ହାଓଡ଼ା ପୋଲ
ହାଓଡ଼ା ପୋଲ ବା ହାଓଡ଼ା ବ୍ରିଜ (Howrah Bridge ) ଭାରତର ପଶ୍ଚିମ ବଙ୍ଗରେ (West Bengal) ଥିବା ହୁଗଳି ନଦୀ ଉପରେ ଥିବା ଏକ ଝୁଲା (suspended span) ପୋଲ ଯାହା ସନ ୧୯୪୩ରେ ତିଆରି ହୋଇଥିଲା ।[୧][୨] ପ୍ରଥମେ ଏହି ପୋଲକୁ ନୂଆ ହାଓଡ଼ା ପୋଲ (ନିଉ ହାଓଡ଼ା ବ୍ରିଜ) କୁହାଯାଉଥିଲା କାରଣ ଏହା ଏକ ପୂର୍ବତନ ପୋଣ୍ଟୁନ ପୋଲ (pontoon bridge) ସ୍ଥାନରେ ତିଆରି ହୋଇଥିଲା ଏବଂ ହାଓଡ଼ା ଓ କଲିକତା ବା ଆଜିକାର କୋଲକାତାକୁ ସଂଯୁକ୍ତ କରୁଥିଲା । ଚଉଦ ଜୁନ ୧୯୬୫ରେ ବଙ୍ଗାଳୀ କବି ନୋବେଲ ପୁରସ୍କାରପ୍ରାପ୍ତ ରବୀନ୍ଦ୍ରନାଥ ଠାକୁରଙ୍କ (Nobel laureate) ନାମାନୁସାରେ ରବିନ୍ଦ୍ର ସେତୁ ନାମକରଣ ହୋଇଥିଲା । [୨] ଅଦ୍ୟାପି ଲୋକମାନେ ଏହାକୁ ହାଓଡ଼ା ବ୍ରିଜ ବା ହାଓଡ଼ା ପୋଲ କହୁଛନ୍ତି ।
ହୁଗଳି ନଦୀ Hooghly River ଉପରେ ତିଆରି ହୋଇଥିବା ଚାରି ପୋଲ ମଧ୍ୟରୁ ଏହା ଗୋଟିଏ ଓ ଏହା ପଶ୍ଚିମ ବଙ୍ଗ ତଥା କୋଲକାତାର ପ୍ରତୀକ ଭାବରେ ଗ୍ରହଣ କରାଯାଇଛି । ଅନ୍ୟ ତିନୋଟି ପୋଲମାନଙ୍କର ନାମ ଯଥାକ୍ରମେ ବିଦ୍ୟାସାଗର ସେତୁ, ବିବେକାନନ୍ଦ ସେତୁ ଓ ନିବେଦିତା ସେତୁ । ଏହି ପୋଲ ବଙ୍ଗୋପ ସାଗରର ଝଡ଼ ସମ୍ଭାଳି ରହିଛି ଓ ଦୈନିକ ପ୍ରାୟ ଏକ ଲକ୍ଷ ଗାଡ଼ି, [୩] ଓ ପ୍ରାୟ ୧,୫୦,୦୦୦ ପଥଚାରୀ [୪] ଏହା ଉପରେ ଯିବା ଆସିବା କରି ଏହାକୁ ପୃଥିବୀର ସର୍ବାଧିକ ବ୍ୟସ୍ତବହୁଳ କାଣ୍ଟିଲିଭର ପୋଲର ମାନ୍ୟତା ପାଇଛନ୍ତି । [୫] ତିଆରି ହେବାବେଳେ ଏହା ପୃଥବୀର ତୃତୀୟ ଦୀର୍ଘତମ ପୋଲ ଥିଲା, [୬] ଓ ଅଧୁନା ଏହା ଏହିଭଳି ପୋଲ ମଧ୍ୟରେ ଷଷ୍ଠ ଦୀର୍ଘତମ ପୋଲ ଅଟେ । [୭]
ଇତିହାସ
[ସମ୍ପାଦନା]ଟର୍ଣ୍ଣବୁଲଙ୍କ ପ୍ରସ୍ତାବ
[ସମ୍ପାଦନା]ସନ ୧୮୬୨ରେ ଇଷ୍ଟ ଇଣ୍ଡିଆନ ରେଲ୍ୱେ କମ୍ପାନୀର (East Indian Railway Company) ମୁଖ୍ୟ ଯନ୍ତ୍ରୀ ଜର୍ଜ ଟର୍ଣ୍ଣବୁଲଙ୍କୁ (George Turnbull) ହୁଗଳି ନଦୀ ଉପରେ ଏକ ପୋଲ ତିଆରି କରିବା ସମ୍ଭାବନା ଅନୁଶୀଳନ କରିବାକୁ ଆଦେଶ ଦିଆଗଲା । ସେ ସଦ୍ୟ କମ୍ପାନୀର ରେଲ ଟର୍ମିନସ (rail terminus in Howrah) ତିଆରି ସାରିଥିଲେ । ସେ ମାର୍ଚ୍ଚ ୧୯ ତାରିଖରେ ଅନେକ ଡ୍ରଇଂ ଓ ହିସାବ ସହ ଦେଖେଇଲେ । [୮]
- ପୋଲର ମୂଳଦୁଆ ନିମନ୍ତ ବହୁତ ଗଭୀର ପର୍ଯ୍ୟନ୍ତ କାଦୁଆ ମାଟି ଖୋଳିବାକୁ ହେବ
- ଜାହାଜ ଚଳାଚଳ ଅସୁବିଧା ହେବ ।
- କଲିକତାର ଉପର ଭାଗର ପୁଲଟା ଘାଟଠାରେ ଜଳସ୍ତର ତଳକୁ ଶକ୍ତ ମାଟି ଅଛି ।
- ସେଠାରେ ୨୦୦ଫୁଟ/ ୬୧ ମି ପୋଲ କରିବା ଉପଯୁକ୍ତ ହେବ ।
ତା'ପରେ ପୋଲ ତିଆରି ହୋଇଗଲା ।
ଭାସମାନ ପୋଲ
[ସମ୍ପାଦନା]ହୁଗଳି ନଦୀ ଉପରେ ଅତ୍ୟଧିକ ଟ୍ରାଫିକକୁ ଦୃଷ୍ଟିରେ ରଖି ଏହା ଉପରେ ଏକ ପୋଲ ତିଆରି କରିବା ନିମନ୍ତେ ୧୮୫୫-୫୬ରେ ଏକ କମିଟି ନିଯୁକ୍ତ କରାଗଲା । [୯] ଏହି ଯୋଜନା ୧୮୫୯-୬୦ରେ ପରିତ୍ୟାଗ କରି ୧୮୬୮ରେ ପୁନର୍ବାର ତିଆରି କରିବାକୁ ଯୋଜନା କରାଗଲା ଓ ଏହାକୁ ପରିଚାଳନା କରିବାକୁ ଏକ ନୂଆ ଟ୍ରଷ୍ଟ ଗଠନ କରିବାକୁ ନିର୍ଣ୍ଣୟ କରାଗଲା । ଏହି କାର୍ଯ୍ୟକ୍ରମ ଅନୁସାରେ ସନ ୧୮୭୦ରେ କାଲକାଟା ପୋର୍ଟ ଟ୍ରଷ୍ଟ ନାମକ ଏକ ଟ୍ରଷ୍ଟ ଗଠନ କରାଗଲା । [୧] ସେଥିପାଇଁ ତଦାନନ୍ତୀନ ବେଙ୍ଗଲ ଲେଜିସଲେଟିଭ ଡିପାର୍ଟମେଣ୍ଟ ସନ ୧୮୭୧ରେ ହାଓଡ଼ା ବ୍ରିଜ ଆକ୍ଟ ପାସ କରେଇଲେ ।[୧][୯] ସରକାରୀ ମୂଳଧନ ନେଇ ପୋର୍ଟ କମିସନରଦ୍ୱାରା ପୋଲ ତିଆରି କରିବାକୁ ଲେଫଟେନାଣ୍ଟ-ଗଭର୍ନରଙ୍କୁ ଅଧିକାର ଦିଆଗଲା ।
ସମୟକ୍ରମେ ଭାସମାନ ପୋଲ ତିଆରି ପାଇଁ ସାର ବ୍ରାଡଫୋର୍ଡ଼ ଲେସଲିଙ୍କ (Sir Bradford Leslie) ସହିତ ଏକ ଚୁକ୍ତି ସ୍ୱାକ୍ଷରିତ କରାଗଲା । ଏହାର ବିଭିନ୍ନ ଅଂଶଗୁଡ଼ିକ ବିଲାତରେ ତିଆରି କରି ଜାହାଜ ଯୋଗେ କଲିକତାକୁ ଆଣି ଯୋଡ଼ାଗଲା । ଯୋଡ଼ିବା ସମୟରେ ସମସ୍ୟା ହେବା ସମ୍ଭାବନା ଥିଲା । ମାର୍ଚ୍ଚ ୨୦ ତାରିଖ, ୧୮୭୪ରେ ଭୟଙ୍କର ତୋଫାନ ଯୋଗୁ ପୋଲ ଅନେକ କ୍ଷତିଗ୍ରସ୍ତ ହୋଇଥିଲା ।[୧୦] ତୋଫାନ ଯୋଗୁ ଏଗେରିଆ ନାମକ ଏକ ସ୍ଟିମର ତାର ବନ୍ଧନ ସ୍ଥଳରୁ ଛିଣ୍ଡିଯାଇ ପୋଲ ସହିତ ଧକ୍କା ଖାଇଲା ଓ ତିନୋଟି ଅଂଶ ବୁଡ଼ିଗଲା, ପୋଲର ପ୍ରାୟ ୨୦୦ ଫୁଟ ଅଂଶ ନଷ୍ଟ ହୋଇଗଲା ।[୧୦] ସନ ୧୮୭୪ରେ ପୋଲ ତିଆରି ସମ୍ପୁର୍ଣ୍ଣ ହୋଇଥିଲା, [୧] ଏଥି ନିମନ୍ତେ ସେତେବେଳର ୨.୨ ନିୟୁତ ଟଙ୍କା ଖର୍ଚ୍ଚ ହୋଇଥିଲା ।[୯] ଟ୍ରାଫିକ ଯିବା ଆସିବା ନିମନ୍ତେ ଏହା ସେହି ବର୍ଷ ଅକ୍ଟୋବର ୧୭ ତାରିଖରେ ଖୋଲାଗଲା । [୧୦]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "History of the Howrah Bridge". Archived from the original on 13 April 2013. Retrieved 2011-11-21.
- ↑ ୨.୦ ୨.୧ "Howrah Bridge – The Bridge without Nuts & Bolts!". Archived from the original on 2019-01-07. Retrieved 2011-11-21.
- ↑ "Flow of Traffic on an average week day (8AM to 8 PM)". Archived from the original on 18 August 2011. Retrieved 2011-11-21.
- ↑ "Bird droppings gnaw at Howrah bridge frame". The Times Of India. 29 May 2003. Archived from the original on 2013-06-16. Retrieved 2011-11-21.
- ↑ "Hosanna to Howrah Bridge!". Archived from the original on 17 November 2011. Retrieved 2011-11-21.
- ↑ Victor D. Johnson (2007). Essentials Of Bridge Engineering. Oxford & Ibh Publishing Co. Pvt Ltd. p. 259.
- ↑ Durkee, Jackson (24 May 1999), National Steel Bridge Alliance: World's Longest Bridge Spans (PDF), American Institute of Steel Construction, Inc, archived from the original (PDF) on 1 June 2002, retrieved 2009-01-02
- ↑ Diaries of George Turnbull held in Cambridge University, England.
- ↑ ୯.୦ ୯.୧ ୯.୨ "Howrah District (1909)". Retrieved 2011-11-21.
- ↑ ୧୦.୦ ୧୦.୧ ୧୦.୨ "River Ganges". Retrieved 2011-11-21.