Topic on ଉଇକିପିଡ଼ିଆ:ଆଲୋଚନା ସଭା

ଆଣ୍ଡ୍ରଏଡ଼ରେ ଉଇକିପିଡ଼ିଆ ପଢୁଥିବା/ସମ୍ପାଦନା କରୁଥିବା ଲୋକଙ୍କ ସଙ୍ଗେ ଇଣ୍ଟରଭିଉ

1
Psubhashish (ଆଲୋଚନାଅବଦାନ)

ଗତକାଲି ଉଇକିମିଡ଼ିଆ ଫାଉଣ୍ଡେସନର ସହଯୋଗୀ ହୁରେଓ ନାମକ ଏକ ଗବେଷଣା ସଂସ୍ଥା ତରଫରୁ ମୋତେ ଜଣେ କଲ କରିଥିଲେ । ସେମାନେ ଆଣ୍ଡ୍ରଏଡ଼ରେ ଓଡ଼ିଆ ଉଇକିପିଡ଼ିଆ ପଢୁଥିବା ଓ ସମ୍ପାଦନା କରୁଥିବା କିଛି ଲୋକଙ୍କୁ ଭୁବନେଶ୍ୱରଠାରେ ଭେଟି ଇଣ୍ଟରଭିଉ କରିବା ଯୋଜନା କରୁଛନ୍ତି । ଭୁବନେଶ୍ୱରରେ ସେମାନେ ରବିବାରରୁ ତିନିଦିନ ଧରି ରହି ଏହି ଇଣ୍ଟରଭିଉ କରିବେ । ଯେଉଁମାନେ ଇଚ୍ଛୁକ ଏହି ଫର୍ମରେ ନାମ ଲେଖାଇପାରିବେ (https://docs.google.com/forms/d/1M7nsVwO70SoTTPFHoPuinRiIOQGIeLhNKqeZJ3k08Tc/edit) । ମନୋନୀତ ହେଲେ ସେମାନେ ଇଣ୍ଟରଭିଉ ପାଇଁ ଜାଗା ଓ ସମୟ ଜଣାଇବେ, ଓ ଯୋଗଦାନ ପାଇଁ ୧୮୦୦ ଟଙ୍କାର ଉଫାର ଭାଉଚର ଦେବେ । ଏ ବାବଦରେ ସବିଶେଷ ସେମାନେ ଉପର ଫର୍ମରେ ଲେଖିଛନ୍ତି । ଯେଉଁ ଉଇକିଆଳିମାନେ ଭୁବନେଶ୍ୱରରେ (ଓ ଆଖପାଖ ସହରରେ) ରହୁଛନ୍ତି ଆଉ ଆଣ୍ଡ୍ରଏଡ଼ରେ ସମ୍ପାଦନା କରନ୍ତି ସେମାନେ ଫର୍ମରେ ନାମ ଲେଖାଇପାରିଲେ ଭଲ । ଏହା ବାଦ ଯେଉଁମାନେ ଆଣ୍ଡ୍ରଏଡ଼ରେ ଓଡ଼ିଆ ଉଇକିପିଡ଼ିଆ ପଢୁଥିବା କିଛି ଲୋକଙ୍କୁ ଜାଣନ୍ତି ସେମାନେ ଉକ୍ତ ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ଉପର ଲିଙ୍କ ଦେଇ ନାମ ଲେଖାଇବାକୁ କହିପାରିବେ । ସେମାନେ ଜୁଲାଇ ୩୦, ୩୧ ଆଉ ଅଗଷ୍ଟ ୧ ତାରିଖ ଦିନ ଭୁବନେଶ୍ୱରରେ ଥିବେ । ସେ ତିନି ଦିନ ଭିତରୁ ସୁବିଧା ଅନୁସାରେ ଘଣ୍ଟେ ପାଇଁ ଇଣ୍ଟରଭିଉଟି କରିବେ ।