ହାୱା ମହଲ
Hawa Mahal | |
---|---|
General information | |
Architectural style | Rajput Architecture |
ସହର | Jaipur |
ଦେଶ | India |
Coordinates | 26°55′25″N 75°49′36″E / 26.923611°N 75.826667°E |
Completed | 1799 |
Technical details | |
Structural system | Red and pink sandstone |
Design and construction | |
Client | Maharaja Sawai Pratap Singh |
ଶିଳ୍ପୀ | Lal Chand Ustad |
ହାୱା ମହଲ (English translation: "Palace of Winds" or "Palace of the Breeze") , ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ଜଯପୁରରେ ଅବସ୍ଥିତ । ଲାଲ ଓ ନାରଙ୍ଗି ରାଗର ବଳିପଥରରେ ନିର୍ମିତ ଏହି ରାଜମହଳ ସହରର ମୁଖ୍ୟ ରାଜମହଳ ପାର୍ଶ୍ୱ ରେ ମୁଖ୍ୟତ ରାଜପରିବାରର ମହିଳାମାନଙ୍କ ପାଇଁ ନିର୍ମିତ ହୋଇଥିଲା । ଏଠାରେ ଉତ୍ଛ ପରଦା ଲାଗିଥିବା ପ୍ରାଚୀର ରହିଥିବାରୁ ମହିଳାମାନେ ବାହାରକୁ ଦେଝି ପଡ଼ୁଥିବା ବେଳେ ବାହାରୁ ଭିତରକୁ ଦେଖା ଯାଇ ନ ଥାଏ ।
ମହାରାଜା ସୱାଇ ପ୍ରତାପ ସିଂହଙ୍କଦ୍ୱାରା ୧୭୯୯ ମସିହାରେ ଏହା ନିର୍ମିତ ହେଇଥିଲା । କ୍ଷେତ୍ରୀ ମହଲର ଭାସ୍କର୍ଜ୍ୟରେ ଅନୁପ୍ରାଣିତ ହେଇ ସେ ଏହି ଢାଞ୍ଚାରେ ଏଇତିହାସିକ ହାୱା ମହଲ ନିର୍ମାଣ ଯୋଜନା କରିଥିଲେ । ଲାଲ ଚାନ୍ଦ ଉସ୍ତାଦ ନାମକ ଜଣେ ସ୍ଥପତ୍ୟକାର ଙ୍କଦ୍ୱାରା କୃଷ୍ଣ ଓ ଅନ୍ୟ ହିନ୍ଦୁ ଦେବା ଦେବୀଙ୍କ ସ୍ଥାପତ୍ୟ ମୂର୍ତି ସହ ଏହାକୁ ଡିଜାଇନ କରିଥିଲେ । ଏହି ମହଳର ଅନନ୍ୟ ଶୈଳୀ ଏପରି ଯେ ଏଠାରେ ୯୫୩ଟି ଝରକା ସବୁ ସୁବଦର ରଙ୍ଗୀନ କାଚ କାମ ହେଇ ନିର୍ମାଣ ହୋଇଛି । ଝରକା ସବୁରେ ଜାଲି କମ ହେଇ ପରଦା ସବୁ ଲାଗିଥିବାରୁ ମୁକ୍ତ ବାୟୁ ଭିତରକୁ ଆସିଥାଏ । ଏଥିପାଇଁ ଏହି ମହଲକୁ ହାୱା ମହଲ ନାମକରଣ କର ଯାଇଥିଲା । ଗ୍ରୀଷ୍ମ କାଳରେ ଏହି ମହଲ ଶୀତତାପ ନିୟନ୍ତ୍ରିତ ଘର ପରି ଲାଗେ ।[୧][୨][୩]
୨୦୦୬ ମସିହାରେ ଏହି ମହଲର ବ୍ୟାପକ ଉନ୍ନୟନ କରାଯାଇ ୪5୫୬.୮ କୋଟି ଟଙ୍କା ଖର୍ଚ କରାଯାଇଥିଲା । ଇଉନିଟ ଟ୍ରଷ୍ଟ ଅଫ ଇଣ୍ଡିଆ ତରଫରୁ ଏହାର ଏଇତିହାସିକ ସ୍ଥାପତ୍ୟ କଳାର ରକ୍ଷଣବେକ୍ଷଣ କାର୍ଯ୍ୟ ହାତକୁ ନିଆଯାଇଥିଲା ।
Architecture
[ସମ୍ପାଦନା]ଏହି ମାହାଲଟି ପିରାମିଡ ଆକାରରେ ପାଞ୍ଚ ମହଲାରେ ତିଆରି ହେଇଛି । ସାମନା ପାଟରେ ଝରକା ସବୁରେ ରଙ୍ଗୀନ କାଚାକାମ ହେଇ ମହଲର ସୋଭା ବର୍ଧନ କରିଥାଏ । ଭିତର ଗୃହମାନଙ୍କୁ ବିଭିନ୍ନ ରଙ୍ଗର ମର୍ବଳ ପ୍ରସ୍ତର ଲଗା ଯାଇଥାଏ । ମହଲର ମଧ୍ୟ ଭାଗରେ ସନ୍ତରଣ ନିମନ୍ତେ ଜଳାଶୟ ଓ ଜଳର ଫାଉଣ୍ଟେନ ମଧ୍ୟ ରହିଛି । [୪] ଏହି ମହଲରେ ଫତେପୁର ସିକ୍ରିଠାରେ ପଞ୍ଚ ମହଲର କଳାକୃତି ସହ ସାମଞ୍ଜସ୍ୟ ରହିଥିବାର ଦେଖା ଯାଏ ।[୧][୫]
ହାୱା ମହଲରେ ଏକ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟ ମଧ୍ୟ ଏହାର ମଧ୍ୟ ଭାଗର ଅଗଣାରେ ରହିଛି ।[୬] ହାୱା ମହଲ ରାଜସ୍ଥାନ ସରକାରଙ୍କ ପ୍ରତ୍ନତତ୍ତ୍ୱ ଭିଭାଗଦ୍ୱାରା ପ୍ରତ୍ୟକ୍ଷ ପରିଚାଳନାରେ ରହିଛି ।
ଗମନାଗମନ
[ସମ୍ପାଦନା]ଜଯପୁରକୁ ପହଞ୍ଚିବାକୁ ପର୍ଯ୍ୟାପ୍ତ ସୁବିଧା ଉପଲବ୍ଧ । ବିମାନ ଯୋଗେ ଜଯପୁର ବିମାନ ବନ୍ଦରକୁ ସୁବିଧାରେ ଦିଲ୍ଲୀ ଓ ଅନ୍ୟ ସ୍ଥାନରୁ ବିମାନ ରହିଛି ।[୪] ଭାରତୀୟ ରେଳବାଇ ପକ୍ଷୀରୁ ଦେଶର ସମସ୍ତ ପ୍ରମୁଖ ସ୍ଥାନରୁ ଜଯପୁରକୁ ଟ୍ରେନ ସେବା ପ୍ରତ୍ୟହ ରହିଛି । ଜଯପୁର ଦେଇ ଜାତୀୟ ରାଜପଥ ମଧ୍ୟ ଯାଇଥିବାରୁ ରାସ୍ତା ପରିବହନ ମଧ୍ୟ ସହଜ ।
ହାୱା ମହଲକୁ ଯିବାକୁ ହେଲେ ତାହା ପାର୍ଶ୍ୱ ବାରଟି ରାସ୍ତାରେ ଯିବାକୁ ହୁଏ ଓ ପଛ ପଟେ ଥିବାଦ୍ୱାରା ଦେଇ ଭିତରକୁ ଯାଇ ହୁଏ ।
ଏଠାରୁ ସୂର୍ଯ୍ୟାସ୍ତ ଓ ସୁର୍ଜ୍ୟୋଦୟ ଦୃଶ୍ୟ ଅତି ମନୋହର । [୨][୩]
Gallery
[ସମ୍ପାଦନା]-
Interior
-
Hawa Mahal exteriors lit up at night.
-
Coloured glass work. When the sun light enters, the entire chamber fills with the spectrum of various colours.
-
View from the back part towards Samrat Yantra of Jantar Mantar in this photo at top right corner in the form of inclined wall. Isarlat is also visible in this photo at left top corner as a large tower.
-
Hawa Mahal seen from the adjoining street
-
Top west side on a stormy afternoon
-
Hawa Mahal, Jaipur
-
Backside view of the Hawa Mahal
ନୋଟ ସବୁ
[ସମ୍ପାଦନା]- ↑ ୧.୦ ୧.୧ Rai, Vinay; William L. Simon (2007). Think India: the rise of the world's next superpower and what it means for every American. Dutton. p. 194. ISBN 0-525-95020-6. Retrieved 6 ଡିସେମ୍ବର 2009.
{{cite book}}
:|work=
ignored (help) - ↑ ୨.୦ ୨.୧ "Hawa Mahal". Retrieved 6 ଡିସେମ୍ବର 2009.
- ↑ ୩.୦ ୩.୧ "Japiur, the Pink City". Retrieved 6 ଡିସେମ୍ବର 2009.
- ↑ ୪.୦ ୪.୧ "Restoration of Hawa Mahal in Jaipur". Snoop News. 22 ମାର୍ଚ୍ଚ 2005. Retrieved 10 ଡିସେମ୍ବର 2009.
- ↑ "INTACH Virasat" (PDF). Jaipur. Intach.org. p. 13. Archived from the original (pdf) on 22 ନଭେମ୍ବର 2009.
- ↑ Rousselet, Loius; Charles Randolph Buckle (2005). India and its native princes: travels in Central India and in the presidencies of Bombay and Bengal. Asian Educational Services. p. 228. ISBN 81-206-1887-4. Retrieved 10 ଡିସେମ୍ବର 2009.
{{cite book}}
:|work=
ignored (help)
ଆଧାର
[ସମ୍ପାଦନା]- Tillotson, G.H.R (1987). The Rajput Palaces - The Development of an Architectural Style (Hardback) (First ed.). New Haven and London: Yale University Press. ISBN 0-300-03738-4.
ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Hawa Mahal-ସମ୍ପର୍କିତ ମିଡ଼ିଆ