ସେବାସେଅସ ଗ୍ରନ୍ଥି
Sebaceous gland | |
---|---|
Schematic view of hair follicle and sebaceous gland. | |
Cross-section of all skin layers. A hair follicle with associated structures. (Sebaceous glands labeled at center left.) | |
ଲାଟିନ ଭାଷାରେ | glandula sebacea |
ସେବାସେଅସ ଗ୍ରନ୍ଥି (ଇଂରାଜୀ ଭାଷାରେ Sebaceous glands) ଏକ କ୍ଷୁଦ୍ର ଅଣୁବୀକ୍ଷଣୀକ ଏକ୍ସୋକ୍ରାଇନ ଗ୍ରନ୍ଥି ଯାହା ଏକ ତେଲିଆ ବା ମହମ ଭଳି ପଦାର୍ଥ କ୍ଷରଣ କରନ୍ତି ଯାହାର ନାମ ସେବମ । ଏହି ସେବମ ସ୍ତନ୍ୟପାୟୀଙ୍କର ଚର୍ମ ଓ ରୁମକୁ ତୈଳାକ୍ତ କରେ ଓ ଜଳରୋଧ କରେ । ପାଦ ତଳିପା ଓ ପାପୁଲି ବ୍ୟତୀତ ସାରା ଦେହରେ ସେବାସେଅସ ଗ୍ରନ୍ଥି ଥାଏ ।[୧] ମାନବ ଦେହରେ ସବୁଠାରୁ ଅଧିକ ସେବାସେଅସ ଗ୍ରନ୍ଥି ମୁଖମଣ୍ଡଲ ଓ ସ୍କାଲ୍ପରେ ଥାଏ । ସେବାସେଅସ ଗ୍ରନ୍ଥିର କ୍ଷରଣକୁ ହୋଲୋକ୍ରାଇନ (holocrine) କୁହାଯାଏ । ଆଖପତାରେ ମିବୋମିଆନ ବା ଟାର୍ସାଲ ଗ୍ରନ୍ତି ମଧ୍ୟ ଏକ ପ୍ରକାର ସେବାସେଅସ ଗ୍ରନ୍ଥି ଯେଉଁଥିରୁ ଏକ ବିଶେଷ ଧରଣର ସେବନ ଲୁହକୁ ଝରିଯାଏ । ମହିଳାଙ୍କର ସ୍ତନ ଚାରିପାଖରେ ଥିବା ଏରିଓଲାର ଗ୍ରନ୍ତି (Areolar glands) ମଧ୍ୟ ଏକ ପ୍ରକାର ସେବାସେଅସ ଗ୍ରନ୍ଥି ।
ଓଠ, ଗାଲର ଭିତର ପାଖ ଓ ଯୌନାଙ୍ଗରେ (genitals) ଏକ ପ୍ରକାର ସେବାସେଅସ ଗ୍ରନ୍ଥି ଥାଏ ଯାହକୁ ଏକ୍ଟୋପିକ ଫୋରଡାଇସ ସ୍ପଟ (Fordyce spots) କୁହାଯାଏ ।
ଏହି ସେବାସେଅସ ଗ୍ରନ୍ଥିରେ ଅନେକ ପ୍ରକାରର ରୋଗ ହୁଏ ଯେପରିକି ବ୍ରଣ, ସେବାସେଅସ ସିସ୍ଟ, ସେବାସେଅସ ହାଇପରପ୍ଲାସିଆ ଓ ସେବାସେଅସ ଆଡେନୋମା ହୋଇପାରେ । ସେବାସେଅସ ଗ୍ରନ୍ଥିମାନଙ୍କର ଅତିସକ୍ରିୟତା ଯୋଗୁ ଅତ୍ୟଧିକ ସେବନ କ୍ଷରଣ ହୋଇ ରୋଗ ହୁଏ ।
ଗଠନ
[ସମ୍ପାଦନା]ସ୍ଥାନ
[ସମ୍ପାଦନା]ଦୁଇ ପ୍ରକାର ସେବାସେଅସ ଗ୍ରନ୍ଥି ଥାଏ, ଅନେକ ରୁମ ଫଲିକ୍ଲ ସହିତ ସଂଯୁକ୍ତ ଥାଆନ୍ତି ଓ ଆଉ କେତେକ ସ୍ୱାଧୀନ ଭାବରେ ଥାଆନ୍ତି । [୨]
ବାଳଦ୍ୱାରା ଆଚ୍ଛାଦିତ ସ୍ଥାନମାନଙ୍କରେ ସେବାସେଅସ ଗ୍ରନ୍ଥି ଥାଏ ଓ ସେଠାରେ ସେଗୁଡ଼ିକ ହେୟାର ଫଲିକ୍ଲ (hair follicles|) ସହିତ ସଂଯୁକ୍ତ ଥାଆନ୍ତି । ପ୍ରତ୍ୟେକ ହେୟାର ଫଲିକ୍ଲ ଚତୁର୍ପାଶ୍ୱରେ ଏକ ବା ଏକାଧିକ ସେବାସେଅସ ଗ୍ରନ୍ଥି ଥାଏ; ପ୍ରତ୍ୟେକ ସେବାସେଅସ ଗ୍ରନ୍ଥି ଚାରିପାଖରେ ଆରେକ୍ଟର ପିଲାଇ ମାଂସପେଶୀ ଥାଏ ଓ ଉଭୟ ମିଶି ଏକ ପାଇଲୋସେବାସେଅସ ୟୁନିଟ ତିଆରି କରିଥାଆନ୍ତି । ଗ୍ରନ୍ଥିଗୁଡ଼ିକର ଆସିନାର ଗଠନ ବେରି ଭଳି ହୋଇଥାଏ ଯେଉଁଥିରେ ଅନେକ ଲୋବ ଥାଏ ଯେଉଁଥିରୁ ଶାଖା ହୋଇ କେନ୍ଦ୍ରୀୟ ଡକ୍ଟ ବାହାରେ । ଗ୍ରନ୍ଥିରୁ ସେବମ ବାହାରି ବାଳ ବା ରୁମ ସାଫ୍ଟ (hair shaft) ଉପରେ ଜମା ହୁଏ ଯାହା ରୁମ ବା ବାଳ ମାଧ୍ୟମରେ ଆସି ଚର୍ମରେ ପହଞ୍ଚିଯାଏ । ବାଳ, ହେୟାର ଫଲିକ୍ଲ, ଆରେକ୍ଟର ପିଲାଇ ଓ ସେବାସେଅନ ଗ୍ରନ୍ତି ମିଳିତ ଭାବରେ ପାଇଲୋସେବାସେଅସ ୟୁନିଟ ଗଠନ କରନ୍ତି । [୨]
ବାଳ ନଥିବା ଗ୍ଲାବ୍ରସ ଚର୍ମ ଅଞ୍ଚଳରେ ମଧ୍ୟ ସେବାସେଅସ ଗ୍ରନ୍ଥି ଥାଏ ଯେପରିକି ଆଖିପତା, ମାନବ ନାକ, ଲିଙ୍ଗ, ଲେବିଆ ମାଇନୋରା, ଗାଲର ଭିତର ଆସ୍ତରଣ ଓ ସ୍ତନାଗ୍ରରେ ଥାଏ । [୨] କେତେକ ସେବାସେଅସ ଗ୍ରନ୍ଥିମାନଙ୍କର ବିଶେଷ ନାମ ଥାଏ: ଓଠା ଓ ଗାଲର ମ୍ୟୁକସ ଓ ଯୌନାଙ୍ଗରେ ଥବା ଗ୍ରନ୍ଥିଙ୍କି ଫୋରଡାଇସ ସ୍ପଟ କୁହାଯାଏ, ଆଖିପତାର ସେବାସେଅସ ଗ୍ରନ୍ଥିକୁ ମିବୋମିଆନ ଗ୍ରନ୍ଥି କୁହାଯାଏ । ସ୍ତନର ସେବାସେଅସ ଗ୍ରନ୍ଥିମାନଙ୍କୁ ମଣ୍ଟଗୋମରି ଗ୍ରନ୍ଥି (Montgomery's glands) କୁହାଯାଏ ।
ଇମ୍ମ୍ୟୁନିଟି ଓ ପୋଷଣ
[ସମ୍ପାଦନା]ଶରୀରର ଇଣ୍ଟେଗୁମେଣ୍ଟାରି ସିସ୍ଟମର ଏକ ଅଂଶ ହେଉଛି ସେବାସେଅସ ଗ୍ରନ୍ଥି ଯାହା ଦେହକୁ ଅଣୁଜୀବମାନଙ୍କଠାରୁ ସୁରକ୍ଷା ଦିଏ । ଏହି ଗ୍ରନ୍ଥିମାନଙ୍କରୁ ଏକ ପ୍ରକାର ଅମ୍ଳ ବା ଏସିଡ କ୍ଷରଣ ହୋଇ ଏସିଡ ମ୍ୟାଣ୍ଟଲ୍ (acid mantle) ତିଆରି ହୋଇଯାଏ । ଚର୍ମ ଉପରେ ଏହା ଏକ ପତଳା ଅମ୍ଳ ଆବରଣ ସୃଷ୍ଟି କରି ଜୀବାଣୁମାନଙ୍କଠାରୁ ସୁରକ୍ଷା ଦିଏ । [୩] ଚର୍ମର ପିଏଚ pH ୪.୫ରୁ ୬.୨,[୪] ଥିବାରୁ ଏକ ଅମ୍ଳ ଆସ୍ତର ତିଆରି ହୋଇ ଅନ୍ୟ ଆଲକାଲି (alkali) ପଦାର୍ଥକୁ ନିଉଟ୍ରାଲାଇଜ କରିଦିଏ । [୫] ସେବାସେଅସ ଲିପିଡ ଚର୍ମ ଅଖଣ୍ଡତା ରକ୍ଷା କରେ,[୬][୭][୮] ଓ ଚର୍ମକୁ ଜୀବସାର ଇ (vitamin E) ଯୋଗାଣ କରେ । [୯]
ଆଧାର
[ସମ୍ପାଦନା]- ↑ James, William D.; Berger, Timothy; Elston, Dirk M. (2006). Andrews' Diseases of the Skin: Clinical dermatology. Saunders Elsevier. p. 7. ISBN 978-0-7216-2921-6.
- ↑ ୨.୦ ୨.୧ ୨.୨ Young, Barbra; Lowe, James S; Stevens, Alan; Heath, John W; Deakin, Philip J (March 2006). Wheater's Functional Histology (5 ed.). Elsevier Health Sciences. pp. 175–178. ISBN 978-0-443-06850-8.
- ↑ Monika-Hildegard Schmid-Wendtner; Korting Schmid-Wendtner (2007). Ph and Skin Care. ABW Wissenschaftsverlag. pp. 31–. ISBN 978-3-936072-64-8. Retrieved 19 June 2012.
- ↑ Zlotogorski A (1987). "Distribution of skin surface pH on the forehead and cheek of adults". Arch. Dermatol. Res. 279 (6): 398–401. doi:10.1007/bf00412626. PMID 3674963.
- ↑ Schmid MH, Korting HC (1995). "The concept of the acid mantle of the skin: its relevance for the choice of skin cleansers" (PDF). Dermatology. 191 (4): 276–80. doi:10.1159/000246568. PMID 8573921. Archived from the original (PDF) on 1 ମାର୍ଚ୍ଚ 2011.
- ↑ Zouboulis CC (2004). "Acne and Sebaceous Gland Function". Clinics in Dermatology. 22 (5): 360–366. doi:10.1016/j.clindermatol.2004.03.004. PMID 15556719.
- ↑ Youn, S. W. (2010). "The Role of Facial Sebum Secretion in Acne Pathogenesis: Facts and Controversies". Clinics in Dermatology. 28 (1): 8–11. doi:10.1016/j.clindermatol.2009.03.011. PMID 20082943.
- ↑ "Thematic Review Series: Skin Lipids. Antimicrobial lipids at the skin surface". 10 May 2011.
- ↑ Thiele, Jens J.; Weber, Stefan U.; Packer, Lester (1999). "Sebaceous Gland Secretion is a Major Physiologic Route of Vitamin E Delivery to Skin". Journal of Investigative Dermatology. 113 (6): 1006–1010. doi:10.1046/j.1523-1747.1999.00794.x. PMID 10594744.