ମହମ୍ମଦ ଅଲଭି
ମହମ୍ମଦ ଅଲଭି | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ଅପ୍ରେଲ ୧୦, ୧୯୨୭ ଅହମ୍ମଦାବାଦ, ଭାରତ |
| ମୃତ୍ୟୁ | ୨୯ ଜାନୁଆରୀ ୨୦୧୮ (ବୟସ ୯୦) ଅହମ୍ମଦାବାଦ, ଭାରତ |
| ବୃତ୍ତି | କବି |
| ଭାଷା | ଉର୍ଦ୍ଦୁ |
| ଶିକ୍ଷାନୁଷ୍ଠାନ | ଜାମିଆ ମିଲିଆ ଇସଲାମିଆ |
| ଶୈଳୀ | ଗଜଲ, ନାଜମ |
| ସାହିତ୍ୟ କୃତି | ଚଉଥା ଆସମାନ |
| ପୁରସ୍କାର | ସାହିତ୍ୟ ଏକାଡେମୀ ପୁରସ୍କାର |
ମହମ୍ମଦ ଅଲଭି (୧୦ ଏପ୍ରିଲ ୧୯୨୭ - ୨୯ ଜାନୁୟାରୀ ୨୦୧୮) ଜଣେ ଭାରତୀୟ କବି ଯିଏକି ଉର୍ଦ୍ଦୁ ଗଜଲ ଲେଖିବା ପାଇଁ ଜଣାଶୁଣା ଥିଲେ । ସେ ବିଶେଷକରି ଚଉଥା ଆସମାନ ନାମକ ଉର୍ଦ୍ଦୁ ଗଜଲର ସଂଗ୍ରହ କରିଥିଲେ ଯାହା ମୁସଲମାନ ପଣ୍ଡିତମାନଙ୍କ ମଧ୍ୟରେ ବିବାଦର ବିଷୟ ପାଲଟିଥିଲା । ସେ "send a good prophet" ଶୀର୍ଷକ ନାମକ ଏକ ଶ୍ଳୋକ ଲେଖିଥିଲେ । ପରେ ୧୯୯୪ ମସିହାରେ ଜାମା ମସଜିଦର ଇମାମଙ୍କଦ୍ୱାରା ଏକ ଫତବା ମାଧ୍ୟମରେ ତାଙ୍କୁ "କାଫିର" ଭାବେ ସମ୍ବୋଧିତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଅହମ୍ମଦାବାଦ ଇସଲାମ ଧର୍ମଶାସ୍ତ୍ରଦ୍ୱାରା ସମାଲୋଚିତ ହେବା ପରେ ସେ ତାଙ୍କ ପୁସ୍ତକରୁ ରେଖା ପ୍ରତ୍ୟାହାର କରିଥିଲେ ।[୧]
୧୯୯୨ ମସିହାରେ ଚଉଥା ଆସମାନ କବିତା ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଘାଲିବ ଏକାଡେମୀ "Ghalib Academy"ଦ୍ୱାରା ଘାଲିବ ପୁରସ୍କାର "Ghalib Award" ପାଇଁ ସେ ଉର୍ଦ୍ଦୁ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ରଖିଥିବାର ବିଶ୍ୱାସ କରାଯାଏ ।[୨] ତାଙ୍କ ଲେଖାରେ ୮୬ଟି ଗଜଲ, ୬୬ଟି ନଜମ, କିଛି ଶ୍ଳୋକ ଏବଂ ୬୦ଟି ପୁସ୍ତକ ଅନ୍ତର୍ଭୁକ୍ତ । ତାଙ୍କର "ଖାଲି ମକାନ" ନାମକ ଗଜଲକୁ ନେଇ ଏକ କବିତା ପୁସ୍ତକ ରହିଛି ।[୩]
ଜୀବନୀ
[ସମ୍ପାଦନା]ମହମ୍ମଦ ଅଲିଭ ୧୦ ଏପ୍ରିଲ ୧୯୨୭ ମସିହାରେ ଗୁଜରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ । ସେ ନିଜ ଗ୍ରାମରେ ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ପରେ ସେ ଦିଲ୍ଲୀ ଯାଇ ସେଠାରେ ଜାମିଆ ମିଲିଆ ଇସ୍ଲାମିଆରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ ।
ପ୍ରକାଶନ
[ସମ୍ପାଦନା]| # | ଶୀର୍ଷକ[୪] | ବର୍ଷ | ଟାଇପ୍ / କ୍ରେଡିଟ୍ | ଟିପ୍ପଣୀ |
|---|---|---|---|---|
| ୧ | ଖାଲି ମକାନ | ୧୯୬୩ | ପୁସ୍ତକ | N/A |
| ୨ | ଆଖରୀ ଦିନ କି ତଲାସ | ୧୯୬୭ | ପୁସ୍ତକ | N/A |
| ୩ | ତିଶରୀ କିତାବ | ୧୯୭୮ | ପୁସ୍ତକ | N/A |
| ୪ | ଜୋ ଥା ଆସମାନ | ୧୯୯୧ | ପୁସ୍ତକ | N/A |
| ୫ | ଚଉଥା ଆସମାନ | ୧୯୯୨ | ପୁସ୍ତକ | ୧୯୯୨ ମସିହାରେ ଏହି ପୁସ୍ତକକୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । |
| ୬ | ରାତ ଇଧର ଉଧର ରୌସନ | ୧୯୯୫ | ପୁସ୍ତକ | N/A |
ଆଧାର
[ସମ୍ପାଦନା]- ↑ UDAY MAHURKAR (May 31, 1995). "Islamic theological school passes fatwa on Sahitya Akademi Award-winning poet Mohammed Alvi". India Today.
- ↑ "Urdu poet Mohammed Alvi no more | Ahmedabad News - Times of India". The Times of India.
- ↑ "All writings of Mohammad Alvi". Rekhta.
- ↑ "Urdu Books of Mohammad Alvi". Rekhta.