ଧର୍ମପଦ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଧର୍ମପଦ , ଓଡ଼ିଶା ଇତିହାସ ରେ ଜଣେ ପ୍ରବାଦ ପୁରୁଷ ହେଇଥିଲେ ଯେତେବେଳେ ସେ କୋଣାର୍କ ମନ୍ଦିର ର ମୁଣ୍ଡି ମାରି ପ୍ରାଣ ବଳି ଦେଇଥିଲେ । ଧର୍ମପଦ ,  ଜଣେ ବିଶିଷ୍ଠ ଓଡ଼ିଆ ସ୍ଥପତିଙ୍କ  ପୁତ୍ର ଥିଲେ । ଯେତେବେଳେ ରାଜା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ୧୨୦୦ କାରିଗର ଙ୍କୁ ନେଇ ମନ୍ଦିର ନିର୍ମାଣ କଲେ , ମନ୍ଦିର ର ଶୃଙ୍ଗ ପର୍ଯ୍ୟନ୍ତ କାମ  ସରିଗଲା ପରେ ତାହାର ମୁଣ୍ଡି ମାରିବା କମ କେହି କରିପାରିଲେନି । ମନ୍ଦିର ଅସମ୍ପୂର୍ଣ ହେଇ ରହିଯିବାର ଆଶଙ୍କା ସୃଷ୍ଟି ହେଲା । ସେତେ ବେଳେ ମୁଖ୍ୟ ସ୍ଥପତି ବିଶୁ ମହାରଣା  ଙ୍କ ୧୨ ବର୍ଷ ର ପୁଅ ଧର୍ମପଦ ନିଜେ ମନ୍ଦିର ଉପରକୁ ଚଢି ନିଜର ଅଲୌକିକ ବୁଦ୍ଧି ବଳରେ ମନ୍ଦିର ର ମୁଣ୍ଡି ମାରିବାରେ ସଫଳ ହେଲେ ଓ ସେଇ କଥା କୁ ଗୋପନ ରଖିବାକୁ ସାଗର କୁ ଲମ୍ଫ ପ୍ରଦାନ କରି ନିଜର ପ୍ରାଣବଳି ଦେଲେ । 

କିମ୍ବଦନ୍ତୀ [ସମ୍ପାଦନା]

ପୂର୍ବୋତ୍ତର  ଗଙ୍ଗା ବଂଶୀୟ ରାଜା ନରସିଂହ ଦେବ ବଙ୍ଗୋପସାଗର ତଟ ରେ ଥିବା କୋଣାର୍କ ଠାରେ ସୂର୍ଯ୍ୟ ଉପାସନା ପାଇଁ ମନ୍ଦିର ନିର୍ମାଣ କରିବାକୁ ମୁଖ୍ୟ ସ୍ଥପତି ବିଶୁ ମହାରଣା ଙ୍କ ଅଧୀନ ରେ ୧୨୦୦ କାରିଗର ଙ୍କୁ ନିୟୋଜିତ କରିଥିଲେ । ଦୀର୍ଘ ୫ ବର୍ଷ ଧରି ଏହି ମନ୍ଦିର ର ନିର୍ମାଣ ଚାଲିଥିଲା । ତେବେ ଏହା ସମାପ୍ତ ହେବା ଆଗରୁ କିନ୍ତୁ ସମସ୍ତେ ଏହାର ମୁଣ୍ଡି ମାରିବାରେ ବିଫଳ ହେଲେ । ଯେତେ ଚେଷ୍ଟା କାଲେ ଭି ମନ୍ଦିର ମୁଣ୍ଡି ରେ ଯୋଡା ଯାଉଥିବା ପ୍ରସ୍ତର ଖସିଗଲା । ରାଜା ଶେଷକୁ ବିରକ୍ତ ହେଇ ଆରା ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମନ୍ଦିର ନିର୍ମାଣ ଶେଷ ନ ହେଲେ ୧୨୦୦ ଜଣ କାକ କାରିଗର ଙ୍କୁ ଶିରକ୍ଷେଦ କରିବାକୁ ଚରମ ବାଣୀ ଶୁଣେଇଲେ । 


ଯେତେବେଳେ ସନ୍ଧ୍ୟା ରେ ବିଶୁ ମହାରଣା ଙ୍କ ୧୨ ବର୍ଷୀୟ ପୁତ୍ର ଧର୍ମପଦ ପିତା ଙ୍କୁ ବିଷାଦ ଗ୍ରସ୍ତ ଅବସ୍ଥା ରେ ବସିଥିବାର ଦେଖି ପଚାରିଲେ ବିଶୁ ସେକଥା କହିଲେ । ଧର୍ମପଦ ଅଲୌକିକ ଭାବରେ ମନ୍ଦିର ଉପରକୁ ଯାଇ ମୁଣ୍ଡି ମାରିଦେବାରେ ସଫଳ ହେଲେ । ତତ୍ ପରେ ୧୨୦୦ କାରିଗର ପୁନଶ୍ଚ ଚିନ୍ତା ରେ ପଡିଲେ ଯେ ଯଦି ରାଜା ଜାଣିବେ ୧୨ ବର୍ଷ ର ପିଲା ହିଁ କରିଦେଲା ଯାହା ୧୨୦୦ କାରିଗର କରି ପାରିଲେନି , ତେବେ ରାଜା ହୁଏତ ସମସ୍ତଙ୍କୁ ପ୍ରାଣଦଣ୍ଡ ଦେଇ ପାରନ୍ତି । ଧର୍ମପଦ ଏହା ଶୁଣି ନିଜେ ମନ୍ଦିର ଉପରକୁ ଯାଇ ସାଗର କୁ ଲମ୍ଫ ପ୍ରଦାନ କରି ପ୍ରାଣବଳି ଦେଲେ ଏହି କଥା ଯେପରି ସବୁଦିନ ପାଇଁ ଗୋପନ ରହେ । 


ପ୍ରବାଦ ରହିଲା " ୧୨୦୦ କାରିଗର ରେ ଦାୟ , ନା ଧର୍ମପଦ ରେ ଦାୟ "  ଧର୍ମପଦ ଓଡ଼ିଆ ଇତିହାସ ରେ ପ୍ରଥମ ସହିଦ ର ମାନ୍ୟତା ପାଇଥାଆନ୍ତି। ସେ ୧୨୦୦  କାରିଗର ଙ୍କ ଜୀବନ ବଞ୍ଚାଇବାକୁ ନିଜର ପ୍ରାଣବଳି ଦେଇ ଇତିହାସ ରେ ଅମର ହେଇ ରହିଲେ ।  

କୋଣାର୍କ ସୂର୍ଯ୍ୟମନ୍ଦିର [ସମ୍ପାଦନା]

୧୩ ତମ ଶତାବ୍ଦୀ ରେ ନିର୍ମିତ ଏହି କୋଣାର୍କ ମନ୍ଦିର ଏବେ ଭି ରହିଛି । ଯଦିଓ ମୁଖ୍ୟ ମନ୍ଦିର କାଳ ର କରାଳ ଚକ୍ର ରେ ନଷ୍ଟ ହେଇ ଯାଇଛି , ମନ୍ଦିର ର ମୁଖଶାଳା ଏବେ ରହିଛି । ଏହି ମନ୍ଦିର ଏହାର ସୁନ୍ଦର ପ୍ରସ୍ତର କଲା ପାଇଁ ପୃଥିବୀ ବିଖ୍ୟାତ । ବିଶାଳକାୟ ପ୍ରସ୍ତର ଚକ ଥାଇ ଏହା ଏକ ରଥ ଆକୃତି ରେ ନିର୍ମିତ ହେଇଥିଲା । ଏହାର ସାମ୍ନା ଭାଗ ରେ ବିଶାଳ ଘୋଡା ମଧ୍ୟ ରହିଛି । ମନ୍ଦିର ର ସବୁ କାନ୍ଥ  ସୂକ୍ଷ୍ମ କଳା-କୃତି ଖୋଦେଇ ହେଇଥିବା ପ୍ରସ୍ତର ରେ ନିର୍ମିତ । 

ପ୍ରଶିଧ୍ହ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା [ସମ୍ପାଦନା]

କୋଣାର୍କ ମନ୍ଦିର ଏବେ ବିଶ୍ଵ ର ଅତି ମୁଲ୍ଯବନ ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ପ୍ରାପ୍ତ ହେଇ ଦେଶ ବିଦେଶ ରୁ ଅନେକ ପର୍ଯ୍ୟଟକ ଙ୍କୁ ଦୈନିକ ଆକର୍ଷିତ କରିଥାଏ । 

 ଗମନା ଗମନ ସୁବିଧା[ସମ୍ପାଦନା]

   କୋଣାର୍କ ମନ୍ଦିର ପୂର୍ବରୁ ସମୁଦ୍ର ତଟ ରେ ଥିବା ବିଷୟ ଇତିହାସ ରେ ଉଲ୍ଲେଖ ଥିଲେ ମଧ୍ୟ କାଳ କ୍ରମେ ସମୁଦ୍ର ପ୍ରାୟ ୧ କିଲୋମିଟର ଦୂର କୁ ଘୁଚି ଯାଇଛି । ତେବେ କୋଣାର୍କ , ଓଡ଼ିଶା ର ରାଜଧାନୀ ଭୁବନେଶ୍ବର ଠାରୁ ପ୍ରାୟ ୪୦ କିଲୋମିଟର ଦୂର ଏବଂ ସଡକ ପଥ ଦ୍ଵାରା ସହଜ ରେ ଯାଇ ହୁଏ । 

ଦେଖନ୍ତୁ [ସମ୍ପାଦନା]

  • Dhammapada

ବାହ୍ୟ ସଂଯୋଗ [ସମ୍ପାଦନା]