ନିପୁନ୍ ଅକ୍ତର

ଉଇକିପିଡ଼ିଆ‌ରୁ
(Nipun Akterରୁ ଲେଉଟି ଆସିଛି)
Nipun Akter
নাসরিন আক্তার নিপুণ
ଜନ୍ମ
Nasrin Akter Nipun

(1984-06-09) ଜୁନ ୯, ୧୯୮୪ (ବୟସ ୩୯)
Comilla, Bangladesh
ଜାତୀୟତାBangladeshi
ବୃତ୍ତି(ସମୂହ)Actress, model
ସକ୍ରିୟ ବର୍ଷ2006 – present
ଉଲ୍ଲେଖନୀୟ କୃତିPitar Ason, Boss Number One
ଉଚ୍ଚତା5 ft 5 in (1.65 m)
ସନ୍ତାନTanisha[୧]
ପୁରସ୍କାରNational Film Awards
DCRA Award
BABISAS Award
ୱେବସାଇଟactressnipun.com

ନାସ୍‌ରିନ୍ ଅକ୍ତର ନିପୁନ୍ ( ନିପୁନ୍ ଆକ୍ତର ନାମରେ ଜଣାଶୁଣା; ଜନ୍ମଳ ୯ ଜୁନ ୧୯୮୪; ଜନ୍ମସ୍ଥାନ: କୋମିଲା, ବାଂଲାଦେଶ) ଜଣେ ବାଂଲାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶର ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ସେ ଦୁଇଥର ବାଂଲାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ନିପୁନ୍ ୨୦୦୬ ମସିହାରେରେ ବାଂଲାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ପ୍ରାଥମିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ନିପୁନ୍ ୧୯୯୯ ମସିହାରେ ତାଙ୍କର ମଧ୍ୟବର୍ତ୍ତୀ କାଳୀନ ପରୀକ୍ଷା ସମାପ୍ତ ହେବା ପରେ, ଉଚ୍ଚ ଶିକ୍ଷା ପାଇଁ ଋଷିଆ ଯାଇଥିଲେ । ସେ ମସ୍କୋ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ସ୍ନାତକ ସମାପ୍ତ କରିଥିଲେ । ତା’ ପରେ ସେ ଆମେରିକାର ଲସ ଏଞ୍ଜେଲସକୁ ଯାଇଥିଲେ ।[୨]

ଅଭିନୟ ଜୀବନ[ସମ୍ପାଦନା]

ନିପୁନ୍‌ ୧୯୯୯ରେ ତାଙ୍କର ଉଚ୍ଚ ଶିକ୍ଷା ପାଇଁ ବାଂଲାଦେଶ ଛାଡ଼ି ଛାଡ଼ି ଦେଇଥିଲେ । ୨୦୦୪ ପର୍ଯ୍ୟନ୍ତ ସେ ଋଷିଆର ମସ୍କୋରେ ଅଧ୍ୟୟନ କରିଥିଲେ, ଯେଉଁ ସମୟରେ ସେ ବିବାହ କରିଥିଲେ ଏବଂ ମସ୍କୋରୁ ପଢ଼ା ସାରି ଯୁକ୍ତରାଷ୍ଟ୍ର ଆମେରିକା ଚାଲିଯାଇଥିଲେ । ସେଠାରେ ସେ ଏକ ଫାର୍ମାସିରେ ଚାକିରି କରୁଥିଲେ । ଆମରିକାରେ ତାଙ୍କ ଜୀବନ ଯଥେଷ୍ଟ ଭଲ ଥିଲା । ୨୦୦୬ ମସିହାରେ ସେ ବାଂଲଦେଶ ବୁଲିବାକୁ ଆସିଥିବାବେଳେ ହଠାତ୍ ତାଙ୍କୁ ଫିଲ୍ମରେ ଅଭିନୟ ପାଇଁ ଅଫର୍ ମିଳିଥିଲା । ଯେହେତୁ ତାଙ୍କ ପରିବାରରେ କେହି କେବେ ଫିଲ୍ମରେ ଅଭିନୟ କରି ନଥିଲେ, ତେଣୁ ସେ କୌତୁହଳ ବସତଃ କଥାଚିତ୍ରରେ ଅଭିନୟ କରିବାକୁ ରାଜି ହୋଇଥିଲେ ।

ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା 'ରତ୍ନୋଗର୍ଭୋମ', ଯେଉଁଥିରେ ସେ ମନ୍ନାଙ୍କ ସହ ଅଭିନୟ କରିଥିଲେ, କିନ୍ତୁ ସବୁଠାରୁ ବଡ଼ କଥା ହେଉଛି କି ତାଙ୍କ ଅଭିନୀତ ଏହି ପ୍ରଥମ କଥାଚିତ୍ରଟି ମୁକ୍ତିଲାଭ କରିପାରିନାହିଁ ଏବଂ ଏଯାବତ୍ ମଧ୍ୟ ମୁକ୍ତିଲାଭ ହୋଇନାହିଁ । ମୁକ୍ତିଲାଭ କରିଥିବା ତାଙ୍କର ପ୍ରଥମ କଥାଚିତ୍ର ହେଉଛି 'ପିତାର୍ ଆସୋନ୍', ଯେଉଁଥିରେ ସେ ସାକିବ୍ ଖାନ୍‌ଙ୍କ ସହ ରାଇକା ଭୂମିକାରେ ଅଭିନୟ କରିଥିଲେ ।[୩]

ସେ ବାଂଲାଦେଶୀ ଫିଲ୍ମରେ ସଫଳତା ପାଇବା ପରେ ଭାରତୀୟ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ବାଂଲାଦେଶୀ ସିନେ ତାରକା ଫିର୍ଦୋଶ୍ ଏବଂ ପ୍ରସିଦ୍ଧ ଭାରତୀୟ ବଙ୍ଗଳା ଅଭିନେତା ପ୍ରସନ୍ନଜିତ ଚାଟାର୍ଜୀଙ୍କ ସହ ସେ 'ପରିଚୟ' ନାମକ ଏହି ଚଳଚ୍ଚିତ୍ର ଅଭିନୟ କରିଛନ୍ତି । ନିପୁନ୍ ଦକ୍ଷୀଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି ।

୨୦୧୭ ମସିହାରେ ନିପୁନ୍ ବାଂଲାଦେଶ ଚଳଚ୍ଚିତ୍ର ବିକାଶ ନିଗମର ଜଣେ ସକ୍ରିୟ ସଦସ୍ୟା ଭାବରେ ନିର୍ବାଚିତ ହୋଇଛନ୍ତି।[୪]

ପୁରସ୍କାର[ସମ୍ପାଦନା]

ନିପୁନ୍ ଏ ପର୍ଯ୍ୟନ୍ତ ସମୁଦାୟ ଦୁଇଟି ବାଂଲାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ତାଙ୍କ ଅଭିନୀତ କଥାଚିତ୍ର ସଜଘର ପାଇଁ ତାଙ୍କୁ ପ୍ରଥମ ବାଂଲାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ଏବଂ ୨୦୦୯ ମସିହାରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଚାଦେର ମୋଟୋ ବୋଉ ପାଇଁ ସେ ଆଉଥରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।

୨୦୦୬ ମସିହାରେ ତାଙ୍କୁ ଏକ ପୁରସ୍କାର ଉତ୍ସବରେ ନୂଆ ଚେହାର ସମ୍ମାନ, ୨୦୦୭ ମସିହାରେ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । ସେ ପାଇଥିବା ପୁରସ୍କାର ମଧ୍ୟରେ ବାବିସାସ୍ ପୁରସ୍କାର, ଡିସିଆର୍‌ଏ ପୁରସ୍କାର ଆଦି ମଧ୍ୟ ରହିଛି ।

ଆଧାର[ସମ୍ପାଦନା]

  1. লন্ডনে মেয়ের সঙ্গে নিপুণ. banglanews24.com (in Bengali). Archived from the original on 6 September 2014. Retrieved 2 February 2015.
  2. প্রবাস জীবন ফেলে রেখে বাংলাদেশের সিনেমা জগতে নিপুণ আক্তার. BBC Bangla (in Bengali). 9 September 2014. Retrieved 2 February 2015.
  3. ৭টি ছবি মুক্তি পেয়েছিল. Manob Kantha (in Bengali). Archived from the original on 10 July 2013. Retrieved 26 January 2015.
  4. মৌসুমীর স্থলাভিষিক্ত হলেন নিপুণ. Priyo.com. Retrieved 2017-10-12.

ବାହାର ଆଧାର[ସମ୍ପାଦନା]