ବ୍ୟବହାରକାରୀ:Pmsarangi/ପରଖଘର

ଉଇକିପିଡ଼ିଆ‌ରୁ

ବୃଦ୍ଧାବସ୍ଥା

ବୃଦ୍ଧାବସ୍ଥା ଯେତେବେଳେ ମନୁଷ୍ୟ ୬୦ ବା ତାଠାରୁ ଅଧିକ ବୟସକୁ କିମ୍ୱା ଜୀବନ ପ୍ରକିୟାର ଅନ୍ତିମ ଅବସ୍ଥାକୁ କୁହାଯାଏ । ଆଜିକାଲି ସ୍ୱାସ୍ଥ୍ୟ ସୁବିଧା ଭଲ ଥିବା ଯୋଗୁଁ ଲୋକମାନଙ୍କ ଜୀବନ‌କାଳ ବଢୁଛି, ଯାହାଦ୍ବାରା ବ୍ୟକ୍ତି ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚୁଛି । ଏହି ଜୀବନ‌କାଳକୁ ଖୁସିରସ‌ହ ବଞ୍ଚିବାପାଇଁ ହେଲେ ବ୍ୟକ୍ତିକୁ ବ‌ହୁତ କିଛି ନିଜ ଭିତରେ ବଦଳାଇବାକୁ ପଡୁଛି ଓ ସମୟସ‌ହ ତାଳ ଦେଇ ଚାଲିବାକୁ ମଧ୍ୟ ପଡୁଛି । ବୃଦ୍ଧ ହୋଇଗଳେ, ମଣିଷ ଆର୍ଥିକ, ଶାରିରୀକ ଏବଂ ମାନସିକ ସ୍ତରରେ ଦୁର୍ବଳ ହୋଇଥାଏ । ଏହା ମଧ୍ୟରୁ ସବୁଠାରୁ ବଡ଼ ସମସ୍ଯା ହେଲା ଏକୁଟିଆ ରହିବା ଯେତେବେଳେ ପିଲାମାନେ ଉଚ୍ଚତର ପଢ଼ାଇ ଏବଂ ରୋଜଗାର ସକାଶେ ଘରଛାଡ଼ି ବାହାରକୁ ଚାଲିଯାଆନ୍ତି । ଏହି ସମୟରେ ଅଧିକ ଲୋକଙ୍କୁ ମାନସିକ ଅବସ୍ଥାର ଗତିକରିବାକୁ ପଡ଼ିଥାଏ । ଯାହାକୁ ଆମେ ବ‌ହୁ ଆରାମରେ ଦୂର କରିପାରିବା । ଆଜିକାଲି ସ‌ହରରେ ବ‌ହୁତ ଗୁଡ଼ିଏ ବୃଦ୍ଧସ‌ଭା ଏବଂ ଗତିବିଧି କେନ୍ଦ୍ର ଗଠନ କରାଯାଉଛି । ଏହି ଗତିବିଧି କେନ୍ଦ୍ରରେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ କରାଯା‌ଉଛି ଯେମିତିକି କମ୍ୟୁଟର ଶିକ୍ଷା, ପତ୍ରିକା ପଢା, ଗପସପ, ଚେଷ ଓ କ୍ୟାରମ ଖେଳ, ଶିକ୍ଷାର ଆଦାନ ପ୍ରଦାନ କରାଯାଉଛି । ଯେଉଁଠାରେ ବୃଦ୍ଧ ଲୋକମାନେ ନିଜର ଅବକାଶ ସମୟ ବିତେଇ ପାରିବେ।

କମ୍ୟୁଟର ଓ ସ୍ମାଟ ଫୋନର ବ୍ୟବ‌ହାର ଜାଣିବା ଆଜିକାଲିର ସ‌ମୟରେ ବ‌ହୁତ ଜରୁରୀ । ଯାହାଦ୍ୱାରା ବୟସ୍କ ମାନେ ଘରେ ବସି ଛୋଟ ମୋଟ ବିଲ ଜମା, ଟେକ୍ସି ଓ କେବ ବୁକ୍, ୟୁପିଆଇ ପେମଣ୍ଟ, ୱ୍ଟାଟସାପ କଲ, ଇମେଲ, ୟୁଟ୍ୟୁବ ଦ୍ୱାରା ବିଭିନ୍ନ ଆଧ୍ୟାତ୍ମକ, ପୌରାଣିକ ବିଷୟରେ ବାବଦରେ ଜାଣିବା, ଖବରକାଗଜ ପଢ଼ିବା, ଇତ୍ୟାଦି ନିଜେ ନିଜେ କରିପାରିବେ ଏଥିପାଇଁ ସେମାନଙ୍କୁ କାହା ଉପରେ ନିର୍ଭର କରିବା ଆବଶ୍ୟକ ହେବନି । ଆଜିକାଲି ବ‌ହୁତ ଗୁଡାଏ ସାଇବର କ୍ରାଇମ ବାବଦରେ ଖବରକାଗଜରେ ପଢ଼ୁଥିବେ। ଯଦି ଆପଣଙ୍କୁ ଏହା ବାବଦରେ ଶିକ୍ଷାଥିବ ତାହାଲେ ଆପଣ କୌଣସି ପ୍ରକାର ସାଇବର କ୍ରାଇମର ଶିକାର ହୋଇପାରିବେନି କି ଆପଣଙ୍କୁ କେହି ଠକି ମଧ୍ୟ ପାରିବେନି । ଏହା ଆପଣ ନିଜ ଘରେ ନାତି, ନାତୁଣୀଙ୍କ ଠାରୁ ବ‌ହୁତ ଭଲ ଭାବରେ ଶିଖି ପାରିବେ କାରଣ ଆଜିକାଲି ଛୁଆ ଏସବୁ ଗ୍ୟେଜଟର ଉପ‌ଯୋଗ ବଢ଼ିଆ ଭାବରେ ଜାଣିଛନ୍ତି । ଯାହାଘରେ କେହି ନାହାନ୍ତି ସେମାନେ ଏହା ଏହି ଗତିବିଧି କେନ୍ଦ୍ର ଯାଇ ଶିଖିପାରିବେ । ବ‌ହୁତ ଯାଗାରେ ଡିଜିଟାଲ ଲିଟରେସିର କାର୍ଯ୍ୟକ୍ରମ ମଧ୍ୟ ବେଳେ ବେଳେ କରାଯାଏ ସେଗୁଡିକରେ ଯୋଗଦେଇ ମଧ୍ୟ ଶିଖିପାରିବେ ।

ଏହା ବ୍ୟତୀତ ସ‌ହରଗୁଡିକରେ ଭଲ ଭଲ ବୃଦ୍ଧାଶ୍ରମ ଗୁଡ଼ିକର ସ୍ଥାପନାମଧ୍ୟ ସରକାର ଏବଂ ବେସରକାରୀ ସଂଗଠନ‌ଦ୍ୱାରା ତିଆରି ହେଲାଣି । ସେହି ବୃଦ୍ଧାଶ୍ରମ ଗୁଡ଼ିକରେ ବିଭିନ୍ନ ପ୍ରକାର ସୁବିଧା ଯେମିତିକି ୨୪ ଘଣ୍ଟା ଏମ୍ୱୁଲେନ୍ସ ସୁବିଧା, ଖାଇବା, ରହିବା, ଦେଖାଚାହାଁ କରିବା ସକାଶେ ସ୍ୱାସ୍ଥ୍ୟ ପ୍ରଶିକ୍ଷିତ କର୍ମଚାରୀ ଇତ୍ୟାଦିର ବ୍ୟବସ୍ଥା ଥାଏ । ସମସ୍ତେ ଏକତ୍ରୀତ ହୋଇ ସବୁ ପର୍ବପର୍ବାଣୀ ପାଳନ କରନ୍ତି, ବାହାରକୁ ବୁଲିବାକୁ ଯାଆନ୍ତି, ଏକାଠି ମିଳିମିଶି ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିଥାନ୍ତି ଏବଂ ନିଜର ଶେଷ ବୟସକୁ ବଢ଼ିଆ ଭାବେ ଆନନ୍ଦର ସ‌ହ ବିତାଇ ଥାଆନ୍ତି । ଏଥିରେ ରହିବାକୁ ହେଲେ କିଛି ସୁରକ୍ଷା ରାଶି ସ‌ହ ପ୍ରତିମାସ କିଛି ରାଶି ଭଡା ବାବଦକୁ ଦେବାକୁ ପଡ଼ିଥାଏ ରହିବା, ଖାଇବା ଏବଂ ଅନ୍ୟ ସୁବିଧା ଉପୋଭୋଗ କରିବା ସକାଶେ । ଯେଉଁମାନଙ୍କ ଆର୍ଥିକ ସ୍ୱାବଲମ୍ୱୀ ସେମାନେ ଏଠାରେ ରହିପାରିବେ ।

ଆଜିକାଲି ସବୁ ରାଜ୍ୟର ସରକାର ବରିଷ୍ଠ ନାଗରୀକଙ୍କ ପାଇଁ ବ‌ହୁତ ଗୁ୍ଡ଼ିଏ କଲ୍ୟାଣକାରୀ ଯୋଜନା ଅମଳରେ ଆଣିଛନ୍ତି। ସେଗୁ୍ଡ଼ିକ ବାବଦରେ ଅଧିକ ଜାଗରୁକ ନୁହଁନ୍ତି । ସମୟ ସମୟରେ ଏ‌ହି ଯୋଜନା ଗୁ୍ଡ଼ିକରେ ବରିଷ୍ଠ ନାଗରୀକଙ୍କୁ ଦରକାରୀ/ଉପ‌ଯୋଗୀତା ବାବଦରେ ବଦଳାବ ମଧ୍ୟ କରାଯାଉଛି । ଚାଲନ୍ତୁ ଆମେ ଏସବୁର ବାବଦରେ ଜାଣିବା, ଏହାର ଲାଭ ଉଠାଇବା ଓ ଅବଶିଷ୍ଟ ଜୀବଙ୍କୁ ଆରମରେ ଉପଭୋଗ କରିବା ।

ପଙ୍କଜମାଳା ଷଡଙ୍ଗୀ