ଗୀତା ପ୍ରେସ , ଗୋରଖପୁର
ସ୍ଥାପନା | 1923 |
---|---|
ପ୍ରତିଷ୍ଠାତା | Jay Dayal Goyandka and Ghanshyam Das Jalan |
ଆରମ୍ଭ ସ୍ଥାନ | India |
ମୁଖ୍ୟାଳୟ | Gorakhpur, Uttar Pradesh |
ବିତରଣ | Worldwide |
ପ୍ରକାଶ ପ୍ରକାର | Hindu Religious Books and Kalyan Masik |
Nonfiction topics | Hinduism, Sanatana Dharma |
କର୍ମଚାରୀ ସଂଖ୍ୟା | 350 |
ମୁଖ୍ୟ ୱେବସାଇଟ | gitapress.org |
ଗୀତା ପ୍ରେସ ବିଶ୍ୱର ସର୍ବବୃହତ ଧର୍ମଗ୍ରନ୍ଥ ପ୍ରକାଶକ ।[୧] ଏହା ଭାରତୀୟ ରାଜ୍ୟ ଉତ୍ତର ପ୍ରେଦେଶର ଗୋରଖପୁରଠାରେ ଅବସ୍ଥିତ । ୧୯୨୩ ମସିହାରେ ଜୟଦୟାଲ ଗୋଏଙ୍କା ଏବଂ ଘନଶ୍ୟାମ ଦାସ ଜାଲାନଙ୍କଦ୍ୱାରା ସନାତନ ଧର୍ମର ନୀତି ରୀତିର ପ୍ରସାର ପାଇଁ ଏହା ପ୍ରତିଷ୍ଠା କରାଯାଇଥିଲା । ଭାଇଜୀ ନାମରେ ପରିଚିତ ହନୁମାନ ପ୍ରସାଦ ପୋଦ୍ଦାର ଏହାର 'କଲ୍ୟାଣ "[୨]ନାମକ ପତ୍ରିକା ପ୍ରଥମ ଓ ଆଜୀବନ ସମ୍ପାଦକ ଥିଲେ । ସେ ତାଙ୍କର କଲମ ନାମ " ଶିବ" ରଖିଥିଲେ । ଏହି ପତ୍ରିକା ୧୯୨୭ରୁ ପ୍ରକାଶିତ ହେଲା ବେଳେ ଏହାର ପ୍ରସାର ମାତ୍ର ୧,୬୦୦ ଥିବା ବେଳେ ଅଧୁନା ଏହା ୨.୫ ଲକ୍ଷରେ ପହଞ୍ଚିଲାଣି । ଗୀତା ପ୍ରେସର ସଂଗ୍ରହାଳୟରେ ୩,୫୦୦ରୁ ଉର୍ଦ୍ଧ ପାଣ୍ଡୁଲିପି ସହ ଗୀତା[୩] ର୧୦୦ ଉର୍ଦ୍ଧ ବ୍ୟାଖ୍ୟା ରହିଛି ।
ଗୀତା ପ୍ରେସର ପ୍ରଥମ ମୁଦ୍ରଣାଳୟ ୧୯୨୩ ମସିହାରେ ପ୍ରତିଷ୍ଠା ହେଇଥିଲା । ଏହାର ପ୍ରତିଷ୍ଠା ପରଠୁ ଗୀତା ପ୍ରେସଦ୍ୱାରା ୪୧୦ ମିଲିୟନ ଗୀତାର ବିଭିନ୍ନ ଭାଷା ସଂସ୍କରଣ ମୁଦ୍ରିତ ଓ ପ୍ରକାଶିତହେବା ସହ ୭୦ ମିଲିୟନ ରାମଚରିତ ମାନସ ମଧ୍ୟ ପ୍ରକାଶିତ ହୋଇଛି । ଗୀତା ପ୍ରେସର ସମସ୍ତ ପୁସ୍ତକ ବହୁତ ରିହାତି ଦରରେ ଗ୍ରାହକମାନଙ୍କୁ ଉପଲବ୍ଧ କରାଯାଇଥାଏ ।
ଡିସେମ୍ବର ୨୦୧୪ ରେ ମଜୁରି ଜନିତ ବିବାଦୀୟ ପରିସ୍ଥିତି ଯୋଗୁଁ [୪]ଏହା ସାମୟିକ ଭାବରେ ବନ୍ଦ ହେଇଯାଇଥିଲା କିନ୍ତୁ ଅଳ୍ପ ଦିନ ପରେ ଏହା ପୁନର୍ବାର କାର୍ଯ୍ୟ କରିଥିଲା ।[୫]
ପ୍ରକାଶନ ସମୂହ
[ସମ୍ପାଦନା]Magazines
[ସମ୍ପାଦନା]- କଲ୍ୟାଣ ମାସିକ ( ହିନ୍ଦୀରେ ) ଏକ ମାସିକ ମେଗାଜିନ ଯାହା ୧୯୨୭ ମସିହାରୁ ନିୟମିତ ଭାବରେ ପକାଶିତ ହେଇଆସୁଛି । ଏଥିରେ ଧର୍ମ ଆଧାରିତ ଅନେକ ଲେଖା ପ୍ରକାଶିତ ହେଇଥାଏ ଓ ଉତ୍ତମ ଭାବନା ତଥା ଜଣ କଲ୍ୟାଣ ମୂଳକ ବିଷୟ ବସ୍ତୁ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ଭାରତୀୟ ସାଧୁ ଓ ବିଦ୍ୱାନମାନେ ଏଥିରେ ସନ୍ଦର୍ଭମାନେ ଦେଇଥାନ୍ତି ।
- କଲ୍ୟାଣ -କଳ୍ପତରୁ ( ଇଂରାଜୀରେ ) କଲ୍ୟାଣ ମାସିକ ପରି ଏହା ଏକ ଧର୍ମ ଭାବନା ଓ ଚେତନା ମୂଳକ ଏକ ମାସିକ ପତ୍ରିକା । ଏହା ଇଂରାଜୀ ଭାଷାରେ ୧୯୩୪ ମସିହାରୁ ନିୟମିତ ପ୍ରକାଶିତ ହାଉଛି ।
ଏହି ମେଗାଜିନ ମାନଙ୍କରେ କୌଣସି ବିଜ୍ଞାପନ ପ୍ରକାଶ ହୁଏ ନାହିଁ ।
ଧାର୍ମିକ ପୁସ୍ତକ ସବୁ
[ସମ୍ପାଦନା]ଗୀତା ପ୍ରେସ ତରଫରୁ ଏକ ସଂକ୍ଷିପ୍ତ ଗୀତା ମାତ୍ର ୪ ଟଙ୍କା ମୂଲ୍ୟରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେଇଥାଏ । ଗୀତା ପ୍ରେସର ସମସ୍ତ ପୁସ୍ତକ ସଂସ୍କୃତ , ହିନ୍ଦୀ , ଇଂରାଜୀ , ଓଡ଼ିଆ , ତେଲୁଗୁ ଓ ଅନ୍ୟ ସମସ୍ତ ଭାରତୀୟ ଭାଷାରେ ପ୍ରକାଶିତ ହେଇଛି ।
- ଶ୍ରୀମଦ ଭାଗବତ ଗୀତା ( ବିଭିନ୍ନ ପ୍ରକାର ଭେଦ ସହ )
- ମହାଭାରତ
- ଶ୍ରୀ ରାମଚରିତ ମାନସ , ସନ୍ଥ ତୁଳସୀଦାସଙ୍କ ରଚିତ ( ତେଲୁଗୁ ଭାଷାରେ ୨୦୦୨ରେ ପ୍ରକାଶିତ )
- ତୁଳସୀ ଦାସଙ୍କ ଅନ୍ୟ ରଚନାବଳି
- ବାଲ୍ମୀକି ରାମାୟଣ
- ପୁରାଣ , ଉପନିଷଦ ଓ ଅନ୍ୟ ଧାର୍ମିକ ରଚନା ସବୁ
- ସୁର ଦାସଙ୍କ ରଚନାବଳି
- ସ୍ୱାମୀ ରାମସୁଖ ଦାସଙ୍କ ଲେଖାବଳି
- ହନୁମାନ ପ୍ରସାଦ ପୋଦ୍ଦାରଙ୍କ ପୁସ୍ତକ ସବୁ
- ଜୟା ଡାୟାଲ ଗୋଏଙ୍କାଙ୍କ ରଚନାବଳି
ଅନ୍ୟାନ୍ୟପ୍ରକାଶନୀ
[ସମ୍ପାଦନା]- ଭକ୍ତ-ଗାଥା ଓ ଭଜନ
- ପିଲାଙ୍କ ପାଇଁ ଉପଯୋଗୀ ଗ୍ରନ୍ଥ ସବୁ
Gita Press Art Gallery (Lila chitra mandir)
[ସମ୍ପାଦନା]ଏଠାରେ ଏକ ଆର୍ଟ ଗ୍ୟାଲେରି ସ୍ଥାପିତ ହେଇ ଶ୍ରୀ ରାମା ଓ ଶ୍ରୀ କୃଷ୍ଣଙ୍କ ୬୮୪ଟି ପ୍ରଶିଧ୍ହ କଳାକାରଙ୍କଦ୍ୱାରା ଅଙ୍କିତା ଚିତ୍ର ସମୂହ ରଖା ଯାଇଛି ।ଏହା ସହ ଅନେକ ଚିତ୍ରରେ ଶ୍ରୀକୃଷ୍ଣଙ୍କ ଲୀଳା ଉପରେ ପ୍ରଦର୍ଶିତ ହଉଛି । ଭଗବତ ଗୀତାର ୭୦୦ଟି ଜକ ଶ୍ଳୋକକୁ ମାର୍ବଳ ପ୍ରସ୍ତରରେ ଖୋଦନ କରାଯାଇ କାନ୍ଥରେ ଲଗା ଯାଇଛି ।
Affiliated organizations
[ସମ୍ପାଦନା]ଗୀତା ପ୍ରେସ ଗୋବିନ୍ଦ ଭବନ କାର୍ଜ୍ୟାଲୟ , କଲିକତାର ଏକ ଅଂଶ ବିଶେଷ ଓ ଏହାର ଅନନ୍ୟ ସହବନ୍ଧିତ ଅନୁଷ୍ଠାନ ସବୁ ଏହି ଅନୁସାରେ ,
- ଗୀତା ଭବନ , ମୁନି କି ରେତି , ରିଷିକେଶ
- ଋଷିକୁଳ ବ୍ରହ୍ମଚର୍ଯ୍ୟ ଆଶ୍ରମ , ଚରୁ, ରାଜସ୍ଥାନ
- ଆୟୁର୍ବେଦ ସଂସ୍ଥାନ , ରିଷିକେଶ
- ଗୀତା ପ୍ରେସ ସେବା ଦଳ
- ହସ୍ତ ନିର୍ମିତ ବସ୍ତ୍ର ବିଭାଗ
- ଭାରତୀୟ ଗ୍ରାମୋଦ୍ୟୋଗ ବସ୍ତ୍ର ଭଣ୍ଡାର ( ମୁମ୍ବାଇ )