Jump to content

ନବ ଚରଣ ମାଝି

ଉଇକିପିଡ଼ିଆ‌ରୁ
ନବ ଚରଣ ମାଝି
ସାଂସଦ: ୧୮ଶ ଲୋକ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀବିଶ୍ୱେଶ୍ୱର ଟୁଡୁ
ନିର୍ବାଚନ ମଣ୍ଡଳୀମୟୂରଭଞ୍ଜ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀଶଇବ ସୁଶୀଳ କୁମାର ହାଁସଦା
ନିର୍ବାଚନ ମଣ୍ଡଳୀରାଇରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-04-18) ୧୮ ଅପ୍ରେଲ ୧୯୬୧ (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବାପା/ବୋଉଧାମୁ ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ନବ ଚରଣ ମାଝି ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନବ ଚରଣ ମାଝି ୧୯୬୧ ମସିହାର ଅପ୍ରେଲ ମାସ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଧାମୁ ମାଝି ।[୪] ନବଙ୍କର ଶିକ୍ଷାଗତ ଯୋଗ୍ୟତା ଇତିହାସରେ ସ୍ନାତକ ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ନବ ଚରଣ ମାଝି ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।[୪]

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫,୮୫,୯୭୧ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ୨,୧୯,୩୩୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୫]

ଆଧାର[ସମ୍ପାଦନା]

  1. "Mayurbhanj, Odisha Lok Sabha Election Results 2024 Highlights: Naba Charan Majhi Wins by a Margin of 219334 Votes". India Today (in ଇଂରାଜୀ). 2024-06-04. Retrieved 2024-06-05.
  2. "Odisha Lok Sabha Election Result 2024: BJP Won on 20 Seats of Odisha Chunav. Check Stats at results.eci.gov.in". Jagranjosh.com (in ଇଂରାଜୀ). 2024-06-05. Retrieved 2024-06-05.
  3. "Mayurbhanj, Odisha Lok Sabha Election Results 2024 Highlights: BJP उम्मीदवार Naba Charan Majhi बने Mayurbhanj लोकसभा सीट के विजेता". आज तक (in ହିନ୍ଦୀ). 2024-06-04. Retrieved 2024-06-05.
  4. ୪.୦ ୪.୧ ୪.୨ "Shri Naba Charan Majhi". odishaassembly.nic.in. Odisha Assembly. Retrieved 28 October 2019.
  5. "2024 Indian General Election Results: Mayurbhanj (Odisha)". Election Commission of India. Retrieved 6 June 2024.