Jump to content

ବୃହସ୍ପତି (ଜ୍ୟୋତିଷ)

ଉଇକିପିଡ଼ିଆ‌ରୁ
ବୃହସ୍ପତି
ବୃହସ୍ପତି (ଗ୍ରହ)ର ସ୍ୱାମୀ ଏବଂ ଶିକ୍ଷାର ସ୍ୱାମୀ
Affiliationଗ୍ରହ ଏବଂ ହିନ୍ଦୁ ଦେବତାମାନଙ୍କ ଗୁରୁ
ଲୋକବୃହସ୍ପତି ମଣ୍ଡଳ କିମ୍ବା ଲୋକ
ଗ୍ରହବୃହସ୍ପତି
Mantraॐ बृं बृहस्पतये नमः॥
ସ୍ୱାମୀ/ସ୍ତ୍ରୀତାରା
Mountହାତୀ/ ଆଠ ଘୋଡ଼ା ଯୁକ୍ତ ରଥ

ବୃହସ୍ପତି ଯାହାଙ୍କୁ "ପ୍ରାର୍ଥନା କିମ୍ବା ଭକ୍ତିର ସ୍ୱାମୀ" ରୂପେ ପୂଜାକରାଯାଏ,[] ଏବଂ "ବ୍ରହ୍ମମନସ୍ପତି" ତଥା ଦେବଗୁରୁ (ଦେବତା ମାନଙ୍କ ଗୁରୁ) ମଧ୍ୟ କୁହାଯାଏ । ସେ ହିନ୍ଦୁ ଦେବତା ଏବଂ ବୌଦୀକ ଆରାଧ୍ୟ ଅଟନ୍ତି । ତାଙ୍କୁ ଧର୍ମର ଅବତାର ବୋଲି ବିଶ୍ୱାସ କରାଯାଏ, ସେ ମନୁଷ୍ୟ ଓ ଦେବତା ମାନଙ୍କ ମଧ୍ୟରେ ମଧ୍ୟସ୍ଥତା କରିଥାନ୍ତି ।

ବୃହସ୍ପତି ହିନ୍ଦୁ ଦେବତାମାନଙ୍କ ଗୁରୁ ଅଟନ୍ତି ଏବଂ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ କଠୋର ବିରୋଧୀ ରହିଛନ୍ତି । ସେ ନବଗ୍ରହ ସମୂହର ନାୟକ ବୋଲି ଜଣାଯାଏ, ସେଥିପାଇଁ ତାଙ୍କୁ ଗଣପତି ବୋଲି ବିଶ୍ୱାସ କରାଯାଏ । ସେ ଜ୍ଞାନ ଓ ବାଗ୍ମିତାର ଦେବତା ଋପେ ଗ୍ରହଣିୟ ଅଟନ୍ତି । ସେ "ବାର୍ହସ୍ପତ୍ୟ ସୂତ୍ର"ର ରଚନା କରିଥିଲେ । ତାଙ୍କର ବର୍ଣ୍ଣ ସୁବର୍ଣ୍ଣ କିମ୍ବା ହଳଦିଆ ବୋଲି ଜଣାଯାଏ ଏବଂ ତାଙ୍କ ପାଖେ ଦଣ୍ଡ, କମଳ ଏବଂ ଜପମାଳା ରହିଥାଏ । ସେ ସପ୍ତବାରରେ ବୃହସ୍ପତିବାରର ସ୍ୱାମୀ ଭାବେ ବିଶ୍ୱାସ କରାଯାଏ ।[] ଜ୍ୟୋତିଷରେ ତାଙ୍କୁ ବୃହସ୍ପତି (ଗ୍ରହ)ର ସ୍ୱାମୀ ଭାବେ ବିଶ୍ୱାସ କରାଯାଏ ।

ହିନ୍ଦୁ ଧର୍ମରେ

[ସମ୍ପାଦନା]

ଋଗ୍ୱେଦ ଅନୁଶାରେ ବୃହସ୍ପତିକୁ ଅଙ୍ଗିରସ ଋଷିଙ୍କ ପୁତ୍ର ବୋଲି ବିଶ୍ୱାସ କରାଯାଏ [] ଏବଂ "ଶିବ ପୁରାଣ" ଅନୁଶାରେ ତାଙ୍କୁ ସୁରୁପର ପୁତ୍ର ବୋଲି ବିଶ୍ୱାସ କରାଯାଏ । ତାଙ୍କର ଦୁଇ ଭାଇ ଅଛନ୍ତି: "ଅତଥ୍ୟ" ଏବଂ ସମ୍ବର୍ତନ" । ତାଙ୍କର ତିନିଜଣ ପତ୍ନୀ ଅଛନ୍ତି । ପ୍ରଥମ ପତ୍ନୀ "ଶୁଭା", ସେ ସାତଜଣ ପୁତ୍ରୀ (ଭାନୁମତି, ରାକା, ଆର୍ଚିସ୍ମତି, ମହାମତି, ମହିଷ୍ମତି, ସିନିବଳୀ ଏବଂ ହବିଷ୍ମତିଙ୍କୁ) ଜନ୍ମ ଦେଇଥିଲେ । ଦ୍ୱିତୀୟ ପତ୍ନୀ "ତାରା", ଯାହାଙ୍କର ସାତଜଣ ପୁତ୍ର ଏବଂ ଜଣେ ପୁତ୍ରୀ ଅଛନ୍ତି ତଥା ତୃତୀୟ ପତ୍ନୀ "ମମତା"ଙ୍କଠାରୁ କଚ ଓ ଭରଦ୍ୱାଜ ନାମରେ ଦୁଇଜଣ ପୁତ୍ର ଜନ୍ମ ହୋଇଥିଲେ । ବୃହସ୍ପତି, ପ୍ରଭାସ ତୀର୍ଥର ତଟ ଭଗବାନ ଶିବଙ୍କର ଅଖଣ୍ଡ ତପସ୍ୟା କରି ଦେବଗୁରୁର ପଦବୀ ପାଇଥିଲେ । ସେତିକିବେଳେ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କୁ "ନବଗ୍ରହ"ରେ ଏକ ସ୍ଥାନ ଦେଇଥିଲେ । କଚ, ବୃହସ୍ପତିଙ୍କ ପୁତ୍ର ଥିଲେ କିମ୍ବା ଭ୍ରାତା, ଏହି ବିଷୟରେ ମତଭେଦ ରହିଛି । କିନ୍ତୁ ମହାଭାରତ ଅନୁଶାରେ "କଚ" ତାଙ୍କର ଭ୍ରାତା ଥିଲେ । ଭରଦ୍ୱାଜ ଗୋତ୍ରର ସମସ୍ତ ବ୍ରାହ୍ମଣ ତାଙ୍କ ବଂଶଜ ବୋଲି ବିଶ୍ୱାସ କରାଯାଏ ।

ଜ୍ୟୋତିଷରେ

[ସମ୍ପାଦନା]
ବୃହସ୍ପତି ତାରାଙ୍କ ସହିତ

ଜ୍ୟୋତିଷ ଅନୁଶାରେ ବୃହସ୍ପତିଙ୍କୁ ନବ ଗ୍ରହର ସ୍ୱାମୀ ଭାବେ ବିଶ୍ୱାସ କରାଯାଏ ଏବଂ ନବଗ୍ରହରେ ଗଣାଯାଏ । ତାଙ୍କୁ ଗୁରୁ, ଚୁରା କିମ୍ବା ଦେବଗୁରୁ ମଧ୍ୟ କୁହାଯାଏ । ତାଙ୍କୁ କୌଣସି ଗ୍ରହରୁ ଅତ୍ୟାଧିକ ଶୁଭଗ୍ରହ ଭାବେ ବିଶ୍ୱାସ କରାଯାଏ । ସେ ଗୁରୁ କିମ୍ବା ବୃହସ୍ପତି (ଧନୁ ରାଶି) ଓ (ମୀନ ରାଶି)ର ସ୍ୱାମୀ ଅଟନ୍ତି । ବୃହସ୍ପତି ଗ୍ରହ (କର୍କଟ ରାଶି)ରେ ଉଚ୍ଚ ଭାବରେ ରହିଥାନ୍ତି ଏବଂ (ମକର ରାଶି)ରେ ନିଚ୍ଚ ଭାବେ ରହିଥାନ୍ତି । ସୂର୍ଯ, ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ବୃହସ୍ପତିଙ୍କ ପାଇଁମିତ୍ର ଗ୍ରହ ଅଟନ୍ତି । ବୁଧ ଶତୃ ଏବଂ ଶନି ତଟସ୍ଥ ଅଟନ୍ତି । ବୃହସ୍ପତିଙ୍କ ତିନି ନକ୍ଷତ୍ର "ପୁନର୍ବସୁ", ବିଶାଖା ଓ "ପୂର୍ବା ଭାଦ୍ରପଦ" ରହିଛନ୍ତି ।[]

ଗୁରୁଙ୍କୁ ବୈଦିକ ଜ୍ୟୋତିଷରେ "ଆକାଶ"ର ତତ୍ତ୍ୱ ବୋଲି ଜଣାଯାଏ । ଏହାର ଗୁଣ ବିଶାଳତା, ବିକାଶ, ବ୍ୟକ୍ତିର କୁଣ୍ଡଳୀ ଓ ଜୀବନରେ ବିସ୍ତାରର ସଙ୍କେତ ହୋଇଥାଏ । ଗୁରୁ ପୂର୍ବଜନ୍ମର କର୍ମ, ଧର୍ମ, ଦର୍ଶନ, ଜ୍ଞାନ ଏବଂ ସନ୍ତାନରୁ ସମ୍ବନ୍ଧିତ ବିଷୟରେ ସନ୍ତୁଳନର ପ୍ରତିନିଧିତ୍ତ୍ୱ କରିଥାଏ । ଏହା ଶିକ୍ଷଣ ଏବଂ ଜ୍ଞାନର ପ୍ରସାରରେ ସମ୍ବନ୍ଧିତ ରହିଥାଏ । ଯାହାର କୁଣ୍ଡଳୀରେ ବୃହସ୍ପତି ଉଚ୍ଚ ଥାଏ, ସେହି ମନୁଷ୍ୟର ଜୀବନରେ ପ୍ରଗତି ହୋଇଥାଏ, ତା'ର ସାମ୍ରାଜ୍ୟ ଓ ସମୃଦ୍ଧି ବଢିଯାଏ । ମଧୁମେହର ସିଧା ସମ୍ବନ୍ଧ କୁଣ୍ଡଳୀର ବୃହସ୍ପତିରୁ ବିଶ୍ୱାସ କରାଯାଏ । ପାରମ୍ପରିକ ହିନ୍ଦୁ ଜ୍ୟୋତିଷ ଅନୁସାରେ ଗୁରୁଙ୍କ ପୂଜା ଆରଧନା ପେଟକୁ ପ୍ରଭାବିତ କରୁଥିବା ରୋଗରୁ ଦୂରେଇ ପାରେ ତଥା ପାପର ନାଶ କରିଥାଏ ।

  1. Monier-Williams, also "he is the chief offerer of prayers and sacrifices, and therefore represented as the type of the priestly order, and the Purohita of the gods with whom he intercedes for men"
  2. Coleman, Charles. Mythology of the Hindus, p. 133
  3. ऋग्वेद ४.४०.१
  4. ବୃହସ୍ପତି[permanent dead link]। ଅଭିଗମନ ତିଥି: ୨୮ ସେପ୍ଟେମ୍ବର ୨୦୧୨