ପରବୀନ ରହମାନ
ପରବୀନ ରହମାନ | |
---|---|
ଜନ୍ମ | 22 ଜାନୁଆରୀ 1957 ଢାକା, ପୂର୍ବ ପାକିସ୍ଥାନ, (ବର୍ତ୍ତମାନ ଡ଼ାକା ବଙ୍ଗଳାଦେଶ) |
ମୃତ୍ୟୁ | ୧୩ ମାର୍ଚ୍ଚ ୨୦୧୩ କରାଚୀ, ପାକିସ୍ଥାନ | (ବୟସ ୫୬)
ମୃତ୍ୟୁର କାରଣ | Assassination |
ଜାତୀୟତା | ପାକିସ୍ଥାନୀ |
Orangi Pilot Project | |
ପ୍ରସିଦ୍ଧି | Director of the Orangi Pilot Project, Karachi |
ପରବୀନ ରହମାନ (୨୨ ଜାନୁଆରୀ ୧୯୫୭ - ୧୩ ମାର୍ଚ୍ଚ ୨୦୧୩) ଜଣେ ପାକିସ୍ଥାନୀ ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ଓରଙ୍ଗୀ ପାଇଲଟ ପ୍ରୋଜେକ୍ଟ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟର ନିର୍ଦ୍ଧେଶିକା ଥିଲେ । ତାଙ୍କୁ ୧୩ ମାର୍ଚ୍ଚ ୨୦୧୩ ମସିହାରେ ହତ୍ୟା କରାଯାଇଥିଲା ।[୧]
ଜୀବନୀ
[ସମ୍ପାଦନା]ପରବୀନ ରହମାନ ୨୨ ଜାନୁଆରୀ ୧୯୫୭ ମସିହାରେ ଢାକାରେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ଢାକା ପୂର୍ବ ପାକିସ୍ଥାନରେ (ବର୍ତ୍ତମାନ ବଙ୍ଗଳାଦେଶ ନାମରେ ଜଣା) ଥିଲା । ସେ ଏକ ବିହାରୀ ପରିବାରର ହନ୍ମନେଇଥିଲେ ଓ ୧୯୭୧ ମସିହାରେ ପୂର୍ବ ପାକିସ୍ଥାନରେ ଗୃହଯୁଦ୍ଧ ପରେ କରାଚିକୁ ଚାଲିଯାଇଥିଲେ ।[୨][୩] ସେ ୧୯୮୨ ମସିହାରେ ଦାଉଦ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ[୪] ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ଏବଂ ନେଦରଲ୍ୟାଣ୍ଡସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହାଉସିଂ ଷ୍ଟଡିଜରୁ ୧୯୮୬ ମସିହାରେ ଗୃହ ନିର୍ମାଣ ଏବଂ ସହରୀ ଯୋଜନାରେ ସ୍ନାତକୋତ୍ତର ଡିପ୍ଲୋମା ହାସଲ କରିଥିଲେ । ୧୯୮୩ ମସିହାରେ ଓରଙ୍ଗୀ ପାଇଲଟ ପ୍ରକଳ୍ପର ଯୁଗ୍ମ ନିର୍ଦ୍ଦେଶକ ହେବା ପାଇଁ ଅଖତର ହମିଦ ଖାଁଙ୍କଦ୍ୱାରା ନିଯୁକ୍ତ ହେବା ପୂର୍ବରୁ ସେ ଏକ ଘରୋଇ ସ୍ଥାପତ୍ୟ ସଂସ୍ଥାରେ ମଧ୍ୟ କାର୍ଯ୍ୟ କରିଥିଲେ ।[୫] ସେ ସେଠାରେ ଗୃହ ଏବଂ ପରିମଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୧୯୮୮ ମସିହାରେ ଓପିପି ଚାରୋଟି ସଂଗଠନରେ ବିଭକ୍ତ ହୋଇଥିଲା ଏବଂ ପରବୀନ ରହମାନ ଓପିପି-ଆରଟିଆଇ (ଓରଙ୍ଗୀ ପାଇଲଟ ପ୍ରୋଜେକ୍ଟ - ଅନୁସନ୍ଧାନ ଏବଂ ତାଲିମ ପ୍ରତିଷ୍ଠାନର) ନିର୍ଦ୍ଦେଶିକା ହୋଇଥିଲେ । ସେ ଶିକ୍ଷା, ଯୁବ ତାଲିମ, ଜଳ ଯୋଗାଣ ଏବଂ ସୁରକ୍ଷିତ ଗୃହରେ କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରିଥିଲେ ।
ହତ୍ୟା ଏବଂ ତଦନ୍ତ
[ସମ୍ପାଦନା]ମାର୍ଚ୍ଚ ୧୩, ୨୦୧୩ ମସିହାରେ ପରବୀନ ରହମାନ ଙ୍କର ମୃତ୍ୟୁ ଘଟିଥିଲା । ଚାରିଜଣ ବନ୍ଧୁକଧାରୀ ପିରାବାଦ ପୋଲିସ ଷ୍ଟେସନ ନିକଟରେ ତାଙ୍କ ଗାଡିକୁ ଗୁଳି ଚଳାଇ ପାକିସ୍ଥାନର ଗରିବ ଲୋକଙ୍କ ପାଇଁ ଜମି ଏବଂ ମୌଳିକ ସେବା ଅଧିକାର ପାଇଁ ତାଙ୍କର ୨୮ ବର୍ଷର କ୍ୟାରିଅରକୁ ସମାପ୍ତ କରିଥିଲେ । ରହମାନ କରାଚିରେ ଥିବା ଜମି ମାଫିଆ ଓ ସେମାନଙ୍କର ରାଜନୈତିକ ପୃଷ୍ଠ ପୋଷକଙ୍କୁ ସମାଲୋଚନା କରିଥିଲେ ।
ଏପ୍ରିଲ ୧୫, ୨୦୧୪ ମସିହାରେ ପାକିସ୍ଥାନର ସର୍ବୋଚ୍ଚ ନ୍ୟାୟାଳୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ରହମାନଙ୍କ ହତ୍ୟା ଘଟଣାର ଏକ ନୂତନ ତଦନ୍ତ କରିବା ପରେ ପୋଲିସ ଅଧିକାରୀମାନେ ଏହି ଘଟଣାର ତଦନ୍ତ କରିଥିଲେ । [୬][୭]
ଆଧାର
[ସମ୍ପାଦନା]- ↑ BBC News - Pakistan mourns murdered aid worker Parveen Rehman
- ↑ Abro, Khuda Bux (21 March 2013). "How the land gradually devoured the sky". Dawn. Retrieved 12 May 2020.
- ↑ Malik, Hasnaat (22 January 2020). "'Land grabbers murdered social worker Parveen Rehman'". Express Tribune. Retrieved 12 May 2020.
- ↑ CV as Board member of Saiban, submitted to Homeless International
- ↑ IIED, Lessons from Karachi 2008 http://pubs.iied.org/pdfs/10560IIED.pdf
- ↑ Main suspect in Perween Rahman murder arrested from Mansehra: police Dawn (newspaper), Updated 19 March 2015, Retrieved 15 February 2019
- ↑ Tanoli, Ishaq (29 March 2018). "Five men indicted in Perween Rahman murder case". Dawn (newspaper). Retrieved 15 February 2019.