ଅନିତା ଦେଶାଇ

ଉଇକିପିଡ଼ିଆ‌ରୁ
ଅନିତା ଦେଶାଇ
ଜନ୍ମ ଓ ଜନ୍ମସ୍ଥାନଅନିତା ମଜୁମଦାର
(1937-06-24) ୨୪ ଜୁନ ୧୯୩୭ (ବୟସ ୮୬)
[ମୁସୌରି]], Garhwal Kingdom (present-day ଭାରତ )
ବୃତ୍ତିWriter, professor
ଜାତୀୟତାIndian
ଶିକ୍ଷାନୁଷ୍ଠାନUniversity of Delhi
ସମୟ1963–present
ଶୈଳୀFiction
ସନ୍ତାନKiran Desai

ଅନିତା ମଜୁମ୍ ଦାର ଦେଶାଇ, (ଜନ୍ମ ୨୪ ଜୁନ , ୧୯୩୭ )ଜଣେ ଭାରତୀୟ ଉପନ୍ୟାସ ଲେଖିକା ଓ ମାଶାଚ୍ୟୁସେତ୍ତ ବୈସେୟିକ୍ ପ୍ରତିଷ୍ଠାନର କଳା ବିଭାଗର ଜଣେ ଅତିଥି ପ୍ରଫେସର । ଉପନ୍ୟାସ ଲେଖିକା ଭାବରେ ସେ 3 ଥର ବୂକର ପୁରସ୍କାର ପାଇଁ ମନୋନୀତ ହେଇଥିଲେ । ତାଙ୍କର ପ୍ରଥମ ଉପନ୍ୟାସ " ଫାୟାର ଓଁ ଥି ମାଉଣ୍ଟେନ " ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।  ସେ ତାଙ୍କର ଉପନ୍ୟାସ " ଥି ଭୀଲେଜ ବି ଥି ସୀ " ପାଇଁ ବ୍ରିଟିଶ ଗର୍ଡିଆନ ପୁରସ୍କାର ଲାଭ କରିଥିଲେ । [୧][୨]

ପ୍ରାରମ୍ଭିକ ଜୀବନ [ସମ୍ପାଦନା]

ଅନିତା ମଜୁମଦାରଙ୍କ ମା ଜର୍ମାନ ଦେଶର ଥିଲେ ଓ ତାଙ୍କର ପିତା ବଙ୍ଗାଳୀ ବ୍ୟବସାୟୀ ପରିବାରର ଡି . ଏନ . ମଜୁମଦାର ଥିଲେ ।[୩] ଅନିତାଙ୍କ ଜନ୍ମ ଭାରତୀୟ ରାଜ୍ୟ ମୁସଉରି ଠାରେ ହେଇଥିଲା । ସେ ଘରେ ଜର୍ମାନବଙ୍ଗାଳୀ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ବାହାରେ ଉର୍ଦୁ , ହିନ୍ଦୀଇଂରେଜୀରେ କଥା ହୋଇ ପାରୁଥିଲେ । ସେ ୭ ବର୍ଷ ହେଇଥିବା ସମୟରେ ଇଂରେଜୀରେ ଭଲ ଭାବରେ ଲେଖି ଜାଣୁ ଥିଲେ ଓ ତାଙ୍କର ପ୍ରଥମ ଗଳ୍ପ ୯ ବର୍ଷ ବୟସରେ ପ୍ରକାଶିତ ହେଇଥିଲା । [୪] ସେ ଦିଲ୍ଲୀର କୁଇନ ମାରି ଉଚ୍ଚ ବିଦ୍ୟାଳୟରୁ ପଢି ମିରାଣ୍ଡା କଲେଜରୁ ଇଂରାଜୀ ସାହିତ୍ୟ ସହିତ ଡିଗ୍ରୀ କରିଥିଲେ । ତାହା ପରେ ସେ ଏକ କମ୍ପ୍ୟୁଟର ସଫ୍ଟୱେର କମ୍ପାନୀର ନିର୍ଦ୍ଦେଶକ ଅଶ୍ୱିନ ଦେଶାଇଙ୍କୁ ବିବାହ କରିଥିଲେ । ଅଶ୍ୱୀନ ନିଜେ ଜଣେ ଲେଖକ ଥିଲେ  ଓ "Between Eternities: Ideas on Life and The Cosmos. " ନାମକ ପୁସ୍ତକ ଲେଖିଥିଲେ । ଅନିତାଙ୍କ ଚାରି ପୁତ୍ର କନ୍ୟା ଥିଲେ । ସେମାନଙ୍କ ମଧ୍ୟରୁ ବୂକର ପୁରସ୍କାର ଲାଭ କରିଥିବା କିରଣ ଦେଶାଇ ଅନ୍ୟତମ । ସେ ତାଙ୍କର ପରିବାର ସହ "ଠୁଳ " ନାମକ ଗ୍ରାମକୁ ସପ୍ତାହନ୍ତ ବିତେଇବା ପାଇଁ ସର୍ବଦା ଯାଉଥିଲେ ଓ ସେହି ଗ୍ରାମ ଅନୁଭୂତିକୁ ନେଇ ସେ " ଥି ଭୀଲେଜ ବି ଥି ସୀ " ରଚନା କରିଥିଲେ ଯାହାପାଇଁ ସେ ଗର୍ଡିଆନ ପତ୍ରିକାର ଶିଶୁ ସାହିତ୍ୟ ପୁରସ୍କାର ପାଇଥିଲେ । .

ଲେଖିକା ଜୀବନ [ସମ୍ପାଦନା]

ତାଙ୍କର ପ୍ରଥମ ପୂର୍ଣାଙ୍ଗ ଉପନ୍ୟାସ " cry , The Peaocock " ୧୯୬୩ ମସିହାରେ ପ୍ରକାଶିତ ହେଇଥିଲା । " Clear Light Day " ଉପନ୍ୟାସକୁ ସେ ୧୯୮୦ ମସିହାରେ ଲେଖିଥିଲେ ଓ ଏହି ପୁସ୍ତକକୁ ସେ ନିଜର ଜୀବନୀ ସଦୃଶ ଲେଖା ଭାବରେ ବର୍ଣ୍ଣନା କରିଥାନ୍ତି । ଏଥିରେ  ତାଙ୍କର ବାଲ୍ୟ କାଳର ଘଟଣା ବଳି[୫] ସହିତ ଜୀବନର ସୋପାନ କ୍ରମ ଅନୁସାରେ ବର୍ଣିତ ହେଇଛି । ୧୯୮୪ରେ ସେ ଜଣେ  ବୟସ୍କ ଉର୍ଦୁ କବିଙ୍କ ଅପରାହ୍ନ ଜୀବନର ବର୍ଣ୍ଣନା କରି " In Custody" ନାମକ ଏକ ଉପନ୍ୟାସ ଲେଖିଥିଲେ ଯାହା ବୂକର ପୁରସ୍କାର ପାଇଁ ମନୋନୀତ ହେଇଥିଲା । ୧୯୯୩ ମସିହାରେ ସେମାଶାଚ୍ୟୁସେତ୍ତ ବୈସେୟିକ୍ ପ୍ରତିଷ୍ଠାନ[୬]ରେ ସୃଜନଶୀଳ ଲେଖନ ଶିକ୍ଷା ଦେବା ପାଇଁ ଆମନ୍ତ୍ରିତ ହେଇଥିଲେ । ତାଙ୍କର ଉପନ୍ୟାସ " The Zigzag Way " ବିଂଶ ଶତାବ୍ଦୀର ମେକ୍ସିକୋ ଦେଶ ଉପରେ ପର୍ଜ୍ୟବେଶିତ ହେଇଥିଲା । ତାଙ୍କର ନବୀନତମ ଗଳ୍ପ ସଂକଳନ " The Artist of Disappearance " ୨୦୧୧ ମସିହାରେ ପ୍ରକାଶିତ ହେଇଛି । 

ଚଳଚ୍ଚିତ୍ର [ସମ୍ପାଦନା]

୧୯୯୩ ମସିହାରେ ତାଙ୍କର ଉପନ୍ୟାସ " ଇନ କସ୍ତୋଡି " ହଲିୱୂଡ ଫିଲ୍ମ ନିର୍ମାତା ମାରଚେଣ୍ଟ- ଇଭୋରୀଙ୍କଦ୍ୱାରା ଫିଲ୍ମ ନିର୍ମାଣ ପାଇଁ ଅଧିଗୃହିତ ହେଇ ସେହି ନାମରେ ଫିଲ୍ମ ନିର୍ମାଣ ହେଇଥିଲା । ସେଥିରେ ଶଶୀ କପୁର , ସବାନା ଆଜମିଓମ ପୁରୀ ଅଭିନୟ କରିଥିଲେ ଓ ୧୯୯୪ ମସିହାରେ ଭାରତ ରାଷ୍ଟ୍ରପତିଙ୍କଦ୍ୱାରା ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ପୁରସ୍କାର ପାଇଥିଲା । 

ପୁରସ୍କାର ଓ ସମ୍ମାନ ସମୂହ [ସମ୍ପାଦନା]

  •  ୧୯୭୮- ୱିଲିୟମ ହଲଟବୀ ସ୍ମାରକୀ ପୁରସ୍କାର 
  • ୧୯୭୮-କେନ୍ଦ୍ର ସହିତ୍ୟ୍ ଏକାଡେମି ପୁରସ୍କାର 
  • ୧୯୮୦ - ବୂକର ପୁରସ୍କାର ପାଇଁ ମନୋନୟନ 
  • ୧୯୮୩- ଗାର୍ଡିଆନଦ୍ୱାରା ଶିଶୁ ସାହିତ୍ଯ ପାଇଁ ପୁରସ୍କାର 
  • ୧୯୮୪-ବୂକର ପୁରସ୍କାର ପାଇଁ ମନୋନୟନ 
  • ୧୯୯୩ - ନିଏଲ ଗୁନ୍ନ ପୁରସ୍କାର 
  • ୧୯୯୯-ବୂକର ପୁରସ୍କାର ପାଇଁ ମନୋନୟନ
  • ୨୦୦୦- ଆଲ୍ବର୍ଟ ମୋରାଭିଆ ପୁରସ୍କାର 
  • ୨୦୦୩- ସହିତ୍ୟ ପାଇଁ ରୟାଲ ସୋସାଇଟିର ବେନସନ ପଦକ 
  • ୨୦୦୭- ସାହିତ୍ୟ ଏକାଡେମିର ଫେଲୋଶିପ୨୦୧୪- ପଦ୍ମ ଭୂଷଣ 

ବଛା ଲେଖା ସବୁ [ସମ୍ପାଦନା]

  • The Artist of Disappearance (2011)
  • The Zigzag Way (2004)
  • Diamond Dust and Other Stories (2000)
  • Fasting, Feasting (1999)
  • Journey to Ithaca (1995)
  • Baumgartner's Bombay (1988)
  • In Custody (1984)
  • The Village by the Sea (1982)
  • Clear Light of Day (1980)
  • Games at Twilight (1978)
  • Fire on the Mountain (1977)
  • Cat on a Houseboat (1976)
  • Where Shall We Go This Summer? (1975)
  • The Peacock Garden (1974)
  • Bye-bye Blackbird (1971)
  • Voices in the City (1965)
  • Cry, The Peacock (1963)

ପୁନଶ୍ଚ ଦେଖଣା [ସମ୍ପାଦନା]

  • Indian English literature

ଆଧାର [ସମ୍ପାଦନା]

  1. "Sahitya Akademi Award – English (Official listings)". Sahitya Akademi. Archived from the original on 31 March 2009.
  2. "Guardian children's fiction prize relaunched: Entry details and list of past winners". guardian.co.uk 12 March 2001. Retrieved 5 August 2012.
  3. Liukkonen, Petri. "Anita Desai". Books and Writers (kirjasto.sci.fi). Finland: Kuusankoski Public Library. Archived from the original on 24 August 2014. Retrieved 28 January 2017.
  4. "A Brief Biography of Anita Desai". Archived from the original on 5 July 2007. Retrieved 2007-07-05.. Melissa Culross '92 (EL 34, 1991). scholars.nus.edu.sg
  5. "Notes on the Biography of Anita Desai" Archived 2007-01-20 at the Wayback Machine.. Elizabeth Ostberg. 12 February 2000. Haverford.edu. Retrieved 21 June 2012.
  6. [୧] Archived 2006-10-06 at the Wayback Machine..

ସ୍ରୋତ ସମୂହ [ସମ୍ପାଦନା]

  • Abrams, M. H. and Stephen Greenblatt. "Anita Desai". The Norton Anthology of English Literature, Vol. 2C, 7th Edition. New York: W.W. Norton, 2000: 2768 – 2785.
  • Alter, Stephen and Wimal Dissanayake. "A Devoted Son by Anita Desai". The Penguin Book of Modern Indian Short Stories. New Delhi, Middlesex, New York: Penguin Books, 1991: 92–101.
  • Gupta, Indra. India's 50 Most Illustrious Women. (ISBN 81-88086-19-3)
  • Selvadurai, Shyam (ed.). "Anita Desai:Winterscape". Story-Wallah: A Celebration of South Asian Fiction. New York: Houghton Mifflin, 2005:69–90.
  • Nawale, Arvind M. (ed.). "Anita Desai's Fiction: Themes and Techniques". New Delhi: B. R. Publishing Corporation, 2011.

ବାହାର ଲିଙ୍କ [ସମ୍ପାଦନା]