୍ତୁ ମଧ୍ୟ ଦେଇ ଗଲାବେଳେ ଗତି ସାମାନ୍ୟ କମି ଯାଇଥାଏ ୤

ଶ୍ୱେତବର୍ଣ ଆଲୋକ ବିଭିନ୍ନ ରଙ୍ଗର ଆଲୋକକୁ ନେଇ ଗଠିତ ଅଟେ ୤ ପ୍ରିଜିମ୍ ମଧ୍ୟ ଦେଇ ଶ୍ୱେତବର୍ଣ ଆଲୋକ ଗତି କରାଇଲେ ଏହା ବିଭିନ୍ନ ରଙ୍ଗରେ ପରିବର୍ତ୍ତିତ ହୋଇ ଏକ ବର୍ଣାଳୀ ସୃଷ୍ଟି କରେ୤ ଏହି ବର୍ଣାଳୀରେ ଆମେ ଦେଖି ପାରୁଥିବା ସମସ୍ତ ତରଙ୍ଗଦୈର୍ଘ୍ୟର ଆଲୋକ ଥାଏ ୤ ଲୋହିତର ସର୍ବାଧିକ ଓ ବାଇଗଣିର ସର୍ବନିମ୍ନ ତରଙ୍ଗଦୈର୍ଘ୍ୟ ଥାଏ ୤

ବାଇଗଣି ଠାରୁ କମ୍ ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଆଲୋକକୁ ଅତିବାଇଗଣି କୁହାଯାଏ ୤ ଏକ୍ସ୍-ରଶ୍ମି ଓ ଗାମା ରଶ୍ମିର ଅତିବାଇଗଣି ଠାରୁ ମଧ୍ୟ କମ୍ ତରଙ୍ଗଦୈର୍ଘ୍ୟ ଥାଏ ୤ ଲୋହିତ ଠାରୁ ଅଧିକ ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଆଲୋକକୁ ଅବଲୋହିତ କୁହାଯାଏ ୤ ରେଡିଓ ତରଙ୍ଗ ମାନଙ୍କର ତରଙ୍ଗଦୈର୍ଘ୍ୟ ଅବଲୋହିତ ଠାରୁ ମଧ୍ୟ ଅଧିକ ଥାଏ ୤ ମାଇକ୍ରୋୱେଭ୍ ଓଭେନ୍‌ରେ ଖାଦ୍ୟ ଗରମ କରିବା ପାଇଁ ବ୍ୟବହୃତ ତରଙ୍ଗ ମଧ୍ୟ ଏକ ପ୍ରକାରର ବିଦ୍ୟତ୍-ଚୁମ୍ବକୀୟ ତରଙ୍ଗ ୤ ଆମ ଆଖି ଏପରି ଶକ୍ତିକୁ ଦେଖିପାରେ ନାହିଁ, କିନ୍ତୁ କିଛି କ୍ୟାମେରା ଏହାକୁ ଦେଖିପାରେ ୤ ବିଦ୍ୟୁତ୍-ଚୁମ୍ବକୀୟ ବର୍ଣାଳୀରେ ଉଭୟ ଦୃଶ୍ୟମାନ ଓ ଅଦୃଶ୍ୟ ଆଲୋକ ଥାଏ ୤

ବର୍ଷାଜଳରେ ପ୍ରତିସରିତ ହୋଇ ଆଲୋକ ଇନ୍ଦ୍ରଧନୁ ସୃଷ୍ଟି କରେ ୤ ବର୍ଷାଜଳ ପ୍ରିଜିମ୍ ପରି କାମ କରେ ଓ ଶ୍ୱେତବର୍ଣର ଆଲୋକକୁ ପ୍ରତିସରିତ କରି ବର୍ଣାଳୀର ରଙ୍ଗସମୂହ ପ୍ରଦର୍ଶିତ କରେ ୤

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ଅନ୍ୟ ୱେବ୍‌ସାଇଟ୍

ଟେମ୍ପଲେଟ:Wikiquote-en

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା