ଛବି ରାଜାୱତ

ଉଇକିପିଡ଼ିଆ ରୁ
Jump to navigation Jump to search
ଛବି ରାଜାୱତ
Chhavi Rajawat at the World Economic Forum on India 2012.jpg
ଭାରତ, ୨୦୧୨ ମସିହାରେ ବିଶ୍ୱ ଆର୍ଥିକ ମଞ୍ଚ ଉପରେ ତାଙ୍କର ଛବି
ଜନ୍ମ ଓ ଜନ୍ମସ୍ଥାନ1980 (age 38–39)
ଜୟପୁର, ରାଜସ୍ଥାନ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଋଷୀ ବେଲୀ ସ୍କୁଲ, ମେୟୋ କଲେଜ ଗ୍ୟାର୍ଲ ସ୍କୁଲ - ଅଜମେର , ଲେଡି ଶ୍ରୀରାମ କଲେଜ ଦିଲ୍ଲୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମର୍ଡନ ମ୍ୟାନେଜମେଣ୍ଟ - ପୁନେ
ଜୀବିକାସରପଞ୍ଚ

ଛବି ରାଜାୱତ (ଜନ୍ମ : ୧୯୮୦) ଜୟପୁର ଠାରୁ ୬୦ କିଲୋମିଟର (୩୭ mi) ଦୂର ଟ୍ରଙ୍କ ଜିଲ୍ଲାର ସୋଢା ନାମକ ଏକ ଛୋଟ ଗ୍ରାମର ସରପଞ୍ଚ ଅଟନ୍ତି । ସେ ଭାରତର ସବୁଠାରୁ କମ ବୟସ ଏବଂ ବୋଧ ହୁଏ ଏକମାତ୍ର ଏମ.ବି.ଏ ସରପଞ୍ଚ ଅଟନ୍ତି ।[୧] ସେ ନଭେମ୍ବର ୨୦୧୩ରେ ସ୍ଥାପିତ "ଭାରତୀୟ ମହିଳା ବ୍ୟାଙ୍କ"ର ଜଣେ ନିର୍ଦ୍ଦେଶକ ମଧ୍ୟ ଅଟନ୍ତି । [୨]

କ୍ୟାରିଅର[ସମ୍ପାଦନା]

ପୁନେର "ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ ମର୍ଡନ ମ୍ୟାନେଜମେଣ୍ଟ"ରୁ ଏମବିଏର ଡିଗ୍ରୀ ହାସିଲ କରିଥିବା ଛବି ବହୁ ନାମିଦାମୀ କର୍ପୋରେଟ କମ୍ପାନୀରେ କାମ କରିଛନ୍ତି । ସେ ପରେ ଗ୍ରାମରେ ରହିବା ପାଇଁ ନିଜ ମନବଳାଇଥିଲେ । ଏଥିପାଇଁ ସରପଞ୍ଚର ଆସନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କଲେ । ୪ ଫେବୃଆରୀ ୨୦୧୧ ମସିହାରେ ଛବି ନିଜର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ରେକର୍ଡ ୧୨୦୦ ଭୋଟରେ ହରାଇ ସରପଞ୍ଚର ଆସନ ଜିତିଥିଲେ । ଏହାପରେ ସେ ନିଜ ଗ୍ରାମରେ "ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଯୋଜନା ଅଧିନିୟମ" ଉପରେ ଚାଲିଥିବା ସମସ୍ତ ଯୋଜନା ଉପରେ ନିଜର ନଜର ରଖିଥାନ୍ତି ଏବଂ ସକ୍ରିୟ ମତାମତ ନିର୍ଦ୍ଧାରିତ କରିଥାନ୍ତି । ଏବେ ୟୁ.ଏନ. ଓ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛବି ଶିରକ୍ତ ଥିଲେ ଏବଂ ଗ୍ରାମର ଉନ୍ନତି ପାଇଁ ନିଜର ଉକ୍ତି ପ୍ରକାଶ କରିଥିଲେ । [୩][୪] ନଭେମ୍ବର ୨୦୧୩ ମସିହାରେ ନବସ୍ଥାପିତ "ଭାରତୀୟ ମହିଳା ବ୍ୟାଙ୍କ"ର ନିର୍ଦ୍ଦେଶକ ମଣ୍ଡଳରେ ତାଙ୍କର ନିଯୁକ୍ତି କରାଗଲା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଛବି ରାଜାୱତଙ୍କ ଜନ୍ମ ରାଜସ୍ଥାନର ରାଜଧାନୀ ଜୟପୁରରେ ହୋଇଥିଲା । ତାଙ୍କର ପ୍ରାରମ୍ଭିକ ଶିକ୍ଷା "ଋଷୀ ବେଲୀ ସ୍କୁଲ" (ଆନ୍ଧ୍ରପ୍ରଦେଶ) ଏବଂ "ମେୟୋ କଲେଜ ଗାର୍ଲସ ସ୍କୁଲ" (ଅଜମେର)ରେ ହୋଇଥଲା । ତତ୍ପଶ୍ଚାତ ସେ "ଦିଲ୍ଲୀ ବିଶ୍ୱବିଦ୍ୟାଳୟ"ର ଲେଡି ଶ୍ରୀରାମ କଲେଜରୁ ସ୍ନାତକ କଲେ ଏବଂ ପୁନେର ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ ମର୍ଡନ ମ୍ୟାନେଜମେଣ୍ଟରୁ ଏମବିଏର ଡିଗ୍ରୀ ହାସିଲ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଛବି ନିଜ ଗ୍ରାମ ସୋଢା ଏବଂ ଜୟପୁରରେ ନିଜ ମାତା- ପିତାଙ୍କ ସହ ସମୟ ବିତାଉଥିଲେ । ସେଠାରେ କୃଷକ ମାନଙ୍କ ପିଲା ମାନଙ୍କ ସହିତ ଖେଳି ଖେଳି ବଡ ହୋଇଥିଲେ । ସେଠାରେ ଗ୍ରାମବାସୀ ମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ସେମାନଙ୍କ ସହିତ ପ୍ରତିଦିନ ସମୟ ବିତାଉଥିଲେ । ସରପଞ୍ଚ ହେବା ପଛରେ ତାଙ୍କ ଭାବନା ନିଜ ଗ୍ରାମପାଇଁ କାମକରିବା ଏବଂ ସଭିଙ୍କୁ ସାହାଯ୍ୟ କରିବା ପାଇଁ ଯୋଜନା ରହିଛି ।[୫]

ଉପଲବ୍ଧି[ସମ୍ପାଦନା]

  • 2011 ମସିହାରେ ଛବି "ସଂଯୁକ୍ତ ରାଷ୍ଟ୍ରସଙ୍ଘ"ରେ ଆୟୋଜିତ ୧୧ତମ "ଇନ୍ଫୋ ପଭର୍ଟି ବିଶ୍ୱ ସମ୍ମିଳନ"ରେ ଦୁନିଆର ସମସ୍ତ ମନ୍ତ୍ରୀ ଏବଂ ରାଜଦୂତ ମାନଙ୍କୁ ସମ୍ବୋଧିତ କରିଥିଲେ ।[୬]
  • 2011 ମସିହା ମଇ ମାସରେ ପୂର୍ବ ରାଷ୍ଟ୍ରପତି "ଏ.ପି.ଜେ ଅବଦୁଲ କଲାମ" ନୂଆଦିଲ୍ଲୀରେ ଛବିଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ବିଜ୍ଞାନ ତଥା ପୃଥିବୀ ବିଜ୍ଞାନ ମନ୍ତ୍ରୀ "ପବନ ବଂସଲ" ମଧ୍ୟ ଉପସ୍ଥିତ ଥିଲେ । [୭]
  • ଭାରତୀୟ ଯୁବ ନେତ୍ରୀର ଖିତାବ : ଦେଶକୁ ଆଶା ଦେଇଥିବା ଆଠ ଜଣ ଯୁବ ନେତାମାନଙ୍କ ମଧ୍ୟରୁ ଜଣେ ନେତ୍ରୀ ହେବାର ଗର୍ବ ।[୮]

ଆଧାର[ସମ୍ପାଦନା]

  1. "यह सुपर मॉडल नहीं, भारतीय सरपंच है". नवभारत टाईम्स. Unknown parameter |publish date= ignored (help)
  2. "पहला भारतीय महिला बैंक: 'सेविंग पर देगें ज्यादा ब्याज'". नवभारत टाईम्स. 20 नवम्बर 2013. Retrieved 22 नवम्बर 2013. Check date values in: |accessdate=, |date= (help)
  3. लाइव हिंदुस्तान डॉट कॉम: छवि रजावत (लेडी श्रीराम कॉलेज)
  4. "LSR Grad quits job to be Sarpanch". News Daily. द टाइम्स ऑफ़ इण्डिया. 2010-03-08. Retrieved 2013-10-26.
  5. देशबंधु: सरपंच बनी 'छवि' को राजनीति से है परहेज
  6. "Indian Sarpanch dazzles at UN Meet". News Daily. Mumbai Mirror. 2011-03-28. Retrieved 2013-10-26.
  7. "Former President APJ Abdul Kalam honours Chhavi Rajawat". Outlook. 2011-05-11. Retrieved 2013-10-26.
  8. "Young Indian Leader". IBNLive. 2010.