ସପ୍ତର୍ଷି
ପୁରାଣରୁ ଜଣାଯାଏ ଯେ, ବ୍ରହ୍ମାଙ୍କ ପୁତ୍ରମାନେ ଋଷି ଥିଲେ ଓ ଭଗବାନ୍ ଶିବଙ୍କର ଭକ୍ତମାନେ ମଧ୍ୟ ଋଷି ଥିଲେ ସେମାନେ ମାନବ, ଦେବତା ଏତତ୍ବ୍ୟତୀତ ପଶୁ-ପକ୍ଷୀ, ସମୁଦ୍ର, ନଦୀ, ପାହାଡ଼ ଏବଂବୃକ୍ଷଲତାମାନଙ୍କ ହିତ ପାଇଁ ଅନେକ କାର୍ଯ୍ୟ କରିବା ସହିତ ଅନେକ ବିଧିବିଧାନ ପ୍ରଚଳନ କରିଛନ୍ତି ପ୍ରଥମ ମନୁ ସ୍ୱୟଂଭୁବ ମନୁଙ୍କଠାରୁ ଆରମ୍ଭ କରି ବୌଦ୍ଧ ପର୍ଯ୍ୟନ୍ତ ସମସ୍ତ ଋଷି ଓ ମୁନି ଥିଲେ ହିନ୍ଦୁ ପୁରାଣରେ ଥିବା ମନ୍ୱନ୍ତରରେ ଋଷିଙ୍କ ଜ୍ଞାନକୁ ପରିଭାଷିତ/ବର୍ଣ୍ଣନା କରାଯାଇଛି ପ୍ରତ୍ୟେକ ମନ୍ୱନ୍ତରରେ ୭ଟି ପ୍ରମୁଖ ଋଷିଙ୍କ ନାମ ଉଲ୍ଲେଖ କରାଯାଇଛି ବିଷ୍ଣୁ ପୁରାଣ ଅନୁସାରେ ପ୍ରଥମ ମନ୍ୱନ୍ତରରେ ମରୀଚି, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ ଏବଂ ବଶିଷ୍ଠ ଆଦି ସପ୍ତଋଷିଙ୍କୁ ସପ୍ତର୍ଷିମଣ୍ଡଳ କୁହାଯାଏ ଦ୍ୱିତୀୟ ସ୍ୱାରୋଚିଷ ମନ୍ୱନ୍ତରରେ ଉର୍ଜ୍ଜ, ସ୍ତମ୍ଭ, ବାତ, ପ୍ରାଣ, ପୃଷଭ, ନିରୟ ଏବଂ ପରୀବାନ୍ ପ୍ରଭୃତି ସାତଟି ଋଷି ରହିଛନ୍ତି ତୃତୀୟ ଉତ୍ତମ ମନ୍ୱନ୍ତରରେ ମହର୍ଷି ବଶିଷ୍ଠଙ୍କ ସାତ ପୁତ୍ର ଥିବାବେଳେ ଚତୁର୍ଥ ମାନସ ମନ୍ୱନ୍ତରରେ ଜ୍ୟୋତିର୍ଧାମା, ପୃଥୁ, କାବ୍ୟ, ଚୈତ୍ର, ଅଗ୍ନି, ବନକ ଏବଂ ପୀବର ଋଷି ଅନ୍ତର୍ଭୁକ୍ତ ସେହିପରି ପଞ୍ଚମ ରୈବତ୍ ମନ୍ୱନ୍ତରରେ ହିରଣ୍ୟରୋମା, ବେଦଶ୍ରୀ, ଊର୍ଦ୍ଧ୍ୱ, ବାହୁ, ବେଦବାହୁ, ସୁଧାମା, ପର୍ଜନ୍ୟ ଏବଂ ମହାମୁନି ଋଷି ଥିବାବେଳେ ଷଷ୍ଠ ଚାକ୍ଷୁଷ ମନ୍ୱନ୍ତରରେ ସୁମେଧା, ବିରଜା, ହବିଷ୍ମାନ, ଉତ୍ତମ, ମଧୁ, ଅତିନାମା ଏବଂ ସହିଷ୍ଣୁ ଋଷି ଅଛନ୍ତି ସପ୍ତମ ବୈବସ୍ୱତ ମନ୍ୱନ୍ତରରେ କଶ୍ୟପ, ଅତ୍ରି, ବଶିଷ୍ଠ, ବିଶ୍ୱାମିତ୍ର, ଗୌତମ, ଜଗଦମ୍ନି ଏବଂ ଭରଦ୍ୱାଜ ଋଷି ଅଛନ୍ତି ଭବିଷ୍ୟ ଅଷ୍ଟମ ସ୍ୱର୍ଣ୍ଣିକ ମନ୍ୱନ୍ତରରେ ଗାଲବ, ଦୀପ୍ତିମାନ୍, ପର୍ଶୁରାମ, ଅଶ୍ୱତ୍ଥାମା, କୃପ, ଋଷିଶୃଙ୍ଗ୍ୟ ଏବଂ ବ୍ୟାସ ଥିବାବେଳେ ନବମ ଦକ୍ଷସାବର୍ଣ୍ଣି ମନ୍ୱନ୍ତରରେ ମେଧାତିଥି, ବସୁ, ସତ୍ୟ, ଜ୍ୟୋତିଷ୍ମାନ୍, ଦ୍ୟୁତିମାନ, ସବନ୍ ଏବଂ ଭବ୍ୟ ଋଷି ବିରାଜମାନ ଦଶମ ବ୍ରହ୍ମାସାବର୍ଣ୍ଣି ମନ୍ୱନ୍ତରରେ ତପୋମୂର୍ତ୍ତି, ହବିଷ୍ମାନ୍, ସୁକୃତ, ସତ୍ୟ, ନାଭାଗ, ଅପ୍ରିତିମୌଜା ଏବଂ ସତ୍ୟକେତୁ ଥିବାବେଳେ ଏକାଦଶ ଧର୍ମସାବର୍ଣ୍ଣି ମନ୍ୱନ୍ତରରେ ବପୁଷ୍ମାନ୍, ଘୃଣି, ଆରୁଣି, ନିଃସ୍ୱର, ହବିଷ୍ମାନ୍, ଅନଘ ଏବଂ ଅଗ୍ନିତେଜା ରହିଛନ୍ତି ଦ୍ୱାଦଶ ରୁଦ୍ରସାବର୍ଣ୍ଣି ମନ୍ୱନ୍ତରରେ ତପୋଦ୍ୟୁତି, ତପସ୍ୱୀ, ସୁତପା, ତପୋମୂର୍ତ୍ତି, ତପୋନିଧି, ତପୋରତି ଏବଂ ତପୋଧୃତି ଋଷିମାନେ ବିଦ୍ୟମାନ ତ୍ରୟୋଦଶ ଦେବସାବର୍ଣ୍ଣି ମନ୍ୱନ୍ତରରେ ଧୃତିମାନ, ଅବ୍ୟୟ, ତତ୍ତ୍ୱଦର୍ଶୀ, ନିରୂତ୍ସକ, ନିର୍ମୋହ, ସୁତପା ଏବଂ ନିଷ୍ପ୍ରକମ୍ପ ଥିବାବେଳେ ଚତୁର୍ଦ୍ଦଶ ଇନ୍ଦ୍ରସାବର୍ଣ୍ଣି ମନ୍ୱନ୍ତରରେ ଅଗ୍ନିଧ୍ର, ଅଗ୍ନି, ବାହୁ, ଶୁଚି, ଯୁକ୍ତ, ମଗଧ, ଶୁକ୍ର ଏବଂ ଅଜିତ ଅନ୍ତର୍ଭୁକ୍ତ ଏହି ଋଷିମାନଙ୍କ ମଧ୍ୟରୁ କିଛି କଳ୍ପାନ୍ତ-ଚିରଞ୍ଜିବୀ, ମୁକ୍ତାତ୍ମା ଏବଂ ଦିବ୍ୟଦେହଧାରୀ ଥିଲେ ଶତପଥ ବ୍ରାହ୍ମଣ ଅନୁସାରେ ଗୌତମ, ଭରଦ୍ୱାଜ, ବିଶ୍ୱାମିତ୍ର, ବଶିଷ୍ଠ, କଶ୍ୟପ ଏବଂ ଅତ୍ରି ରହିଥିବା ବେଳେ ମହାଭାରତ ଅନୁସାରେ ମରିଚି, ଅତ୍ରି, ଅଙ୍ଗିରା, ପୁଲହ, କ୍ରତୁ, ପୁଲସ୍ତ୍ୟ ଏବଂ ବଶିଷ୍ଠ ଋଷିଙ୍କୁ ସପ୍ତର୍ଷି ବୋଲି ମାନିଥାନ୍ତି ମହାଭାରତର ରାଜଧର୍ମ ଏବଂ ଧର୍ମର ପ୍ରାଚୀନ ଆଚାର୍ଯ୍ୟଙ୍କ ନାମ ବୃହସ୍ପତି, ବିଶାଳାକ୍ଷ(ଶିବ), ଶୁକ୍ର, ସହସ୍ରାକ୍ଷ, ମହେନ୍ଦ୍ର, ପ୍ରାଚେତସ ମନୁ, ଭରଦ୍ୱାଜ ଏବମ୍ ଗୌରସିରସ ମୁନି କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ମନୁ, ବୃହଷ୍ପତି, ଉଶନସ(ଶୁକ୍ର), ଭରଦ୍ୱାଜ, ବିଶାଳାକ୍ଷ(ଶିବ), ପରାଶର, ପିଶୁନ୍, କୌଣପଦନ୍ତ, ବତବ୍ୟାଧି ଏବଂ ବହୁଦନ୍ତି ପୁତ୍ର ଥିବାବେଳେ ବୈବସ୍ୱତ ମନ୍ୱନ୍ତରରେ ବଶିଷ୍ଠ ଋଷି ଅଛନ୍ତି ଏହି ମନ୍ୱନ୍ତରରେ ବଶିଷ୍ଠ ଋଷିଙ୍କୁ ବ୍ରହ୍ମର୍ଷି ଉପାଧି ଦିଆଯାଇଥିଲା [୧]
ଆଧାର
[ସମ୍ପାଦନା]- ↑ ସମୟ, ପୃଷ୍ଠା-୨, ୩.୧୨.୨୦୧୪