ପ୍ରାଣୀ
ପ୍ରାଣୀ ଜୀବାଶ୍ମ କାଳ: କ୍ର୍ୟୋଗେନିଆ – ବର୍ତ୍ତମାନ
| |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | ୟୁକାରିଓଟା |
ଅବିଭକ୍ତ: | ୟୁନିକୋଣ୍ଟା |
ଅବିଭକ୍ତ: | ଓବାଜୋଆ |
ଅବିଭକ୍ତ: | ଓପିସ୍ଥୋକୋଣ୍ଟା |
ଅବିଭକ୍ତ: | ହୋଲୋଜୋଆ |
ଅବିଭକ୍ତ: | ଫିଲୋଜୋଆ |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ Linnaeus, 1758 |
Synonyms | |
|
ପ୍ରାଣୀ ସାଧାରଣତଃ ବହୁକୋଷିକା ବିଶିଷ୍ଟ ଏକ ୟୁକେରୀୟୋଟିକ (eukaryotic) ଜୀବ ଅଟନ୍ତି । ପ୍ରାଣୀମାନଙ୍କ ଅଧ୍ୟୟନକୁ ପ୍ରାଣୀ ବିଜ୍ଞାନ କୁହାଯାଏ । ଗଛଗୁଡ଼ିକ ଶକ୍ତି ପ୍ରାପ୍ତ କରିବା ପାଇଁ ସୂର୍ଯ୍ୟାଲୋକର ବ୍ୟବହାର କରିଥାନ୍ତି, କିନ୍ତୁ ପ୍ରାଣୀମାନେ ସେଭଳି କରିନଥାନ୍ତି ।[୧][୨] ପ୍ରାଣୀମାନେ ଅନ୍ୟ ଜୀବିତ ବସ୍ତୁଠାରୁ ଶକ୍ତି ପ୍ରାପ୍ତ କରିବାପାଇଁ ବିଭିନ୍ନ ଉପାୟର ବ୍ୟବହାର କରନ୍ତି । ସେମାନେ ସାଧାରଣତଃ ଅନ୍ୟ ଜୀବନ୍ତ ବସ୍ତୁକୁ ଖାଇଥାନ୍ତି । ପ୍ରାଣୀ କିମ୍ବା ଜନ୍ତୁ "ଆନିମାଲିଆ" (Animalia) କିମ୍ବା "ମେଟାଜୋଆ" (Metazoa) ଜଗତ (ଜୀବ ବିଜ୍ଞାନ)ର ବହୁକୋଷିକୀୟ ଜନ୍ତୁସମ ପୋଷଣ ପ୍ରଦର୍ଶନ କରୁଥିବା ଏବଂ ୟୁକେରୀୟୋଟିକ ଜୀବର ଏକ ମୁଖ୍ୟ ସମୂହ । ଜନ୍ମହେବା ପରେ ଯେପରି କୌଣସି ପ୍ରାଣୀ ବଡ଼ ହୁଏ, ତାହାର ଶାରୀରିକ ଯୋଜନା ନିର୍ଦ୍ଧାରିତ ରୂପେ ବିକଶିତ ହେବାରେ ଲାଗିଥାଏ । କିଛି ପ୍ରାଣୀ ଜୀବନରେ ଆଗକୁ ଯାଇ କାର୍ଯ୍ୟାନ୍ତରଣ /ରୂପାନ୍ତରଣ (metamorphosis) ପକ୍ରିୟାରେ ଅତିକ୍ରମ କରିଥାନ୍ତି । ଅଧିକାଂଶ ଜନ୍ତୁ ଗତିଶୀଳ ହୋଇଥାନ୍ତି, ଅର୍ଥାତ ସ୍ୱତନ୍ତ୍ର ରୂପେ ଗତି କରିପାରନ୍ତି ।
ଅଧିକାଂଶ ଜନ୍ତୁ ପରଭୋଜି ମଧ୍ୟ ଅଟନ୍ତି, ଅର୍ଥାତ ସେମାନେ ବଞ୍ଚିରହିବା ପାଇଁ ଅନ୍ୟ ଜୀବମାନଙ୍କ ଉପରେ ନିର୍ଭର କରିଥାନ୍ତି । ଅଧିକତମ ଜ୍ଞାତ ହୋଇଥିବା ଜନ୍ତୁ ସଂଘ ୫୪୨ କୋଟି ବର୍ଷ ପୂର୍ବେ ( Cambrian explosion ) ଅନୁସାରେ ଜୀବାଶ୍ମ ରେକର୍ଡରେ ସାମୁଦ୍ରିକ ପ୍ରଜାତି ରୂପେ ପ୍ରକଟ ହୋଇଥିଲେ ।
ନୈରୁକ୍ତଶାସ୍ତ୍ର
[ସମ୍ପାଦନା]ଆନିମଲ (Animal) ଶବ୍ଦ ଲାଟିନ ଭାଷା "ଆନୀମାଲେ" , (ବ୍ୟାକରଣ ଅନୁସାରେ ଲିଙ୍ଗ - ନୟୁଟର) ଅଫ "ଆନୀମାଲିସ"ରୁ ଆସିଛି ଏବଂ "ଆନୀମ"ରୁ ବ୍ୟୁତ୍ପନ୍ନ ହୋଇଛି ଯାହାର ଅର୍ଥ ଜୀବିତ ଶ୍ୱାସ କିମ୍ବା ଆତ୍ମା । ସାଧାରଣ ଭାଷାରେ , ଏହି ଶବ୍ଦର ବ୍ୟବହାର ବାହାର ମାନବୀୟ ପ୍ରାଣୀମାନଙ୍କ ପାଇଁ କରାଯାଏ । ଏହି ଶବ୍ଦର ଜୈବିକ ପରିଭାଷାରେ ମାନବ ସହିତ କିଙ୍ଗଡ଼ମ ଆନିମାଲିଆର ସମସ୍ତ ସଦସ୍ୟ ସାମିଲ ଅଛନ୍ତି ।[୩]
ଲକ୍ଷଣ
[ସମ୍ପାଦନା]ପ୍ରାଣୀମାନଙ୍କ ମଧ୍ୟରେ ବହୁ ବିଶେଷ ଗୁଣ ରହିଛି ଯାହା ସେମାନଙ୍କୁ ଅନ୍ୟ ସଜୀବ ବସ୍ତୁଠାରୁ ଅଲଗା କରିଥାଏ । ଜନ୍ତୁମାନେ ସାଧାରଣତଃ (Eukaryotic) "ୟୁକେରିୟୋଟିକ" ଏବଂ ବହୁକୋଷିକୀୟ ହୋଇଥାନ୍ତି ,[୪] "ମେକ୍ସୋଜୋଆ", ସେମାନଙ୍କୁ ଜୀବାଣୁ ଏବଂ ଅଧିକାଂଶ ପ୍ରୋଟିଷ୍ଟାରୁ ଅଲଗା ରଖିଥାଏ । ପ୍ରାଣୀମାନେ ମୁଖ୍ୟତଃ ଭାବ ପରଭୋଜୀ ଅଟନ୍ତି,[୫] ସାମାନ୍ୟତଃ ଏକ ଆନ୍ତରିକ କକ୍ଷରେ ଭୋଜନର ପାଚନ କ୍ରୀୟା କରିଥାନ୍ତି । ଏହି ଲକ୍ଷଣ ସେମାନଙ୍କୁ ଗଛ ଏବଂ ଶୈବାଳଠାରୁ ଅଲଗା ବନେଇଥାଏ , ଯଦିଓ କିଛି ସ୍ପଞ୍ଜ ପ୍ରକାଶ ସଂଶ୍ଲେଷଣ ଏବଂ ନାଇଟ୍ରୋଜେନ ସ୍ଥିରିକରଣରେ ସକ୍ଷମ ଅଟନ୍ତି ।[୬] ସେମାନେ ମଧ୍ୟ ଗଛ, ଶୈବାଳ ଓ କବକଠାରୁ ବିଭାଜନ କରାଯାଇପାରେ କାରଣ ସେମାନଙ୍କ ମଧ୍ୟରେ କଠୋର କୌଷିକ ଭିତ୍ତିର ଅଭାବ ରହିଥାଏ ।[୭] ସମସ୍ତ ଜନ୍ତୁ ଶାନ୍ତଶୀଳ ହୋଇଥାନ୍ତି ,[୮] ଅଧିକତମ ଜନ୍ତୁମାନଙ୍କ ମଧ୍ୟରେ "ଭୃଣ" ଏକ ବ୍ଲାସଟୁଳା ଅବସ୍ଥାରୁ ହୋଇ ଅତିକ୍ରମ କରିଥାନ୍ତି, ଏହା ଜନ୍ତୁମାନଙ୍କର ଏକ ବିଭେଦକ ଗୁଣ ।
ଜୀବନ ଶୈଳୀ
[ସମ୍ପାଦନା]ପ୍ରାଣୀମାନଙ୍କ ପୋଷଣ ପ୍ରଣାଳୀକୁ "ପରଭୋଜୀ" (heterotrophic) କୁହାଯାଏ କାରଣ ସେ ଅନ୍ୟ ଜୀବମାନଙ୍କଠାରୁ ନିଜ ଭୋଜନ ପ୍ରାପ୍ତ କରିଥାନ୍ତି । କିଛି ପ୍ରାଣୀ କେବଳ ଗଛ ପତ୍ର ଖା'ନ୍ତି; ସେମାନଙ୍କୁ ଶାକାହାରୀ କୁହାଯାଏ । ଅନ୍ୟ କେତକ ପ୍ରାଣୀ କେବଳ ମାଂସ ଖାଇଥାନ୍ତି; ସେମାନଙ୍କୁ ମାଂସାହାରୀ କୁହାଯାଏ । ଯେଉଁ ପ୍ରାଣୀ ଗଛ-ପତ୍ର ଏବଂ ମାଂସ ଦୁଇଟି ଯାକ ଖାଇଥାଏ ; ସେମାନଙ୍କୁ ସର୍ବହାରୀ କୁହାଯାଏ । ପ୍ରାଣୀ ମାନଙ୍କ ବାତାବରଣ ବହୁତ ଭିନ୍ନ ହୋଇଥାଏ । ବିକାଶ ପ୍ରକ୍ରିୟାରୁ, ପ୍ରାଣୀମାନେ ନିଜ ଆବାସରୁ ଅନୁକୂଳ ହୋଇଯାନ୍ତି ଯେଉଁଠାରେ ସେମାନେ ବାସକରନ୍ତି । ପ୍ରାଣୀମାନଙ୍କ ଜୀବାଶ୍ମ ରେକର୍ଡ ପାଖାପାଖି ୬୦ କୋଟି (୬୦୦ ମିଲିୟନ) ବର୍ଷ ପୂର୍ବେ ଏଡିଆକରଣ ଅବଧି କିମ୍ବା କିଛି ଅବସ୍ଥା ପର୍ଯ୍ୟନ୍ତ ପଛକୁ ପଳେଇଯାଇଥାଏ ।[୯] ଏହି ସମ୍ପୁର୍ଣ୍ଣ ଲମ୍ବା ସମୟ ଅନୁସାରେ, ପ୍ରାଣୀମାନେ ବାରମ୍ବାର ବିକଶିତ ହେବାକୁ ଲାଗିଲେ, ଯେଉଁଥିରେ ଆଜି ପୃଥିବୀରେ ବଞ୍ଚିଥିବା ପ୍ରାଣୀ ଏଡିଆର୍କନରେ ସମୁଦ୍ର-ତଳ କୂଳରୁ ବହୁତ ଅଲଗା ଅଟନ୍ତି ।
ପ୍ରାଣୀମାନଙ୍କ ସମୂହୀକରଣ
[ସମ୍ପାଦନା]ପ୍ରାଣୀମାନେ ସାଧାରଣତଃ ବହୁପ୍ରକାରର ହୋଇଥାନ୍ତି । ସାଧାରଣ ଲୋକଙ୍କୁ ଜଣା ଯେ, ଅଧିକାଂଶ ଲୋକ ପ୍ରାଣୀମାନଙ୍କ ସାମ୍ରାଜ୍ୟର କେବଳ ୩% ରହିଛନ୍ତି । ଯେତେବେଳ ଜୀବବିଜ୍ଞାନୀମାନେ ପ୍ରାଣୀମାନଙ୍କୁ ଦେଖି ସେମାନଙ୍କଠାରୁ କିଛି ଏମିତି ଜିନିଷ ପାଇଲେ ଯାହା କିଛି ପ୍ରାଣୀମାନଙ୍କ ପାଖେ ସାଧାରଣ । ସେମାନେ ଏହାର ବ୍ୟବହାର ପ୍ରାଣୀମାନଙ୍କୁ ଜୈବୀକ ବର୍ଗୀକରଣରେ ସମୂହିତ କରିବା ପାଇଁ କରିଥାନ୍ତି ।
ଆଧାର
[ସମ୍ପାଦନା]- ↑ Ville C.A; Walker W.F. & Barnes R.D. 1984. General zoology. Saunders
- ↑ Hamilton, Gina. Kingdoms of life – Animals. Lorenz Educational Press. ISBN 978-1-4291-1610-7
- ↑ "Animal". The American Heritage Dictionary (Forth ed.). Houghton Mifflin Company. 2006.
- ↑ National Zoo. "Panda Classroom" (in English). Archived from the original on 2007-09-29. Retrieved ସେପ୍ଟେମ୍ବର 30, 2007.
{{cite web}}
: Unknown parameter|dateformat=
ignored (help)CS1 maint: unrecognized language (link) - ↑ Jennifer Bergman. "Heterotrophs" (in English). Retrieved सितंबर 30 2007.
{{cite web}}
: Check date values in:|accessdate=
(help); Unknown parameter|dateformat=
ignored (help)CS1 maint: unrecognized language (link) - ↑ Douglas AE, Raven JA (2003). "Genomes at the interface between bacteria and organelles". Philosophical transactions of the Royal Society of London. Series B, Biological sciences. 358 (1429): 5–17, discussion 517–8. doi:10.1098/rstb.2002.1188. PMC 1693093. PMID 12594915.
{{cite journal}}
: Unknown parameter|month=
ignored (help) - ↑ Davidson, Michael W. "Animal Cell Structure" (in English). Retrieved ସେପ୍ଟେମ୍ବର 20 2007.
{{cite web}}
: Check date values in:|accessdate=
(help); Unknown parameter|dateformat=
ignored (help)CS1 maint: unrecognized language (link) - ↑ Saupe, S.G. "Concepts of Biology" (in English). Retrieved ସେପ୍ଟେମ୍ବର 30 2007.
{{cite web}}
: Check date values in:|accessdate=
(help); Unknown parameter|dateformat=
ignored (help)CS1 maint: unrecognized language (link) - ↑ Maloof, Adam C. et al 2010. "Possible animal-body fossils in pre-Marinoan limestones from South Australia". Nature Geoscience. 3 (9): 653–659. Bibcode:2010NatGe...3..653M. doi:10.1038/ngeo934.
{{cite journal}}
: CS1 maint: numeric names: authors list (link) Pdf. These fossils are interpreted as being early sponges. They were found in 665-million-year-old rock.