ଗ୍ଲାୟୋବ୍ଲାସ୍ଟୋମା ମଲ୍ଟିଫର୍ମ

ଉଇକିପିଡ଼ିଆ‌ରୁ
ଗ୍ଲାୟୋବ୍ଲାସ୍ଟୋମା ମଲ୍ଟିଫର୍ମ
କରୋନାଲ ଏମଆରଆଇ ଚିତ୍ରରେ ଜଣେ ୧୫ ବର୍ଷିୟ ପୁରୁଷର ଗ୍ରେଡ ୪ ଗ୍ଲାୟୋବ୍ଲାସ୍ଟୋମା ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOncology, neurosurgery
ଆଇସିଡ଼ି-୧୦C71.
ଆଇସିଡ଼ି-୯-ସିଏମ୍191
ଆଇସିଡ଼ି-ଓଛାଞ୍ଚ:ICDO
ଓଏମ୍‌ଆଇଏମ୍137800
ରୋଗ ଡାଟାବେସ29448
ଇ-ମେଡ଼ିସିନneuro/147 med/2692
MeSHD005909

ଗ୍ଲାୟୋବ୍ଲାସ୍ଟୋମା ମଲ୍ଟିଫର୍ମ (ଜିବିଏମ), ଅନ୍ୟ ନାମ ଗ୍ଲାୟୋବ୍ଲାସ୍ଟୋମାଗ୍ରେଡ ୪ ଆସ୍ଟ୍ରୋସାଇଟୋମା, ଏକ ଅତି ସାଧାରଣ ଓ ଅତ୍ୟନ୍ତ ଆକ୍ରମକ କର୍କଟ ଯାହା ମସ୍ତିଷ୍କ ଭିତରେ ସୃଷ୍ଟି ହୁଏ ।[୧] ପ୍ରାରମ୍ଭରେ ଏହାର ଚିହ୍ନ ଓ ଲକ୍ଷଣ ଅନିର୍ଦ୍ଦିଷ୍ଟ ଥାଏ । ମୁଣ୍ଡବଥା, ବ୍ୟକ୍ତିତ୍ୱର ପରିବର୍ତ୍ତନ, ଅଇସ୍ଟ୍ରୋକ ଭଳି ଲକ୍ଷଣ ଦେଖାଯାଇପାରେ । [୨] ଲକ୍ଷଣ ଗୁଡ଼ିକ ଅଧିକାଂଶ ସମୟରେ ଶୀଘ୍ର ଅତି ଖରାପ ଦିଗକୁ ଗତି କରେ । ଏହା ବଢ଼ିଯାଇ ଅଚେତନ ଅବସ୍ଥାକୁ ଯାଏ । [୩]

ଅଧିକାଂଶ କେଶ୍‌ରେ କାରଣ ଜଣାଯାଏ ନାହିଁ । [୩] ଜେନେଟିକ ଅସୁବିଧାନିଉରୋଫାବ୍ରୋମାଟୋସିସ ଲି ଫ୍ରମାନି ସିଣ୍ଡ୍ରୋମ (Li Fraumeni syndrome) ରୋଗ ଓ ରାଡିଏସନ ଥେରାପି ଅସାଧାରଣ ଅବସ୍ଥା ଏହି ରୋଗ ଏହି ସଙ୍କଟ ଆଣିପାରେ ।[୩][୪] ସମୁଦାୟ ମସ୍ତିଷ୍କ ଅର୍ବୁଦ ମଧ୍ୟରୁ ୧୫% କେବଳ ଗ୍ଲାୟୋବ୍ଲାସ୍ଟୋମା ।[୨] ଏହି ରୋଗ ସାଧାରଣ ମସ୍ତିଷ୍କ କୋଷରୁ ସୃଷ୍ଟି ହୋଇପାରେ ବା ପୂର୍ବରୁ ଥିବା ନିମ୍ନ ଗ୍ରେଡ ଆସ୍ଟ୍ରୋସାଇଟୋମାରୁ ଏହା ହୁଏ ।[୫] ସ୍ୱାଭାବିକ ଭାବରେ ସିଟିସ୍କାନ, ଏମଆରଆଇ ସ୍କାନ ଓ ବାୟୋପ୍ସି ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨]

ଏହି ରୋଗ ପ୍ରତିରୋଧ ନିମନ୍ତେ କୌଣସି ସ୍ପଷ୍ଟ ରାସ୍ତା ନାହିଁ । ଅପରେଶନ ପରେ କେମୋଥେରାପିରାଡିଏସନ ଥେରାପି ଦେଇ ଚିକିତ୍ସା କରାଯାଏ ।[୪] ଟେମୋଜୋଲୋମାଇଡ ଔଷଧ ଅନେକ ସମୟରେ ଦେଇ ଏହାର କେମୋଥେରାପି ଚିକିତ୍ସା କରାଯାଏ । [୪][୬] ଲକ୍ଷଣ ଉପସମ ପାଇଁ ଉଚ୍ଚ ଡୋଜର ସ୍ଟିରଏଡ ଦିଆଯାଏ ।[୨] ସମସ୍ତ କର୍କଟ କୋଷ ବା ଅଧିକାଂଶ କୋଷ ବାହାର କଲେ ଭଲ, ତାହା ସ୍ପଷ୍ଟ ହୋଇନାହିଁ ।[୭]

ସର୍ବାଧିକ ଚିକିତ୍ସା ପରେ ମଧ୍ୟ ରୋଗ ପୁନଶ୍ଚ ହୁଏ ।[୪] ରୋଗ ନିର୍ଣ୍ଣୟ ପରେ ସାଧାରଣ ଆୟୁଷ ୧୨ରୁ ୧୫ ମାସ, ୩ରୁ ୫ %ରୁ କମ୍ ରୋଗୀ ୫ ବର୍ଷରୁ ଅଧିକ ବଞ୍ଚନ୍ତି ।[୩][୪] ବିନା ଚିକିତ୍ସାରେ ରୋଗୀ ପ୍ରାୟ ୩ ମାସ ବଞ୍ଚନ୍ତି ।[୮] ଏକ ବର୍ଷରେ ୧୦୦,୦୦୦ ଲୋକରେ ୩ ଜଣକୁ ଏହି ରୋଗ ହୁଏ ।[୪] ଏହା ପ୍ରାୟ ୬୪ ବର୍ଷ ବୟସ ବେଳକୁ ଆରମ୍ଭ ହୁଏ, ସାଧାରଣତଃ ପୁରୁଷଙ୍କୁ ଅଧିକ ହୁଏ ।[୩][୪] ଏହି ରୋଗରେ ଇମ୍ମ୍ୟୁନୋଥେରାପି ଚିକିତ୍ସା ଅନୁଶୀଳନ କରି ଫଳପ୍ରଦ ହେବା ଦେଖାଯାଉଛି ।[୯]

ଆଧାର[ସମ୍ପାଦନା]

  1. Bleeker, Fonnet E.; Molenaar, Remco J.; Leenstra, Sieger (2012). "Recent advances in the molecular understanding of glioblastoma". Journal of Neuro-Oncology. 108 (1): 11–27. doi:10.1007/s11060-011-0793-0. PMC 3337398. PMID 22270850.
  2. ୨.୦ ୨.୧ ୨.୨ ୨.୩ Young, RM; Jamshidi, A; Davis, G; Sherman, JH (June 2015). "Current trends in the surgical management and treatment of adult glioblastoma". Annals of translational medicine. 3 (9): 121. doi:10.3978/j.issn.2305-5839.2015.05.10. PMC 4481356. PMID 26207249.
  3. ୩.୦ ୩.୧ ୩.୨ ୩.୩ ୩.୪ World Cancer Report 2014. World Health Organization. 2014. pp. Chapter 5.16. ISBN 9283204298.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Gallego, O (August 2015). "Nonsurgical treatment of recurrent glioblastoma". Current oncology (Toronto, Ont.). 22 (4): e273-81. doi:10.3747/co.22.2436. PMC 4530825. PMID 26300678.
  5. World Cancer Report 2014. World Health Organization. 2014. pp. Chapter 3.8. ISBN 9283204298.
  6. Hart, MG; Garside, R; Rogers, G; Stein, K; Grant, R (30 April 2013). "Temozolomide for high grade glioma". The Cochrane database of systematic reviews. 4: CD007415. doi:10.1002/14651858.CD007415.pub2. PMID 23633341.
  7. Van Meir, E. G.; Hadjipanayis, C. G.; Norden, A. D.; Shu, H. K.; Wen, P. Y.; Olson, J. J. (2010). "Exciting New Advances in Neuro-Oncology: The Avenue to a Cure for Malignant Glioma". CA: A Cancer Journal for Clinicians. 60 (3): 166–93. doi:10.3322/caac.20069. PMC 2888474. PMID 20445000.
  8. Schapira, Anthony H.V. (2007). Neurology and clinical neuroscience. Philadelphia: Mosby Elsevier. p. 1336. ISBN 9780323070539.
  9. "With Immunotherapy, Glimmers of Progress against Glioblastoma". National Cancer Institute. 9 December 2015. Retrieved 23 December 2015.