Jump to content

ବ୍ୟବହାରକାରୀ:Pmsarangi/ପରଖଘର/ଉଇକିପିଡ଼ିଆ:ଭିଡ଼ିଓୱିକି/ଜେ ଆର ଡି ଟାଟା

ଉଇକିପିଡ଼ିଆ‌ରୁ
Pmsarangi/ପରଖଘର/ଉଇକିପିଡ଼ିଆ:ଭିଡ଼ିଓୱିକି/ଜେ ଆର ଡି ଟାଟା (Tutorial)
ଫାଇଲ:Or.ଉଇକିପିଡ଼ିଆ-ଭିଡିଓୱିକି-ଜେ ଆର ଡି ଟାଟା.webm
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ପରିଚୟ

[ସମ୍ପାଦନା]

ଜାହାଙ୍ଗିର୍ ରତନଜୀ ଦାଦାଭୋୟ ଟାଟା (ଜେ. ଆର. ଡି. ଟାଟା - - J. R. D. Tata) ଭାରତୀୟ ଉଦ୍ୟୋଗପତି ଥିଲେ । ଟାଟା କମ୍ପାନୀପୁଞ୍ଜର ଅଧ୍ୟକ୍ଷ ଓ ଟାଟା ସନ୍ସର କମ୍ପାନୀର ସେୟାରହୋଲଣ୍ତର ଥିଲେ । ଟାଟା ବ୍ୟବସାୟିକର ଗଠନ ଓ ବିକାଶରେ ଜେ. ଆର୍. ଡି. ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ପ୍ରାକ୍-ଜୀବନ

[ସମ୍ପାଦନା]

ଜେ. ଆର୍. ଡି. ଟାଟା ୨୯ ଜୁଲାଇ ୧୯୦୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଜେ. ଆର୍. ଡି. ଏକ ପାରସି ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ବ୍ୟବସାୟୀ ରତନଜୀ ଦାଦାଭୋୟ ଟାଟା (ଆର୍. ଡି. ଟାଟା) ଓ ମାତା ସୁଜାନେ ସୂନି ବ୍ରିଏରେଙ୍କର ଦ୍ୱିତୀୟ ସନ୍ତାନ ଥିଲେ । []

ଫ୍ରାନ୍ସ

[ସମ୍ପାଦନା]

ତାଙ୍କ ମାତା ସୁଜାନେ ଫାରସି ଥିବା ଯୋଗୁଁ ତାଙ୍କର ବାଲ୍ୟଜୀବନ ଫ୍ରାନ୍ସରେ ବିତିଥିଲା । ଫାରସି ତାଙ୍କ ପ୍ରଥମ ଭାଷା ଥିଲା । ସେ ଜନସନ ଡେ ସୈଲୀ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ । []

ସୈନ୍ୟ ସେବା

[ସମ୍ପାଦନା]

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ସେ ଗୋଟିଏ ବର୍ଷ ସ୍ପାହି ରେଜିମେନ୍ଟରେ ମଧ୍ୟ କାମ କରୁଥିଲେ । []

ଭାରତ ଆଗମନ

[ସମ୍ପାଦନା]

ଗୋଟିଏ ବର୍ଷ ଫ୍ରାନ୍ସ ସେନାରେ କାର୍ଯ୍ୟ କରିବା ପରେ ସେ ଉଚ୍ଚଶିକ୍ଷା ସକାଶେ କେମ୍ବ୍ରିଜ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ତାଙ୍କ ପିତା ତାଙ୍କୁ ଭାରତ ନେଇଆସି ଟାଟା କମ୍ପାନୀରେ ଭର୍ତ୍ତି କରିଥିଲେ । []

ବ୍ୟବସାୟ

[ସମ୍ପାଦନା]

୧୯୨୯ ମସିହାରେ ଜେ ଆର ଡ଼ି ତାଙ୍କ ଫ୍ରାନ୍ସ ନାଗରିକତା ଫେରାଇ ଦେଇ ଭାରତୀୟ ନାଗରିକ ହୋଇଥିଲେ ଓ ଟାଟା କମ୍ପାନୀର କାର୍ଯ୍ୟଭାର ସମ୍ଭାଳି ଥିଲେ । ୧୯୩୦ ମସିହାରେ ଥେଲମା ଭିକାଜିଙ୍କ ସ‌ହ ତାଙ୍କର ବିବାହ ହୋଇଥିଲା । []

ପାଇଲଟ୍ ଲାଇସେନ୍ସ

[ସମ୍ପାଦନା]

ସେ ଯାତ୍ରା କରିବା ସମୟରେ ତାଙ୍କ ସାଙ୍ଗଙ୍କ ପିତା ଲୁଇସ୍ ବ୍ଲେରିଓଟଙ୍କ ଦ୍ୱାରା ପ୍ରେରିତ ହୋଇ ପାଇଲଟ୍ ହେବାକୁ ଇଚ୍ଛା କରିଥିଲେ । ୧୦ ଫେବୃଆରି ୧୯୨୯ରେ ତାଙ୍କୁ ଭାରତର ପ୍ରଥମ ପାଇଲଟ ଲାଇସେନ୍ସ ମିଳିଥିଲା । []

ଟାଟା ଏୟାରଲାଇନସ୍

[ସମ୍ପାଦନା]

ପରେ ତାଙ୍କୁ ଭାରତର ନାଗରିକ ଉଡ଼୍ଡୟନର ପିତା କୁହାଗଲା । ସେ ୧୯୩୨ ମସିହାରେ ନେଭିଲ ଭିନ୍ଟସେନ୍ଟଙ୍କ ସ‌ହିତ ମିଶି ଭାରତର ପ୍ରଥମ ବାଣିଜ୍ୟ ଏୟାରଲାଇନ୍ସର ଆରମ୍ଭ କରିଥିଲେ, ଯାହାକି ପରେ ଏୟାର ଇଣ୍ତିଆ ନାମରେ ୧୯୪୬ ମସିହାରେ ପ୍ରକାଶ ହେଲା ଏବଂ ବର୍ତ୍ତମାନ ଭାରତର ରାଷ୍ଟ୍ରୀୟ ଏୟାରଲାଇନ ଭାବେ ପରିଚିତ । []


ଏୟାର ଇଣ୍ତିଆ

[ସମ୍ପାଦନା]

ଏହି କମ୍ପାନିକୁ ପାଳନ ପୋଷଣ କରି ଜବ‌ହାରଲାଲ ନେହୁରୁଙ୍କ ସରକାର ସମୟରେ, ୧୯୫୩ ମସିହାରେ ଏୟାର ଇଣ୍ତିଆକୁ ରାଷ୍ଟ୍ରିୟ ଘୋଷିତ କରାଯାଇଥିଲା। । ଏହା ପାଇଁ ଜେ ଆର ଡ଼ି ଟାଟା ବ‌ହୁ ସଂଘ୍ରଷ କରିଥିଲେ । []

ଟାଟା ସନ୍ସ

[ସମ୍ପାଦନା]

ସେ ୧୯୨୫ ମସିହାରେ ଟାଟା ସନ୍ସରେ ବିନା ବେତନରେ ଭର୍ତ୍ତି ହୋଇଥିଲେ । ୧୯୩୮ ମସିହାରେ ତାଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଏବଂ ଏହି ଭାରତୀୟ ଅଦ୍ୟୋଗିକ ସମୁହର ମୁଖିଆ ଭାବେ ନିଯୁକ୍ତ କରାଗଲା । ତାଙ୍କ ଅଧ୍ୟକ୍ଷତାରେ ଟାଟା ସମୂହର ସମ୍ପତ୍ତି ୧୦୦ମିଲିୟନ ଡ଼ଲାର ରୁ ବଢ଼ି ୫ବିଲିୟନ ଡ଼ଲାର ହୋଇଥିଲା । []

ଟାଟା ସନ୍ସର ଉଦୟ

[ସମ୍ପାଦନା]

ସେ ପ୍ରଥମେ ତାଙ୍କ ଅଧ୍ୟକ୍ଷତାରେ ୧୪ ଟି ଉଦ୍ୟମ ଆରମ୍ଭ କରିଥିଲେ ଓ ୫୦ ବର୍ଷ ପରେ, ୨୬ ଜୁଲାଇ ୧୯୮୮ରେ ସେ କାମରୁ ଅବସର ନେବା ସମୟରେ ସେହି କମ୍ପାନୀ ୯୫ଟି ସମୁହରେ ପରିଣତ ହୋଇଥିଲା । ସେହି ସମୁହ ମଧ୍ୟରୁ କିଛି ଟାଟା ସନ୍ସ ନିଜେ ଆରମ୍ଭ କରିଥିଲା ଓ କିଛି ନିୟନ୍ତ୍ରଣ କରିଥିଲେ । []

ଏନ ସି ଏ ଇ ଆର

[ସମ୍ପାଦନା]

ସେ ୧୯୫୬ ମସିହାରେ ନେସନାଲ କାଉନସିଲ ଅଫ ଆପଲାଇଡ଼ ଇକୋନୋମିକ ରିସ୍ଚ(ଏନ ସି ଏ ଇ ଆର), ସ୍ୱତନ୍ତ୍ର ଆର୍ଥିକ ନୀତି ସଂସ୍ଥାନର ମଧ୍ୟ ସଂସ୍ଥାପକ ସଦ‌ସ୍ୟ ଅଟନ୍ତି । ଯାହା ଭାରତର ରାଜଧାନୀ ଦିଲ୍ଲୀରେ ଅଛି।

[]

ଟି ସି ଏସ

[ସମ୍ପାଦନା]

୧୯୬୮ରେ ସେ ଟାଟା କନ୍ସଲଟେନ୍ସି ସରଭିସେସ୍‌ର ସ୍ଥାପନା କରିଥିଲେ । []

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ଭାରତୀୟ ଶିଳ୍ପୋଦ୍ୟୋଗ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୧୯୫୫ ମସିହାରେ ପଦ୍ମ ବିଭୂଷଣ, ୧୯୮୩ ମସିହାରେ ଫରାସୀ ଲିଜିଅନ୍ ଅଫ୍ ଅନର୍ ଓ ୧୯୯୨ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ଅଳଙ୍କୃତ କରାଯାଇଥିଲା । []

ମୃତ୍ୟୁ

[ସମ୍ପାଦନା]

୨୯ ନଭେମ୍ବର୍ ୧୯୯୩ରେ ଜେ ଆର ଡ଼ି ଟାଟାଙ୍କର ତିରୋଧାନ ଜେନେଭା, ସୁଇଜରଲାଣ୍ତରେ ହୋଇଥିଲା । ସେତେବେଳେ ତାଙ୍କ ବୟସ ୮୯ ଥିଲା । [୧୦]

ସମାଧି

[ସମ୍ପାଦନା]

ତାଙ୍କ ସମାଧି ପାରସୀରେ କରାଯାଇଥିଲା [୧୦]


  1. "J.R.D. TATA". Tata Central Archives. Archived from the original on 29 October 2013. Retrieved 7 October 2015.
  2. Pai, Anant. JRD Tata: The Quiet Conqueror. India Book House. p. 6. ISBN 8175084200.
  3. "29 NOVEMBER 1993..." unitedstatesofindia.com. Retrieved 10 April 2014.
  4. ୪.୦ ୪.୧ ୪.୨ R.M. Lala : Beyond the last Blue Mountains, Life of J.R.D Tata
  5. "Bombay Flying Club First Annual Report". Flight Global. 1 August 1929. Retrieved 16 September 2011.
  6. "Air India : The History of The Aircraft Fleet". airwhiners.net. Archived from the original on 24 July 2016. Retrieved 15 July 2016.
  7. ୭.୦ ୭.୧ Guha, Ramachandran (25 July 2013). The glory of J. R. D (2007 ed.). India: Pan Books. p. 110. ISBN 978-0-330-54022-3.
  8. ୮.୦ ୮.୧ "The glory of J. R. D", UN Global Compact Cities Programme, retrieved 25 July 2013
  9. "Industrialists:JRD Tata – Made Tatas the largest Business House in India of his times". ewritersportal.com. 20 November 2010. Archived from the original on 13 April 2014. Retrieved 10 April 2014.
  10. ୧୦.୦ ୧୦.୧ Pai, Anant. JRD Tata: The Quiet Conqueror. India Book House. p. 32. ISBN 8175084200.