ବୃତ୍ତ
ଦେଖଣା
କୌଣସି ନିର୍ଦ୍ଦିଷ୍ଟ ବିନ୍ଦୁରୁ ସମାନ ଦୂରତାରେ ଅବସ୍ଥିତ ବିନ୍ଦୁମାନଙ୍କର ସମାହାର ହେଉଛି ଏକ ବୃତ୍ତ । ଏହି ନିର୍ଦ୍ଦିଷ୍ଟ ବିନ୍ଦୁକୁ ବୃତ୍ତର କେନ୍ଦ୍ରବିନ୍ଦୁ କୁହାଯାଏ । ବୃତ୍ତ ଏକ ସମତଳରେ ଅବସ୍ଥାନ କରେ ବା ଏହା ଏକ ଦ୍ୱିବିମୀୟ ଜ୍ୟାମିତିକ ଆକୃତି ଅଟେ ।. ଏହାକୁ ପ୍ରଥମେ ୧୭୦୬ ମସିହାରେ ୱିଲିୟମ ଜୋନ୍ସ ନାମକ ଜ୍ୟାମିତିଜ୍ଞ ବୃତ୍ତ ଭାବେ ନାମିତ କରିଥିଲେ । [୧] [୨]
Circle | |
---|---|
ଜାଣିବା କଥା
[ସମ୍ପାଦନା]- ପରିଧି- ବୃତ୍ତର ପରିସୀମା ବା ଗୋଲ ଆକାରର ଦୈର୍ଘ୍ୟ ।
- ଜ୍ୟା- ପରିଧିର କୌଣସି ଦୁଇଟି ବିନ୍ଦୁକୁ ଯୋଗ କରୁଥିବା ରେଖା ।
- ବ୍ୟାସ- ଜ୍ୟା ଯଦି କେନ୍ଦ୍ରବିନ୍ଦୁ ମଧ୍ୟ ଦେଇ ଯାଇଥାଏ ତେବେ ତାହାକୁ ବ୍ୟାସ କୁହାଯାଏ ଓ 'd'ଦ୍ୱାରା ସୂଚିତ କରାଯାଏ ।
- ବ୍ୟାସାର୍ଦ୍ଧ(r)- ବ୍ୟାସର ଅର୍ଦ୍ଧେକ ବା କେନ୍ଦ୍ରବିନ୍ଦୁରୁ ପରିଧିକୁ ସଂଯୋଗ କରୁଥିବା କୌଣସି ରେଖାକୁ ବ୍ୟାସାର୍ଦ୍ଧ କୁହାଯାଏ । ଯେହେତୁ ସମସ୍ତ ବୃତ୍ତ ସଦୃଶ ଅଟନ୍ତି, ବୃତ୍ତର ବ୍ୟାସାର୍ଦ୍ଧ ବା ବ୍ୟାସ ଏହାର ପରିଚୟ ରୂପେ କାମ କରନ୍ତି ।
- ସ୍ପର୍ଷକ- ଯଦି ଏକ ବହିର୍ଦ୍ଦେଶୀୟ ସରଳରେଖା ବୃତ୍ତର ପରିଧିକୁ ମାତ୍ର ଗୋଟିଏ ବିନ୍ଦୁରେ ସ୍ପର୍ଷ କରିଥାଏ, ତାହାକୁ ବୃତ୍ତର ସ୍ପର୍ଷକ କୁହାଯାଏ । ସ୍ପର୍ଷକ ସେହି ବିନ୍ଦୁରେ ଗଠିତ ବ୍ୟାସ ବା ବ୍ୟାସାର୍ଦ୍ଧ ପ୍ରତି ଲମ୍ବ ହୁଏ ।
- ପାଇ(π)- ବୃତ୍ତର ପରିଧି ଓ ବ୍ୟାସର ଅନୁପାତ [୩]। ଏହା ଏକ ଉଲ୍ଲେଖନୀୟ ଗାଣିତିକ ସଂଖ୍ୟା ଅଟେ ଓ ଗ୍ରୀକ୍ ଅକ୍ଷର πଦ୍ୱାରା ସୂଚିତ ହୁଏ । ଏହାର ମୂଲ୍ୟ ସାଧାରଣତଃ ଭଗ୍ନାଂଶରେ ୨୨/୭ ଓ ଦଶମିକରେ ୩.୧୪ ଧରାଯାଏ । ବ୍ୟାସାର୍ଦ୍ଧର ବର୍ଗ ସହିତ ପାଇକୁ ଗୁଣିଲେ ବୃତ୍ତର କ୍ଷେତ୍ରଫଳ ମିଳେ।
ସାଧାରଣ ବ୍ୟବହାରରେ ବୃତ୍ତ
[ସମ୍ପାଦନା]- ସୂର୍ଯ୍ୟ, ଜହ୍ନ (ପୂର୍ଣିମା), ଗ୍ରହ, ତାରା ଆଦି ମହାକାଶୀୟ ପିଣ୍ଡମାନଙ୍କର ଆକୃତି ଆମକୁ ବୃତ୍ତାକାର ଦେଖାଯାଏ ।
- ମଣିଷର ଏକ ଉଲ୍ଲେଖନୀୟ ସୃଷ୍ଟି ଚକ ବୃତ୍ତାକାର ଅଟେ । (କୋଣାର୍କ ଚକ ଦେଖନ୍ତୁ)।
- ସମୟର ଗତିକୁ ବୃତ୍ତାକାର ଗତି ସହିତ ତୁଳନା କରାଯାଏ ।
- ଅନେକ ଫୁଲମାନଙ୍କର ବାହ୍ୟ ଆକୃତି ବୃତ୍ତାକାର।
ଆଧାର
[ସମ୍ପାଦନା]- ↑ krikos, Henry George Liddell, Robert Scott, A Greek-English Lexicon, on Perseus
- ↑ Arthur Koestler, The Sleepwalkers: A History of Man's Changing Vision of the Universe (1959)
- ↑ "The Man Who Invented Pi | History Today". www.historytoday.com. Retrieved 9 June 2019.