Jump to content

ସୁକାନ୍ତ କୁମାର ଗିରି

ଉଇକିପିଡ଼ିଆ‌ରୁ

ସୁକାନ୍ତ କୁମାର ଗିରି (ଜନ୍ମ: ୨୯ ଅପ୍ରିଲ ୧୯୬୬) ଜଣେ ଭାରତୀୟ ଓଡ଼ିଆ ଭାଷୀ ଲେଖକ, ସାମ୍ବାଦିକ ଓ ଅଧ୍ୟାପକ । ସେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ଗୁନାପୁର ଗ୍ରାମରେ ପିତା ଯୋଗେନ୍ଦ୍ର ନାଥ ଗିରି ଓ ମାତା ହେମଲତା ଗିରିଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ ।

ସଂକ୍ଷିପ୍ତ ଜୀବନୀ

ସୁକାନ୍ତଙ୍କ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ଯଥାକ୍ରମେ ବାଲିଆପାଳ ୟୁ ପି ସ୍କୁଲ ଓ ସୁବର୍ଣ୍ଣ ରେଖା ସରକାରୀ ହାଇସ୍କୁଲ, ବାଲିଆପାଳରେ ସମ୍ପନ୍ନ ହୋଇଥିଲା । ତତ୍ପରେ ଫକୀର ମୋହନ କଲେଜ-ବାଲେଶ୍ୱରରୁ ସ୍ନାତକ, ଗଙ୍ଗାଧର ମେହେର କଲେଜ- ସମ୍ବଲପୁରରୁ ସ୍ନାତକୋତ୍ତର ଓ ଖଲିକୋଟ କଲେଜ-ବ୍ରହ୍ମପୁରରୁ ଏମ ଫିଲ ସମାପ୍ତ କରି ପିଏଚ୍ ଡି କରିଥିଲେ । ପରେ ଅଧ୍ୟାପକ ଭାବେ ଲଷ୍ମୀ ନାରାୟଣ କଲେଜ, ଜାମଶୂଳୀ, ବସ୍ତା, ବାଲେଶ୍ବରରେ ୧୯୯୨ରୁ କାର୍ଯ୍ୟରତ ହେଲେ । କବିତା, ପ୍ରବନ୍ଧ, ଗଳ୍ପ, ଉପନ୍ୟାସ ରଚନା କରିବା ସହ ବହୁ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସହ ଜଡ଼ିତ ହୋଇଥିଲେ । ତାଙ୍କ ଗୀତିକବିତାମାନ ଜୟ ବାଲିଆପାଳ, ମା' ତୁ ଶରଣ ଦେ, ପ୍ରିୟା ତୁମେ ଆଦି ଅଡ଼ିଓ କ୍ୟାସେଟ ମାଧ୍ୟମରେ ପ୍ରସାରିତ । ଏହା ବ୍ୟତୀତ ତାଙ୍କର ଅନେକ ଲେଖା ଧରିତ୍ରୀ, ପ୍ରାଉଟ ଏକ୍ସପ୍ରେସ, ଆଜିକାଲି, ସାପ୍ତାହିକ ନ୍ୟୁଜ ମାଗାଜିନ ଯଥା ବାଲେଶ୍ୱର ବିଚିତ୍ରା, କଳିଙ୍ଗ କଥା, ଅପରାହ୍ନ, ସେଇଠୁ ଆରମ୍ଭ ଆଦିରେ ପ୍ରକାଶିତ ।

ପ୍ରକାଶିତ ପୁସ୍ତକ

  • ମିଛ ସମ୍ପର୍କ (କବିତା )
  • ବାଲିଆପାଳ ଇତିହାସ
  • ବିଦଗ୍ଧ କାଣ୍ଡାରୀ (ପ୍ରବନ୍ଧ )
  • ମୁଁ ଉତ୍ତର ବାଲେଶ୍ଵରିଆ (ପ୍ରବନ୍ଧ )
  • ତାନିଆ (ଗଳ୍ପ )
  • ଲରେନ୍ସ ଭିକ୍ଟୋରିଆ (ଉପନ୍ୟାସ )
  • ଆତ୍ମ ଜୀବନୀ :ଅନେକ ଅକୁହା କଥା ( ପ୍ରଥମ ଭାଗ )

ସମ୍ମାନ ଓ ସମ୍ବର୍ଦ୍ଧନା

ଅପରାହ୍ନ, ସମୟର ଚକ୍ର, ବାଣୀପୀଠ, ଦୀନକୃଷ୍ଣ ସ୍ମୃତି ପରିଷଦ, ଜଳେଶ୍ୱର ଆଦି ୩୦ରୁ ଅଧିକ ଅନୁଷ୍ଠାନରୁ ସମ୍ମାନୀତ ।