ଧର୍ମପଦ
ଧର୍ମପଦ | |
---|---|
ବୃତ୍ତି | ଐତିହାସିକ ସ୍ଥପତି |
ପ୍ରସିଦ୍ଧି | କୋଣାର୍କ ମନ୍ଦିର |
ପିତାମାତା | ବିଶୁ ମହାରଣା |
ଧର୍ମପଦ, କୋଣାର୍କ ମନ୍ଦିରର ମୁଣ୍ଡି ମାରି ପ୍ରାଣ ବଳି ଦେଇଥିଲେ । ସେ ଓଡ଼ିଆ ସ୍ଥପତି ବିଶୁ ମହାରଣାଙ୍କ ପୁତ୍ର ଥିଲେ । ଯେତେବେଳେ ରାଜା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ୧୨୦୦ କାରିଗରଙ୍କୁ ନେଇ ମନ୍ଦିର ନିର୍ମାଣ କଲେ, ମନ୍ଦିରର ଶୃଙ୍ଗ ପର୍ଯ୍ୟନ୍ତ କାମ ସରିଗଲା ପରେ ତାହାର ମୁଣ୍ଡି ମାରିବା କମ କେହି କରିପାରିଲେନି । ମନ୍ଦିର ଅସମ୍ପୂର୍ଣ ହେଇ ରହିଯିବାର ଆଶଙ୍କା ସୃଷ୍ଟି ହେଲା । ସେତେବେଳେ ମୁଖ୍ୟ ସ୍ଥପତି ବିଶୁ ମହାରଣାଙ୍କ ୧୨ ବର୍ଷର ପୁଅ ଧର୍ମପଦ ନିଜେ ମନ୍ଦିର ଉପରକୁ ଚଢି ନିଜର ବୁଦ୍ଧି ବଳରେ ମନ୍ଦିରର ମୁଣ୍ଡି ମାରିବାରେ ସଫଳ ହେଲେ ଓ ସେଇ କଥାକୁ ଗୋପନ ରଖିବାକୁ ସାଗରକୁ ଲମ୍ଫ ପ୍ରଦାନ କରି ନିଜର ପ୍ରାଣବଳି ଦେଲେ ।[୧]
କିମ୍ବଦନ୍ତୀ
[ସମ୍ପାଦନା]ପୂର୍ବୋତ୍ତର ଗଙ୍ଗା ବଂଶୀୟ ରାଜା ନରସିଂହ ଦେବ ବଙ୍ଗୋପସାଗର ତଟରେ ଥିବା କୋଣାର୍କଠାରେ ସୂର୍ଯ୍ୟ ଉପାସନା ପାଇଁ ମନ୍ଦିର ନିର୍ମାଣ କରିବାକୁ ମୁଖ୍ୟ ସ୍ଥପତି ବିଶୁ ମହାରଣାଙ୍କ ଅଧୀନରେ ୧୨୦୦ କାରିଗରଙ୍କୁ ନିୟୋଜିତ କରିଥିଲେ । ଦୀର୍ଘ ୫ ବର୍ଷ ଧରି ଏହି ମନ୍ଦିରର ନିର୍ମାଣ ଚାଲିଥିଲା । ତେବେ ଏହା ସମାପ୍ତ ହେବା ଆଗରୁ କିନ୍ତୁ ସମସ୍ତେ ଏହାର ମୁଣ୍ଡି ମାରିବାରେ ବିଫଳ ହେଲେ । ଯେତେ ଚେଷ୍ଟା କଲେ ବି ମନ୍ଦିର ମୁଣ୍ଡିରେ ଯୋଡା ଯାଉଥିବା ପ୍ରସ୍ତର ଖସିଗଲା । ରାଜା ଶେଷକୁ ବିରକ୍ତ ହେଇ ଆସନ୍ତା ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମନ୍ଦିର ନିର୍ମାଣ ଶେଷ ନ ହେଲେ ୧୨୦୦ ଜଣ କାକ କାରିଗରଙ୍କୁ ଶିରଚ୍ଛେଦ କରିବାକୁ ଚରମ ବାଣୀ ଶୁଣେଇଲେ ।
ଯେତେବେଳେ ସନ୍ଧ୍ୟାରେ ବିଶୁ ମହାରଣାଙ୍କ ୧୨ ବର୍ଷୀୟ ପୁତ୍ର ଧର୍ମପଦ ପିତାଙ୍କୁ ବିଷାଦ ଗ୍ରସ୍ତ ଅବସ୍ଥାରେ ବସିଥିବାର ଦେଖି ପଚାରିଲେ ବିଶୁ ସେକଥା କହିଲେ ।[୨] ଧର୍ମପଦ ଅଲୌକିକ ଭାବରେ ମନ୍ଦିର ଉପରକୁ ଯାଇ ମୁଣ୍ଡି ମାରିଦେବାରେ ସଫଳ ହେଲେ । ତତ୍ ପରେ ୧୨୦୦ କାରିଗର ପୁନଶ୍ଚ ଚିନ୍ତାରେ ପଡିଲେ ଯେ ଯଦି ରାଜା ଜାଣିବେ ୧୨ ବର୍ଷର ପିଲା ହିଁ କରିଦେଲା ଯାହା ୧୨୦୦ କାରିଗର କରି ପାରିଲେନି , ତେବେ ରାଜା ହୁଏତ ସମସ୍ତଙ୍କୁ ପ୍ରାଣଦଣ୍ଡ ଦେଇ ପାରନ୍ତି । ଧର୍ମପଦ ଏହା ଶୁଣି ନିଜେ ମନ୍ଦିର ଉପରକୁ ଯାଇ ସାଗରକୁ ଲମ୍ଫ ପ୍ରଦାନ କରି ପ୍ରାଣବଳି ଦେଲେ ଏହି କଥା ଯେପରି ସବୁଦିନ ପାଇଁ ଗୋପନ ରହେ ।
ପ୍ରବାଦ ରହିଲା "୧୨୦୦ କାରିଗରରେ ଦାୟ ନା ଧର୍ମପଦରେ ଦାୟ" ଧର୍ମପଦ ଓଡ଼ିଆ ଇତିହାସରେ ପ୍ରଥମ ସହିଦର ମାନ୍ୟତା ପାଇଥାଆନ୍ତି। ସେ ୧୨୦୦ କାରିଗରଙ୍କ ଜୀବନ ବଞ୍ଚାଇବାକୁ ନିଜର ପ୍ରାଣବଳି ଦେଇ ଇତିହାସରେ ଅମର ହେଇ ରହିଲେ ।[୩]
ଆଧାର
[ସମ୍ପାଦନା]- ↑ Pragati Mohanty (2008). Hotel Industry And Tourism In India. APH Publishing. pp. 10–. ISBN 978-81-313-0341-2.
- ↑ Jagdish Chandera Mathur; Mohan Rakesh (September 2004). Konark. Rajkamal Prakashan Pvt Ltd. pp. 11–. ISBN 978-81-7119-094-2.
- ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2021-07-01. Retrieved 2018-02-23.
{{cite web}}
: Cite has empty unknown parameter:|1=
(help)