ରେଶମ ପଥ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ରେଶମ ପଥ (ରେଶମ ସୂତ୍ର ବା ରେଶମ ମାର୍ଗ ନାମରେ ମଧ୍ୟ ଜଣା) ଏକ ପୁରାତନ ବେପାର ବଣିଜ ତଥା ଚଳଣିଗତ ଆଦାନ ପ୍ରଦାନ ପଥକୁ ବୁଝାଇଥାଏ । ବିଭିନ୍ନ ସମୟରେ ଏହି ପଥସବୁ ଯୋଡ଼ିଥିଲା ଏସିଆ ମହାଦେଶ ସହ ପାଶ୍ଚାତ୍ୟପ୍ରାଚ୍ୟ ଭିତରେ ଚଳଣିଗତ ପରିବହନ ନିମନ୍ତେ ଚୀନଭାରତର ବଣିକ, ତୀର୍ଥଯାତ୍ରୀ, ସାଧୁ, ଯାଯାବର ଓ ସହରୀ ଲୋକଙ୍କୁ ଭୂମଧ୍ୟ ସାଗର ସହ ଯୋଡ଼ିଥିଲା ।[୧]

ହାଣ ସାମ୍ରାଜ୍ୟ (ଖ୍ରୀ.ପୂ. ୨୬୦- ଖ୍ରୀ.ପୂ. ୨୨୦)ର ରାଜୁତି କାଳରେ ୬,୦୦୦ କିଲୋମିଟର (୪,୦୦୦ ମାଇଲ) ବ୍ୟାପୀ ରହିଥିବା ରେଶମ ପଥର ନାମ ପଥ ସାରା ଚାଲିଥିବା ମଖମଲି ଚୀନି ରେଶମର ବେପାର ବଣିଜରୁ ଆସିଛି । ଚୀନି ରାଜଦୂତ ଚାଙ୍ଗ କିଆନଙ୍କ ଦୂତକାମ ଓ ଅନ୍ୱେଷଣ ସକାଶେ ରେଶମ ବେପାରର କେନ୍ଦ୍ରୀୟ ଏସୀୟ ବିଭାଗଗୁଡ଼ିକ ପାଖାପାଖି ଖ୍ରୀ.ପୂ. ୧୧୪ ବେଳକୁ ହାଣ ସାମ୍ରାଜ୍ୟଦ୍ୱାରା ବଢ଼ାଯାଇଥିଲା ।[୨] ଚୀନି ନିଜ ବେପାରର ସୁରକ୍ଷା ନିମନ୍ତେ ଅତି ଯତ୍ନବାନ ହୋଇ ବଣିଜ ପଥର ସୁରକ୍ଷା କରିବା ପାଇଁ ଚୀନର ବିଶାଳ କାନ୍ଥକୁ ବଢ଼ାଇଥିଲେ ।[୩]

ରେଶମ ପଥରେ ବେପାର ବଣିଜ ଚୀନ, ଭାରତୀୟ ଉପମହାଦେଶ, ପର୍ସିଆ, ଇଉରୋପ, ଆଫ୍ରିକା ଶିଖରଆରବିଆରେ ସଭ୍ୟତା ଓ ଏହାର ଦୂରବାଟ, ରାଜନୀତିକ, ଅର୍ଥନୀତିକ ସମ୍ବନ୍ଧ ଆଦି ଆରମ୍ଭ କରି ବିକାଶରେ ଏକ ପ୍ରମୁଖ ଭୂମିକା ନିଭାଇଥିଲା । [୪] ଚୀନରେ ରେଶମ ମୁଖ୍ୟ ବେପାର ଉପାଦାନ ହୋଇଥିଲେ ହେଁ ଅନ୍ୟାନ୍ୟ ପଦାର୍ଥସବୁର ବେପାର ମଧ୍ୟ ହେଇଥିଲା । ଏହା ଛଡ଼ା ଧର୍ମ, ସମନ୍ୱୟୀ ଦାର୍ଶନିକଗଣ, ବିଭିନ୍ନ ବୈଷୟିକ କୌଶଳ ଏପରିକି ରୋଗସବୁ ମଧ୍ୟ ରେଶ ପଥ ଦେଇ ବ୍ୟାପିଥିଲେ । ସଭ୍ୟତାଗୁଡ଼ିକ ଭିତରେ ବାଣିଜ୍ୟିକ ଆଦାନପ୍ରଦାନ ସଙ୍ଗେ ଚଳଣିଗତ ଆଦାନପ୍ରଦାନ ମଧ୍ୟ ଏହି ଅନ୍ତର୍ଜାଲ ଯୋଗୁ ସାଧିତ ହେଉଥିଲା ।[୫]

ପୁରାତନ କାଳରେ ମୁଖ୍ୟ ବଣିକମାନେ ଥିଲେ ଚୀନି, ପର୍ସିଆନ, ସୋମାଲୀୟ, ସିରିଆନ, ରୋମାନ, ଆର୍ମେନିଆନ, ଭାରତୀୟବ୍ୟାକ୍ଟେରିଆନ ଥିଲେ ଓ ପରେ ୫ମରୁ ୮ମ ଶତକ ଯାଏ ସଗଡ଼ିଆନ ଲୋକେ । ଇସଲାମର ଉତ୍ଥାନ ଫଳରେ ଆରବୀୟମାନେ ମଧ୍ୟ ବେପାରରେ ଅଧିକ ସକ୍ରିୟ ହେବା ଆରମ୍ଭ କଲେ ।

୨୦୧୪ ମସିହା ଜୁନମାନରେ ଇଉନେସ୍କୋ ଚାଙ୍ଗାନ ଟିଆଁସାଁ କରିଡ଼ର ଅଫ ଦି ସିଲ୍କ ରୋଡ଼କୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ଦେଇଥିଲେ ।

ଇତିହାସ[ସମ୍ପାଦନା]

ପୂର୍ବାରମ୍ଭ[ସମ୍ପାଦନା]

ଅନ୍ତର୍ମହାଦେଶୀୟ ଯାତ୍ରା[ସମ୍ପାଦନା]

ଖ୍ରୀପୂ ୩୦୦ରେ ପାଜିରିକ ଘୋଡ଼ା ଚଢ଼ାଳି ।

ଭାରବାହୀ ପଶୁମାନଙ୍କୁ ପାଳନ କରି ଓ ଜାହାଜ ଗଢ଼ାରେ ଉନ୍ନତୀକରଣ ହେବା ପରେ ଇତିହାସ ପୂର୍ବ ଲୋକେ ଦୂର ବାଟରେ ଅଧିକ ଓଜନିଆ ଭାର ନେବା ଆଣିବା କରିବା ଆରମ୍ଭ କଲେ । ଏଥି ସହିତ ଚଳଣିଗତ ଆଦାନପ୍ରଦାନ ଓ ବେପାର ମଧ୍ୟ ବଢ଼ିଲା । ଏସିଆର ବିଶାଳ ଘାସପଡ଼ିଆ ଅଧିକ ଚାରଣ ପାଇଁ ଜାଗା, ପାଣି, ଓ ଯାଯାବରମାନଙ୍କ ପାଇଁ ସହଜ ବାଟ ଯୋଗାଇଲା । ଫଳରେ ପଥଚାରୀମାନେ ଚାଷଜମି ନଷ୍ଟ ନ କରି ଓ ବଣୁଆ ପଶୁମାନଙ୍କୁ ନ ହୁରୁଡ଼ାଇ ପ୍ରଶାନ୍ତରୁ ଆଫ୍ରିକା ତଥା ଇଉରୋପ ଭିତରେ ଅଧିକ ଦୂରତା ଅତିକ୍ରମ କରିପାରିଲେ ।

ଚୀନୀ ଓ ମଧ୍ୟ ଏସୀୟ ଯୋଗାଯୋଗ[ସମ୍ପାଦନା]

ଖ୍ରୀ.ପୂ. ଦ୍ୱିତୀୟ ସହସ୍ରାବ୍ଦଠାରୁ ଇଆରକେଣ୍ଟଖୋଟାନରୁ ନେଇ ଚୀନ ଯାଏ ନେଫ୍ରାଇଟ ଜେଡ଼ର କାରବାର ଚାଲିଥିଲା ।

ଆଧାର[ସମ୍ପାଦନା]

  1. Elisseeff, Vadime (୨୦୦୧). The Silk Roads: Highways of Culture and Commerce. UNESCO Publishing / Berghahn Books. ISBN ୯୭୮-୯୨-୩-୧୦୩୬୫୨-୧. 
  2. Boulnois, Luce (୨୦୦୫). Silk Road: Monks, Warriors & Merchants. Hong Kong: Odyssey Books. p. ୬୬. ISBN ୯୬୨-୨୧୭-୭୨୧-୨. 
  3. Xinru, Liu, The Silk Road in World History (New York: Oxford University Press, 2010), 11.
  4. Jerry Bentley, Old World Encounters: Cross-Cultural Contacts and Exchanges in Pre-Modern Times (New York: Oxford University Press, 1993), 32.
  5. Jerry Bentley, Old World Encounters: Cross-Cultural Contacts and Exchanges in Pre-Modern Times (New York: Oxford University Press, 1993), 33.

ବାହାର ଲିଙ୍କ[ସମ୍ପାଦନା]