Jump to content

ମହମ୍ମଦ ଅଲଭି

ଉଇକିପିଡ଼ିଆ‌ରୁ
ମହମ୍ମଦ ଅଲଭି
ଜନ୍ମ ଓ ଜନ୍ମସ୍ଥାନ(1927-04-10)ଅପ୍ରେଲ ୧୦, ୧୯୨୭
ଅହମ୍ମଦାବାଦ, ଭାରତ
ମୃତ୍ୟୁ୨୯ ଜାନୁଆରୀ ୨୦୧୮(2018-01-29) (ବୟସ ୯୦)
ଅହମ୍ମଦାବାଦ, ଭାରତ
ବୃତ୍ତିକବି
ଭାଷାଉର୍ଦ୍ଦୁ
ଶିକ୍ଷାନୁଷ୍ଠାନଜାମିଆ ମିଲିଆ ଇସଲାମିଆ
ଶୈଳୀଗଜଲ, ନାଜମ
ସାହିତ୍ୟ କୃତିଚଉଥା ଆସମାନ
ପୁରସ୍କାରସାହିତ୍ୟ ଏକାଡେମୀ ପୁରସ୍କାର

ମହମ୍ମଦ ଅଲଭି (୧୦ ଏପ୍ରିଲ ୧୯୨୭ - ୨୯ ଜାନୁୟାରୀ ୨୦୧୮) ଜଣେ ଭାରତୀୟ କବି ଯିଏକି ଉର୍ଦ୍ଦୁ ଗଜଲ ଲେଖିବା ପାଇଁ ଜଣାଶୁଣା ଥିଲେ । ସେ ବିଶେଷକରି ଚଉଥା ଆସମାନ ନାମକ ଉର୍ଦ୍ଦୁ ଗଜଲର ସଂଗ୍ରହ କରିଥିଲେ ଯାହା ମୁସଲମାନ ପଣ୍ଡିତମାନଙ୍କ ମଧ୍ୟରେ ବିବାଦର ବିଷୟ ପାଲଟିଥିଲା ​​। ସେ "send a good prophet" ଶୀର୍ଷକ ନାମକ ଏକ ଶ୍ଳୋକ ଲେଖିଥିଲେ । ପରେ ୧୯୯୪ ମସିହାରେ ଜାମା ମସଜିଦର ଇମାମଙ୍କଦ୍ୱାରା ଏକ ଫତବା ମାଧ୍ୟମରେ ତାଙ୍କୁ "କାଫିର" ଭାବେ ସମ୍ବୋଧିତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଅହମ୍ମଦାବାଦ ଇସଲାମ ଧର୍ମଶାସ୍ତ୍ରଦ୍ୱାରା ସମାଲୋଚିତ ହେବା ପରେ ସେ ତାଙ୍କ ପୁସ୍ତକରୁ ରେଖା ପ୍ରତ୍ୟାହାର କରିଥିଲେ ।[]

୧୯୯୨ ମସିହାରେ ଚଉଥା ଆସମାନ କବିତା ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଘାଲିବ ଏକାଡେମୀ "Ghalib Academy"ଦ୍ୱାରା ଘାଲିବ ପୁରସ୍କାର "Ghalib Award" ପାଇଁ ସେ ଉର୍ଦ୍ଦୁ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ରଖିଥିବାର ବିଶ୍ୱାସ କରାଯାଏ ।[] ତାଙ୍କ ଲେଖାରେ ୮୬ଟି ଗଜଲ, ୬୬ଟି ନଜମ, କିଛି ଶ୍ଳୋକ ଏବଂ ୬୦ଟି ପୁସ୍ତକ ଅନ୍ତର୍ଭୁକ୍ତ । ତାଙ୍କର "ଖାଲି ମକାନ" ନାମକ ଗଜଲକୁ ନେଇ ଏକ କବିତା ପୁସ୍ତକ ରହିଛି ।[]

ଜୀବନୀ

[ସମ୍ପାଦନା]

ମହମ୍ମଦ ଅଲିଭ ୧୦ ଏପ୍ରିଲ ୧୯୨୭ ମସିହାରେ ଗୁଜରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ । ସେ ନିଜ ଗ୍ରାମରେ ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ପରେ ସେ ଦିଲ୍ଲୀ ଯାଇ ସେଠାରେ ଜାମିଆ ମିଲିଆ ଇସ୍ଲାମିଆରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ ।

ପ୍ରକାଶନ

[ସମ୍ପାଦନା]
# ଶୀର୍ଷକ[] ବର୍ଷ ଟାଇପ୍ / କ୍ରେଡିଟ୍ ଟିପ୍ପଣୀ
ଖାଲି ମକାନ ୧୯୬୩ ପୁସ୍ତକ N/A
ଆଖରୀ ଦିନ କି ତଲାସ ୧୯୬୭ ପୁସ୍ତକ N/A
ତିଶରୀ କିତାବ ୧୯୭୮ ପୁସ୍ତକ N/A
ଜୋ ଥା ଆସମାନ ୧୯୯୧ ପୁସ୍ତକ N/A
ଚଉଥା ଆସମାନ ୧୯୯୨ ପୁସ୍ତକ ୧୯୯୨ ମସିହାରେ ଏହି ପୁସ୍ତକକୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
ରାତ ଇଧର ଉଧର ରୌସନ ୧୯୯୫ ପୁସ୍ତକ N/A
  1. UDAY MAHURKAR (May 31, 1995). "Islamic theological school passes fatwa on Sahitya Akademi Award-winning poet Mohammed Alvi". India Today.
  2. "Urdu poet Mohammed Alvi no more | Ahmedabad News - Times of India". The Times of India.
  3. "All writings of Mohammad Alvi". Rekhta.
  4. "Urdu Books of Mohammad Alvi". Rekhta.