ଷଡ଼ଭୁଜ

ଉଇକିପିଡ଼ିଆ‌ରୁ
(ଷଡ଼ଭୂଜରୁ ଲେଉଟି ଆସିଛି)
ଷଡ଼ଭୂଜ

ଜ୍ୟାମିତି ଅନୁସାରେ ଷଡ଼ଭୂଜ ହେଉଛି, ଛଅ 'ବାହୁ' ଓ ଛଅ 'କୋଣ' ଥିବା ବନ୍ଦ ଜ୍ୟାମିତିକ କ୍ଷେତ୍ର ଯାହାକି ଏକ ବହୁଭୂଜ । ଏହାର ଛଅ ବାହୁ ତଥା ଛଅ କୋଣ ପରସ୍ପର ସମାନ ହେଲେ ଏହାକୁ ସମ-ଷଡ଼ଭୂଜ କହନ୍ତି । ଯେ କୌଣସି ଷଡ଼ଭୂଜର ଛଅ କୋଣର ସମଷ୍ଟି: [୧]

ଜ୍ୟାମିତିକ ଧର୍ମ[ସମ୍ପାଦନା]

  • ସମ ଷଡ଼ଭୂଜର ସମସ୍ତ ଶିର୍ଷବିନ୍ଦୁ ସମବୃତ୍ତୀୟ ହୁଅନ୍ତି ଅର୍ଥାତ୍‌ ଏହାର ସମସ୍ତ ଶିର୍ଷବିନ୍ଦୁ ଏହାର ବହିଃ ବୃତ୍ତର ପରିଧି ଉପରିସ୍ଥ ହେବେ ।
  • ସମ ଷଡ଼ଭୂଜର ବହିର୍ଲିଖିତ ବୃତ୍ତର ବ୍ୟାସାର୍ଦ୍ଧ 'R' ହେଲେ, ଏହାର ବାହୁର ଦୂରତା ମଧ୍ୟ R ସହ ସମାନ ହେବ ।
  • ସମ ଷଡ଼ଭୂଜର ଅନ୍ତର୍ଲିଖିତ ବୃତ୍ତର ବ୍ୟାସାର୍ଦ୍ଧ 'R' ହେଲେ, ଏହାର ବାହୁର ଦୂରତା = × R ସହ ସମାନ ହେବ ।

ଅଙ୍କନ[ସମ୍ପାଦନା]

ବୃତ୍ତ ମଧ୍ୟରେ ସମ ଷଡ଼ଭୂଜର ଅନ୍ତର୍ଲିଖନ

ସମ ଷଡ଼ଭୂଜ ଅଙ୍କନ[ସମ୍ପାଦନା]

  • ଯେ କୌଣସି ମାପର ବ୍ୟାସାର୍ଦ୍ଧ ନେଇ (ଯାହାକି ସମ-ଷଡ଼ଭୂଜର ବାହୁର ପରିମାପ )ଏକ ସରଳରେଖା ଉପରେ ବୃତ୍ତଟିଏ ଆଙ୍କ ।
  • ବର୍ତ୍ତମାନ ବ୍ୟାସଟି ବୃତ୍ତକୁ ଛେଦ କରୁଥିବା ଗୋଟିଏ ବିନ୍ଦୁରୁ ବୃତ୍ତର କେନ୍ଦ୍ର ବିନ୍ଦୁ ଦେଇ ବ୍ୟାସାର୍ଦ୍ଧ ପରିମିତ ଏକ ଚାପ ଆଙ୍କ । ଏହି ଚାପ ବୃତ୍ତର ପରିଧିକୁ ଦୁଇଟି ବିନ୍ଦୁରେ ଛେଦ କରିବେ ।
  • ଠିକ ସେହିପରି ବ୍ୟାସଟି ବୃତ୍ତକୁ ଛେଦ କରୁଥିବା ଅନ୍ୟ ବିନ୍ଦୁରୁ ବୃତ୍ତର କେନ୍ଦ୍ର ବିନ୍ଦୁ ଦେଇ ବ୍ୟାସାର୍ଦ୍ଧ ପରିମିତ ଆଉ ଏକ ଚାପ ଆଙ୍କ । ଏହି ଚାପ ବୃତ୍ତର ପରିଧିକୁ ଅନ୍ୟ ଦୁଇଟି ବିନ୍ଦୁରେ ଛେଦ କରିବେ ।
  • ଏହି ଦୁଇଟି ଚାପଦ୍ୱାରା ଛେଦିତ ଦୁଇ ବିନ୍ଦୁ ଏବଂ ବୃତ୍ତକୁ ବ୍ୟାସ ଛେଦ କରୁଥିବା ଅନ୍ୟ ଦୁଇ ବିନ୍ଦୁ ଗୁଡିକୁ (ମୋଟ ଛଅଟି ବିନ୍ଦୁ) କ୍ରମାନ୍ୱୟରେ ଯୋଗକଲେ ଏକ ସମ ଷଡ଼ଭୂଜର ଅଙ୍କନ ହୋଇପାରିବ ।

ଆଧାର[ସମ୍ପାଦନା]

  1. "Regular Hexagon". Archived from the original on 3 June 2018. Retrieved 17 June 2018.

ବାହାର ଲିଙ୍କ[ସମ୍ପାଦନା]