ଶକ୍ତି

ଉଇକିପିଡ଼ିଆ‌ରୁ

ଶକ୍ତି ଶବ୍ଦର ଅର୍ଥ ବିସ୍ତୃତ ।

ବିଜୁଳି, ଏକ ପ୍ରକାରର ଶକ୍ତି
  • ସାଧାରଣତଃ ଶକ୍ତି ହେଉଛି ମାନବ, ପ୍ରାଣୀ ବା କୌଣସି ଭୌତିକ ବସ୍ତୁର କାର୍ଯ୍ୟ କରିବାର ଅଥବା ପରିବର୍ତ୍ତନ କରିବାର କ୍ଷମତା ।
    • ଏହା କୌଣସି ବ୍ୟକ୍ତିର କରିବାର ବା କହିବାର କ୍ଷମତାକୁ ବୁଝାଇପାରେ ।
    • ବିଜ୍ଞାନରେ ଏହା କୌଣସି ଭୌତିକ ପ୍ରଣାଳୀର ପରିବର୍ତ୍ତନ କରିବାର କ୍ଷମତାକୁ ବୁଝାଇଥାଏ ।
    • ଅର୍ଥନୀତିରେ ବଜାରର ଏକ ଅଂଶକୁ ଶକ୍ତି କୁହାଯାଇପାରେ ।

ବିଜ୍ଞାନରେ ଶକ୍ତି[ସମ୍ପାଦନା]

କାର୍ଯ୍ୟ କରିବାର କ୍ଷମତାକୁ ଶକ୍ତି କୁହାଯାଏ ।

ଥୋମାସ୍ ୟଙ୍ଗ୍, ଶକ୍ତି ଶବ୍ଦକୁ ଉନ୍ନତ ଅର୍ଥରେ ବ୍ୟବହାର କରିଥିବା ବ୍ୟକ୍ତି

ମୂଳତଃ ଶକ୍ତି ଦୁଇ ପ୍ରକାରର ହୋଇଥାଏ ।

ଶକ୍ତି ସଂରକ୍ଷଣ[ସମ୍ପାଦନା]

ଶକ୍ତିର ସୃଷ୍ଟି କିମ୍ବା ବିନାଶ ନାହିଁ, ଏହା କେବଳ ରୂପ ପରିବର୍ତ୍ତନ କରିପାରେ ।[୧] କୌଣସି ଆବଦ୍ଧ ତନ୍ତ୍ରରେ ଥିବା ଶକ୍ତି ସବୁବେଳେ ସମାନ ।[୧] ଏହି ନିୟମକୁ ଶକ୍ତି ସଂରକ୍ଷଣର ନିୟମ କୁହାଯାଏ ।

ଶକ୍ତି ସଂରକ୍ଷଣ ନିୟମର ଦୃଷ୍ଟାନ୍ତ[ସମ୍ପାଦନା]

ଦୃଷ୍ଟାନ୍ତଟି ଏହିପରି:

  1. କୌଣସି ବସ୍ତୁର ଶକ୍ତିକୁ ମପାଯାଉ ।
  2. ଶକ୍ତି ପରିବର୍ତ୍ତନ ଘଟି ସ୍ଥିତିଜରୁ ଗତିଜ ଓ ପୁନର୍ବାର ଗତିଜରୁ ସ୍ଥିତିଜ ହେଉ ।
  3. ଶେଷରେ ବସ୍ତୁର ଶକ୍ତିକୁ ପୁଣି ମପାଯାଉ ।

ଆରମ୍ଭ ଓ ଶେଷ ସମୟର ମାପ ସର୍ବଦା ସମାନ ରହିବ ।

ବସ୍ତୁ ଓ ଶକ୍ତିର ସଂରକ୍ଷଣ[ସମ୍ପାଦନା]

ଏବେ ଜଣା ପଡ଼ିଲାଣି ଯେ ଆଣବିକ ବିଖଣ୍ଡନ ଓ ସମ୍ମିଶ୍ରଣଦ୍ୱାରା ବସ୍ତୁକୁ ଶକ୍ତିରେ ଏବଂ ଶକ୍ତିକୁ ବସ୍ତୁରେ ପରିବର୍ତ୍ତନ କରିହେବ । ଅତଏବ ଶକ୍ତି ସଂରକ୍ଷଣର ନିୟମ ପରିବର୍ତ୍ତିତ ହୋଇ ବସ୍ତୁ ଓ ଶକ୍ତି ସଂରକ୍ଷଣର ନିୟମରେ ପରିଣତ ହେଲା । ଆଲ୍‌ବର୍ଟ୍ ଆଇନ୍‌ଷ୍ଟାଇନ୍ ପ୍ରଥମେ ଏହାର ଗାଣିତିକ ସୂତ୍ର ପ୍ରଦାନ କରିଥିଲେ: E = mc2

ଶକ୍ତିର ପ୍ରକାର[ସମ୍ପାଦନା]

ବୈଜ୍ଞାନିକମାନେ ଅନେକ ପ୍ରକାରର ଶକ୍ତିକୁ ଚିହ୍ନଟ କରି ଦେଖି ସାରିଲେଣି ଯେ ସେମାନେ ପରସ୍ପର ପରିବର୍ତ୍ତନଶୀଳ । ଉଦାହରଣ ସ୍ୱରୂପ:

ଶକ୍ତିର ମାପ[ସମ୍ପାଦନା]

ଶକ୍ତିକୁ ମପା ଯାଇପାରେ । ଅର୍ଥାତ୍, କୌଣସି ବସ୍ତୁର ଶକ୍ତିକୁ ସଂଖ୍ୟାରେ ତଉଲା ଯାଇପାରିବ ।

ଅନ୍ୟାନ୍ୟ ମାପ ପରି, ଶକ୍ତିର ମଧ୍ୟ ଏକକ ଅଛି । ଶକ୍ତି ମାପର ଏକକ ମାପ ପାଇଁ ଅତି ଗୁରୁତ୍ୱପୂର୍ଣ ।

ଶକ୍ତି ମାପର କେତେକ ଏକକ[ସମ୍ପାଦନା]

ଶକ୍ତିର SI ଏକକ ହେଉଛି ଜୁଲ୍ । ଏହା ଜେମ୍‌ସ୍ ପ୍ରେସ୍କଟ୍ ଜୁଲ୍‌ଙ୍କ ନାମରେ ନାମିତ ହୋଇଛି ।୧ ଜୁଲ୍ ଏକ ନ୍ୟୁଟନ୍-ମିଟର ସହିତ ସମାନ । SI ମୂଳ ଏକକ ଅନୁସାରେ, ୧ ଜୁଲ୍ ହେଉଛି ୧ କେଜି ମି.2 ସେ.−2.

ବିଦ୍ୟୁତ୍ ଶକ୍ତିର ଏକକ ହେଉଛି କିଲୋୱାଟ୍-ଘଣ୍ଟା । ଏକ କିଲୋୱାଟ୍-ଘଣ୍ଟା ହେଉଛି ୩୬,୦୦,୦୦୦ ଜୁଲ୍ (୩୬୦୦କିଲୋଜୁଲ୍ ବା ୩.୬ ମେଗାଜୁଲ୍) ।

ବ୍ରହ୍ମାଣ୍ଡରେ ଶକ୍ତି

ଆଧାର[ସମ୍ପାଦନା]

  1. ୧.୦ ୧.୧ Woolley, Steve. Edexcel IGCSE Physics Revision Guide. Pearson Education. p. 49. ISBN 9780435046736.

ଅନ୍ୟାନ୍ୟ ପୃଷ୍ଟା[ସମ୍ପାଦନା]