ରାଜ କିଶୋର ରାମ
ଦେଖଣା
ରାଜ କିଶୋର ରାମ | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | କାହ୍ନୁ ଚରଣ ଲେଙ୍କା |
ପର ଅଧିକାରୀ | କାହ୍ନୁ ଚରଣ ଲେଙ୍କା |
ନିର୍ବାଚନ ମଣ୍ଡଳୀ | ଚୌଦ୍ୱାର |
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ରସାନନ୍ଦ ସାହୁ |
ପର ଅଧିକାରୀ | କାହ୍ନୁ ଚରଣ ଲେଙ୍କା |
ନିର୍ବାଚନ ମଣ୍ଡଳୀ | ଚୌଦ୍ୱାର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୭ ଜୁନ ୧୯୩୬ |
ମୃତ୍ୟୁ | ୧୪ ଫେବୃଆରୀ ୨୦୧୭ | (ବୟସ ୮୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ | ଇନ୍ଦୁମତି ରାମ |
ବାପା/ବୋଉ | ଗୋପୀନାଥ ରାମ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାଜ କିଶୋର ରାମ (୧୭ ଜୁନ ୧୯୩୬ - ୧୪ ଫେବୃଆରୀ ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ରାଜ କିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୭୭ ଓ ୧୯୯୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚୌଦ୍ୱାର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାଜ କିଶୋର ରାମ ୧୯୩୬ ମସିହାର ଜୁନ ମାସ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପୀନାଥ ରାମ ଏବଂ ପତ୍ନୀଙ୍କ ନାମ ଇନ୍ଦୁମତି ରାମ ।[୧] ରାଜ କିଶୋରଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକୋତ୍ତର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାଜ କିଶୋର ରାମ ଓଡ଼ିଶା ରାଜନୀତିରେ ଜନତା ଦଳର ପ୍ରାର୍ଥୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ରାଜ କିଶୋର ୨୦୧୭ ମସିହାର ଫେବୃଆରୀ ମାସ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Raj Kishore Ram". odishaassembly.nic.in. Odisha Assembly. Retrieved 19 February 2020.
- ↑ "ପରଲୋକରେ ପୂର୍ବତନ ବିଧାୟକ ରାଜକିଶୋର". ଧରିତ୍ରୀ. Retrieved 20 November 2020.