ପ୍ରତ୍ୟଙ୍ଗିରା

ଉଇକିପିଡ଼ିଆ‌ରୁ
ପ୍ରତ୍ୟଙ୍ଗିରା
ଅନ୍ଯ ନାମଅଥର୍ବନ ଭଦ୍ରକାଳୀ
Sanskritप्रत्यङ्गिरा
Affiliationଆଦି ପରାଶକ୍ତି, ପାର୍ବତୀକାଳୀ
Weaponତ୍ରୀଶୁଳ (Trishula), ଡମ୍ବରୁ Damaru (Drum), କପାଳ (Kapala), ସର୍ପ ଫାସ
ସ୍ୱାମୀ/ସ୍ତ୍ରୀଶରଭ (Sharabha)
Mountସିଂହ
ପୁସ୍ତକଅଥର୍ବବେଦ (Atharvaveda)

ପ୍ରତ୍ୟଙ୍ଗିରା (ଇଂରାଜୀ ଭାଷାରେ Pratyangira, (Sanskrit: प्रत्यङ्गिरा, Tamil: பிரத்யங்கிரா; Prathyaṅgirā), ଅନ୍ୟାନ୍ୟ ନାମ ନରସିଂହି, ନରସିଂହିକା ଓ ଅଥର୍ବନ ଭଦ୍ରକାଳୀ) ଜଣେ ଶକ୍ତିର ହିନ୍ଦୁ ଦେବୀଆଦି ଶକ୍ତିଙ୍କର ସେ ଏକ ଅବତାର ଓ ଶରଭଙ୍କର ପତ୍ନୀ । ତାଙ୍କର ମୁଖ ମଣ୍ଡଳ ସିଂହ ଭଳି[୧] ଓ ଦେହ ମାନବୀ ଭଳି ଯାହା ଶିବ ଓ ଶକ୍ତିର ସଂଯୁକ୍ତ ଅବସ୍ଥାର ନିଦର୍ଶନ‌କୁ ବୁଝାଏ । ସିଂହ ଓ ମାନବୀ ଆକାର ଭଲ ଓ ମନ୍ଦର ନିୟନ୍ତ୍ରଣକୁ ଦର୍ଶାଏ । ଶାକ୍ତ ଶାସ୍ତ୍ରରେ ପ୍ରତ୍ୟଙ୍ଗିରାଙ୍କୁ ଗୁହ୍ୟ କାଳୀଙ୍କର ସିଦ୍ଧିଲକ୍ଷ୍ମୀ ଅବତାରକୁ ବୁଝାଏ । ବୈଷ୍ଣବ ମତରେ ନରସିଂହଙ୍କର ଏକ ଅବତାର ନରସିଂହି ଓ ଏହି ନରସିଂହି ହିଁ ପ୍ରତ୍ୟଙ୍ଗିରା । ଦୁର୍ଗା ପରମ୍ପରାରେ ପ୍ରତ୍ୟଙ୍ଗିରା ହିଁ ପୂର୍ଣ୍ଣ ଚଣ୍ଡୀ ଯାହାଙ୍କର ବ୍ରହ୍ମ (Brahman) ଶକ୍ତି ଅଛି । ଦେବରେ ତାଙ୍କୁ ଅଥର୍ବନ ଭଦ୍ରକାଳୀ ନାମ ଦିଆଯାଇଛି ଯିଏ ଯାଦୁ ବିଦ୍ୟା ଓ ଅଥର୍ବ ଦେଦର ଦେବୀ । [୨]

ଆଦି ପରାଶକ୍ତିଙ୍କ ଅବତାର[ସମ୍ପାଦନା]

ମାର୍କଣ୍ଡେୟ ପୁରାଣ (Markandeya Purana) ଓ ଶିବ ପୁରଣ (Shiva Purana) ଅନୁସାରେ ତ୍ରେତା ଯୁଗ ଆରମ୍ଭରେ ହିରଣ୍ୟକଶିପୁଙ୍କର ପେଟ ଚିତିଦେଇ ତାଙ୍କ ରକ୍ତ ବିଷ୍ଣୁ ପାନ କରିଥିଲେ । ବିଷ୍ଣୁଙ୍କର କ୍ରୋଧ ଶାନ୍ତ କରିବାକୁ ଏକ ପକ୍ଷୀ-ପଶୁ-ମାନବ ମିଶ୍ରିତ ଆକାର ଧରି ଧରା ପୃଷ୍ଠକୁ ଅବତରଣ କରିଥିଲେ ଓ ତାଙ୍କୁ ଶରଭ କୁହାଗଲା । ଏହା ଦେଖି ତାଙ୍କ ସାଥିରେ ଯୁଦ୍ଧ କରିବାକୁ ନରସିଂହ ଏକ ଦୁଇ ମୁଣ୍ଡିଆ ପକ୍ଷୀ ସୃଷ୍ଟି କଲେ ଯାହାଙ୍କର ନାମ ଗଣ୍ଡବେରଣ୍ଡ ଥିଲା ଓ ଏହି ଯୁଦ୍ଧ ଚାଲୁ ରହିଲା । ଯୁଦ୍ଧ ସମାପ୍ତ ନହେବାରୁ ପାର୍ବତୀ ନିଜେ ପ୍ରତ୍ୟଙ୍ଗିରା ଅବତାର ନେଇ ଦୁଇ ପ୍ରତିଦ୍ୱନ୍ଦିଙ୍କ ସାମନାରେ ଠିଆ ହୋଇ ଗର୍ଜନ କରିବାକୁ ଲାଗିଲା । ଏହା ଶୁଣି ଶରଭ ଓ ଗଣ୍ଡବେରଣ୍ଡ ଯୁଦ୍ଧ ବନ୍ଦ କରିଦେଲେ । ପ୍ରତ୍ୟଙ୍ଗିରାଙ୍କର ଶିବ, ବିଷ୍ଣୁ ଓ ଶକ୍ତିଙ୍କର (Shakti) ମିଳିତ ଶକ୍ତି ଥିଲା ଓ ସେ ତିନି ଜଣଙ୍କ ମଧ୍ୟରୁ ପ୍ରତ୍ୟେକଠାରୁ ଅଧିକ ବଳଶାଳୀ ଥିଲେ ।

ଅନ୍ୟ ଏକ କାହାଣୀ ଅନୁସାରେ ପ୍ରତ୍ୟଙ୍ଗିରା ଓ ଅଙ୍ଗିରା ନାମକ ଦୁଇ ଋଷି ଧ୍ୟାନମଗ୍ନ ଥିବାବେଳେ ମୂଳ ମନ୍ତ୍ରୋଚ୍ଚାରଣ ବେଳେ ଜଣେ ଅନାମଧେୟ ଦେବୀଙ୍କୁ ଦେଖିଲେ । ପରବର୍ତ୍ତୀ କାଳରେ ସେହି ଦେବୀ ନିଜର ନାମ ଦୁଇ ଋଷିଙ୍କ ନାମାନୁସାରେ ପ୍ରତ୍ୟଙ୍ଗିରା ରଖିଥିଲେ ଓ ସେହି ଅନୁସାରେ ଲୋକମାନେ ତାଙ୍କୁ ପ୍ରତ୍ୟଙ୍ଗିରା ଦେବୀ ନାମ ଦେଲେ । ତାଙ୍କର ଅନ୍ୟ ଏକ ନାମ ନରସିଂହି । ସେ ନିଜର ସିଂହ ମୁଣ୍ଡ ଓ ମାନବୀ ଦେହ ଥାଇ ଦେଖାଦେବାରୁ ତାଙ୍କର ଏହି ନାମକରଣ କରାଯାଇଥିଲା ।

ପ୍ରତ୍ୟ ଅର୍ଥ ବିରୋଧ, ଅଙ୍ଗିରା ଅର୍ଥ ଆକ୍ରମଣ । କଳା ଯାଦୁକୁ ପ୍ରତିହତ ବା ପ୍ରତିଆକ୍ରମଣ କରୁଥିବାରୁ ପ୍ରତ୍ୟଙ୍ଗିରା ନାମ ଯଥାର୍ଥରେ ଦିଆଯାଇଛି । ଅଥର୍ବ ବେଦରେ ଉଲ୍ଲେଖ ଥିବା ଦେବୀଙ୍କୁ ନିୟନ୍ତ୍ରଣ କରୁଥିବାରୁ ତାଙ୍କ ନାମ ଦକ୍ଷିଣ ଭାରତରେ ଅଥର୍ବନ ଭଦ୍ରକାଳୀ ଦିଆଯାଇଛି; ଏହି ଅଥର୍ବ ବେଦରେ ମନ୍ତ୍ର ତନ୍ତ୍ରକୁ ନିୟନ୍ତ୍ରଣରେ ରଖିବା ନିମନ୍ତେ ଶ୍ଳୋକ ସବୁ ରହିଛି । [୩][୪]

ଯୁଦ୍ଧ ଦେବୀ ଲଳିତା ସୁନ୍ଦରୀଙ୍କ ପାଖରେ ଥିବା ଶକ୍ତି ସେନାର ପ୍ରତ୍ୟଙ୍ଗିରା ସେନାପତି ଥିଲେ । ଭଣ୍ଡାସୁର ଓ ପ୍ରତ୍ୟଙ୍ଗିରାଙ୍କର ଯୁଦ୍ଧ ଚାଲିଥିବା ସମୟରେ ଆଦି ପରାଶକ୍ତି ତାଙ୍କୁ ଏକ ବରଦାନ ଦେଇଥିଲେ ଯାହା ସାହାଯ୍ୟରେ ସେ ଯାହାକୁ ସୁରକ୍ଷା ଦେବେ ସେ ଅପରେଜେୟ ରହିବେ ଏପରିକି ଖୋଦ ଆଦି ପରାଶକ୍ତି ମଧ୍ୟ ତାଙ୍କୁ ହରେଇପାରିବେନି । କୁଲକ୍ଷରେ ମଧ୍ୟ ତାଙ୍କୁ ପ୍ରାର୍ଥନା କଲେ ମଧ୍ୟ ସେ ତାଙ୍କ ଭକ୍ତଙ୍କୁ ଅଜେୟ କରିଦିଅନ୍ତି । ଏହି କାରଣମାନଙ୍କ ଯୋଗୁ ସେ କ୍ଷତ୍ରିୟମାନଙ୍କର ଅତି ପ୍ରିୟ ଥିଲେ । ପ୍ରତିରକ୍ଷା ଓ ଆକ୍ରମଣାତ୍ମକ ଲକ୍ଷ ନିମନ୍ତେ ସେ ପରମ ଦେବୀ ଅଟନ୍ତି ।

ଆଧାର[ସମ୍ପାଦନା]

  1. Michael Steinberg (2012). In the land of temples: Notes from a South Indian pilgrimage. p. 32. "It is a temple to Maha Pratyangira, a particularly ferocious manifestation of the goddess in which she has the head of a lion.
  2. Dr Ramamurthy, Sri Maha Pratyangira Devi: Holy Divine Mother in Ferocious Form[୧]
  3. Max Muller The Hymns of the Atharva-Veda: The Sacred Books of the East V42
  4. Teun Goudriaan Maya: Divine And Human