Jump to content

ମାଟିଆ ଚିଲ

ଉଇକିପିଡ଼ିଆ‌ରୁ

ମାଟିଆ ଚିଲ
A Black kite in Bangalore, India
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Accipitriformes
କୁଳ: Accipitridae
ପ୍ରଜାତି: Milvus
ଜାତି: M. migrans
ବାଇନୋମିଆଲ ନାମ
Milvus migrans
(Boddaert, 1783)
Subspecies

5, see text

Black and Yellow-billed kite ranges.
Orange: Northern summer only
Green: all year
Blue: Southern summer only
Synonyms
  • Falco migrans Boddaert, 1783
  • Milvus affinis
  • Milvus ater
  • Milvus melanotis

ମାଟିଆ ଚିଲ Accipitridae ପରିବାରର ଏକ ମଧ୍ୟମ-ଆକୃତିର ଶିକାରୀ ପକ୍ଷୀ ଓ ଏମାନଙ୍କ ସଂଖ୍ୟା ମଧ୍ୟ ଅସ୍ଥିର ବର୍ତ୍ତମାନର ଗଣନା ଅନୁଯାଇ ପୁରା ବିଶ୍ୱରେ ୬୦ଲକ୍ଷ ବୋଲି କଳନା କରାଯାଇଛି । ଅଧିକାଂଶ ସମୟ ଏମାନେ ଉଚ୍ଚ ଆକାଶରେ ଶିକାର ଅନ୍ୱେଷଣରେ ଘୁରି ବୁଲନ୍ତି । ବଙ୍କା ପକ୍ଷ ଓ ସାମାନ୍ୟ କଣ୍ଟାଚାମଚ ଲାଞ୍ଜ ଏମାନଙ୍କୁ ଏକ ସ୍ପଷ୍ଟତା ଦେଇଥାଏ ଚିହ୍ନିବାରେ । ଦକ୍ଷିଣ ଏସିଆରେ ଏମାନଙ୍କ ସଂଖ୍ୟା ୟୁରୋପଠାରୁ ଅଧିକ । ୟୁରେସିଆ, ଅଷ୍ଟ୍ରେଲେସିଆ ଓ ଓସେନିଆ ଭୂଖଣ୍ଡମାନଙ୍କରେ ଏମାନେ ମୁଖ୍ୟତଃ ଦେଖା ଯା’ନ୍ତି । ଛଞ୍ଚାଣ ଓ ଚିଲ ମଧ୍ୟରେ ଭିନ୍ନତା ଏତିକି ଯେ ଚିଲର ଲାଞ୍ଜ ଉଡ଼ିବା ବେଳେ କଣ୍ଟଚାମଚ ପରିଦେଖାଯାଏ ଓ ଏହା ସାମାନ୍ୟ ଛୋଟ । ଚିଲର ପର ଗୁଡ଼ିକ ମାଟିଆ ହେଇଥିବାବେଳେ ମୁଣ୍ଡ ପାର୍ଶ୍ୱ ସାମାନ୍ୟ କମ ଗାଢ଼ତା ଦେଖାଯାଏ । ଗୋଡ଼ ଗୁଡ଼ିକ ହଳଦିଆ ଓ ପଞ୍ଝା କଳା ରଙ୍ଗର ।

ଉପପ୍ରଜାତି

[ସମ୍ପାଦନା]

°Milvus Migrans Migrans (Boddaert, 1783): European Black kite;- ମଧ୍ୟ,ଦକ୍ଷିଣ,ପୂର୍ବ ୟୁରୋପ,ଉତ୍ତର-ପଶ୍ଚିମ ଆଫ୍ରିକା ,ଦକ୍ଷିଣରୁ ଉତ୍ତର-ପଶ୍ଚିମ ପାକିସ୍ତାନରେ ମିଳନ୍ତି ଓ ଏମାନଙ୍କ ମୁଣ୍ଡ ଧଳା ।

°Milvus Migrans Lineatus (J. E. Gray, 1831): blackeared kite ଶାଇବେରିଆରୁ ଅମୁର୍ଲାଣ୍ଡ,ହିମାଳୟରୁ ଉତ୍ତର ଭାରତ ,ଦକ୍ଷିଣ ଚୀନ,ପାର୍ସିଆନ ଉପକୂଳ ଅଞ୍ଚଳରେ ଦେଖାଯା’ନ୍ତି ।

°Milvus Migrans Govinda (Sykes, 1832):Small Indian Kite(formerly Pariah Kite);- ପାକିସ୍ତାନର ପୂର୍ବାଞ୍ଚଳରୁ ଭାରତର ପୂର୍ବାଞ୍ଚଳ,ଶ୍ରୀଲଙ୍କାରୁ ଇଣ୍ଡୋ-ଚାଇନା ପର୍ଯ୍ୟନ୍ତ । Pariah ନାମକରଣ ଭାରତୀୟ ଜାତିକରଣ ହିସାବରେ ନିଆଯାଇଛି ।

°Milvus Migrans Affinis (Gould, 1838): Fork-Tailed Kite :- ପାପୁଆ ନିଉ ଗୁଇନିଆ(ପର୍ବତ ବ୍ୟତିତ),ପୂର୍ବ ଅଷ୍ଟ୍ରେଲିଆ ଓ ଉତ୍ତର-ପୂର୍ବ ଅଷ୍ଟ୍ରେଲିଆରେ ଦେଖା ଯାଆନ୍ତି ।

°Milvus Migrans Formosanus (Kuroda, 1920): Taiwan Kite:- ତାଇବାନ ଓ ହାଇନାନ ଅଞ୍ଚଳରେ ଦେଖା ଯା'ନ୍ତି । ==

'ବ୍ୟବହାର:'

[ସମ୍ପାଦନା]

ଚିଲମାନେ ଆକାଶରେ ଭ୍ରମଣ କରୁଥିବା ଦେଖା ଯା’ନ୍ତି । ପୃଥିବୀ ପୃଷ୍ଠରୁ ଉଠୁଥିବା ଗରମ ପବନରେ ଏମାନେ ଡେଣା ମେଲି ଚକ୍କର କାଟନ୍ତି ଓ ଖାଦ୍ୟ ଅନ୍ୱେଷଣ କରନ୍ତି । ଚକ୍କର କାଟିବା ସମୟରେ ଏମାନେ ଅତି ସହଜରେ ଦିଗ ପରିବର୍ତ୍ତନ କରିପାରନ୍ତି । ଊଡି ଉଡି ତଳକୁ ଆସି ଗୋଡ଼ ଲମ୍ବେଇ ମାଛ ଓ ଅନ୍ୟାନ୍ୟ ଶିକାରକୁ ଝାମ୍ପି ନିଅନ୍ତି । ଏମାନେ ବହୁତ ସୁବିଧାବାଦି ଆବଶ୍ୟକସ୍ଥଳେ ପକ୍ଷୀ,ମୂଷା,ବାଦୁଡିମାନଙ୍କୁ ଶିକାର ବନାନ୍ତି । ନିଆଁ ଓ ଧୂଆଁକୁ ଚିଲମାନେ ବହୁତ ଆକର୍ଷିତ ହୁଅନ୍ତି ଅଷ୍ଟ୍ରେଲିଆରେ ଦେଖା ଯାଇଛି ଯେ ଜଳୁଥିବା କାଠକୁ ନେଇ ଅନ୍ୟଆଡେ ଫିଙ୍ଗିବା ଯୋଗୁଁ ଅନେକ ଥର ଜଙ୍ଗଲରେ ନିଆଁ ଲାଗିଯାଏ । ଭାରତୀୟ ଚିଲମାନେ ସହର ପାଖ ଅଞ୍ଚଳରେ ରହନ୍ତି କାହିଁକି ନା ମନୁଷ୍ୟମାନଙ୍କ ଖାଦ୍ୟ ସେମାନେ ଖାଇ ଥା’ନ୍ତି । ସ୍ପେନର ଚିଲମାନେ ଜଳ ଥିବା ଅଞ୍ଚଳରେ ରହନ୍ତି,ଗ୍ରୀଷ୍ମରେ ତାଙ୍କ ପିଲାମାନଙ୍କୁ ଖାଦ୍ୟର ଅଭାବରୁ ବଞ୍ଚିତ କରିବା ସକାଶେ ଓ ମାତାପିତା ପିଲାମାନଙ୍କୁ ଅନ୍ୟ ଶିକାରୀମାନଙ୍କଠାରୁ ରକ୍ଷା ମଧ୍ୟ କରନ୍ତି । ଏମିତି ବି ଦେଖା ଯାଇଛି ଯେ ନିଜ ଅଣ୍ଡା ଓ ପିଲାଙ୍କ ପାଇଁ ବାଇଚଢେଇ ବସା ଭାଙ୍ଗି ଆଣିବାର ।

'ପ୍ରଜନନ :'-

[ସମ୍ପାଦନା]

ଭାରତୀୟ ଚିଲମାନେ ଶୀତ ସମୟରେ ମିଳନ କରନ୍ତି ମୌସୁମୀ ପର୍ଯ୍ୟନ୍ତ ପିଲାମାନେ ଉଡିବା ଚାଲୁ କରିଦିଅନ୍ତି । ୟୁରୋପୀୟ ଚିଲମାନେ ଗ୍ରୀଷ୍ମରେ ମିଳନ କରନ୍ତି । ଚିଲମାନେ ଗଛର ଦୁଇଛକି/କେନା ବାହାରି ଥିବା ଡାଳରେ କାଠି କୁଟାରେ ବସା ବନାନ୍ତି ଓ ଏହା ବର୍ଷ ବର୍ଷ ମଧ୍ୟ ବ୍ୟବହାର କରି ପାରନ୍ତି । ବସା ପବନର ଚଳନ ଓ ବୃଷ୍ଟିପାତକୁ ନଜର ରଖି କରାଯାଏ । କେବେ ଦେଖା ଯାଇଛି ବସାକୁ ଏମାନେ ପ୍ଲାଷ୍ଟିକ ଇତ୍ୟାଦିରେ ସଜାଇବାରେ । ଉଭୟ ପୁରୁଷ ଓ ସ୍ତ୍ରୀ ଚିଲ ମିଶିକରି ବସା ବନାନ୍ତି । ସ୍ତ୍ରୀ ଚିଲ ୨-୩ ଗୋଟି ଅଣ୍ଡା ଦିଏ,୩୦-୩୪ ଦିନ ଅଣ୍ଡା ଉଷୁମାଇବା ପ୍ରକ୍ରିୟା ଚାଲେ । ଭାରତୀୟ ଚିଲର ସନ୍ତାନ ୨ମାସ ବସାରେ ରହନ୍ତି ଯେଉଠାରେ ୟୁରୋପର ଚିଲ ପିଲାମାନେ ଡେରିରେ ଅଣ୍ଡାରୁ ବାହାରନ୍ତି ଓ ଜଲ୍ଦି ଉଡିଯା’ନ୍ତି । ସନ୍ତାନମାନଙ୍କ ମଧ୍ୟରେ ବଳ କଷାକଷି ସବୁବେଳେ ଲାଗିଥାଏ ଓ ଯେଉଁ ଶିଶୁଟି ଦୁର୍ବଳ ସର୍ବଦା ମୃତ୍ୟୁ ତାକୁ ଆପଣେଇ ନେଇଥାଏ । ଜନ୍ମର ୫୦ ଦିନ ମଧ୍ୟରେ ଶିଶୁ ଡାଳରୁ ବସା ପର୍ଯ୍ୟନ୍ତ ଚାଲିବା ଓ ଡେଣାହଲାଇବା କାମ କରିପାରନ୍ତି । ଉଭୟ ମାତାପିତା ପିଲାମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି ଆଖପାଖରେ କୌଣସି ସନ୍ଦେହ ଜଣକ ଜୀବକୁ ଦେଖିଲେ ଜଣେ ଆକ୍ରମଣ କରିବା ପାଇଁ ଚାଲି ଯାଏ ।

'ମୃତ୍ୟୁବରଣ'

[ସମ୍ପାଦନା]

ଅଧିକାଂଶ ଚିଲ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରନ୍ତି ଓ କେତେକ ରାସ୍ତରୁ ମୃତ ମୂଷାକୁ ଝାମ୍ପିବା ବେଳେ ଗାଡି ସହ ଟକ୍କର ରେ,ଶସ୍ୟ କ୍ଷେତ୍ରରେ ବିଷ/କୀଟନାଶକ ପ୍ରୟୋଗଦ୍ୱାରା ଆଉ କେତେକ ଉଡ଼ାଜାହାଜ ସହ ପିଟି ହୋଇ ଜୀବନ ହାରନ୍ତି

  1. BirdLife International (2013). "Milvus migrans". IUCN Red List of Threatened Species. Version 2013.2. International Union for Conservation of Nature. Retrieved 26 November 2013. {{cite web}}: Invalid |ref=harv (help)