ବିଚ୍ଛିନ୍ନ କାନ୍ଧ

ଉଇକିପିଡ଼ିଆ‌ରୁ
ବିଚ୍ଛିନ୍ନ କାନ୍ଧ (Separated shoulder)
Acromioclavicular joint injury, acromioclavicular separation, AC joint separation, AC separation
ଏକ୍ସ-ରେ ଚିତ୍ରରେ କ୍ଲାଭିକ୍ଲ (collarbone) ଓ ସ୍କାପୁଲା (scapula) ଅସ୍ଥି ଦ୍ୱୟ ବିଚ୍ଛିନ୍ନ ହୋଇଯାଇଥିବା ଦେଖାଯାଉଛି ।
ବିଭାଗଅସ୍ଥି ଶଲ୍ୟ ବିଭାଗ (Orthopedics), ଆଶୁ ଚିକିତ୍ସା ବିଭାଗ (emergency medicine)
ଲକ୍ଷଣଯନ୍ତ୍ରଣା, ଚଳନ ସୀମା ସଙ୍କୁଚିତ, କଦାକାର [୧][୨]
କାରଣପଡ଼ିଯିବା ଭଳି ଆଘାତ [୨]
ବିପଦ କାରକସଂଘର୍ଷ ଖେଳ (Contact sports)[୩]
ରୋଗ ନିର୍ଣ୍ଣୟ ପଦ୍ଧତିରୋଗୀ ପରୀକ୍ଷା ଓ ଏକ୍ସ‌-ରେ [୨]
ସଠିକ ରୋଗ ନିର୍ଣ୍ଣୟସ୍ଥାନ‌ଚ୍ୟୁତ କାନ୍ଧ (Dislocated shoulder), ଅସ୍ଥି ଭଗ୍ନ[୪]
ଚିକିତ୍ସାଟାଇପ ୧ ଓ ୨ ନିମନ୍ତେ ସ୍ଲିଙ୍ଗ (Sling) ଓ ଔଷଧ,[୨]
ଟାଇପ ୩ ନିମନ୍ତେ ରକ୍ଷଣଶୀଳ ଚିକିତ୍ସା, ଉପଶମ ନହେଲେ ଅପରେଶନ,[୨]
ଟାଇପ ୪, ୫ ଓ ୬ ନିମନ୍ତେ ଅପରେଶନ [୨]
ପୁନଃପୌନିକସାମାନ୍ୟ ସାଧାରଣ[୩]

ବିଚ୍ଛିନ୍ନ କାନ୍ଧ (separated shoulder, also known as acromioclavicular joint injury) ଏକ ସାମାନ୍ୟ ସାଧାରଣ ଆଘାତ ଯାହା ଆକ୍ରୋମିଓକ୍ଲାଭିକୁଲାର ଗଣ୍ଠି (acromioclavicular joint)ରେ ସଂଘଟିତ ହୋଇଥାଏ ।[୨] କ୍ଲାଭିକ୍ଲ ଅସ୍ଥିର ବ‌ହିର୍ଭାଗ ସ‌ହିତ ସ୍କାପୁଲାର ଆକ୍ରୋମିଅନ ପ୍ରୋସେସ ସଂଯୁକ୍ତ ହୋଇ ଏହି ଗଣ୍ଠି ନିର୍ମାଣ ହୋଇଥାଏ ।[୨] ଯନ୍ତ୍ରଣା ଯୋଗୁ କାନ୍ଧ ଚଳପ୍ରଚଳ କରିହୁଏନାହିଁ ଓ ପ୍ରଭାବିତ କାନ୍ଧ ବକ୍ରାକାର ଦେଖାଯାଏ ।[୨][୧]

ବାହୁ ଦେହର ପାର୍ଶ୍ୱ ଭାଗରେ ଥିବା ସମୟରେ କାନ୍ଧର ସାମନା ଓ ଉର୍ଦ୍ଧ୍ୱ ଭାଗରେ ଆଘାତଗ୍ରସ୍ତ ହେଲେ ଏହି ବିଚ୍ଛିନ୍ନ କାନ୍ଧ ହୁଏ ।[୨] ବର୍ଗୀକରଣର ସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ଏହା ଅଧିକ ସାଂଘାତିକ ହୋଇଥିବା ଜଣାଯାଏ ।[୨] ରୋଗୀର କାନ୍ଧ ପରୀକ୍ଷା ଓ ଏକ୍ସ‌-ରେ (X-rays) ସାହାଯ୍ୟରେ ଏହି ଆଘାତ ନିର୍ଣ୍ଣୟ କରାଯାଏ । [୨] ଟାଇପ ୧ ଓ ୨ରେ କାନ୍ଧ ସାମାନ୍ୟ ବକ୍ରାକାର ଦେଖାଯାଏ ଓ ଟାଇପ ୩ରେ କାନ୍ଧ ଟେକିଦେଲେ (lifting the arm upwards) ଏହାର ଆକାର ସଠିକ ହୋଇଯାଏ ।[୨] ଟାଇପ ୪, ୫ ଓ ୬ରେ ଏଭଳି କାନ୍ଧ ଟେକିଦେଲେ ଆକାର ସଠିକ ଦେଖାଯାଏନାହିଁ । [୨]

ସାଧାରଣତଃ ଟାଇପ ୧ ଓ ୨ ଆଘାତ ବିନା ଅପରେଶନରେ ଚିକିତ୍ସା କରାଯାଏ, ଟାଇପ ୩ ନିମନ୍ତେ ରକ୍ଷଣଶୀଳ ଚିକିତ୍ସା, ଉପଶମ ନହେଲେ ଅପରେଶନ ଓ ଟାଇପ ୪, ୫ ଓ ୬ ନିମନ୍ତେ ଅପରେଶନ କରାଯାଏ ।[୩] ଟାଇପ ୧ ଓ ୨ ନିମନ୍ତେ ୧ବା ୨ ସପ୍ତାହ ନିମନ୍ତେ ସ୍ଲିଙ୍ଗ (sling) ଓ ଔଷଧ ଦିଆଯାଏ ।[୨] ଟାଇପ ୩ ନିମନ୍ତେ ରକ୍ଷଣଶୀଳ ଚିକିତ୍ସା କରାଯାଏ ଓ ଲକ୍ଷଣ ଉପଶମ ନହେଲେ ଅପରେଶନ କରାଯାଏ ।[୨]

ଖେଳକୁଦରେ ଓ ବିଶେଷତଃ ସଂଘର୍ଷ ଖେଳରେ (contact sports) ଭାଗ ନେଉଥିବା ଲୋକଙ୍କର ବିଚ୍ଛିନ୍ନ କାନ୍ଧ ଏକ ସାଧାରଣ ଆଘାତ । [୩] ହକି, ଫୁଟବଲ ଓ ରଗବି ଖେଳରେ ହେଉଥିବା କାନ୍ଧ ଆଘାତ (shoulder injuries) ମଧ୍ୟରୁ ଅର୍ଦ୍ଧକ ସଂଖ୍ୟକ କେବଳ ଏହି ବିଚ୍ଛିନ୍ନ କାନ୍ଧ ଆଘାତ ।[୧] କୋଡ଼ିଏରୁ ତିରିଶ ବର୍ଷ ବୟସ୍କ ଲୋକଙ୍କର ଏହି ଆଘାତ ଅଧିକ ହୁଏ । [୩] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧକ ଆଘାତ ପ୍ରାପ୍ତ ହୁଅନ୍ତି ।[୩] ପ୍ରଚଳିତ ବର୍ଗୀକରଣ ସନ ୧୯୮୪ରୁ ରହିଛି । [୧]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Willimon SC, Gaskill TR, Millett PJ (February 2011). "Acromioclavicular joint injuries: anatomy, diagnosis, and treatment". The Physician and Sportsmedicine. 39 (1): 116–22. doi:10.3810/psm.2011.02.1869. PMID 21378494.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Stucken C, Cohen SB (January 2015). "Management of acromioclavicular joint injuries". Orthopedic Clinics of North America. 46 (1): 57–66. doi:10.1016/j.ocl.2014.09.003. PMID 25435035.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Bishop JY, Kaeding C (December 2006). "Treatment of the acute traumatic acromioclavicular separation". Sports Medicine and Arthroscopy Review. 14 (4): 237–45. doi:10.1097/01.jsa.0000212330.32969.6e. PMID 17135974.
  4. Heckman J, Agarwal A, Schenck RC (2013). Current Orthopedic diagnosis & treatment (in ଇଂରାଜୀ). Current Medicine Group. p. 4. ISBN 9781461311072. Archived from the original on 2017-10-12.


External links[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ