ଷଡ଼ଭୁଜ
ଦେଖଣା
ଜ୍ୟାମିତି ଅନୁସାରେ ଷଡ଼ଭୂଜ ହେଉଛି, ଛଅ 'ବାହୁ' ଓ ଛଅ 'କୋଣ' ଥିବା ବନ୍ଦ ଜ୍ୟାମିତିକ କ୍ଷେତ୍ର ଯାହାକି ଏକ ବହୁଭୂଜ । ଏହାର ଛଅ ବାହୁ ତଥା ଛଅ କୋଣ ପରସ୍ପର ସମାନ ହେଲେ ଏହାକୁ ସମ-ଷଡ଼ଭୂଜ କହନ୍ତି । ଯେ କୌଣସି ଷଡ଼ଭୂଜର ଛଅ କୋଣର ସମଷ୍ଟି: [୧]
ଜ୍ୟାମିତିକ ଧର୍ମ
[ସମ୍ପାଦନା]- ସମ ଷଡ଼ଭୂଜର ସମସ୍ତ ଶିର୍ଷବିନ୍ଦୁ ସମବୃତ୍ତୀୟ ହୁଅନ୍ତି ଅର୍ଥାତ୍ ଏହାର ସମସ୍ତ ଶିର୍ଷବିନ୍ଦୁ ଏହାର ବହିଃ ବୃତ୍ତର ପରିଧି ଉପରିସ୍ଥ ହେବେ ।
- ସମ ଷଡ଼ଭୂଜର ବହିର୍ଲିଖିତ ବୃତ୍ତର ବ୍ୟାସାର୍ଦ୍ଧ 'R' ହେଲେ, ଏହାର ବାହୁର ଦୂରତା ମଧ୍ୟ R ସହ ସମାନ ହେବ ।
- ସମ ଷଡ଼ଭୂଜର ଅନ୍ତର୍ଲିଖିତ ବୃତ୍ତର ବ୍ୟାସାର୍ଦ୍ଧ 'R' ହେଲେ, ଏହାର ବାହୁର ଦୂରତା = × R ସହ ସମାନ ହେବ ।
ଅଙ୍କନ
[ସମ୍ପାଦନା]ସମ ଷଡ଼ଭୂଜ ଅଙ୍କନ
[ସମ୍ପାଦନା]- ଯେ କୌଣସି ମାପର ବ୍ୟାସାର୍ଦ୍ଧ ନେଇ (ଯାହାକି ସମ-ଷଡ଼ଭୂଜର ବାହୁର ପରିମାପ )ଏକ ସରଳରେଖା ଉପରେ ବୃତ୍ତଟିଏ ଆଙ୍କ ।
- ବର୍ତ୍ତମାନ ବ୍ୟାସଟି ବୃତ୍ତକୁ ଛେଦ କରୁଥିବା ଗୋଟିଏ ବିନ୍ଦୁରୁ ବୃତ୍ତର କେନ୍ଦ୍ର ବିନ୍ଦୁ ଦେଇ ବ୍ୟାସାର୍ଦ୍ଧ ପରିମିତ ଏକ ଚାପ ଆଙ୍କ । ଏହି ଚାପ ବୃତ୍ତର ପରିଧିକୁ ଦୁଇଟି ବିନ୍ଦୁରେ ଛେଦ କରିବେ ।
- ଠିକ ସେହିପରି ବ୍ୟାସଟି ବୃତ୍ତକୁ ଛେଦ କରୁଥିବା ଅନ୍ୟ ବିନ୍ଦୁରୁ ବୃତ୍ତର କେନ୍ଦ୍ର ବିନ୍ଦୁ ଦେଇ ବ୍ୟାସାର୍ଦ୍ଧ ପରିମିତ ଆଉ ଏକ ଚାପ ଆଙ୍କ । ଏହି ଚାପ ବୃତ୍ତର ପରିଧିକୁ ଅନ୍ୟ ଦୁଇଟି ବିନ୍ଦୁରେ ଛେଦ କରିବେ ।
- ଏହି ଦୁଇଟି ଚାପଦ୍ୱାରା ଛେଦିତ ଦୁଇ ବିନ୍ଦୁ ଏବଂ ବୃତ୍ତକୁ ବ୍ୟାସ ଛେଦ କରୁଥିବା ଅନ୍ୟ ଦୁଇ ବିନ୍ଦୁ ଗୁଡିକୁ (ମୋଟ ଛଅଟି ବିନ୍ଦୁ) କ୍ରମାନ୍ୱୟରେ ଯୋଗକଲେ ଏକ ସମ ଷଡ଼ଭୂଜର ଅଙ୍କନ ହୋଇପାରିବ ।
ଆଧାର
[ସମ୍ପାଦନା]- ↑ "Regular Hexagon". Archived from the original on 3 June 2018. Retrieved 17 June 2018.