ସେବାସେଅସ ଗ୍ରନ୍ଥି

ଉଇକିପିଡ଼ିଆ ରୁ
Jump to navigation Jump to search
Sebaceous gland
Hair follicle-en.svg
Schematic view of hair follicle and sebaceous gland.
Skin.png
Cross-section of all skin layers. A hair follicle with associated structures. (Sebaceous glands labeled at center left.)
ଲାଟିନ ଭାଷାରେ glandula sebacea

ସେବାସେଅସ ଗ୍ରନ୍ଥି (ଇଂରାଜୀ ଭାଷାରେ Sebaceous glands) ଏକ କ୍ଷୁଦ୍ର ଅଣୁବୀକ୍ଷଣୀକ ଏକ୍ସୋକ୍ରାଇନ ଗ୍ରନ୍ଥି ଯାହା ଏକ ତେଲିଆ ବା ମହମ ଭଳି ପଦାର୍ଥ କ୍ଷରଣ କରନ୍ତି ଯାହାର ନାମ ସେବମ । ଏହି ସେବମ ସ୍ତନ୍ୟପାୟୀଙ୍କର ଚର୍ମ ଓ ରୁମକୁ ତୈଳାକ୍ତ କରେ ଓ ଜଳରୋଧ କରେ । ପାଦ ତଳିପା ଓ ପାପୁଲି ବ୍ୟତୀତ ସାରା ଦେହରେ ସେବାସେଅସ ଗ୍ରନ୍ଥି ଥାଏ ।[୧] ମାନବ ଦେହରେ ସବୁଠାରୁ ଅଧିକ ସେବାସେଅସ ଗ୍ରନ୍ଥି ମୁଖମଣ୍ଡଲ ଓ ସ୍କାଲ୍‌ପରେ ଥାଏ । ସେବାସେଅସ ଗ୍ରନ୍ଥିର କ୍ଷରଣକୁ ହୋଲୋକ୍ରାଇନ (holocrine) କୁହାଯାଏ । ଆଖପତାରେ ମିବୋମିଆନ ବା ଟାର୍ସାଲ ଗ୍ରନ୍ତି ମଧ୍ୟ ଏକ ପ୍ରକାର ସେବାସେଅସ ଗ୍ରନ୍ଥି ଯେଉଁଥିରୁ ଏକ ବିଶେଷ ଧରଣର ସେବନ ଲୁହକୁ ଝରିଯାଏ । ମହିଳାଙ୍କର ସ୍ତନ ଚାରିପାଖରେ ଥିବା ଏରିଓଲାର ଗ୍ରନ୍ତି (Areolar glands) ମଧ୍ୟ ଏକ ପ୍ରକାର ସେବାସେଅସ ଗ୍ରନ୍ଥି ।

ଓଠ, ଗାଲର ଭିତର ପାଖ ଓ ଯୌନାଙ୍ଗରେ (genitals) ଏକ ପ୍ରକାର ସେବାସେଅସ ଗ୍ରନ୍ଥି ଥାଏ ଯାହକୁ ଏକ୍ଟୋପିକ ଫୋରଡାଇସ ସ୍ପଟ (Fordyce spots) କୁହାଯାଏ ।

ଏହି ସେବାସେଅସ ଗ୍ରନ୍ଥିରେ ଅନେକ ପ୍ରକାରର ରୋଗ ହୁଏ ଯେପରିକି ବ୍ରଣ, ସେବାସେଅସ ସିସ୍ଟ, ସେବାସେଅସ ହାଇପରପ୍ଲାସିଆ ଓ ସେବାସେଅସ ଆଡେନୋମା ହୋଇପାରେ । ସେବାସେଅସ ଗ୍ରନ୍ଥିମାନଙ୍କର ଅତିସକ୍ରିୟତା ଯୋଗୁ ଅତ୍ୟଧିକ ସେବନ କ୍ଷରଣ ହୋଇ ରୋଗ ହୁଏ ।

ଗଠନ[ସମ୍ପାଦନା]

ସ୍ଥାନ[ସମ୍ପାଦନା]

ଦୁଇ ପ୍ରକାର ସେବାସେଅସ ଗ୍ରନ୍ଥି ଥାଏ, ଅନେକ ରୁମ ଫଲିକ୍ଲ ସ‌ହିତ ସଂଯୁକ୍ତ ଥାଆନ୍ତି ଓ ଆଉ କେତେକ ସ୍ୱାଧୀନ ଭାବରେ ଥାଆନ୍ତି । [୨]

ବାଳଦ୍ୱାରା ଆଚ୍ଛାଦିତ ସ୍ଥାନମାନଙ୍କରେ ସେବାସେଅସ ଗ୍ରନ୍ଥି ଥାଏ ଓ ସେଠାରେ ସେଗୁଡ଼ିକ ହେୟାର ଫଲିକ୍ଲ (hair follicles|) ସ‌ହିତ ସଂଯୁକ୍ତ ଥାଆନ୍ତି । ପ୍ରତ୍ୟେକ ହେୟାର ଫଲିକ୍ଲ ଚତୁର୍ପାଶ୍ୱରେ ଏକ ବା ଏକାଧିକ ସେବାସେଅସ ଗ୍ରନ୍ଥି ଥାଏ; ପ୍ରତ୍ୟେକ ସେବାସେଅସ ଗ୍ରନ୍ଥି ଚାରିପାଖରେ ଆରେକ୍ଟର ପିଲାଇ ମାଂସପେଶୀ ଥାଏ ଓ ଉଭୟ ମିଶି ଏକ ପାଇଲୋସେବାସେଅସ ୟୁନିଟ ତିଆରି କରିଥାଆନ୍ତି । ଗ୍ରନ୍ଥିଗୁଡ଼ିକର ଆସିନାର ଗଠନ ବେରି ଭଳି ହୋଇଥାଏ ଯେଉଁଥିରେ ଅନେକ ଲୋବ ଥାଏ ଯେଉଁଥିରୁ ଶାଖା ହୋଇ କେନ୍ଦ୍ରୀୟ ଡକ୍ଟ ବାହାରେ । ଗ୍ରନ୍ଥିରୁ ସେବମ ବାହାରି ବାଳ ବା ରୁମ ସାଫ୍ଟ (hair shaft) ଉପରେ ଜମା ହୁଏ ଯାହା ରୁମ ବା ବାଳ ମାଧ୍ୟମରେ ଆସି ଚର୍ମରେ ପ‌ହଞ୍ଚିଯାଏ । ବାଳ, ହେୟାର ଫଲିକ୍ଲ, ଆରେକ୍ଟର ପିଲାଇ ଓ ସେବାସେଅନ ଗ୍ରନ୍ତି ମିଳିତ ଭାବରେ ପାଇଲୋସେବାସେଅସ ୟୁନିଟ ଗଠନ କରନ୍ତି । [୨]

ବାଳ ନଥିବା ଗ୍ଲାବ୍ରସ ଚର୍ମ ଅଞ୍ଚଳରେ ମଧ୍ୟ ସେବାସେଅସ ଗ୍ରନ୍ଥି ଥାଏ ଯେପରିକି ଆଖିପତା, ମାନବ ନାକ, ଲିଙ୍ଗ, ଲେବିଆ ମାଇନୋରା, ଗାଲର ଭିତର ଆସ୍ତରଣ ଓ ସ୍ତନାଗ୍ରରେ ଥାଏ । [୨] କେତେକ ସେବାସେଅସ ଗ୍ରନ୍ଥିମାନଙ୍କର ବିଶେଷ ନାମ ଥାଏ: ଓଠା ଓ ଗାଲର ମ୍ୟୁକସ ଓ ଯୌନାଙ୍ଗରେ ଥବା ଗ୍ରନ୍ଥିଙ୍କି ଫୋରଡାଇସ ସ୍ପଟ କୁହାଯାଏ, ଆଖିପତାର ସେବାସେଅସ ଗ୍ରନ୍ଥିକୁ ମିବୋମିଆନ ଗ୍ରନ୍ଥି କୁହାଯାଏ । ସ୍ତନର ସେବାସେଅସ ଗ୍ରନ୍ଥିମାନଙ୍କୁ ମଣ୍ଟଗୋମରି ଗ୍ରନ୍ଥି (Montgomery's glands) କୁହାଯାଏ ।

ଇମ୍ମ୍ୟୁନିଟି ଓ ପୋଷଣ[ସମ୍ପାଦନା]

ଶରୀରର ଇଣ୍ଟେଗୁମେଣ୍ଟାରି ସିସ୍ଟମର ଏକ ଅଂଶ ହେଉଛି ସେବାସେଅସ ଗ୍ରନ୍ଥି ଯାହା ଦେହକୁ ଅଣୁଜୀବମାନଙ୍କଠାରୁ ସୁରକ୍ଷା ଦିଏ । ଏହି ଗ୍ରନ୍ଥିମାନଙ୍କରୁ ଏକ ପ୍ରକାର ଅମ୍ଳ ବା ଏସିଡ କ୍ଷରଣ ହୋଇ ଏସିଡ ମ୍ୟାଣ୍ଟଲ୍ (acid mantle) ତିଆରି ହୋଇଯାଏ । ଚର୍ମ ଉପରେ ଏହା ଏକ ପତଳା ଅମ୍ଳ ଆବରଣ ସୃଷ୍ଟି କରି ଜୀବାଣୁମାନଙ୍କଠାରୁ ସୁରକ୍ଷା ଦିଏ । [୩] ଚର୍ମର ପିଏଚ pH ୪.୫ରୁ ୬.୨,[୪] ଥିବାରୁ ଏକ ଅମ୍ଳ ଆସ୍ତର ତିଆରି ହୋଇ ଅନ୍ୟ ଆଲକାଲି (alkali) ପଦାର୍ଥକୁ ନିଉଟ୍ରାଲାଇଜ କରିଦିଏ । [୫] ସେବାସେଅସ ଲିପିଡ ଚର୍ମ ଅଖଣ୍ଡତା ରକ୍ଷା କରେ,[୬][୭][୮] ଓ ଚର୍ମକୁ ଜୀବସାର ଇ (vitamin E) ଯୋଗାଣ କରେ । [୯]

ଆଧାର[ସମ୍ପାଦନା]

  1. James, William D.; Berger, Timothy; Elston, Dirk M. (2006). Andrews' Diseases of the Skin: Clinical dermatology. Saunders Elsevier. p. 7. ISBN 978-0-7216-2921-6.
  2. ୨.୦ ୨.୧ ୨.୨ Young, Barbra; Lowe, James S; Stevens, Alan; Heath, John W; Deakin, Philip J (March 2006). Wheater's Functional Histology (5 ed.). Elsevier Health Sciences. pp. 175–178. ISBN 978-0-443-06850-8.
  3. Monika-Hildegard Schmid-Wendtner; Korting Schmid-Wendtner (2007). Ph and Skin Care. ABW Wissenschaftsverlag. pp. 31–. ISBN 978-3-936072-64-8. Retrieved 19 June 2012.
  4. Zlotogorski A (1987). "Distribution of skin surface pH on the forehead and cheek of adults". Arch. Dermatol. Res. 279 (6): 398–401. doi:10.1007/bf00412626. PMID 3674963.
  5. Schmid MH, Korting HC (1995). "The concept of the acid mantle of the skin: its relevance for the choice of skin cleansers" (PDF). Dermatology. 191 (4): 276–80. doi:10.1159/000246568. PMID 8573921. Archived from the original (PDF) on 1 March 2011.
  6. Zouboulis CC (2004). "Acne and Sebaceous Gland Function". Clinics in Dermatology. 22 (5): 360–366. doi:10.1016/j.clindermatol.2004.03.004. PMID 15556719.
  7. Youn, S. W. (2010). "The Role of Facial Sebum Secretion in Acne Pathogenesis: Facts and Controversies". Clinics in Dermatology. 28 (1): 8–11. doi:10.1016/j.clindermatol.2009.03.011. PMID 20082943.
  8. "Thematic Review Series: Skin Lipids. Antimicrobial lipids at the skin surface". 10 May 2011.
  9. Thiele, Jens J.; Weber, Stefan U.; Packer, Lester (1999). "Sebaceous Gland Secretion is a Major Physiologic Route of Vitamin E Delivery to Skin". Journal of Investigative Dermatology. 113 (6): 1006–1010. doi:10.1046/j.1523-1747.1999.00794.x. PMID 10594744.