ସୂର୍ଯ୍ୟବଂଶୀ ସୂରଜ
ସୂର୍ଯ୍ୟବଂଶୀ ସୂରଜ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୬ ନଭେମ୍ବର ୨୦୨୨ – ଏବେଯାଏଁ | |
ପୂର୍ବ ଅଧିକାରୀ | ବିଷ୍ଣୁ ଚରଣ ସେଠୀ |
ନିର୍ବାଚନ ମଣ୍ଡଳୀ | ଧାମନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮ ମଇ ୧୯୯୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ବାପା/ବୋଉ | ବିଷ୍ଣୁ ଚରଣ ସେଠୀ (ବାପା) ଉର୍ମିଳାରାଣୀ ପାଣିଗ୍ରାହୀ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ସୂର୍ଯ୍ୟବଂଶୀ ସୂରଜ (ଜନ୍ମ: ୧୮ ମଇ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
ସୂରଜ ୧୯୯୫ ମସିହାର ମଇ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ବିଷ୍ଣୁ ଚରଣ ସେଠୀ ଜଣେ କବି ତଥା ରାଜନେତା ଥିଲେ, ଯିଏକି ଓଡ଼ିଶା ବିଧାନ ସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ[୨] ଓ ତାଙ୍କ ମାଆ ଉର୍ମିଳାରାଣୀ ପାଣିଗ୍ରାହୀ ଜଣେ ଶିକ୍ଷୟିତ୍ରୀ ।
ରାଜନୈତିକ ଜୀବନ[ସମ୍ପାଦନା]
ସୂରଜ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୨ ମସିହାରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୩] ଏହି ନିର୍ବାଚନରେ ସେ ୮୦,୩୫୧ ଖଣ୍ଡ ଭୋଟ ପାଇଥିଲେ[୪] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୯,୮୮୧ ଖଣ୍ଡ ଭୋଟରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]
ଆଧାର[ସମ୍ପାଦନା]
- ↑ "Shri Suryabanshi Suraj". odishaassembly.nic.in. Odisha Assembly. Retrieved 26 August 2023.
- ↑ Das, Haraprasad (2022-10-11). "Dhamnagar by-election: BJP candidate Suryavanshi Suraj files nomination". Pragativadi (in ଆମେରିକୀୟ ଇଂରାଜୀ). Retrieved 2022-12-20.
- ↑ Nayak, Subadh (2022-11-06). "Dhamnagar bypoll counting ends, BJP's Suryavanshi Suraj wins". Kalinga TV (in ଆମେରିକୀୟ ଇଂରାଜୀ). Retrieved 2022-12-20.
- ↑ Singh, Pradeep. "BJP's Suryavanshi Suraj wins by 9881 votes". Odisha TV (in ଇଂରାଜୀ). Retrieved 2022-12-20.
- ↑ Singh, Pradeep. "BJP's Suryavanshi Suraj wins by 9881 votes". Odisha TV (in ଇଂରାଜୀ). Retrieved 2022-12-20.
ବାହାର ଆଧାର[ସମ୍ପାଦନା]
- ଉଇକିମିଡ଼ିଆ କମନ୍ସରେ ସୂର୍ଯ୍ୟବଂଶୀ ସୂରଜ-ସମ୍ପର୍କିତ ମିଡ଼ିଆ