Topic on ଉଇକିପିଡ଼ିଆ:ଆଲୋଚନା ସଭା

ଉଇକିମାନିଆରୁ ମିଳିଥିବା ଶିକ୍ଷା - ଜ୍ଞାନ

1
Jnanaranjan sahuଙ୍କ ଲିଖିତ ସାରାଂଶ

ସମାଧିତ ହେଲା

Jnanaranjan sahu (ଆଲୋଚନାଅବଦାନ)

ଆପଣମାନେ ଜାଣିଥିବେ ମୁଁ ଏବଂ ଆମ କମ୍ୟୁନିଟିର ଅନ୍ୟ ତିନିଜଣ ସଭ୍ୟଙ୍କ ସହ ଏଇ ବର୍ଷ ଉଇକିମାନିଆରେ ଯୋଗ ଦେଇଥିଲୁ । ମୁଁ ମୋ ଅଭିଜ୍ଞତା ଏବଂ ଶିକ୍ଷା ବିଷୟରେ ଏଠି କିଛି ଲେଖୁଛି ।

  • ହ୍ୟାକାଥନରେ ଗେଟେ ଟୂଲ ତିଆରି କରିବା ଆରମ୍ଭ କରିଥିଲି ଯାହା କୌଣସି ଏକ ୱେବସାଇଟରୁ ବହି ସିଧାସଳଖ କମନ୍ସରେ ଅପଲୋଡ଼ କରିବ । ଏହି କାମଟି ଏବେ ଲୋକାଲ କମ୍ପ୍ୟୁଟରରେ ଚାଲିଛି । ସଫଳ ପରଖ wmflabରେ ରଖାଯିବ ।
  • ସେଠି ବହୁତ ଲୋକଙ୍କ ସହ ମିଶିବା ସୁଯୋଗ ମିଳିଥିଲା । ଏବଂ ଉଇକିପିଡ଼ିଆରେ ନୁଆ ଜିନିଷ ବିଷୟରେ ଶିଖିବାକୁ ପାଇଥିଲି ।
  • ଓଡ଼଼ିଆ ଉଇକିପିଡ଼ିଆର କେତେକ ବୈଷୟୈକ ଅସୁବିଧା ବିଷୟରେ ଆଲୋଚନା କରିବା ସହ ସମାଧାନ ମଧ୍ୟ କରିଥିଲି ।
  • ପ୍ରୋଜେକ୍ଟ ଟାଇଗର ବିଷୟରେ ଗୋଟେ ଉପସ୍ଥାପନାରେ ଭାଗ ନେଇଥଲି ଏବଂ ସେଥି କଣ ସବୁ ଅସୁବିଧା ହେଲା ସେଗୁଡିକ କହିଥିଲି ।
  • ବିଭିନ୍ନ ଯାଗାର ଫଟୋ ଉଠାଇଥିଲି । କମନ୍ସରେ ଛାଡିଛି ।
  • କିଛି ଅଲଗା ଭାରତୀୟ ଉଇକିଆଳିମାନଙ୍କ ସହ ମିଶି ଉଇକିପାଠାଗାର କେମିତି ଉନ୍ନତ ହେଇ ପାରିବ ସେ ବିଷୟରେ କଥା ହେଇଥିଲି ।
  • ଓଟିଆରଏସ ଅସୁବିଧା ଗୁଡିକୁ ସମାଧା କରିବା ବିଷୟରେ ମଧ୍ୟ କଥା ହେଇଥିଲି ।

ଏହା ଗୋଟେ ସଂକ୍ଷିପ୍ତ ବିବରଣୀ, ଅଧିକ କିମ୍ବା କିଛି ଗୋଟେ ନିର୍ଦ୍ଦିଷ୍ଟ ବିଷୟରେ ଜାଣିବା ପାଇଁ ମୋ ଅଲୋଚନା ପୃଷ୍ଠାରେ ଲେଖନ୍ତୁ । ଦରକାରୀ ଲିଙ୍କଗୁଡିକ ପରେ ଯୋଡିଦେବି ।