ମାସିକଧର୍ମ ସ୍ୱଚ୍ଛତା ଦିବସ

ଉଇକିପିଡ଼ିଆ‌ରୁ

ମାସିକଧର୍ମ ଦିବସ ଏକ ମାସିକ ସଚେତନ ଦିବସ ମଧ୍ୟ। ପ୍ରତି ବର୍ଷ ମେ ୨୮ରେ ପାଳିତ ହୁଏ ମାସିକଧର୍ମ ଦିବସ। ମାସିକଧର୍ମ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ହେଉଛି ଏହାର ପ୍ରମୁଖ ଲକ୍ଷଣ । ଜର୍ମାନର ଏକ ବେସରକାରୀ ସଂସ୍ଥା ଓ୍ୱାସ୍ ୟୁନାଇଟେଡ୍ଦ୍ୱାରା ଏହା ୨୦୧୪ରେ ଅାରମ୍ଭ କରାଯାଇଥିଲା । ତେବେ ଏ କ୍ଷେତ୍ରରେ ସଚେତନ ସୃଷ୍ଟି କରିବାକୁ ପ୍ରଥମ ଥର ପାଇଁ ଅଣ୍ଟା ଭିଡ଼ିଥିଲେ ଜର୍ମାନର କେତେକ ବେସରକାରୀ ସଂଗଠନ । ବିଶ୍ୱବ୍ୟାପୀ ମହିଳା ଓ ଝିଅମାନଙ୍କୁ ଏହି ସମ୍ବନ୍ଧୀୟ ସୁବିଧା ସୁଯୋଗ ଯୋଗାଇବା ଥିଲା ଏହାର ମୂଳ ଉଦ୍ଦେଶ୍ୟ । ମାସିକଧର୍ମ ସ୍ୱଚ୍ଛତା ଦିବସକୁ ୨୭୦ରୁ ଅଧିକ ବିଶ୍ୱ ଭାଗୀଦାରିର ସମର୍ଥନ ପ୍ରାପ୍ତ ହୋଇସାରିଛି । ଯେଉଁମାନେ କି ଏମ୍.ଏଚ୍ .ଏମ୍‌କୁ ପ୍ରାଥମିକତା ଦେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । [୧]

ସଚେତନତା[ସମ୍ପାଦନା]

ମହିଳାଙ୍କ ଋତୁସ୍ରାବକାଳୀନ ସ୍ୱଚ୍ଛତା ଓ ସୁସ୍ଥତାକୁ ନେଇ ବର୍ତ୍ତମାନ ସମୟରେ ଅନେକ ରାଜନୈତିକ ଦଳ ଓ ସଂଗଠନ ବେଶ୍ ସକ୍ରିୟ ହୋଇ ଉଠିଛନ୍ତି । ମାସିକଧର୍ମକୁ ନେଇ ଲୋକମାନଙ୍କ ମନରେ ଥିବା ନିରବତାକୁ ଭାଙ୍ଗିବାରେ ସାହାଯ୍ୟ କରିବା ପାଇଁ ଏହା ସହିତ ସାରା ବିଶ୍ୱର ମହିଳା ଓ ଝିଅମାନଙ୍କ ପାଇଁ ଏକାଠି ହୋଇ ସେମାନଙ୍କ ମାସିକଧର୍ମର ସ୍ୱଚ୍ଛତା ଉପରେ ସ୍ୱର ଉତ୍ତୋଳନ କରିବା ସକାଶେ ଏହା ଏକ ସୁନ୍ଦର ମଞ୍ଚ ପାଲଟିଛି । କୌଣସି ସଂଗଠନ, ସାମାଜିକ ବ୍ୟବସାୟ ଓ ଗଣମାଧ୍ୟମ ଏଥିପାଇଁ ଏକ ମଜଭୁତ ମାଧ୍ୟମ ରୂପେ ମଧ୍ୟ କାର୍ଯ୍ୟ କରୁଛି ।[୨]

ମାସିକଧର୍ମ ସମୟରେ ମହିଳା ଓ ଝିଅମାନଙ୍କୁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି । ଏହି ପରିସ୍ଥିତିକୁ ସମାଧାନ କରିବା ପାଇଁ ଅନେକ ସକାରାତ୍ମକ ଓ ଅଭିନବ ପଦକ୍ଷେପ ନିଅାଯାଉଛି । ଏବେ ବି ଦୋକାନରେ ସାନିଟାରି ନାପକିନଟିଏ ମାଗନ୍ତୁ ଦୋକାନୀ ତାକୁ କାଗଜରେ ଗୁଡ଼ାଇ କିମ୍ବା କଳା ପଲିଥିନରେ ପୂରାଇ ବଢ଼ାଇ ଦେଉଛି । ଏବେ ବି ଅଧିକାଂଶ ମହିଳା ନିଜେ ଏହାକୁ ଦୋକାନରୁ କିଣିବାକୁ ଲଜ୍ଜାବୋଧ କରୁଛନ୍ତି । ମାସିକଧର୍ମ ସମୟରେ ମହିଳାମାନଙ୍କ ପାଇଁ ଏହା ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିଲେ ମଧ୍ୟ ସେମାନେ ଏହାର ବ୍ୟବହାର କରିପାରୁ ନାହାନ୍ତି । ଏହି ଦିବସକୁ ପ୍ରତି ବର୍ଷ ପାଳନ କରାଯିବାର ଅର୍ଥ ବଶ୍ୱର ମହିଳା ଓ ଝିଅମାନଙ୍କୁ ମାସିକଧର୍ମ ବିଷୟରେ ଅଧିକରୁ ଅଧିକ ସଚେତନ କରିବା । ପ୍ରତ୍ୟେକ କଠିନ ପରିସ୍ଥିତିକୁ ନିଜେ ସାମନା କରିବା ହେଉଛି ଏହି ମାସିକଧର୍ମ ସ୍ୱଚ୍ଛତା ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏହି ସମୟରେ କିଭଳି ନିଜକୁ ସୁସ୍ଥ ରଖିବେ ଓ ସ୍ୱଚ୍ଛତା ଅବଲମ୍ବନ କରିବେ ଏଥିପାଇଁ ମାସିକଧର୍ମ ସ୍ୱଚ୍ଛତା ଦିବସ ଉପଲକ୍ଷେ ଅନେକ କାର୍ଯ୍ୟକ୍ରମର ମଧ୍ୟ ଅାୟୋଜନ କରାଯାଉଛି ।

ମେ ୨୮ ତାରିଖ ଅନ୍ତର୍ରାଷ୍ଟ୍ରୀୟ ମାସିକଧର୍ମ ସ୍ୱଚ୍ଛତା ଦିବସରୁ ସାରା ଦେଶର ସମସ୍ତ ଜନୌଷଧୀ କେନ୍ଦ୍ରଗୁଡ଼ିକରେ ସାନିଟାରି ନାପକିନ ଉପଲବ୍ଧ ହେବ ବୋଲି ସାର ଓ ରସାୟନ ମନ୍ତ୍ରୀ ଅନନ୍ତ କୁମାର ଏହି ଅବସରରେ ସୂଚନା ଦେଇଥିଲେ ।

କାର୍ଯ୍ୟକଳାପ[ସମ୍ପାଦନା]

ଅାଜି ପର୍ଯ୍ୟନ୍ତ ଏହାକୁ ନେଇ ୩୩ଟି ଦେଶରେ ପ୍ରାୟ ୧୨୭ଟି ଇଭେଣ୍ଟର ଅାୟୋଜନ କରା ହୋଇସାରିଛି ।

ଅଂଶୀଦର[ସମ୍ପାଦନା]

ବର୍ତ୍ତମାନ ସମୟରେ ଏହାକୁ ନେଇ ୪୧୦ ଅଫିସିଅାଲ୍ ପାର୍ଟନର ଅଛନ୍ତି । ଯେପରିକି ପ୍ଲାନ୍ ଇଣ୍ଟରନାସନାଲ, ଏସ୍. ଏନ୍. ଭି, ପ୍ଲାନ୍, ଓ୍ୱାଟର୍ ଫର୍ ପିପୁଲ୍, ଓମେନସନ ୟୁରୋପ୍ ଫର୍ ଏ କମନ୍ ଫ୍ୟୁଚର୍ । ଏହା ବ୍ୟତୀତ ଅନ୍ୟାନ ଜାତୀୟ ଓ ଅାଞ୍ଚଳିକ ସଂସ୍ଥା ମଧ୍ୟ ରହିଛି ଯେଉଁମାନେ ମେନଷ୍ଟ୍ରୁଅାଲ୍ ହାଇଜିନ୍ ପ୍ରଡକ୍ଟସ, ଓ୍ୱାସେବଲ୍ ମେନଷ୍ଟ୍ରୁଅାଲ୍ ପ୍ୟାଡ୍ ଓ ମେନଷ୍ଟ୍ରୁଅାଲ୍ କପ୍ ଯୋଗାଇ ଦେଉଛନ୍ତି ।[୩]

ସରକାରୀ ଦାୟିତ୍ୱବୋଧତା[ସମ୍ପାଦନା]

ଏହି ନୂତନ କୌଶଳକୁ ଅଧିକ ଉନ୍ନତ କରିବା ପାଇଁ ବିଭିନ୍ନ ଦେଶର ସରକାର ମଧ୍ୟ ଦାୟିତ୍ୱ ବହନ କରିଛି ।ଏହାକୁ ଅଧିକ ସୁଗମ ଓ ବ୍ୟୟ କରିବା ପାଇଁ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ନେଉଛି ।

ସ୍କୁଲରେ ସଫେଇ ବ୍ୟବସ୍ଥା[ସମ୍ପାଦନା]

ବିଶ୍ୱର ଅଧିକାଂଶ ଭାଗରେ ଝିଅମାନଙ୍କୁ ଏଥିପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏହି କାରଣରୁ ଝିଅମାନଙ୍କୁ ୫ ଦିନ ଧରି ସ୍କୁଲ୍ ବନ୍ଦ କରିବାକୁ ପଡୁଛି । କାରଣ ସ୍କୁଲମାନଙ୍କରେ ସୁଲଭ ଶୌଚାଳୟର କୌଣସି ସଠିକ୍ ସୁବିଧା ନାହିଁ । ଏହି ଦିନଗୁଡ଼ିକରେ ଝିଅମାନଙ୍କ ସଂଖ୍ୟା ବହୁତ କମ୍ ଦେଖାଯାଉଛି । ହେଲେ ବର୍ତ୍ତମାନ ସମୟରେ ଅନେକ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ଯେଉଁଥିପାଇଁ ଝିଅମାନଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି ।

ସ୍ୱାସ୍ଥ୍ୟ ଓ ମନସ୍ତତ୍ତ୍ୱ ସାମାଜିକ ଦୃଷ୍ଟିକୋଣ[ସମ୍ପାଦନା]

ଏହି ସମୟରେ ମହିଳା ଓ ଝିଅମାନେ ସବୁ ଦୃଷ୍ଟିକୋଣରୁ ଦୁର୍ବଳ ଅନୁଭବ କରିଥାନ୍ତି । ନିମ୍ନ ଧରଣର ସ୍ୱଚ୍ଛତା ଯୋଗୁ ଅନେକ ପ୍ରସବପୂର୍ବ ସଂକ୍ରମଣର ଶିକାର ହୋଇଥାନ୍ତି । ବିଶ୍ୱରେ ପ୍ରାୟ ୩୦ରୁ ୫୦ ପ୍ରତିଶତ ମହିଳା ସଂକ୍ରମଣର ଶିକାର ହୋଇଥାନ୍ତି । ଚାରିପାର୍ଶ୍ୱର ଏଭଳି ପ୍ରତିକୂଳ ପ୍ରଭାବ ଯୋଗୁ ଭାରତରେ ଅନେକ ମହିଳା ମାସିକଧର୍ମ ସମୟରେ ଖଟା ଖାଅାନ୍ତି ନାହିଁ ।

ଆଧାର[ସମ୍ପାଦନା]

  1. UNICEF, Columbia University (2012). WASH in Schools - Empowers Girls' Education - Proceedings of Menstrual Hygiene Management in Schools Virtual Conferences. UNICEF and Columbia University, USA, p. 2
  2. "Break the Silence Around Menstrual Hygiene". The Daily Star. 31 May 2015. Retrieved 29 June 2015.
  3. "Partners of Menstrual Hygiene Day". WASH United. Archived from the original on 25 March 2016. Retrieved 30 March 2017.