ନିପୁନ୍ ଅକ୍ତର
Nipun Akter | |
---|---|
নাসরিন আক্তার নিপুণ | |
ଜନ୍ମ | Nasrin Akter Nipun ଜୁନ ୯, ୧୯୮୪ Comilla, Bangladesh |
ଜାତୀୟତା | Bangladeshi |
ବୃତ୍ତି(ସମୂହ) | Actress, model |
ସକ୍ରିୟ ବର୍ଷ | 2006 – present |
ଉଲ୍ଲେଖନୀୟ କୃତି | Pitar Ason, Boss Number One |
ଉଚ୍ଚତା | 5 ft 5 in (1.65 m) |
ସନ୍ତାନ | Tanisha[୧] |
ପୁରସ୍କାର | National Film Awards DCRA Award BABISAS Award |
ୱେବସାଇଟ | actressnipun |
ନାସ୍ରିନ୍ ଅକ୍ତର ନିପୁନ୍ ( ନିପୁନ୍ ଆକ୍ତର ନାମରେ ଜଣାଶୁଣା; ଜନ୍ମଳ ୯ ଜୁନ ୧୯୮୪; ଜନ୍ମସ୍ଥାନ: କୋମିଲା, ବାଂଲାଦେଶ) ଜଣେ ବାଂଲାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶର ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ସେ ଦୁଇଥର ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ନିପୁନ୍ ୨୦୦୬ ମସିହାରେରେ ବାଂଲାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।
ପ୍ରାଥମିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ନିପୁନ୍ ୧୯୯୯ ମସିହାରେ ତାଙ୍କର ମଧ୍ୟବର୍ତ୍ତୀ କାଳୀନ ପରୀକ୍ଷା ସମାପ୍ତ ହେବା ପରେ, ଉଚ୍ଚ ଶିକ୍ଷା ପାଇଁ ଋଷିଆ ଯାଇଥିଲେ । ସେ ମସ୍କୋ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ସ୍ନାତକ ସମାପ୍ତ କରିଥିଲେ । ତା’ ପରେ ସେ ଆମେରିକାର ଲସ ଏଞ୍ଜେଲସକୁ ଯାଇଥିଲେ ।[୨]
ଅଭିନୟ ଜୀବନ
[ସମ୍ପାଦନା]ନିପୁନ୍ ୧୯୯୯ରେ ତାଙ୍କର ଉଚ୍ଚ ଶିକ୍ଷା ପାଇଁ ବାଂଲାଦେଶ ଛାଡ଼ି ଛାଡ଼ି ଦେଇଥିଲେ । ୨୦୦୪ ପର୍ଯ୍ୟନ୍ତ ସେ ଋଷିଆର ମସ୍କୋରେ ଅଧ୍ୟୟନ କରିଥିଲେ, ଯେଉଁ ସମୟରେ ସେ ବିବାହ କରିଥିଲେ ଏବଂ ମସ୍କୋରୁ ପଢ଼ା ସାରି ଯୁକ୍ତରାଷ୍ଟ୍ର ଆମେରିକା ଚାଲିଯାଇଥିଲେ । ସେଠାରେ ସେ ଏକ ଫାର୍ମାସିରେ ଚାକିରି କରୁଥିଲେ । ଆମରିକାରେ ତାଙ୍କ ଜୀବନ ଯଥେଷ୍ଟ ଭଲ ଥିଲା । ୨୦୦୬ ମସିହାରେ ସେ ବାଂଲଦେଶ ବୁଲିବାକୁ ଆସିଥିବାବେଳେ ହଠାତ୍ ତାଙ୍କୁ ଫିଲ୍ମରେ ଅଭିନୟ ପାଇଁ ଅଫର୍ ମିଳିଥିଲା । ଯେହେତୁ ତାଙ୍କ ପରିବାରରେ କେହି କେବେ ଫିଲ୍ମରେ ଅଭିନୟ କରି ନଥିଲେ, ତେଣୁ ସେ କୌତୁହଳ ବସତଃ କଥାଚିତ୍ରରେ ଅଭିନୟ କରିବାକୁ ରାଜି ହୋଇଥିଲେ ।
ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା 'ରତ୍ନୋଗର୍ଭୋମ', ଯେଉଁଥିରେ ସେ ମନ୍ନାଙ୍କ ସହ ଅଭିନୟ କରିଥିଲେ, କିନ୍ତୁ ସବୁଠାରୁ ବଡ଼ କଥା ହେଉଛି କି ତାଙ୍କ ଅଭିନୀତ ଏହି ପ୍ରଥମ କଥାଚିତ୍ରଟି ମୁକ୍ତିଲାଭ କରିପାରିନାହିଁ ଏବଂ ଏଯାବତ୍ ମଧ୍ୟ ମୁକ୍ତିଲାଭ ହୋଇନାହିଁ । ମୁକ୍ତିଲାଭ କରିଥିବା ତାଙ୍କର ପ୍ରଥମ କଥାଚିତ୍ର ହେଉଛି 'ପିତାର୍ ଆସୋନ୍', ଯେଉଁଥିରେ ସେ ସାକିବ୍ ଖାନ୍ଙ୍କ ସହ ରାଇକା ଭୂମିକାରେ ଅଭିନୟ କରିଥିଲେ ।[୩]
ସେ ବାଂଲାଦେଶୀ ଫିଲ୍ମରେ ସଫଳତା ପାଇବା ପରେ ଭାରତୀୟ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ବାଂଲାଦେଶୀ ସିନେ ତାରକା ଫିର୍ଦୋଶ୍ ଏବଂ ପ୍ରସିଦ୍ଧ ଭାରତୀୟ ବଙ୍ଗଳା ଅଭିନେତା ପ୍ରସନ୍ନଜିତ ଚାଟାର୍ଜୀଙ୍କ ସହ ସେ 'ପରିଚୟ' ନାମକ ଏହି ଚଳଚ୍ଚିତ୍ର ଅଭିନୟ କରିଛନ୍ତି । ନିପୁନ୍ ଦକ୍ଷୀଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି ।
୨୦୧୭ ମସିହାରେ ନିପୁନ୍ ବାଂଲାଦେଶ ଚଳଚ୍ଚିତ୍ର ବିକାଶ ନିଗମର ଜଣେ ସକ୍ରିୟ ସଦସ୍ୟା ଭାବରେ ନିର୍ବାଚିତ ହୋଇଛନ୍ତି।[୪]
ପୁରସ୍କାର
[ସମ୍ପାଦନା]ନିପୁନ୍ ଏ ପର୍ଯ୍ୟନ୍ତ ସମୁଦାୟ ଦୁଇଟି ବାଂଲାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ତାଙ୍କ ଅଭିନୀତ କଥାଚିତ୍ର ସଜଘର ପାଇଁ ତାଙ୍କୁ ପ୍ରଥମ ବାଂଲାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ଏବଂ ୨୦୦୯ ମସିହାରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଚାଦେର ମୋଟୋ ବୋଉ ପାଇଁ ସେ ଆଉଥରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।
୨୦୦୬ ମସିହାରେ ତାଙ୍କୁ ଏକ ପୁରସ୍କାର ଉତ୍ସବରେ ନୂଆ ଚେହାର ସମ୍ମାନ, ୨୦୦୭ ମସିହାରେ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । ସେ ପାଇଥିବା ପୁରସ୍କାର ମଧ୍ୟରେ ବାବିସାସ୍ ପୁରସ୍କାର, ଡିସିଆର୍ଏ ପୁରସ୍କାର ଆଦି ମଧ୍ୟ ରହିଛି ।
ଆଧାର
[ସମ୍ପାଦନା]- ↑ লন্ডনে মেয়ের সঙ্গে নিপুণ. banglanews24.com (in Bengali). Archived from the original on 6 September 2014. Retrieved 2 February 2015.
- ↑ প্রবাস জীবন ফেলে রেখে বাংলাদেশের সিনেমা জগতে নিপুণ আক্তার. BBC Bangla (in Bengali). 9 September 2014. Retrieved 2 February 2015.
- ↑ ৭টি ছবি মুক্তি পেয়েছিল. Manob Kantha (in Bengali). Archived from the original on 10 July 2013. Retrieved 26 January 2015.
- ↑ মৌসুমীর স্থলাভিষিক্ত হলেন নিপুণ. Priyo.com. Retrieved 2017-10-12.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନିପୁନ୍ ଅକ୍ତର