Topic on ଉଇକିପିଡ଼ିଆ:ଆଲୋଚନା ସଭା

ସୋସିଆଲ ମିଡ଼ିଆ ଖାତାଗୁଡ଼ିକରେ ପ୍ରଚାରର ପ୍ରସ୍ତାବ

2
Soumendrak (ଆଲୋଚନାଅବଦାନ)

ଆମ ଓଡ଼ିଆ ଉଇକିର ଫେସବୁକ, ଟ୍ୱିଟର, ଲିଙ୍କଡ଼ଇନ ଏବଂ ଇନ୍ସଟାଗ୍ରାମରେ ଖାତା ଅଛି । ଓଡ଼ିଆ ଉଇକିର ପ୍ରଚାର ଏବଂ ପ୍ରସାର କରି ଉଭୟ ପାଠକ ଏବଂ ଲେଖକମାନଙ୍କର ସଂଖ୍ୟା ବୃଦ୍ଧି କରିବା ଏହାର ମୂଳ ଲକ୍ଷ୍ୟ । ସାଧାରଣତଃ ଫେସବୁକ ଏବଂ ଟ୍ୱିଟରରେ ଆମେ ଅଧିକ ସକ୍ରିୟ ଅଛୁ ।

ଏସବୁରେ ମୁଖ୍ୟତଃ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ଜନ୍ମତିଥି, ମୃତ୍ୟ ଦିବସ, କୌଣସି ବିଶିଷ୍ଟ ଦିନ କିମ୍ବା ସାମ୍ପ୍ରତିକ ଘଟଣାବଳୀ ବିଷୟରେ ଉଲ୍ଲେଖ କରାଯାଇଥାଏ ।

ଯଦି ଆପଣଙ୍କର ଏହାଛଡ଼ା ଆଉ କିଛି ସୁଵିଚାର କିମ୍ବା ଉପାୟ ଅଛି ଯାହାଦ୍ୱାରା ସୋସିଆଲ ମିଡ଼ିଆକୁ ଉପଯୋଗ କରି ଓଡ଼ିଆ ଉଇକିର ଉନ୍ନତି ହୋଇପାରିବ ତେବେ, ଏଠାରେ ମତ ଦେବାକୁ ଅନୁରୋଧ । ଧନ୍ୟବାଦ ।

Jnanaranjan sahu (ଆଲୋଚନାଅବଦାନ)

ସୋସିଆଲ ମେଡିଆରେ ପ୍ରଚାର ପ୍ରସାର ଭଲ କଥା । ଏହା ପାଠକ ସଂଖ୍ୟା ବଢେଇଥାଏ । ଏଇ ପ୍ରଚାର ପ୍ରସାର କଥା ଆମେ ପ୍ରାୟ ସବୁ ମେଳଣରେ କଥା ହଉ ହେଲେ ସମୟ ଅଭାବରୁ ପ୍ରାୟ କେହି କରିପାରିନ୍ତିନି । ଉପରେ ଥିବା ପରିସ୍ଥିତି ଛଡା ମଝିରେ ମଝିରେ ବିଜ୍ଞାନ, ଖେଳ, ଇତିହାସ ଏମିତି ମିଶାମିଶି କରି ଛାଡିଲେ ବହୁତ ଭଲ । ଏଇ ଯୋଜନାଟିକୁ କାମରେ ଲଗେଇଥିବାରୁ ଧନ୍ୟବାଦ @Soumendrak