ସିଜରିଆନ ସେକସନ

ଉଇକିପିଡ଼ିଆ‌ରୁ
ସିଜରିଆନ ସେକସନ
ହସ୍ତକ୍ଷେପ
ICD-10-PCS10D00Z0
ICD-9-CMଛାଞ୍ଚ:ICD9proc
MeSHD002585
MedlinePlus002911

ସିଜରିଆନ ସେକସନ (ଇଂରାଜୀ ଭାଷାରେ Caesarean section ବା ସି-ସେକସନ/ C-section) ଏକ ଅପରେଶନ ଯାହାଦ୍ୱାରା ଏକ ବା ଏକାଧିକ ଗର୍ଭସ୍ଥ ଶିଶୁମାନଙ୍କର ପ୍ରସବ କରାଯାଏ ।[୧] ଯୋନୀପଥ ପ୍ରସବଦ୍ୱାରା (vaginal delivery) ମାଆ ବା ଶିଶୁର କୌଣସି ସଙ୍କଟ ଆଶଙ୍କା ହେଉଥିଲେ ଏହି ଅପରେଶନ କରାଯାଏ ।[୧] ଅବରୋଧିତ ପ୍ରସବ (obstructed labour), ଯମଜ ଗର୍ଭାବସ୍ଥା (twin pregnancy), ପ୍ରିଏକ୍ଲାମ୍ପସିଆ (high blood pressure), ବ୍ରିଚ ଜନ୍ମ (breech birth), ପ୍ଲାସେଣ୍ଟା (placenta) ସମସ୍ୟା, ନାଭି (umbilical cord) ନାଡ଼ ସମସ୍ୟା, ପେଲଭିସର (pelvis) ଆକୃତି ଓ ପୂର୍ବରୁ ସିଜରିଆନ ହୋଇଥିଲେ ଏହି ଅପରେଶନ ଆବଶ୍ୟକ ହୁଏ । [୧][୨] ପୂର୍ବ ପ୍ରସବର ସିଜରିଆନ ସେକସନ ଇତିହାସ ଥିଲେ ମଧ୍ୟ ଯୋନୀପଥ ପ୍ରସବ କରିବାକୁ ଚେଷ୍ଟା କଲେ ସମ୍ଭବ ହୋଇପାରେ । ଗର୍ଭିଣୀ ମହିଳାଙ୍କ ଅନୁରୋଧକ୍ରମେ କେତେକ ସିଜରିଆନ କରାଯାଏ ।[୧] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (World Health Organization) ସୁପାରିସ ଅନୁସାରେ ଏହା ଡାକ୍ତରୀ ଆବଶ୍ୟକତା ଅନୁସାରେ ଓ ମାଆ ତ‌ଥା ଶିଶୁର ଜୀବନ ରକ୍ଷାକାରୀ ଅପରେଶନ ଭାବରେ କରାଯିବା ଉଚିତ ।[୩][୨]

ପ୍ରାୟ ୪୫ ମିନିଟ ସମୟରେ ସି-ସେକସନ ସମାପ୍ତ ହୁଏ । ସର୍ବାଙ୍ଗିକ ନିଶ୍ଚେତନ (general anesthesia) ବା ସୁଷୁମ୍ନା ନିଶ୍ଚେତନ (spinal block) ଦେଇ ଏହି ଅପରେଶନ କରାଯାଏ । ମୂତ୍ର ନିସ୍କାଷନ ନିମନ୍ତେ ମୂତ୍ରାଶୟରେ (bladder) ମୂତ୍ରୀୟ କାଥେଟର (urinary catheter ଭର୍ତ୍ତି କରିଦିଆଯାଏ ଓ ତା'ପରେ ଉଦରର ଚର୍ମକୁ ବିଶୋଧନ (sterilized) କରାଯାଏ । ତା'ପରେ ଉଦରର ନିମ୍ନ ଅଂଶରେ ଏକ ୧୫ସେମି ବା ୬ ଇଞ୍ଚ ଲମ୍ବର ଇନସିସନ (incision) ଦିଆଯାଏ । ଜରାୟୁରେ ଏକ ଦ୍ୱିତୀୟ ଇନସିସନ ଦେଇ ଶିଶୁକୁ ବାହାର କରାଯାଏ । ତା'ପରେ ଇନସିସନମାନଙ୍କୁ ସିଲେଇ କରିଦିଆଯାଏ ।[୧] ଅପରେଶନ ରୁମରୁ ବାହାରି ଚେତା ଆସିବା ସଙ୍ଗେ ସଙ୍ଗେ ମାଆ ଶିଶୁକୁ ସ୍ତନ୍ୟପାନ ଆରମ୍ଭ କରାଏ ।[୪] ଅଧିକାଂଶ ସମୟରେ ଆରୋଗ୍ୟ ହେବା ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବା ପରେ ଘରକୁ ଯାଇହୁଏ ।[୧]

ଅଳ୍ପ ସଙ୍କଟାପନ୍ନ କେଶ୍‌ରେ ସି-ସେକସନ କଲେ ମୋଟାମୋଟି ଖରାଫ ଫଳାଫଳରେ ଅଳ୍ପ ବୃଦ୍ଧି ଘଟେ ।[୨] ଅପରେଶନ ଫଳରେ ଯୋନୀପଥ ପ୍ରସବ ଅପେକ୍ଷା କ୍ଷତ ଶୁଖିବାକୁ ଅଧିକ ସମୟ ଲାଗେ, ପ୍ରାୟ ୬ ସପ୍ତାହ ।[୧] ଅପରେଶନ ପରେ ଶିଶୁର ଶ୍ୱାସକ୍ରିୟା ସମସ୍ୟା, ଉଲ୍ୱଜଳ ଏମ୍ବୋଲିଜ୍ମ/ଆମନିଓଟିକ ଫ୍ଲୁଇଡ ଏମ୍ବୋଲିଜ୍ମ (amniotic fluid embolism) ଓ ମାଆର ପ୍ରସବୋତ୍ତର ରକ୍ତସ୍ରାବ (postpartum bleeding) ସଙ୍କଟ ରହିବ ।[୨] ପ୍ରତିଷ୍ଠିତ ମାର୍ଗଦର୍ଶନ ଅନୁସାରେ କୌଣସି ମେଡିକାଲ କାରଣ ନ ଥିଲେ ୩୯ ସପ୍ତାହ ଗର୍ଭ ପୂର୍ବରୁ ସି-ସେକସନ ବ୍ୟବ‌ହାର କରିବା ଉଚିତ ନୁହେଁ । [୫] ପ୍ରସବ ପ୍ରକ୍ରିୟାର କୌଣସି ପ୍ରଭାବ ପରବର୍ତ୍ତୀ ଯୌନ କାର୍ଯ୍ୟକଳାପରେ (sexual function) ପଡ଼ିବ ନାହିଁଁ ।[୬]

ପୃଥିବୀରେ ସନ ୨୦୧୨ରେ ପ୍ରାୟ ୨୩ ନିୟୁତ ସି-ସେକସନ କରାଯାଇଥିଲା ।[୭] ପୂର୍ବରୁ ସି-ସେକସନ ନିମନ୍ତେ ୧୦%ରୁ ୧୫% ହାରକୁ ଚିକିତ୍ସକମାନେ ଆଦର୍ଶ ଭାବରେ ନେଉଥିଲେ ।[୩] କେତେକ ପ୍ରମାଣରୁ ସିଦ୍ଧ ହେଉଛି; ୧୯% ହାର ଅଧିକ ଭଲ ଫଳ ସୂଚନା ଦିଏ ।[୭] ପୃଥିବୀର ୪୫ରୁ ଅଧିକ ଦେଶରେ ୭.୫%ରୁ କମ ସି-ସେକସନ ଅପରେଶନ ହେଉଛି ଓ ୫୦ରୁ ଅଧିକ ଦେଶରେ ୨୭%ରୁ ଅଧିକ ଅପରେଶ ହେଉଛି । ଏହି ଅପରେଶନ ସଂଖ୍ୟା କମେଇବା ନିମନ୍ତେ ପ୍ରଚେଷ୍ଟା ଚାଲିଛି ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ୩୩% ପ୍ରସବରେ ସି‌-ସେକସନ କରାଯାଉଛି ।[୧][୨] ପ୍ରସବକାଳୀନ ମାଆର ମୃତ୍ୟୁ ସ‌ହ ସମୟିକ ଶିଶୁ ବଞ୍ଚିଯିବା ଯୋଗୁ ଖ୍ରୀ:ପୂ: ୭୧୫ରୁ ଅପରେଶନର ପ୍ରଚଳନ ଚାଲିଛି । ଫଳରେ ସନ ୧୫୦୦ରୁ ମାଆ ବଞ୍ଚିଯିବା ବର୍ଣ୍ଣନା ମିଳୁଛି । ଊନବିଂଶ ଶତାବ୍ଦୀରେ ଆଣ୍ଟିସେପ୍ଟିକ/ପୂୟରୋଧକ (antiseptic) ଓ ନିଶ୍ଚେତକ (anesthetics) ଉଦ୍ଭାବନ ପରଠାରୁ ପ୍ରସବ ପରେ ମାଆ ଓ ଶିଶୁ ବଞ୍ଚିରହିବା ଏକ ସାଧାରଣ କଥା ହୋଇଗଲାଣି ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Pregnancy Labor and Birth". Women's Health. September 27, 2010. Archived from the original on 28 July 2016. Retrieved 31 July 2016.
  2. ୨.୦ ୨.୧ ୨.୨ ୨.୩ ୨.୪ "Safe Prevention of the Primary Cesarean Delivery". American Congress of Obstetricians and Gynecologists and the Society for Maternal-Fetal Medicine. March 2014. Retrieved 20 February 2014.
  3. ୩.୦ ୩.୧ "WHO Statement on Caesarean Section Rates" (PDF). 2015. Retrieved 6 May 2015.
  4. Lauwers, Judith; Swisher, Anna (2010). Counseling the Nursing Mother: A Lactation Consultant's Guide (in ଇଂରାଜୀ). Jones & Bartlett Publishers. p. 274. ISBN 9781449619480.
  5. American Congress of Obstetricians and Gynecologists, "Five Things Physicians and Patients Should Question", Choosing Wisely: an initiative of the ABIM Foundation, American Congress of Obstetricians and Gynecologists, retrieved August 1, 2013
  6. Yeniel, AO; Petri, E (January 2014). "Pregnancy, childbirth, and sexual function: perceptions and facts". International urogynecology journal. 25 (1): 5–14. doi:10.1007/s00192-013-2118-7. PMID 23812577.
  7. ୭.୦ ୭.୧ ୭.୨ Molina, G; Weiser, TG; Lipsitz, SR; Esquivel, MM; Uribe-Leitz, T; Azad, T; Shah, N; Semrau, K; Berry, WR; Gawande, AA; Haynes, AB (1 December 2015). "Relationship Between Cesarean Delivery Rate and Maternal and Neonatal Mortality". JAMA. 314 (21): 2263–70. doi:10.1001/jama.2015.15553. PMID 26624825.
  8. Moore, Michele C.; Costa, Caroline M. de (2004). Cesarean Section: Understanding and Celebrating Your Baby's Birth (in ଇଂରାଜୀ). JHU Press. p. Chapter 2. ISBN 9780801881336.