ଶାନ୍ତନୁ
ଶାନ୍ତନୁ | |
---|---|
ମହାଭାରତ character | |
ସବିଶେଷ | |
ପରିବାର | ପ୍ରତୀପ (ପିତା) |
Spouse(s) | ଗଙ୍ଗା ଏବଂ ସତ୍ୟବତୀ |
Children | ଭୀଷ୍ମ, ଚିତ୍ରାଙ୍ଗଦ and ବିଚିତ୍ରବୀର୍ଯ୍ୟ |
ମହାଭାରତ ତଥା ଅନ୍ୟାନ୍ୟ ପୁରାଣ ଅନୁସାରେ ଶାନ୍ତନୁ ଥିଲେ ହସ୍ତିନାପୁରର ରାଜା, ଯେ କି ଭୀଷ୍ମ ବା ଦେବବ୍ରତଙ୍କ ପିତା ତଥା କୁରୁ ପାଣ୍ଡବ ମାନଂକ ପ୍ରପିତାମହ ଥିଲେ[୧] [୨] । ସେ ଭରତ ଗୋତ୍ର ତଥା ଚନ୍ଦ୍ର ବଂଶଜ ଥିଲେ । ସେ ତାଙ୍କ ପଇତା ରାଜା ପ୍ରତୀପଂକ ତୃତୀୟ ପୁତ୍ର ଥିଲେ । ଶାନ୍ତନୁଙ୍କ ପ୍ରଥମ ଅଗ୍ରଜ ଦେବାପି କୁଷ୍ଠ ରୋଗାକ୍ରାଂତ ହୋଇ ରାଜ୍ୟ ଉତ୍ତରାଧିକାର ତ୍ୟାଗ କରି ସନ୍ୟାସୀ ହୋଇଥିଲେ । ମଧ୍ୟମ ଅଗ୍ରଜ ବହ୍ଲୀକ ପିତୃ ଦେଶ ତ୍ୟାଗ କରି ମାତୁଳ ଦେଶ ବଲ୍ଖର ରାଜା ହୋଇଥିଲେ । ତେଣୁ ଶାନ୍ତନୁ ହସ୍ତିନାପୁର ରାଜତ୍ୱ ପ୍ରାପ୍ତ ହୋଇଥିଲେ ।
ଶାନ୍ତନୁଙ୍କ ପୂର୍ବ ଜନ୍ମ ଏବଂ ବ୍ରହ୍ମାଙ୍କ ଅଭିଶାପ
[ସମ୍ପାଦନା]ଶାନ୍ତନୁ ତାଙ୍କ ପୂର୍ବ ଜନ୍ମରେ ଇକ୍ଷାକୁ ବଂଶର ଜଣେ ପ୍ରତାପଶାଳୀ ରାଜା ଥିଲେ ଓ ତାଙ୍କା ନାମା ଥିଲା ମହାଭିଷ । ସେ ତାଙ୍କ ପୁଣ୍ୟ ଓ ଯଜ୍ଞ ବଳରେ ସ୍ୱର୍ଗ ପ୍ରାପ୍ତି ହୋଇଥିଲେ । ଥରେ ବ୍ରହ୍ମାଙ୍କ ଏକ ଦେବ ସଭାରେ ଅନେକ ଦେବଗଣ ଏକତ୍ରିତ ହୋଇଥିଲେ ଯେଉଁଥିରେ ଦେବୀ ଗଙ୍ଗା ତଥା ମହାଭିଷ ମଧ୍ୟ ଥିଲେ । ହଠାତ୍ ପବନରେ ଦେବୀ ଗଙ୍ଗାଙ୍କ ବସ୍ତ୍ର ଉଡିଯାଇଥିଲା । ଏଥିରେ ସେଠାରେ ଉପସ୍ଥିତ ସମସ୍ତ ଦେବ ଗଣ ମୁହଁ ତଳକୁ କରିଦେଇଥିଲାବେଳେ ମହାଭିଷ ଗଙ୍ଗାଂକୁ ଚାହିଁରହିଥିଲେ । ତାଙ୍କର ଏ ମାନବୀୟ ଆଚରଣରେ ବ୍ରହ୍ମା କ୍ଷୁବ୍ଧ ହୋଇଏ ତାଙ୍କୁ ଓ ଦେବୀ ଗଙ୍ଗାଂକୁ ମର୍ତ୍ତ୍ୟରେ ଜନ୍ମ ନେବାକୁ ଅଭିଶାପ ଦେଇଥିଲେ[୩] ।
ଯେତେବେଳେ ଗଙ୍ଗା ସେ ଦେବସଭାରୁ ଫେରୁଥିଲେ, ସେତେବେଳେ ଅଷ୍ଟ ବସୁ ତାଙ୍କୁ ପ୍ରାର୍ଥନା କରିଥିଲେ କି ଗଂଗାଂକ ମାନବ ଜନ୍ମରେ ସେମାନଂକୁ ତାଙ୍କ ପୁତ୍ର ଭାବେ ସେ ଜନ୍ମ ଦେବେ । ଗଙ୍ଗା ଏଥିରେ ରାଜି ହୋଇଥିଲେ ।
ମର୍ତ୍ତ୍ୟରେ ଶାନ୍ତନୁ ଓ ଗଙ୍ଗା
[ସମ୍ପାଦନା]ପୂର୍ବୋକ୍ତ ବ୍ରହ୍ମା ଅଭିଶାପ ଅନୁଯାୟୀ ଶାନ୍ତନୁ ମର୍ତ୍ତ୍ୟରେ କୁରୁ ରାଜା ପ୍ରତୀପଙ୍କ ପୁତ୍ର ଭାବେ ଜନ୍ମ ନେଇ ହସ୍ତିନାପୁର ରାଜା ହୋଇଥିଲେ | ଥରେ ଗଙ୍ଗା ନଦୀ କୂଳରେ ବୁଲୁ ବୁଲୁ ସେ ଜଣେ ସୁନ୍ଦରୀ ସ୍ତ୍ରୀଂକୁ ଦେଖି ରୂପରେ ମୋହିତ ହୋଇ ତାଙ୍କୁ ବିବାହ ପ୍ରସ୍ତାବ ଦେଲେ । ଏ ସ୍ତ୍ରୀ ଜଣଂକ ଥିଲେ ଦେବୀ ଗଂଗାଂକ ମାନବୀ ଅବତାର । ଗଙ୍ଗା ଏ ପ୍ରସ୍ତାବରେ ରାଜି ହୋଇଥିଲେ, କିଂତୁ ସେ ଶାନ୍ତନୁଙ୍କ ନିକଟରେ ସର୍ତ୍ତ ରଖିଥିଲେ କି ସେ ତାଙ୍କର ପରିଚୟ କେବେ ଦେବେ ନାହିଁ ତଥା ସେ ଯାହା ବି କରିବେ ଶାଂତନୁ ସେଥିରେ କୌଣସି ପଶ୍ନ ପଚାରିବେ ନାହିଁ । ଯେଉଁ ଦିନ ଏ ସର୍ତ୍ତ ଭଂଗ ହେବ ସେ ଶାଂତନୁ ତ୍ୟାଗ କରଇ ଚାଲିଯିବେ । ଏ ସର୍ତ୍ତରେ ଶାଂତନୁ ରାଜି ହୋଇଥିଲେ ଏବଂ ମାନବୀ ଗଙ୍ଗାଙ୍କୁ ବିବାହ କରି ସୁଖରେ କାଳାତିପାତ କରିଥିଲେ ।
ମାତ୍ର ଯେତେବେଳେ ଗଙ୍ଗାଙ୍କର ସଂତାନ ଜନ୍ମ ହୁଅଂତି ସେ ତାଙ୍କୁ ତୁରଂତ ନଦୀରେ ବିସର୍ଜନ କରିଦିଅଂତି । ଶାନ୍ତନୁ ନିଜ ସର୍ତ୍ତ ପାଳନ କରି ଗଙ୍ଗାନ୍ଗ୍କୁ କୌଣସି ପ୍ରଶ୍ନ ପଚାରି ପାରନ୍ତି ନାହିଁ । ଏହିପରି ଶାନ୍ତନୁ ତାଙ୍କର ପ୍ରଥମ ସାତଟି ସଂତାନ ହରାଂତି । ଏହି ସଂତାନମାନେ ଥିଲେ ଅଷ୍ତ ବସୁ ମାନଂକ ମଧ୍ୟରୁ ପ୍ରଥମ ସାତ ବସୁ । ସେମାନେ ସବୁ ତାଙ୍କ ପୂର୍ବ କର୍ମ ଯୋଗୁଁ ଅଭିଶାପ ପାଇ ମ୍ରର୍ତ୍ତ୍ୟରେ ଜନ୍ମ ହେବାର ଥିଲା ।
ଯେତେବେଳେ ଗଙ୍ଗା ତାଙ୍କର ଅଷ୍ଟମ ପୁତ୍ରକୁ ନଦୀରେ ବିସର୍ଜନ କରିବକ୍କୁ ଉଦ୍ୟତ ହୁଅଂତି, ସେତେବେଳ ଶାନ୍ତନୁ ତାଙ୍କୁ ଅଟକାଇଥିଲେ । ସେତେବେଳେ ଗଙ୍ଗା ସେ ଶିଶୁ ପୁତ୍ରକୁ ବଂଚାଇ ରଖିଥିଲେ, ମାତ୍ର ସର୍ତ୍ତ ଭଂଗ ହୋଇଥିବାରୁ ଶାନ୍ତନୁଙ୍କୁ ଛାଡି ଚାଲିଯାଇଥିଲେ ଓ ମାନବୀ ରୂପ ପରିତ୍ୟାଗ କରିଥିଲେ ।
ଏହି ଅଷ୍ଟମ ଶିଶୁ ବଡ଼ ହୋଇ ଦେବବ୍ରତ ଭୀଷ୍ମ ହୋଇଥିଲେ ।
ଆଧାର
[ସମ୍ପାଦନା]- ↑ Chandrakant, Kamala; Pai, Anant (1997). Bheesma- Heroes from the Mahabharat (ଅଗଷ୍ଟ 2010 ପୁନର୍ମୁଦ୍ରଣ ed.). ମୁମ୍ବାଇ: ଅମର ଚିତ୍ର କଥା ପ୍ରା. ଲିମିଟେଡ. p. 1. ISBN 81-8482-035-6.
- ↑ "ଶାନ୍ତନୁ". ଓଡ଼ିଆ ଉଇକିଅଭିଧାନ. Retrieved 29 July 2018.
- ↑ Roy, Pratap Chandra; Ganguli, Kisari Mohan (1896). The Mahabharat of Krshna-Dwaipayana Vyasa - Translated from Original Sanskrit (PDF). କଲିକତା-୧୨: Oriental Publishing Co. p. 230. Archived from the original (PDF) on 27 July 2018. Retrieved 4 August 2018.
{{cite book}}
: CS1 maint: location (link)