ଛବି ରାଜାୱତ

ଉଇକିପିଡ଼ିଆ‌ରୁ
ଛବି ରାଜାୱତ
ଭାରତ, ୨୦୧୨ ମସିହାରେ ବିଶ୍ୱ ଆର୍ଥିକ ମଞ୍ଚ ଉପରେ ତାଙ୍କର ଛବି
ଜନ୍ମ
ଜୟପୁର, ରାଜସ୍ଥାନ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଋଷୀ ବେଲୀ ସ୍କୁଲ, ମେୟୋ କଲେଜ ଗ୍ୟାର୍ଲ ସ୍କୁଲ - ଅଜମେର , ଲେଡି ଶ୍ରୀରାମ କଲେଜ ଦିଲ୍ଲୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମର୍ଡନ ମ୍ୟାନେଜମେଣ୍ଟ - ପୁନେ
ବୃତ୍ତିସରପଞ୍ଚ

ଛବି ରାଜାୱତ (ଜନ୍ମ : ୧୯୮୦) ଜୟପୁରଠାରୁ 60 kilometres (37 mi) ଦୂର ଟ୍ରଙ୍କ ଜିଲ୍ଲାର ସୋଢା ନାମକ ଏକ ଛୋଟ ଗ୍ରାମର ସରପଞ୍ଚ ଅଟନ୍ତି । ସେ ଭାରତର ସବୁଠାରୁ କମ ବୟସ ଏବଂ ବୋଧ ହୁଏ ଏକମାତ୍ର ଏମ.ବି.ଏ ସରପଞ୍ଚ ଅଟନ୍ତି ।[୧] ସେ ନଭେମ୍ବର ୨୦୧୩ରେ ସ୍ଥାପିତ "ଭାରତୀୟ ମହିଳା ବ୍ୟାଙ୍କ"ର ଜଣେ ନିର୍ଦ୍ଦେଶକ ମଧ୍ୟ ଅଟନ୍ତି । [୨]

କ୍ୟାରିଅର[ସମ୍ପାଦନା]

ପୁନେର "ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମର୍ଡନ ମ୍ୟାନେଜମେଣ୍ଟ"ରୁ ଏମବିଏର ଡିଗ୍ରୀ ହାସିଲ କରିଥିବା ଛବି ବହୁ ନାମିଦାମୀ କର୍ପୋରେଟ କମ୍ପାନୀରେ କାମ କରିଛନ୍ତି । ସେ ପରେ ଗ୍ରାମରେ ରହିବା ପାଇଁ ନିଜ ମନବଳାଇଥିଲେ । ଏଥିପାଇଁ ସରପଞ୍ଚର ଆସନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କଲେ । ୪ ଫେବୃଆରୀ ୨୦୧୧ ମସିହାରେ ଛବି ନିଜର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ରେକର୍ଡ ୧୨୦୦ ଭୋଟରେ ହରାଇ ସରପଞ୍ଚର ଆସନ ଜିତିଥିଲେ । ଏହାପରେ ସେ ନିଜ ଗ୍ରାମରେ "ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଯୋଜନା ଅଧିନିୟମ" ଉପରେ ଚାଲିଥିବା ସମସ୍ତ ଯୋଜନା ଉପରେ ନିଜର ନଜର ରଖିଥାନ୍ତି ଏବଂ ସକ୍ରିୟ ମତାମତ ନିର୍ଦ୍ଧାରିତ କରିଥାନ୍ତି । ଏବେ ୟୁ.ଏନ. ଓ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛବି ଶିରକ୍ତ ଥିଲେ ଏବଂ ଗ୍ରାମର ଉନ୍ନତି ପାଇଁ ନିଜର ଉକ୍ତି ପ୍ରକାଶ କରିଥିଲେ । [୩][୪] ନଭେମ୍ବର ୨୦୧୩ ମସିହାରେ ନବସ୍ଥାପିତ "ଭାରତୀୟ ମହିଳା ବ୍ୟାଙ୍କ"ର ନିର୍ଦ୍ଦେଶକ ମଣ୍ଡଳରେ ତାଙ୍କର ନିଯୁକ୍ତି କରାଗଲା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଛବି ରାଜାୱତଙ୍କ ଜନ୍ମ ରାଜସ୍ଥାନର ରାଜଧାନୀ ଜୟପୁରରେ ହୋଇଥିଲା । ତାଙ୍କର ପ୍ରାରମ୍ଭିକ ଶିକ୍ଷା "ଋଷୀ ବେଲୀ ସ୍କୁଲ" (ଆନ୍ଧ୍ରପ୍ରଦେଶ) ଏବଂ "ମେୟୋ କଲେଜ ଗାର୍ଲସ ସ୍କୁଲ" (ଅଜମେର)ରେ ହୋଇଥଲା । ତତ୍ପଶ୍ଚାତ ସେ "ଦିଲ୍ଲୀ ବିଶ୍ୱବିଦ୍ୟାଳୟ"ର ଲେଡି ଶ୍ରୀରାମ କଲେଜରୁ ସ୍ନାତକ କଲେ ଏବଂ ପୁନେର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମର୍ଡନ ମ୍ୟାନେଜମେଣ୍ଟରୁ ଏମବିଏର ଡିଗ୍ରୀ ହାସିଲ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଛବି ନିଜ ଗ୍ରାମ ସୋଢା ଏବଂ ଜୟପୁରରେ ନିଜ ମାତା- ପିତାଙ୍କ ସହ ସମୟ ବିତାଉଥିଲେ । ସେଠାରେ କୃଷକମାନଙ୍କ ପିଲା ମାନଙ୍କ ସହିତ ଖେଳି ଖେଳି ବଡ଼ ହୋଇଥିଲେ । ସେଠାରେ ଗ୍ରାମବାସୀ ମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ସେମାନଙ୍କ ସହିତ ପ୍ରତିଦିନ ସମୟ ବିତାଉଥିଲେ । ସରପଞ୍ଚ ହେବା ପଛରେ ତାଙ୍କ ଭାବନା ନିଜ ଗ୍ରାମପାଇଁ କାମକରିବା ଏବଂ ସଭିଙ୍କୁ ସାହାଯ୍ୟ କରିବା ପାଇଁ ଯୋଜନା ରହିଛି ।[୫]

ଉପଲବ୍ଧି[ସମ୍ପାଦନା]

  • 2011 ମସିହାରେ ଛବି "ସଂଯୁକ୍ତ ରାଷ୍ଟ୍ରସଙ୍ଘ"ରେ ଆୟୋଜିତ ୧୧ତମ "ଇନ୍ଫୋ ପଭର୍ଟି ବିଶ୍ୱ ସମ୍ମିଳନ"ରେ ଦୁନିଆର ସମସ୍ତ ମନ୍ତ୍ରୀ ଏବଂ ରାଜଦୂତମାନଙ୍କୁ ସମ୍ବୋଧିତ କରିଥିଲେ ।[୬]
  • 2011 ମସିହା ମଇ ମାସରେ ପୂର୍ବ ରାଷ୍ଟ୍ରପତି "ଏ.ପି.ଜେ ଅବଦୁଲ କଲାମ" ନୂଆଦିଲ୍ଲୀରେ ଛବିଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ବିଜ୍ଞାନ ତଥା ପୃଥିବୀ ବିଜ୍ଞାନ ମନ୍ତ୍ରୀ "ପବନ ବଂସଲ" ମଧ୍ୟ ଉପସ୍ଥିତ ଥିଲେ । [୭]
  • ଭାରତୀୟ ଯୁବ ନେତ୍ରୀର ଖିତାବ : ଦେଶକୁ ଆଶା ଦେଇଥିବା ଆଠ ଜଣ ଯୁବ ନେତାମାନଙ୍କ ମଧ୍ୟରୁ ଜଣେ ନେତ୍ରୀ ହେବାର ଗର୍ବ ।[୮]

ଆଧାର[ସମ୍ପାଦନା]

  1. "यह सुपर मॉडल नहीं, भारतीय सरपंच है". नवभारत टाईम्स. {{cite web}}: Unknown parameter |publish date= ignored (help)
  2. "पहला भारतीय महिला बैंक: 'सेविंग पर देगें ज्यादा ब्याज'". नवभारत टाईम्स. 20 नवम्बर 2013. Archived from the original on 2019-03-22. Retrieved 22 नवम्बर 2013. {{cite web}}: Check date values in: |accessdate= and |date= (help)
  3. लाइव हिंदुस्तान डॉट कॉम: छवि रजावत (लेडी श्रीराम कॉलेज)
  4. "LSR Grad quits job to be Sarpanch". News Daily. द टाइम्स ऑफ़ इण्डिया. 2010-03-08. Retrieved 2013-10-26.
  5. देशबंधु: सरपंच बनी 'छवि' को राजनीति से है परहेज
  6. "Indian Sarpanch dazzles at UN Meet". News Daily. Mumbai Mirror. 2011-03-28. Retrieved 2013-10-26.
  7. "Former President APJ Abdul Kalam honours Chhavi Rajawat". Outlook. 2011-05-11. Archived from the original on 2013-10-29. Retrieved 2013-10-26.
  8. "Young Indian Leader". IBNLive. 2010. Archived from the original on 2013-12-07. Retrieved 2017-03-09.