ରେଶମ ପଥ
ଆମ ଦେଶରେ
ରେଶମ ପଥ (ରେଶମ ସୂତ୍ର ବା ରେଶମ ମାର୍ଗ ନାମରେ ମଧ୍ୟ ଜଣା) ଏକ ପୁରାତନ ବେପାର ବଣିଜ ତଥା ଚଳଣିଗତ ଆଦାନ ପ୍ରଦାନ ପଥକୁ ବୁଝାଇଥାଏ । ବିଭିନ୍ନ ସମୟରେ ଏହି ପଥସବୁ ଯୋଡ଼ିଥିଲା ଏସିଆ ମହାଦେଶ ସହ ପାଶ୍ଚାତ୍ୟ ଓ ପ୍ରାଚ୍ୟ ଭିତରେ ଚଳଣିଗତ ପରିବହନ ନିମନ୍ତେ ଚୀନ ଓ ଭାରତର ବଣିକ, ତୀର୍ଥଯାତ୍ରୀ, ସାଧୁ, ଯାଯାବର ଓ ସହରୀ ଲୋକଙ୍କୁ ଭୂମଧ୍ୟ ସାଗର ସହ ଯୋଡ଼ିଥିଲା ।[୧]
ହାଣ ସାମ୍ରାଜ୍ୟ (ଖ୍ରୀ.ପୂ. ୨୬୦- ଖ୍ରୀ.ପୂ. ୨୨୦)ର ରାଜୁତି କାଳରେ 6,000 kilometres (4,000 miles) ବ୍ୟାପୀ ରହିଥିବା ରେଶମ ପଥର ନାମ ପଥ ସାରା ଚାଲିଥିବା ମଖମଲି ଚୀନି ରେଶମର ବେପାର ବଣିଜରୁ ଆସିଛି । ଚୀନି ରାଜଦୂତ ଚାଙ୍ଗ କିଆନଙ୍କ ଦୂତକାମ ଓ ଅନ୍ୱେଷଣ ସକାଶେ ରେଶମ ବେପାରର କେନ୍ଦ୍ରୀୟ ଏସୀୟ ବିଭାଗଗୁଡ଼ିକ ପାଖାପାଖି ଖ୍ରୀ.ପୂ. ୧୧୪ ବେଳକୁ ହାଣ ସାମ୍ରାଜ୍ୟଦ୍ୱାରା ବଢ଼ାଯାଇଥିଲା ।[୨] ଚୀନି ନିଜ ବେପାରର ସୁରକ୍ଷା ନିମନ୍ତେ ଅତି ଯତ୍ନବାନ ହୋଇ ବଣିଜ ପଥର ସୁରକ୍ଷା କରିବା ପାଇଁ ଚୀନର ବିଶାଳ କାନ୍ଥକୁ ବଢ଼ାଇଥିଲେ ।[୩]
ରେଶମ ପଥରେ ବେପାର ବଣିଜ ଚୀନ, ଭାରତୀୟ ଉପମହାଦେଶ, ପର୍ସିଆ, ଇଉରୋପ, ଆଫ୍ରିକା ଶିଖର ଓ ଆରବିଆରେ ସଭ୍ୟତା ଓ ଏହାର ଦୂରବାଟ, ରାଜନୀତିକ, ଅର୍ଥନୀତିକ ସମ୍ବନ୍ଧ ଆଦି ଆରମ୍ଭ କରି ବିକାଶରେ ଏକ ପ୍ରମୁଖ ଭୂମିକା ନିଭାଇଥିଲା । [୪] ଚୀନରେ ରେଶମ ମୁଖ୍ୟ ବେପାର ଉପାଦାନ ହୋଇଥିଲେ ହେଁ ଅନ୍ୟାନ୍ୟ ପଦାର୍ଥସବୁର ବେପାର ମଧ୍ୟ ହେଇଥିଲା । ଏହା ଛଡ଼ା ଧର୍ମ, ସମନ୍ୱୟୀ ଦାର୍ଶନିକଗଣ, ବିଭିନ୍ନ ବୈଷୟିକ କୌଶଳ ଏପରିକି ରୋଗସବୁ ମଧ୍ୟ ରେଶ ପଥ ଦେଇ ବ୍ୟାପିଥିଲେ । ସଭ୍ୟତାଗୁଡ଼ିକ ଭିତରେ ବାଣିଜ୍ୟିକ ଆଦାନପ୍ରଦାନ ସଙ୍ଗେ ଚଳଣିଗତ ଆଦାନପ୍ରଦାନ ମଧ୍ୟ ଏହି ଅନ୍ତର୍ଜାଲ ଯୋଗୁ ସାଧିତ ହେଉଥିଲା ।[୫]
ପୁରାତନ କାଳରେ ମୁଖ୍ୟ ବଣିକମାନେ ଥିଲେ ଚୀନି, ପର୍ସିଆନ, ସୋମାଲୀୟ, ସିରିଆନ, ରୋମାନ, ଆର୍ମେନିଆନ, ଭାରତୀୟ ଓ ବ୍ୟାକ୍ଟେରିଆନ ଥିଲେ ଓ ପରେ ୫ମରୁ ୮ମ ଶତକ ଯାଏ ସଗଡ଼ିଆନ ଲୋକେ । ଇସଲାମର ଉତ୍ଥାନ ଫଳରେ ଆରବୀୟମାନେ ମଧ୍ୟ ବେପାରରେ ଅଧିକ ସକ୍ରିୟ ହେବା ଆରମ୍ଭ କଲେ ।
୨୦୧୪ ମସିହା ଜୁନମାନରେ ଇଉନେସ୍କୋ ଚାଙ୍ଗାନ ଟିଆଁସାଁ କରିଡ଼ର ଅଫ ଦି ସିଲ୍କ ରୋଡ଼କୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ଦେଇଥିଲେ ।
ଇତିହାସ
[ସମ୍ପାଦନା]ପୂର୍ବାରମ୍ଭ
[ସମ୍ପାଦନା]ଅନ୍ତର୍ମହାଦେଶୀୟ ଯାତ୍ରା
[ସମ୍ପାଦନା]ଭାରବାହୀ ପଶୁମାନଙ୍କୁ ପାଳନ କରି ଓ ଜାହାଜ ଗଢ଼ାରେ ଉନ୍ନତୀକରଣ ହେବା ପରେ ଇତିହାସ ପୂର୍ବ ଲୋକେ ଦୂର ବାଟରେ ଅଧିକ ଓଜନିଆ ଭାର ନେବା ଆଣିବା କରିବା ଆରମ୍ଭ କଲେ । ଏଥି ସହିତ ଚଳଣିଗତ ଆଦାନପ୍ରଦାନ ଓ ବେପାର ମଧ୍ୟ ବଢ଼ିଲା । ଏସିଆର ବିଶାଳ ଘାସପଡ଼ିଆ ଅଧିକ ଚାରଣ ପାଇଁ ଜାଗା, ପାଣି, ଓ ଯାଯାବରମାନଙ୍କ ପାଇଁ ସହଜ ବାଟ ଯୋଗାଇଲା । ଫଳରେ ପଥଚାରୀମାନେ ଚାଷଜମି ନଷ୍ଟ ନ କରି ଓ ବଣୁଆ ପଶୁମାନଙ୍କୁ ନ ହୁରୁଡ଼ାଇ ପ୍ରଶାନ୍ତରୁ ଆଫ୍ରିକା ତଥା ଇଉରୋପ ଭିତରେ ଅଧିକ ଦୂରତା ଅତିକ୍ରମ କରିପାରିଲେ ।
ଚୀନୀ ଓ ମଧ୍ୟ ଏସୀୟ ଯୋଗାଯୋଗ
[ସମ୍ପାଦନା]This section relies largely or entirely upon a single source. Please help improve this article by introducing citations to additional sources. Discussion about the problems with the sole source used may be found on the talk page. (October 2014) |
ଖ୍ରୀ.ପୂ. ଦ୍ୱିତୀୟ ସହସ୍ରାବ୍ଦଠାରୁ ଇଆରକେଣ୍ଟ ଓ ଖୋଟାନରୁ ନେଇ ଚୀନ ଯାଏ ନେଫ୍ରାଇଟ ଜେଡ଼ର କାରବାର ଚାଲିଥିଲା ।
ଆଧାର
[ସମ୍ପାଦନା]- ↑ Elisseeff, Vadime (2001). The Silk Roads: Highways of Culture and Commerce. UNESCO Publishing / Berghahn Books. ISBN 978-92-3-103652-1.
- ↑ Boulnois, Luce (2005). Silk Road: Monks, Warriors & Merchants. Hong Kong: Odyssey Books. p. 66. ISBN 962-217-721-2.
{{cite book}}
: Check|first=
value (help) - ↑ Xinru, Liu, The Silk Road in World History (New York: Oxford University Press, 2010), 11.
- ↑ Jerry Bentley, Old World Encounters: Cross-Cultural Contacts and Exchanges in Pre-Modern Times (New York: Oxford University Press, 1993), 32.
- ↑ Jerry Bentley, Old World Encounters: Cross-Cultural Contacts and Exchanges in Pre-Modern Times (New York: Oxford University Press, 1993), 33.
ବାହାର ଲିଙ୍କ
[ସମ୍ପାଦନା]- Silk Road Atlas (University of Washington)
- The Silk Road Archived 2016-03-15 at the Portuguese Web Archive, a historical overview by Oliver Wild
- The Silk Road Journal, a freely available scholarly journal run by Daniel Waugh
- The New Silk Road – a lecture by Paul Lacourbe at TEDxDanubia 2013
- Escobar, Pepe (February 2015). Year of the Sheep, Century of the Dragon? New Silk Roads and the Chinese Vision of a Brave New (Trade) World, an essay at Tom Dispatch
- CS1 errors: parameter link
- Articles needing additional references from October 2014
- Webarchive template other archives
- ରେଶମ ପଥ
- ପୁରାତନ ସଡ଼କ ଓ ପଥ
- ପୁରାତନ ଆନ୍ତର୍ଜାତିକ ସମ୍ବନ୍ଧ
- ଇଉରେସୀୟ ଇତିହାସ
- ମଧ୍ୟଯୁଗୀୟ ଏସିଆ
- ଆନ୍ତର୍ଜାତିକ ସଡ଼କ ଅନ୍ତର୍ଜାଲ
- ଏସୀୟ ସଡ଼କ ପରିବହନ
- ବାଣିଜ୍ୟିକ ପଥ
- ପାକିସ୍ତାନର ପୁରାତନ ଇତିହାସ
- ପାକିସ୍ତାନର ବୈଦେଶିକ ବାଣିଜ୍ୟ
- ପୁରାତନ ରୋମରର ବୈଦେଶିକ ବାଣିଜ୍ୟ
- ମଧ୍ୟ ଏସିଆର ଇତିହାସ
- ଚୀନ ରାଜଶାସନ ଇତିହାସ
- ଚୀନର ବୈଦେଶିକ ବାଣିଜ୍ୟ
- ଆନ୍ତର୍ଜାତିକ ସମ୍ବନ୍ଧର ଇତିହାସ
- ଖରାସାନର ଇତିହାସ
- ପାରସ୍ୟ ଇତିହାସ
- ରେଶମ
- ଚୀନର ବିଶ୍ୱ ଐତିହ୍ୟ ସ୍ଥଳୀ
- କାଜାଖସ୍ଥାନର ବିଶ୍ୱ ଐତିହ୍ୟ ସ୍ଥଳୀ
- ତାଜିକିସ୍ଥାନର ବିଶ୍ୱ ଐତିହ୍ୟ ସ୍ଥଳୀ