Jump to content

ବିଚ୍ଛିନ୍ନ କାନ୍ଧ

ଉଇକିପିଡ଼ିଆ‌ରୁ
ବିଚ୍ଛିନ୍ନ କାନ୍ଧ (Separated shoulder)
Acromioclavicular joint injury, acromioclavicular separation, AC joint separation, AC separation
ଏକ୍ସ-ରେ ଚିତ୍ରରେ କ୍ଲାଭିକ୍ଲ (collarbone) ଓ ସ୍କାପୁଲା (scapula) ଅସ୍ଥି ଦ୍ୱୟ ବିଚ୍ଛିନ୍ନ ହୋଇଯାଇଥିବା ଦେଖାଯାଉଛି ।
ବିଭାଗଅସ୍ଥି ଶଲ୍ୟ ବିଭାଗ (Orthopedics), ଆଶୁ ଚିକିତ୍ସା ବିଭାଗ (emergency medicine)
ଲକ୍ଷଣଯନ୍ତ୍ରଣା, ଚଳନ ସୀମା ସଙ୍କୁଚିତ, କଦାକାର [][]
କାରଣପଡ଼ିଯିବା ଭଳି ଆଘାତ []
ବିପଦ କାରକସଂଘର୍ଷ ଖେଳ (Contact sports)[]
ରୋଗ ନିର୍ଣ୍ଣୟ ପଦ୍ଧତିରୋଗୀ ପରୀକ୍ଷା ଓ ଏକ୍ସ‌-ରେ []
ସଠିକ ରୋଗ ନିର୍ଣ୍ଣୟସ୍ଥାନ‌ଚ୍ୟୁତ କାନ୍ଧ (Dislocated shoulder), ଅସ୍ଥି ଭଗ୍ନ[]
ଚିକିତ୍ସାଟାଇପ ୧ ଓ ୨ ନିମନ୍ତେ ସ୍ଲିଙ୍ଗ (Sling) ଓ ଔଷଧ,[]
ଟାଇପ ୩ ନିମନ୍ତେ ରକ୍ଷଣଶୀଳ ଚିକିତ୍ସା, ଉପଶମ ନହେଲେ ଅପରେଶନ,[]
ଟାଇପ ୪, ୫ ଓ ୬ ନିମନ୍ତେ ଅପରେଶନ []
ପୁନଃପୌନିକସାମାନ୍ୟ ସାଧାରଣ[]

ବିଚ୍ଛିନ୍ନ କାନ୍ଧ (separated shoulder, also known as acromioclavicular joint injury) ଏକ ସାମାନ୍ୟ ସାଧାରଣ ଆଘାତ ଯାହା ଆକ୍ରୋମିଓକ୍ଲାଭିକୁଲାର ଗଣ୍ଠି (acromioclavicular joint)ରେ ସଂଘଟିତ ହୋଇଥାଏ ।[] କ୍ଲାଭିକ୍ଲ ଅସ୍ଥିର ବ‌ହିର୍ଭାଗ ସ‌ହିତ ସ୍କାପୁଲାର ଆକ୍ରୋମିଅନ ପ୍ରୋସେସ ସଂଯୁକ୍ତ ହୋଇ ଏହି ଗଣ୍ଠି ନିର୍ମାଣ ହୋଇଥାଏ ।[] ଯନ୍ତ୍ରଣା ଯୋଗୁ କାନ୍ଧ ଚଳପ୍ରଚଳ କରିହୁଏନାହିଁ ଓ ପ୍ରଭାବିତ କାନ୍ଧ ବକ୍ରାକାର ଦେଖାଯାଏ ।[][]

ବାହୁ ଦେହର ପାର୍ଶ୍ୱ ଭାଗରେ ଥିବା ସମୟରେ କାନ୍ଧର ସାମନା ଓ ଉର୍ଦ୍ଧ୍ୱ ଭାଗରେ ଆଘାତଗ୍ରସ୍ତ ହେଲେ ଏହି ବିଚ୍ଛିନ୍ନ କାନ୍ଧ ହୁଏ ।[] ବର୍ଗୀକରଣର ସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ଏହା ଅଧିକ ସାଂଘାତିକ ହୋଇଥିବା ଜଣାଯାଏ ।[] ରୋଗୀର କାନ୍ଧ ପରୀକ୍ଷା ଓ ଏକ୍ସ‌-ରେ (X-rays) ସାହାଯ୍ୟରେ ଏହି ଆଘାତ ନିର୍ଣ୍ଣୟ କରାଯାଏ । [] ଟାଇପ ୧ ଓ ୨ରେ କାନ୍ଧ ସାମାନ୍ୟ ବକ୍ରାକାର ଦେଖାଯାଏ ଓ ଟାଇପ ୩ରେ କାନ୍ଧ ଟେକିଦେଲେ (lifting the arm upwards) ଏହାର ଆକାର ସଠିକ ହୋଇଯାଏ ।[] ଟାଇପ ୪, ୫ ଓ ୬ରେ ଏଭଳି କାନ୍ଧ ଟେକିଦେଲେ ଆକାର ସଠିକ ଦେଖାଯାଏନାହିଁ । []

ସାଧାରଣତଃ ଟାଇପ ୧ ଓ ୨ ଆଘାତ ବିନା ଅପରେଶନରେ ଚିକିତ୍ସା କରାଯାଏ, ଟାଇପ ୩ ନିମନ୍ତେ ରକ୍ଷଣଶୀଳ ଚିକିତ୍ସା, ଉପଶମ ନହେଲେ ଅପରେଶନ ଓ ଟାଇପ ୪, ୫ ଓ ୬ ନିମନ୍ତେ ଅପରେଶନ କରାଯାଏ ।[] ଟାଇପ ୧ ଓ ୨ ନିମନ୍ତେ ୧ବା ୨ ସପ୍ତାହ ନିମନ୍ତେ ସ୍ଲିଙ୍ଗ (sling) ଓ ଔଷଧ ଦିଆଯାଏ ।[] ଟାଇପ ୩ ନିମନ୍ତେ ରକ୍ଷଣଶୀଳ ଚିକିତ୍ସା କରାଯାଏ ଓ ଲକ୍ଷଣ ଉପଶମ ନହେଲେ ଅପରେଶନ କରାଯାଏ ।[]

ଖେଳକୁଦରେ ଓ ବିଶେଷତଃ ସଂଘର୍ଷ ଖେଳରେ (contact sports) ଭାଗ ନେଉଥିବା ଲୋକଙ୍କର ବିଚ୍ଛିନ୍ନ କାନ୍ଧ ଏକ ସାଧାରଣ ଆଘାତ । [] ହକି, ଫୁଟବଲ ଓ ରଗବି ଖେଳରେ ହେଉଥିବା କାନ୍ଧ ଆଘାତ (shoulder injuries) ମଧ୍ୟରୁ ଅର୍ଦ୍ଧକ ସଂଖ୍ୟକ କେବଳ ଏହି ବିଚ୍ଛିନ୍ନ କାନ୍ଧ ଆଘାତ ।[] କୋଡ଼ିଏରୁ ତିରିଶ ବର୍ଷ ବୟସ୍କ ଲୋକଙ୍କର ଏହି ଆଘାତ ଅଧିକ ହୁଏ । [] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧକ ଆଘାତ ପ୍ରାପ୍ତ ହୁଅନ୍ତି ।[] ପ୍ରଚଳିତ ବର୍ଗୀକରଣ ସନ ୧୯୮୪ରୁ ରହିଛି । []

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. 1 2 3 4 Willimon SC, Gaskill TR, Millett PJ (February 2011). "Acromioclavicular joint injuries: anatomy, diagnosis, and treatment". The Physician and Sportsmedicine. 39 (1): 116–22. doi:10.3810/psm.2011.02.1869. PMID 21378494.
  2. 1 2 3 4 5 6 7 8 9 10 11 12 13 14 15 16 Stucken C, Cohen SB (January 2015). "Management of acromioclavicular joint injuries". Orthopedic Clinics of North America. 46 (1): 57–66. doi:10.1016/j.ocl.2014.09.003. PMID 25435035.
  3. 1 2 3 4 5 6 Bishop JY, Kaeding C (December 2006). "Treatment of the acute traumatic acromioclavicular separation". Sports Medicine and Arthroscopy Review. 14 (4): 237–45. doi:10.1097/01.jsa.0000212330.32969.6e. PMID 17135974.
  4. Heckman J, Agarwal A, Schenck RC (2013). Current Orthopedic diagnosis & treatment (in ଇଂରାଜୀ). Current Medicine Group. p. 4. ISBN 9781461311072. Archived from the original on 2017-10-12.


[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ