ବୃତ୍ତ

ଉଇକିପିଡ଼ିଆ‌ରୁ

କୌଣସି ନିର୍ଦ୍ଦିଷ୍ଟ ବିନ୍ଦୁରୁ ସମାନ ଦୂରତାରେ ଅବସ୍ଥିତ ବିନ୍ଦୁମାନଙ୍କର ସମାହାର ହେଉଛି ଏକ ବୃତ୍ତ । ଏହି ନିର୍ଦ୍ଦିଷ୍ଟ ବିନ୍ଦୁକୁ ବୃତ୍ତର କେନ୍ଦ୍ରବିନ୍ଦୁ କୁହାଯାଏ । ବୃତ୍ତ ଏକ ସମତଳରେ ଅବସ୍ଥାନ କରେ ବା ଏହା ଏକ ଦ୍ୱିବିମୀୟ ଜ୍ୟାମିତିକ ଆକୃତି ଅଟେ ।. ଏହାକୁ ପ୍ରଥମେ ୧୭୦୬ ମସିହାରେ ୱିଲିୟମ ଜୋନ୍ସ ନାମକ ଜ୍ୟାମିତିଜ୍ଞ ବୃତ୍ତ ଭାବେ ନାମିତ କରିଥିଲେ । [୧] [୨]

Circle
ଗୋଟିଏ ବୃତ୍ତ (କଳାରେ ଚିହ୍ନିତ ଅଂଶ) ଏହାର ପରିଧି (C), ବ୍ୟାସ (D) ନୀଳରେ ଚିହ୍ନିତ, ବ୍ୟସାର୍ଦ୍ଧ (R) ନାଲିରେ ଚିହ୍ନିତ; ଏହାର କେନ୍ଦ୍ର (O) ଗୋଲାପୀ ରଙ୍ଗରେ ଚିହ୍ନିତ
କୋଣାର୍କ ଚକ

ଜାଣିବା କଥା[ସମ୍ପାଦନା]

  • ପରିଧି- ବୃତ୍ତର ପରିସୀମା ବା ଗୋଲ ଆକାରର ଦୈର୍ଘ୍ୟ ।
  • ଜ୍ୟା- ପରିଧିର କୌଣସି ଦୁଇଟି ବିନ୍ଦୁକୁ ଯୋଗ କରୁଥିବା ରେଖା ।
  • ବ୍ୟାସ- ଜ୍ୟା ଯଦି କେନ୍ଦ୍ରବିନ୍ଦୁ ମଧ୍ୟ ଦେଇ ଯାଇଥାଏ ତେବେ ତାହାକୁ ବ୍ୟାସ କୁହାଯାଏ ଓ 'd'ଦ୍ୱାରା ସୂଚିତ କରାଯାଏ ।
  • ବ୍ୟାସାର୍ଦ୍ଧ(r)- ବ୍ୟାସର ଅର୍ଦ୍ଧେକ ବା କେନ୍ଦ୍ରବିନ୍ଦୁରୁ ପରିଧିକୁ ସଂଯୋଗ କରୁଥିବା କୌଣସି ରେଖାକୁ ବ୍ୟାସାର୍ଦ୍ଧ କୁହାଯାଏ । ଯେହେତୁ ସମସ୍ତ ବୃତ୍ତ ସଦୃଶ ଅଟନ୍ତି, ବୃତ୍ତର ବ୍ୟାସାର୍ଦ୍ଧ ବା ବ୍ୟାସ ଏହାର ପରିଚୟ ରୂପେ କାମ କରନ୍ତି ।
  • ସ୍ପର୍ଷକ- ଯଦି ଏକ ବହିର୍ଦ୍ଦେଶୀୟ ସରଳରେଖା ବୃତ୍ତର ପରିଧିକୁ ମାତ୍ର ଗୋଟିଏ ବିନ୍ଦୁରେ ସ୍ପର୍ଷ କରିଥାଏ, ତାହାକୁ ବୃତ୍ତର ସ୍ପର୍ଷକ କୁହାଯାଏ । ସ୍ପର୍ଷକ ସେହି ବିନ୍ଦୁରେ ଗଠିତ ବ୍ୟାସ ବା ବ୍ୟାସାର୍ଦ୍ଧ ପ୍ରତି ଲମ୍ବ ହୁଏ ।
  • ପାଇ(π)- ବୃତ୍ତର ପରିଧି ଓ ବ୍ୟାସର ଅନୁପାତ [୩]। ଏହା ଏକ ଉଲ୍ଲେଖନୀୟ ଗାଣିତିକ ସଂଖ୍ୟା ଅଟେ ଓ ଗ୍ରୀକ୍ ଅକ୍ଷର πଦ୍ୱାରା ସୂଚିତ ହୁଏ । ଏହାର ମୂଲ୍ୟ ସାଧାରଣତଃ ଭଗ୍ନାଂଶରେ ୨୨/୭ ଓ ଦଶମିକରେ ୩.୧୪ ଧରାଯାଏ । ବ୍ୟାସାର୍ଦ୍ଧର ବର୍ଗ ସହିତ ପାଇକୁ ଗୁଣିଲେ ବୃତ୍ତର କ୍ଷେତ୍ରଫଳ ମିଳେ।

ସାଧାରଣ ବ୍ୟବହାରରେ ବୃତ୍ତ[ସମ୍ପାଦନା]

  • ସୂର୍ଯ୍ୟ, ଜହ୍ନ (ପୂର୍ଣିମା), ଗ୍ରହ, ତାରା ଆଦି ମହାକାଶୀୟ ପିଣ୍ଡମାନଙ୍କର ଆକୃତି ଆମକୁ ବୃତ୍ତାକାର ଦେଖାଯାଏ ।
  • ମଣିଷର ଏକ ଉଲ୍ଲେଖନୀୟ ସୃଷ୍ଟି ଚକ ବୃତ୍ତାକାର ଅଟେ । (କୋଣାର୍କ ଚକ ଦେଖନ୍ତୁ)।
  • ସମୟର ଗତିକୁ ବୃତ୍ତାକାର ଗତି ସହିତ ତୁଳନା କରାଯାଏ ।
  • ଅନେକ ଫୁଲମାନଙ୍କର ବାହ୍ୟ ଆକୃତି ବୃତ୍ତାକାର।

ଆଧାର[ସମ୍ପାଦନା]

  1. krikos, Henry George Liddell, Robert Scott, A Greek-English Lexicon, on Perseus
  2. Arthur Koestler, The Sleepwalkers: A History of Man's Changing Vision of the Universe (1959)
  3. "The Man Who Invented Pi | History Today". www.historytoday.com. Retrieved 9 June 2019.