ପରବୀନ ରହମାନ

ଉଇକିପିଡ଼ିଆ‌ରୁ
ପରବୀନ ରହମାନ
ଜନ୍ମ22 ଜାନୁଆରୀ 1957
ଢାକା, ପୂର୍ବ ପାକିସ୍ଥାନ, (ବର୍ତ୍ତମାନ ଡ଼ାକା ବଙ୍ଗଳାଦେଶ)
ମୃତ୍ୟୁ୧୩ ମାର୍ଚ୍ଚ ୨୦୧୩(2013-03-13) (ବୟସ ୫୬)
କରାଚୀ, ପାକିସ୍ଥାନ
ମୃତ୍ୟୁର କାରଣAssassination
ଜାତୀୟତାପାକିସ୍ଥାନୀ
Orangi Pilot Project
ପ୍ରସିଦ୍ଧିDirector of the Orangi Pilot Project, Karachi

ପରବୀନ ରହମାନ (୨୨ ଜାନୁଆରୀ ୧୯୫୭ - ୧୩ ମାର୍ଚ୍ଚ ୨୦୧୩) ଜଣେ ପାକିସ୍ଥାନୀ ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ଓରଙ୍ଗୀ ପାଇଲଟ ପ୍ରୋଜେକ୍ଟ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟର ନିର୍ଦ୍ଧେଶିକା ଥିଲେ । ତାଙ୍କୁ ୧୩ ମାର୍ଚ୍ଚ ୨୦୧୩ ମସିହାରେ ହତ୍ୟା କରାଯାଇଥିଲା ।[୧]

ଜୀବନୀ[ସମ୍ପାଦନା]

ପରବୀନ ରହମାନ ୨୨ ଜାନୁଆରୀ ୧୯୫୭ ମସିହାରେ ଢାକାରେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ଢାକା ପୂର୍ବ ପାକିସ୍ଥାନରେ (ବର୍ତ୍ତମାନ ବଙ୍ଗଳାଦେଶ ନାମରେ ଜଣା) ଥିଲା । ସେ ଏକ ବିହାରୀ ପରିବାରର ହନ୍ମନେଇଥିଲେ ଓ ୧୯୭୧ ମସିହାରେ ପୂର୍ବ ପାକିସ୍ଥାନରେ ଗୃହଯୁଦ୍ଧ ପରେ କରାଚିକୁ ଚାଲିଯାଇଥିଲେ ।[୨][୩] ସେ ୧୯୮୨ ମସିହାରେ ଦାଉଦ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ[୪] ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ଏବଂ ନେଦରଲ୍ୟାଣ୍ଡସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହାଉସିଂ ଷ୍ଟଡିଜରୁ ୧୯୮୬ ମସିହାରେ ଗୃହ ନିର୍ମାଣ ଏବଂ ସହରୀ ଯୋଜନାରେ ସ୍ନାତକୋତ୍ତର ଡିପ୍ଲୋମା ହାସଲ କରିଥିଲେ । ୧୯୮୩ ମସିହାରେ ଓରଙ୍ଗୀ ପାଇଲଟ ପ୍ରକଳ୍ପର ଯୁଗ୍ମ ନିର୍ଦ୍ଦେଶକ ହେବା ପାଇଁ ଅଖତର ହମିଦ ଖାଁଙ୍କଦ୍ୱାରା ନିଯୁକ୍ତ ହେବା ପୂର୍ବରୁ ସେ ଏକ ଘରୋଇ ସ୍ଥାପତ୍ୟ ସଂସ୍ଥାରେ ମଧ୍ୟ କାର୍ଯ୍ୟ କରିଥିଲେ ।[୫] ସେ ସେଠାରେ ଗୃହ ଏବଂ ପରିମଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୧୯୮୮ ମସିହାରେ ଓପିପି ଚାରୋଟି ସଂଗଠନରେ ବିଭକ୍ତ ହୋଇଥିଲା ଏବଂ ପରବୀନ ରହମାନ ଓପିପି-ଆରଟିଆଇ (ଓରଙ୍ଗୀ ପାଇଲଟ ପ୍ରୋଜେକ୍ଟ - ଅନୁସନ୍ଧାନ ଏବଂ ତାଲିମ ପ୍ରତିଷ୍ଠାନର) ନିର୍ଦ୍ଦେଶିକା ହୋଇଥିଲେ । ସେ ଶିକ୍ଷା, ଯୁବ ତାଲିମ, ଜଳ ଯୋଗାଣ ଏବଂ ସୁରକ୍ଷିତ ଗୃହରେ କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରିଥିଲେ ।

ହତ୍ୟା ଏବଂ ତଦନ୍ତ[ସମ୍ପାଦନା]

ମାର୍ଚ୍ଚ ୧୩, ୨୦୧୩ ମସିହାରେ ପରବୀନ ରହମାନ ଙ୍କର ମୃତ୍ୟୁ ଘଟିଥିଲା । ଚାରିଜଣ ବନ୍ଧୁକଧାରୀ ପିରାବାଦ ପୋଲିସ ଷ୍ଟେସନ ନିକଟରେ ତାଙ୍କ ଗାଡିକୁ ଗୁଳି ଚଳାଇ ପାକିସ୍ଥାନର ଗରିବ ଲୋକଙ୍କ ପାଇଁ ଜମି ଏବଂ ମୌଳିକ ସେବା ଅଧିକାର ପାଇଁ ତାଙ୍କର ୨୮ ବର୍ଷର କ୍ୟାରିଅରକୁ ସମାପ୍ତ କରିଥିଲେ । ରହମାନ କରାଚିରେ ଥିବା ଜମି ମାଫିଆ ଓ ସେମାନଙ୍କର ରାଜନୈତିକ ପୃଷ୍ଠ ପୋଷକଙ୍କୁ ସମାଲୋଚନା କରିଥିଲେ ।

ଏପ୍ରିଲ ୧୫, ୨୦୧୪ ମସିହାରେ ପାକିସ୍ଥାନର ସର୍ବୋଚ୍ଚ ନ୍ୟାୟାଳୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ରହମାନଙ୍କ ହତ୍ୟା ଘଟଣାର ଏକ ନୂତନ ତଦନ୍ତ କରିବା ପରେ ପୋଲିସ ଅଧିକାରୀମାନେ ଏହି ଘଟଣାର ତଦନ୍ତ କରିଥିଲେ । [୬][୭]

ଆଧାର[ସମ୍ପାଦନା]

  1. BBC News - Pakistan mourns murdered aid worker Parveen Rehman
  2. Abro, Khuda Bux (21 March 2013). "How the land gradually devoured the sky". Dawn. Retrieved 12 May 2020.
  3. Malik, Hasnaat (22 January 2020). "'Land grabbers murdered social worker Parveen Rehman'". Express Tribune. Retrieved 12 May 2020.
  4. CV as Board member of Saiban, submitted to Homeless International
  5. IIED, Lessons from Karachi 2008 http://pubs.iied.org/pdfs/10560IIED.pdf
  6. Main suspect in Perween Rahman murder arrested from Mansehra: police Dawn (newspaper), Updated 19 March 2015, Retrieved 15 February 2019
  7. Tanoli, Ishaq (29 March 2018). "Five men indicted in Perween Rahman murder case". Dawn (newspaper). Retrieved 15 February 2019.