ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ

ଉଇକିପିଡ଼ିଆ‌ରୁ
ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ
A bag of platelets
Clinical data
ATC code
Identifiers
ChemSpider
  • none

ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ (ଇଂରାଜୀ ଭାଷାରେ Platelet transfusion, ଅନ୍ୟ ନାମ ପ୍ଲାଟେଲେଟ କନସେଣ୍ଟ୍ରେଟ, ଏକ ପଦାର୍ଥ ଯାହା ଥ୍ରୋମ୍ବୋସାଇଟିପେନିଆ (low platelet count) ବା ସ୍ୱଳ୍ପ ପ୍ଲାଟେଲେଟ କାମ (poor platelet function) ଯୋଗୁ ରକ୍ତସ୍ରାବ (bleeding) ହେଉଥିଲେ ତାହାର ପ୍ରତିଷେଧ ବା ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[୧] କର୍କଟ କେମୋଥେରାପ (cancer chemotherapy) ନେଉଥିବା ଲୋକଙ୍କର ଏହା ସମସ୍ୟା ସାଧାରଣତଃ ହୁଏ ।[୧] ପ୍ଲେଟେଲେଟ ସ୍ତର ୧୦x୧୦/ ଲିରୁ କମ୍ ଥିଲେ ପ୍ରତିଷେଧ ନିମନ୍ତେ ଦିଆଯାଏ ।[୨] ରକ୍ତସ୍ରାବ ହେଉଥିବା ଲୋକର ପ୍ଲାଟେଲେଟ ସ୍ତର ୫୦x୧୦/ଲିରୁ କମ୍ ଥିଲେ ଏହା ଦିଆଯାଏ ।[୨] ପ୍ଲାଟେଲେଟ ଦେବା ପୂର୍ବରୁ କ୍ରସ ମ୍ୟାଚିଙ୍ଗ (Cross matching) କରିବା ଆବଶ୍ୟକ ।[୨] ଏହା ଶିରାଭ୍ୟନ୍ତରରେ ଇଞ୍ଜେକସନ (injection into a vein ଆକାରରେ ଦିଆଯାଏ ।[୩]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ଭଳି ଆଲର୍ଜି ପ୍ରତିକ୍ରିୟା, ସଂକ୍ରମଣ (infection) ଓ ଟ୍ରାନ୍ସଫ୍ୟୁଜନ ଜନିତ ଫୁସଫୁସ ଆଘାତ (lung injury) ହୋଇପାରେ ।[୨] ପ୍ଲାଟେଲେଟ ଷ୍ଟୋର ହେଉଥିବା ସ୍ଥାନର ଉଷ୍ମତା ଯୋଗୁ ଜୀବାଣୁ ସଂକ୍ରମଣ (Bacterial infections) ସାଧାରଣଃ ଅଧିକ ଦେଖାଯାଏ ।[୨] ସମ୍ପୁର୍ଣ୍ଣ ରକ୍ତରୁ (whole blood) ବା ଆଫେରେସିସଦ୍ୱାରା (apheresis) ପ୍ଲାଟେଲେଟ ସଂଗୃହିତ ହୁଏ । [୧] ଏହା ସଂଗୃହିତ ହେବା ପରେ ୫ରୁ ୭ଦିନ ପର୍ଯ୍ୟନ୍ତ ରହିପାରେ ।[୧]

ପ୍ଲାଟେଲେଟ ବ୍ୟବ‌ହାର ୧୯୫୦ ପ ୧୯୬୦ ଦଶକରୁ ବ୍ୟବ‌ହୃତ ହେବା ଆରମ୍ଭ ହେଲା ।[୧][୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ୟୁନିଟର ମୂଲ୍ୟ ପ୍ରାୟ ୨୦୦ ପାଉଣ୍ଡ ।[୬] ଏହାର କେତେକ ସଂସ୍କରଣରେ ଶ୍ୱେତ ରକ୍ତ କଣିକାମାନ (white blood cells) ଆଂଶିକ ଭାବେ ବାହାର କରିଦିଆଯାଇଥାଏ ବା ଗାମା ରାଡିଏସନ (gamma irradiated) କରାଯାଇଥାଏ କାରଣ ଏହା କେତେକ ଲୋକଙ୍କ ପ୍ରତି ଉପକାରୀ ସାବ୍ୟସ୍ତ ହୁଏ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Hillyer, Christopher D. (2007). Blood Banking and Transfusion Medicine: Basic Principles & Practice (in ଇଂରାଜୀ). Elsevier Health Sciences. p. 308-310. ISBN 0443069816.
  2. ୨.୦ ୨.୧ ୨.୨ ୨.୩ ୨.୪ Connell, NT (December 2016). "Transfusion Medicine". Primary care. 43 (4): 651–659. PMID 27866583.
  3. Linton, Adrianne Dill (2015). Introduction to Medical-Surgical Nursing (in ଇଂରାଜୀ). Elsevier Health Sciences. p. 287. ISBN 9781455776412.
  4. Das, P. C.; Smit-Sibinga, C. T. h; Halie, M. R. (2012). Supportive therapy in haematology (in ଇଂରାଜୀ). Springer Science & Business Media. p. 190. ISBN 9781461325772.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. Yentis, Steven M.; Hirsch, Nicholas P.; Ip, James (2013). Anaesthesia and Intensive Care A-Z: An Encyclopedia of Principles and Practice (in ଇଂରାଜୀ). Elsevier Health Sciences. p. 147. ISBN 9780702053757.
  7. Hillyer, Christopher D. (2007). Blood Banking and Transfusion Medicine: Basic Principles & Practice (in ଇଂରାଜୀ). Elsevier Health Sciences. p. 320. ISBN 0443069816.