ମାସିକଧର୍ମ ସ୍ୱଚ୍ଛତା ଦିବସ
ମାସିକଧର୍ମ ଦିବସ ଏକ ମାସିକ ସଚେତନ ଦିବସ ମଧ୍ୟ। ପ୍ରତି ବର୍ଷ ମେ ୨୮ରେ ପାଳିତ ହୁଏ ମାସିକଧର୍ମ ଦିବସ। ମାସିକଧର୍ମ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ହେଉଛି ଏହାର ପ୍ରମୁଖ ଲକ୍ଷଣ । ଜର୍ମାନର ଏକ ବେସରକାରୀ ସଂସ୍ଥା ଓ୍ୱାସ୍ ୟୁନାଇଟେଡ୍ଦ୍ୱାରା ଏହା ୨୦୧୪ରେ ଅାରମ୍ଭ କରାଯାଇଥିଲା । ତେବେ ଏ କ୍ଷେତ୍ରରେ ସଚେତନ ସୃଷ୍ଟି କରିବାକୁ ପ୍ରଥମ ଥର ପାଇଁ ଅଣ୍ଟା ଭିଡ଼ିଥିଲେ ଜର୍ମାନର କେତେକ ବେସରକାରୀ ସଂଗଠନ । ବିଶ୍ୱବ୍ୟାପୀ ମହିଳା ଓ ଝିଅମାନଙ୍କୁ ଏହି ସମ୍ବନ୍ଧୀୟ ସୁବିଧା ସୁଯୋଗ ଯୋଗାଇବା ଥିଲା ଏହାର ମୂଳ ଉଦ୍ଦେଶ୍ୟ । ମାସିକଧର୍ମ ସ୍ୱଚ୍ଛତା ଦିବସକୁ ୨୭୦ରୁ ଅଧିକ ବିଶ୍ୱ ଭାଗୀଦାରିର ସମର୍ଥନ ପ୍ରାପ୍ତ ହୋଇସାରିଛି । ଯେଉଁମାନେ କି ଏମ୍.ଏଚ୍ .ଏମ୍କୁ ପ୍ରାଥମିକତା ଦେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । [୧]
ସଚେତନତା
[ସମ୍ପାଦନା]ମହିଳାଙ୍କ ଋତୁସ୍ରାବକାଳୀନ ସ୍ୱଚ୍ଛତା ଓ ସୁସ୍ଥତାକୁ ନେଇ ବର୍ତ୍ତମାନ ସମୟରେ ଅନେକ ରାଜନୈତିକ ଦଳ ଓ ସଂଗଠନ ବେଶ୍ ସକ୍ରିୟ ହୋଇ ଉଠିଛନ୍ତି । ମାସିକଧର୍ମକୁ ନେଇ ଲୋକମାନଙ୍କ ମନରେ ଥିବା ନିରବତାକୁ ଭାଙ୍ଗିବାରେ ସାହାଯ୍ୟ କରିବା ପାଇଁ ଏହା ସହିତ ସାରା ବିଶ୍ୱର ମହିଳା ଓ ଝିଅମାନଙ୍କ ପାଇଁ ଏକାଠି ହୋଇ ସେମାନଙ୍କ ମାସିକଧର୍ମର ସ୍ୱଚ୍ଛତା ଉପରେ ସ୍ୱର ଉତ୍ତୋଳନ କରିବା ସକାଶେ ଏହା ଏକ ସୁନ୍ଦର ମଞ୍ଚ ପାଲଟିଛି । କୌଣସି ସଂଗଠନ, ସାମାଜିକ ବ୍ୟବସାୟ ଓ ଗଣମାଧ୍ୟମ ଏଥିପାଇଁ ଏକ ମଜଭୁତ ମାଧ୍ୟମ ରୂପେ ମଧ୍ୟ କାର୍ଯ୍ୟ କରୁଛି ।[୨]
ମାସିକଧର୍ମ ସମୟରେ ମହିଳା ଓ ଝିଅମାନଙ୍କୁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି । ଏହି ପରିସ୍ଥିତିକୁ ସମାଧାନ କରିବା ପାଇଁ ଅନେକ ସକାରାତ୍ମକ ଓ ଅଭିନବ ପଦକ୍ଷେପ ନିଅାଯାଉଛି । ଏବେ ବି ଦୋକାନରେ ସାନିଟାରି ନାପକିନଟିଏ ମାଗନ୍ତୁ ଦୋକାନୀ ତାକୁ କାଗଜରେ ଗୁଡ଼ାଇ କିମ୍ବା କଳା ପଲିଥିନରେ ପୂରାଇ ବଢ଼ାଇ ଦେଉଛି । ଏବେ ବି ଅଧିକାଂଶ ମହିଳା ନିଜେ ଏହାକୁ ଦୋକାନରୁ କିଣିବାକୁ ଲଜ୍ଜାବୋଧ କରୁଛନ୍ତି । ମାସିକଧର୍ମ ସମୟରେ ମହିଳାମାନଙ୍କ ପାଇଁ ଏହା ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିଲେ ମଧ୍ୟ ସେମାନେ ଏହାର ବ୍ୟବହାର କରିପାରୁ ନାହାନ୍ତି । ଏହି ଦିବସକୁ ପ୍ରତି ବର୍ଷ ପାଳନ କରାଯିବାର ଅର୍ଥ ବଶ୍ୱର ମହିଳା ଓ ଝିଅମାନଙ୍କୁ ମାସିକଧର୍ମ ବିଷୟରେ ଅଧିକରୁ ଅଧିକ ସଚେତନ କରିବା । ପ୍ରତ୍ୟେକ କଠିନ ପରିସ୍ଥିତିକୁ ନିଜେ ସାମନା କରିବା ହେଉଛି ଏହି ମାସିକଧର୍ମ ସ୍ୱଚ୍ଛତା ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏହି ସମୟରେ କିଭଳି ନିଜକୁ ସୁସ୍ଥ ରଖିବେ ଓ ସ୍ୱଚ୍ଛତା ଅବଲମ୍ବନ କରିବେ ଏଥିପାଇଁ ମାସିକଧର୍ମ ସ୍ୱଚ୍ଛତା ଦିବସ ଉପଲକ୍ଷେ ଅନେକ କାର୍ଯ୍ୟକ୍ରମର ମଧ୍ୟ ଅାୟୋଜନ କରାଯାଉଛି ।
ମେ ୨୮ ତାରିଖ ଅନ୍ତର୍ରାଷ୍ଟ୍ରୀୟ ମାସିକଧର୍ମ ସ୍ୱଚ୍ଛତା ଦିବସରୁ ସାରା ଦେଶର ସମସ୍ତ ଜନୌଷଧୀ କେନ୍ଦ୍ରଗୁଡ଼ିକରେ ସାନିଟାରି ନାପକିନ ଉପଲବ୍ଧ ହେବ ବୋଲି ସାର ଓ ରସାୟନ ମନ୍ତ୍ରୀ ଅନନ୍ତ କୁମାର ଏହି ଅବସରରେ ସୂଚନା ଦେଇଥିଲେ ।
କାର୍ଯ୍ୟକଳାପ
[ସମ୍ପାଦନା]ଅାଜି ପର୍ଯ୍ୟନ୍ତ ଏହାକୁ ନେଇ ୩୩ଟି ଦେଶରେ ପ୍ରାୟ ୧୨୭ଟି ଇଭେଣ୍ଟର ଅାୟୋଜନ କରା ହୋଇସାରିଛି ।
ଅଂଶୀଦର
[ସମ୍ପାଦନା]ବର୍ତ୍ତମାନ ସମୟରେ ଏହାକୁ ନେଇ ୪୧୦ ଅଫିସିଅାଲ୍ ପାର୍ଟନର ଅଛନ୍ତି । ଯେପରିକି ପ୍ଲାନ୍ ଇଣ୍ଟରନାସନାଲ, ଏସ୍. ଏନ୍. ଭି, ପ୍ଲାନ୍, ଓ୍ୱାଟର୍ ଫର୍ ପିପୁଲ୍, ଓମେନସନ ୟୁରୋପ୍ ଫର୍ ଏ କମନ୍ ଫ୍ୟୁଚର୍ । ଏହା ବ୍ୟତୀତ ଅନ୍ୟାନ ଜାତୀୟ ଓ ଅାଞ୍ଚଳିକ ସଂସ୍ଥା ମଧ୍ୟ ରହିଛି ଯେଉଁମାନେ ମେନଷ୍ଟ୍ରୁଅାଲ୍ ହାଇଜିନ୍ ପ୍ରଡକ୍ଟସ, ଓ୍ୱାସେବଲ୍ ମେନଷ୍ଟ୍ରୁଅାଲ୍ ପ୍ୟାଡ୍ ଓ ମେନଷ୍ଟ୍ରୁଅାଲ୍ କପ୍ ଯୋଗାଇ ଦେଉଛନ୍ତି ।[୩]
ସରକାରୀ ଦାୟିତ୍ୱବୋଧତା
[ସମ୍ପାଦନା]ଏହି ନୂତନ କୌଶଳକୁ ଅଧିକ ଉନ୍ନତ କରିବା ପାଇଁ ବିଭିନ୍ନ ଦେଶର ସରକାର ମଧ୍ୟ ଦାୟିତ୍ୱ ବହନ କରିଛି ।ଏହାକୁ ଅଧିକ ସୁଗମ ଓ ବ୍ୟୟ କରିବା ପାଇଁ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ନେଉଛି ।
ସ୍କୁଲରେ ସଫେଇ ବ୍ୟବସ୍ଥା
[ସମ୍ପାଦନା]ବିଶ୍ୱର ଅଧିକାଂଶ ଭାଗରେ ଝିଅମାନଙ୍କୁ ଏଥିପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏହି କାରଣରୁ ଝିଅମାନଙ୍କୁ ୫ ଦିନ ଧରି ସ୍କୁଲ୍ ବନ୍ଦ କରିବାକୁ ପଡୁଛି । କାରଣ ସ୍କୁଲମାନଙ୍କରେ ସୁଲଭ ଶୌଚାଳୟର କୌଣସି ସଠିକ୍ ସୁବିଧା ନାହିଁ । ଏହି ଦିନଗୁଡ଼ିକରେ ଝିଅମାନଙ୍କ ସଂଖ୍ୟା ବହୁତ କମ୍ ଦେଖାଯାଉଛି । ହେଲେ ବର୍ତ୍ତମାନ ସମୟରେ ଅନେକ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ଯେଉଁଥିପାଇଁ ଝିଅମାନଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି ।
ସ୍ୱାସ୍ଥ୍ୟ ଓ ମନସ୍ତତ୍ତ୍ୱ ସାମାଜିକ ଦୃଷ୍ଟିକୋଣ
[ସମ୍ପାଦନା]ଏହି ସମୟରେ ମହିଳା ଓ ଝିଅମାନେ ସବୁ ଦୃଷ୍ଟିକୋଣରୁ ଦୁର୍ବଳ ଅନୁଭବ କରିଥାନ୍ତି । ନିମ୍ନ ଧରଣର ସ୍ୱଚ୍ଛତା ଯୋଗୁ ଅନେକ ପ୍ରସବପୂର୍ବ ସଂକ୍ରମଣର ଶିକାର ହୋଇଥାନ୍ତି । ବିଶ୍ୱରେ ପ୍ରାୟ ୩୦ରୁ ୫୦ ପ୍ରତିଶତ ମହିଳା ସଂକ୍ରମଣର ଶିକାର ହୋଇଥାନ୍ତି । ଚାରିପାର୍ଶ୍ୱର ଏଭଳି ପ୍ରତିକୂଳ ପ୍ରଭାବ ଯୋଗୁ ଭାରତରେ ଅନେକ ମହିଳା ମାସିକଧର୍ମ ସମୟରେ ଖଟା ଖାଅାନ୍ତି ନାହିଁ ।
ଆଧାର
[ସମ୍ପାଦନା]- ↑ UNICEF, Columbia University (2012). WASH in Schools - Empowers Girls' Education - Proceedings of Menstrual Hygiene Management in Schools Virtual Conferences. UNICEF and Columbia University, USA, p. 2
- ↑ "Break the Silence Around Menstrual Hygiene". The Daily Star. 31 May 2015. Retrieved 29 June 2015.
- ↑ "Partners of Menstrual Hygiene Day". WASH United. Archived from the original on 25 March 2016. Retrieved 30 March 2017.