ଶାନ୍ତନୁ

ଉଇକିପିଡ଼ିଆ‌ରୁ
ଶାନ୍ତନୁ
ମହାଭାରତ character
Shantanu
ହସ୍ତିନାପୁର ରାଜା ଶାନ୍ତନୁ ଗଙ୍ଗା ନଦୀକୂଳରେ ଏକ ସୁଂଦର ନାରୀଂକୁ ଦେଖିଲେ
ସବିଶେଷ
ପରିବାରପ୍ରତୀପ (ପିତା)
Spouse(s)ଗଙ୍ଗା ଏବଂ ସତ୍ୟବତୀ
Childrenଭୀଷ୍ମ, ଚିତ୍ରାଙ୍ଗଦ and ବିଚିତ୍ରବୀର୍ଯ୍ୟ

ମହାଭାରତ ତଥା ଅନ୍ୟାନ୍ୟ ପୁରାଣ ଅନୁସାରେ ଶାନ୍ତନୁ ଥିଲେ ହସ୍ତିନାପୁରର ରାଜା, ଯେ କି ଭୀଷ୍ମ ବା ଦେବବ୍ରତଙ୍କ ପିତା ତଥା କୁରୁ ପାଣ୍ଡବ ମାନଂକ ପ୍ରପିତାମହ ଥିଲେ[୧] [୨] । ସେ ଭରତ ଗୋତ୍ର ତଥା ଚନ୍ଦ୍ର ବଂଶଜ ଥିଲେ । ସେ ତାଙ୍କ ପଇତା ରାଜା ପ୍ରତୀପଂକ ତୃତୀୟ ପୁତ୍ର ଥିଲେ । ଶାନ୍ତନୁଙ୍କ ପ୍ରଥମ ଅଗ୍ରଜ ଦେବାପି କୁଷ୍ଠ ରୋଗାକ୍ରାଂତ ହୋଇ ରାଜ୍ୟ ଉତ୍ତରାଧିକାର ତ୍ୟାଗ କରି ସନ୍ୟାସୀ ହୋଇଥିଲେ । ମଧ୍ୟମ ଅଗ୍ରଜ ବହ୍ଲୀକ ପିତୃ ଦେଶ ତ୍ୟାଗ କରି ମାତୁଳ ଦେଶ ବଲ୍ଖର ରାଜା ହୋଇଥିଲେ । ତେଣୁ ଶାନ୍ତନୁ ହସ୍ତିନାପୁର ରାଜତ୍ୱ ପ୍ରାପ୍ତ ହୋଇଥିଲେ ।


ଶାନ୍ତନୁଙ୍କ ପୂର୍ବ ଜନ୍ମ ଏବଂ ବ୍ରହ୍ମାଙ୍କ ଅଭିଶାପ[ସମ୍ପାଦନା]

ଶାନ୍ତନୁ ତାଙ୍କ ପୂର୍ବ ଜନ୍ମରେ ଇକ୍ଷାକୁ ବଂଶର ଜଣେ ପ୍ରତାପଶାଳୀ ରାଜା ଥିଲେ ଓ ତାଙ୍କା ନାମା ଥିଲା ମହାଭିଷ । ସେ ତାଙ୍କ ପୁଣ୍ୟ ଓ ଯଜ୍ଞ ବଳରେ ସ୍ୱର୍ଗ ପ୍ରାପ୍ତି ହୋଇଥିଲେ । ଥରେ ବ୍ରହ୍ମାଙ୍କ ଏକ ଦେବ ସଭାରେ ଅନେକ ଦେବଗଣ ଏକତ୍ରିତ ହୋଇଥିଲେ ଯେଉଁଥିରେ ଦେବୀ ଗଙ୍ଗା ତଥା ମହାଭିଷ ମଧ୍ୟ ଥିଲେ । ହଠାତ୍‍ ପବନରେ ଦେବୀ ଗଙ୍ଗାଙ୍କ ବସ୍ତ୍ର ଉଡିଯାଇଥିଲା । ଏଥିରେ ସେଠାରେ ଉପସ୍ଥିତ ସମସ୍ତ ଦେବ ଗଣ ମୁହଁ ତଳକୁ କରିଦେ‍ଇଥିଲାବେଳେ ମହାଭିଷ ଗଙ୍ଗାଂକୁ ଚାହିଁରହିଥିଲେ । ତାଙ୍କର ଏ ମାନବୀୟ ଆଚରଣରେ ବ୍ରହ୍ମା କ୍ଷୁବ୍ଧ ହୋଇଏ ତାଙ୍କୁ ଓ ଦେବୀ ଗଙ୍ଗାଂକୁ ମର୍ତ୍ତ୍ୟରେ ଜନ୍ମ ନେବାକୁ ଅଭିଶାପ ଦେ‍ଇଥିଲେ[୩]

ଯେତେବେଳେ ଗଙ୍ଗା ସେ ଦେବସଭାରୁ ଫେରୁଥିଲେ, ସେତେବେଳେ ଅଷ୍ଟ ବସୁ ତାଙ୍କୁ ପ୍ରାର୍ଥନା କରିଥିଲେ କି ଗଂଗାଂକ ମାନବ ଜନ୍ମରେ ସେମାନଂକୁ ତାଙ୍କ ପୁତ୍ର ଭାବେ ସେ ଜନ୍ମ ଦେବେ । ଗଙ୍ଗା ଏଥିରେ ରାଜି ହୋଇଥିଲେ ।

ମର୍ତ୍ତ୍ୟରେ ଶାନ୍ତନୁ ଓ ଗଙ୍ଗା[ସମ୍ପାଦନା]

ପୂର୍ବୋକ୍ତ ବ୍ରହ୍ମା ଅଭିଶାପ ଅନୁଯାୟୀ ଶାନ୍ତନୁ ମର୍ତ୍ତ୍ୟରେ କୁରୁ ରାଜା ପ୍ରତୀପଙ୍କ ପୁତ୍ର ଭାବେ ଜନ୍ମ ନେଇ ହସ୍ତିନାପୁର ରାଜା ହୋଇଥିଲେ | ଥରେ ଗଙ୍ଗା ନଦୀ କୂଳରେ ବୁଲୁ ବୁଲୁ ସେ ଜଣେ ସୁନ୍ଦରୀ ସ୍ତ୍ରୀଂକୁ ଦେଖି ରୂପରେ ମୋହିତ ହୋଇ ତାଙ୍କୁ ବିବାହ ପ୍ରସ୍ତାବ ଦେଲେ । ଏ ସ୍ତ୍ରୀ ଜଣଂକ ଥିଲେ ଦେବୀ ଗଂଗାଂକ ମାନବୀ ଅବତାର । ଗଙ୍ଗା ଏ ପ୍ରସ୍ତାବରେ ରାଜି ହୋଇଥିଲେ, କିଂତୁ ସେ ଶାନ୍ତନୁଙ୍କ ନିକଟରେ ସର୍ତ୍ତ ରଖିଥିଲେ କି ସେ ତାଙ୍କର ପରିଚୟ କେବେ ଦେବେ ନାହିଁ ତଥା ସେ ଯାହା ବି କରିବେ ଶାଂତନୁ ସେଥିରେ କୌଣସି ପଶ୍ନ ପଚାରିବେ ନାହିଁ । ଯେଉଁ ଦିନ ଏ ସର୍ତ୍ତ ଭଂଗ ହେବ ସେ ଶାଂତନୁ ତ୍ୟାଗ କରଇ ଚାଲିଯିବେ । ଏ ସର୍ତ୍ତରେ ଶାଂତନୁ ରାଜି ହୋଇଥିଲେ ଏବଂ ମାନବୀ ଗଙ୍ଗାଙ୍କୁ ବିବାହ କରି ସୁଖରେ କାଳାତିପାତ କରିଥିଲେ ।

ମାତ୍ର ଯେତେବେଳେ ଗଙ୍ଗାଙ୍କର ସଂତାନ ଜନ୍ମ ହୁଅଂତି ସେ ତାଙ୍କୁ ତୁରଂତ ନଦୀରେ ବିସର୍ଜନ କରିଦିଅଂତି । ଶାନ୍ତନୁ ନିଜ ସର୍ତ୍ତ ପାଳନ କରି ଗଙ୍ଗାନ୍ଗ୍କୁ କୌଣସି ପ୍ରଶ୍ନ ପଚାରି ପାରନ୍ତି ନାହିଁ । ଏହିପରି ଶାନ୍ତନୁ ତାଙ୍କର ପ୍ରଥମ ସାତଟି ସଂତାନ ହରାଂତି । ଏହି ସଂତାନମାନେ ଥିଲେ ଅଷ୍ତ ବସୁ ମାନଂକ ମଧ୍ୟରୁ ପ୍ରଥମ ସାତ ବସୁ । ସେମାନେ ସବୁ ତାଙ୍କ ପୂର୍ବ କର୍ମ ଯୋଗୁଁ ଅଭିଶାପ ପାଇ ମ୍ରର୍ତ୍ତ୍ୟରେ ଜନ୍ମ ହେବାର ଥିଲା ।

ଯେତେବେଳେ ଗଙ୍ଗା ତାଙ୍କର ଅଷ୍ଟମ ପୁତ୍ରକୁ ନଦୀରେ ବିସର୍ଜନ କରିବକ୍କୁ ଉଦ୍ୟତ ହୁଅଂତି, ସେତେବେଳ ଶାନ୍ତନୁ ତାଙ୍କୁ ଅଟକାଇଥିଲେ । ସେତେବେଳେ ଗଙ୍ଗା ସେ ଶିଶୁ ପୁତ୍ରକୁ ବଂଚାଇ ରଖିଥିଲେ, ମାତ୍ର ସର୍ତ୍ତ ଭଂଗ ହୋଇଥିବାରୁ ଶାନ୍ତନୁଙ୍କୁ ଛାଡି ଚାଲିଯା‍ଇଥିଲେ ଓ ମାନବୀ ରୂପ ପରିତ୍ୟାଗ କରିଥିଲେ ।

ଏହି ଅଷ୍ଟମ ଶିଶୁ ବଡ଼ ହୋଇ ଦେବବ୍ରତ ଭୀଷ୍ମ ହୋଇଥିଲେ ।

ଶାନ୍ତନୁ ଗଙ୍ଗାଙ୍କୁ ତାଙ୍କର ଅଷ୍ଟମ ସଂତାନକୁ ଜଳରେ ବିସର୍ଜନ କରିବାରୁ ଅଟକାଉଛଂତି, ପରେ ଏହି ପୁତ୍ର ବଡ଼ ହୋଇ ଭୀଷ୍ମ ହୋଇଥିଲେ- ରାଜା ରବି ବର୍ମାଂକ ଅଂକିତ ତୈଳଚିତ୍ର- ୧୮୯୦

ଆଧାର[ସମ୍ପାଦନା]

  1. Chandrakant, Kamala; Pai, Anant (1997). Bheesma- Heroes from the Mahabharat (ଅଗଷ୍ଟ 2010 ପୁନର୍ମୁଦ୍ରଣ ed.). ମୁମ୍ବାଇ: ଅମର ଚିତ୍ର କଥା ପ୍ରା. ଲିମିଟେଡ. p. 1. ISBN 81-8482-035-6.
  2. "ଶାନ୍ତନୁ". ଓଡ଼ିଆ ଉଇକିଅଭିଧାନ. Retrieved 29 July 2018.
  3. Roy, Pratap Chandra; Ganguli, Kisari Mohan (1896). The Mahabharat of Krshna-Dwaipayana Vyasa - Translated from Original Sanskrit (PDF). କଲିକତା-୧୨: Oriental Publishing Co. p. 230. Archived from the original (PDF) on 27 July 2018. Retrieved 4 August 2018.{{cite book}}: CS1 maint: location (link)