ଜାଭାସ୍କ୍ରିପ୍ଟ
ପାରାଡ଼ିଜିମ୍ | Multi-paradigm: event-driven, functional, imperative, object-oriented programming |
---|---|
ପ୍ରଥମେ ଦେଖାଯାଇଥିଲା | ଡିସେମ୍ବର 4, 1995[୧] |
ଡିଜାଇନ କରିଥିଲେ | Brendan Eich of Netscape initially; others have also contributed to the ECMAScript standard |
ସ୍ଥାୟୀ ରିଲିଜ | ECMAScript 2024[୨] (ଜୁନ 2024 ) |
ପୂର୍ବାଲୋକନ ରିଲିଜ | ECMAScript 2025[୩] (27 ମାର୍ଚ୍ଚ 2024 ) |
ଟାଇପିଂ ପଦ୍ଧତି | Dynamic, weak, duck |
ପ୍ରମୁଖ ବ୍ୟବହାର | V8, JavaScriptCore, SpiderMonkey, Chakra |
ଏହାକୁ ପ୍ରଭାବିତ କରିଛନ୍ତି | Java,[୪][୫] Scheme,[୫] Self,[୬] AWK,[୭] HyperTalk[୮] |
ଏହା ଦ୍ଵାରା ପ୍ରଭାବିତ ହୋଇଛନ୍ତି | ActionScript, AssemblyScript, CoffeeScript, Dart, Haxe, JS++, Objective-J, Opa, TypeScript |
ୱେବସାଇଟ | www |
|
ଜାଭାସ୍କ୍ରିପ୍ଟ (ଇଂରାଜୀ: JavaScript, ସଂକ୍ଷେପରେ JS ବୋଲି ମଧ୍ୟ ଲେଖାଯାଏ) ଏକ ପ୍ରୋଗ୍ରାମିଂ ଭାଷା । ଏହା HTML, CSS ସମେତ ୱାର୍ଲ୍ଡ ୱାଇଡ଼ ୱେବର ଏକ ମୁଖ୍ୟ ଅଂଶ ।[୯] ୯୭%ରୁ ଅଧିକ ୱେବସାଇଟ ୱେବପୃଷ୍ଠାର କାର୍ଯ୍ୟକଳାପ ପାଇଁ କ୍ଲାଏଣ୍ଟ ଭାଗରେ ଜାଭାସ୍କ୍ରିପ୍ଟ ବ୍ୟବହାର କରନ୍ତି [୧୦] ଓ ସେସବୁ ପ୍ରାୟତଃ ତୃତୀୟ-ପକ୍ଷର ଲାଇବ୍ରେରୀ ଅନ୍ତର୍ଭୁକ୍ତ କରିଥାନ୍ତି ।[୧୧] ସମସ୍ତ ପ୍ରମୁଖ ୱେବ ବ୍ରାଉଜର ବ୍ୟବହାରକାରୀଙ୍କ ଡିଭାଇସରେ କୋଡ୍ କାର୍ଯ୍ୟକାରୀ କରିବା ପାଇଁ ଏକ ଉତ୍ସର୍ଗୀକୃତ ଜାଭାସ୍କ୍ରିପ୍ଟ ଇଞ୍ଜିନ ରହିଛି ।
ଜାଭାସ୍କ୍ରିପ୍ଟ ECMAscript ମାନକକୁ ଅନୁକରଣ କରିଥାଏ । ଜାଭାସ୍କ୍ରିପ୍ଟରେ ସଫ୍ଟୱେର୍ ଇଞ୍ଜିନ୍ ଆଗୁଆ କେବଳ ୱେବ ପୃଷ୍ଠାରେ ବ୍ୟବହୃତ ହେଉଥିଲା, ଏବେ କିନ୍ତୁ ଏହା ସର୍ଭର ଓ ଆପ୍ଲିକେସନ୍ ପ୍ରୋଗ୍ରାମରେ ମଧ୍ୟ ବ୍ୟବହାର ହେଲାଣି । ଜାଭା (Java) ଓ ଜାଭାସ୍କ୍ରିପ୍ଟ (JavaScript) ଦୁଇଟି ଭିନ୍ନ ପ୍ରୋଗ୍ରାମିଂ ଭାଷା ଅଟନ୍ତି ।
ଇତିହାସ
[ସମ୍ପାଦନା]ନେଟସ୍କେପ୍ କଂପାନୀରେ ଉତ୍ପତ୍ତି
[ସମ୍ପାଦନା]୧୯୯୩ ମସିହାରେ ପ୍ରଥମେ Mosaic ବ୍ରାଉଜର୍କୁ ତିଆରି କରାଯାଇଥିଲ। ଯେଉଁଥିରେ GUI ( graphical user interface ) ରହିଥିଲା । ଏହା ସାଧାରଣ ଲୋକଙ୍କଦ୍ୱାରା ବ୍ୟବହାର ପାଇଁ ସହଜ ହୋଇଥିବାରୁ ୱେବ ଆହୁରି ଆଦୃତ ହେଲା । Mosaic ବ୍ରାଉଜର୍ ମୁୁଖ୍ୟ ଇଞ୍ଜିନିୟରମାନେ ମଶି Netscape Corporation ତିଆରି କରିଥିଲେ ଏବଂ ଏହି କଂପାନୀ Netscape navigator ନାମକ ଆଉ ଏକ ବ୍ରାଉଜର୍ ତିଆରି କରିଥିଲେ ।
ମାଇକ୍ରୋସଫ୍ଟର ବ୍ରାଉଜରରେ ବ୍ୟବହାର
[ସମ୍ପାଦନା]୧୯୯୫ ମସିହାରେ ମାଇକ୍ରୋସଫ୍ଟ ଇନ୍ଟରନେଟ୍ ଏକ୍ସପ୍ଲୋରର୍ ( Internet Explorer ) ବ୍ରାଉଜର୍ ଯେତେବେଳେ ବଜାରକୁ ଛାଡିଲା ତାହା ସିଧାସଳଖ Netscape navigator ସହ ପ୍ରତିଯୋଗିତା କଲା | Netscape navigatorରେ ଥିବା ଜାଭାସ୍କ୍ରିପ୍ଟ
ଇଞ୍ଜିନ୍କୁ ବିଶ୍ଳେଷଣ କରି ନିଜର ଏକ ନୂଆ ଜେସ୍କ୍ରିପ୍ଟ (Jscript) ବାହାର କରିଥିଲା | ଜେସ୍କ୍ରିପ୍ଟ ୧୯୯୬ ମସିହାରେ ଆସିଲା, ଏବଂ CSS ଓ HTMLକୁ ଏହା ଚଲେଇବା ପାଇଁ ଏଥିରେ ବିଶେଷ ସୁବିଧା ଦିଆଯାଇଥିଲା | ଯେହେତୁ Netscape navigatorରେ ଥିବା ଜାଭାସ୍କ୍ରିପ୍ଟ ଏହା ଅଲଗା ଥିଲା ତେଣୁ ୱେବସାଇଟ ତିଆରି କଲାବେଳେ ବହୁତ ଅସୁବିଧା ହେଉଥିଲା| ତେଣୁ ୱେବସାଇଟଗୁଡ଼ିକ ଏହିପରି "best viewed in Netscape" and "best viewed in Internet Explorer" ଲୋଗୋ ବ୍ୟବହାର କରୁଥିଲେ |
ଜେସ୍କ୍ରିପ୍ଟର ପ୍ରାଧାନ୍ୟ
[ସମ୍ପାଦନା]ନେଟସ୍କେପ୍ ୧୯୯୬ ମସିହାରେ ଜାଭାସ୍କ୍ରିପ୍ଟକୁ ECMA International[୧୨] ପ୍ରଦାନ କରିଥିଲା , ଯାହାଦ୍ୱାରା ଏକ ମାନକ ପ୍ରସ୍ତୁତ କରାଯାଇପାରିବ ଏବଂ ଏହାକୁ ସବୁ ବ୍ରାଉଜର୍ ତିଆରି କରୁଥିବା କଂପାନୀମାନେ ଅନୁସରଣ କରିପାରିବେ | ଏହା ପରେ ୧୯୯୭ ମସିହାରେ ECMA ସ୍କ୍ରିପ୍ଟ ଭାଷାର ନିର୍ଦ୍ଦିଷ୍ଟକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା | ଏହି କାମ କିଛି ବର୍ଷ ଚାଲିଲା ପରେ ୧୯୯୮ରେ ECMAScript2 ଓ ୧୯୯୯ରେ ECMAScript3 ମାନକ ପ୍ରସ୍ତୁତ କରାଯାଇଥିଲା | ୨୦୦୦ ମସିହାରେ ECMAScript4ର କାମ ମଧ୍ୟ ଚାଲିଥିଲା |
୨୦୦୦ ମସିହା ବେଳକୁ ମାଇକ୍ରୋସଫ୍ଟ ବ୍ରାଉଜର୍ ବଜାରରେ ୯୫% ଭାଗ କବ୍ଜା କରିଥିଲା | ଏହାର ଅର୍ଥ ଏଥିରେ ବ୍ୟବହୃତ ଜେସ୍କ୍ରିପ୍ଟ କ୍ଲାଏଣ୍ଟ ଭାଗରେ ବ୍ୟବହାର ହେବା ପାଇଁ ଏକ ପ୍ରକାର ମାନକ ହୋଇସାରିଥିଲା| ପ୍ରାରମ୍ଭରୁ ମାଇକ୍ରୋସଫ୍ଟ ECMA ମାନକ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି କିଛିଟା ପ୍ରସ୍ତାବକୁ ନିଜ ବ୍ରାଉଜର୍ରେ କାର୍ଯ୍ୟକାରୀ କରିଥିଲା କିନ୍ତୁ ପରେ ସେ ଏଥିରୁ ଓହରିଯାଇଥିଲା ଯାହାଫଳରେ ECMAScript4ର ଏହା ଅଟକିଯାଇଥିଲା |
ଆଧାର
[ସମ୍ପାଦନା]- ↑ Press release announcing JavaScript, "Netscape and Sun announce JavaScript", PR Newswire, December 4, 1995
- ↑ "ECMAScript® 2024 Language Specification". ଜୁନ 2024. Retrieved 30 ଅଗଷ୍ଟ 2024.
- ↑ "ECMAScript® 2025 Language Specification". 27 ମାର୍ଚ୍ଚ 2024. Retrieved 17 ଅପ୍ରେଲ 2024.
- ↑ Seibel, Peter (September 16, 2009). Coders at Work: Reflections on the Craft of Programming. ISBN 9781430219484. Archived from the original on December 24, 2020. Retrieved December 25, 2018.
Eich: The immediate concern at Netscape was it must look like Java.
- ↑ ୫.୦ ୫.୧ "Chapter 4. How JavaScript Was Created". speakingjs.com. Archived from the original on 2020-02-27. Retrieved 2017-11-21.
- ↑ "Popularity – Brendan Eich".
- ↑ "Brendan Eich: An Introduction to JavaScript, JSConf 2010". YouTube. p. 22m. Archived from the original on August 29, 2020. Retrieved November 25, 2019.
Eich: "function", eight letters, I was influenced by AWK.
- ↑ Eich, Brendan (1998). "Foreword". In Goodman, Danny (ed.). JavaScript Bible (3rd ed.). John Wiley & Sons. ISBN 0-7645-3188-3. LCCN 97078208. OCLC 38888873. OL 712205M.
- ↑ Flanagan, David. JavaScript – The definitive guide (6 ed.). p. 1.
JavaScript is part of the triad of technologies that all Web developers must learn: HTML to specify the content of web pages, CSS to specify the presentation of web pages and JavaScript to specify the behaviour of web pages.
- ↑ "Usage statistics of JavaScript as client-side programming language on websites". w3techs.com. Archived from the original on 2021-08-13. Retrieved 2021-04-09.
- ↑ "Usage statistics of JavaScript libraries for websites". w3techs.com. Archived from the original on 2018-09-23. Retrieved 2021-04-09.
- ↑ "Home". Ecma International (in ଆମେରିକୀୟ ଇଂରାଜୀ). Retrieved 2022-01-25.